ସାଧାରଣତଃ କ୍ରେଡିଟ୍ କାର୍ଡ ହେଉଛି ଏକ ପ୍ରକାର ପେମେଣ୍ଟ କାର୍ଡ, ଯାହାର ବ୍ୟବହାର କରି ଆପଣ ବିଭିନ୍ନ ସାମଗ୍ରୀ ଓ ସେବା ପାଇପାରିବୋ ଅର୍ଥାତ ବିଭିନ୍ନ ପ୍ରକାର ଜିନିଷ କିଣିବା, ରେଷ୍ଟୁରାଣ୍ଟରେ ଖାଇବା, ଅନଲାଇନ୍ ସପିଂ କରିବା, ପେଟ୍ରୋଲ ପମ୍ପରୁ ତେଲ ପକାଇବାଠାରୁ ଆରମ୍ଭ କରି ବଡ଼ ଧରଣର ଖର୍ଚ୍ଚ ନିମନ୍ତେ ମଧ୍ୟ ଆପଣ ଟଙ୍କା ନ ଥିଲେ ବି କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବୋ ତେଣୁ ଯଦି...
କେବଳ ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଭାରତ ସରକାର କରିଛନ୍ତି ଏସସିଏସଏସ ବା ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ଜାଣନ୍ତୁ ଏ ସମ୍ପର୍କିତ ସୂଚନା ଏସସିଏସଏସ କ’ଣ ସାଧାରଣତଃ ବରିଷ୍ଠ ନାଗିରକ ଏବଂ ଅବସରପ୍ରାପ୍ତ କର୍ମଚାରୀମାନେ ଅର୍ଥକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କାରଣ ଏହି ବୟସରେ ସେମାନଙ୍କ ରୋଜଗାରର କୌଣସି ପନ୍ଥା ନ ଥାଏ। ତେଣୁ କେନ୍ଦ୍ର ସରକାର ସେମାନଙ୍କ ପାଇଁ ୨୦୦୪ ଅକ୍ଟୋବରରୁ ଏସସିଏସଏସ...
‘ସବ୍‌କା ବିଶ୍ୱାସ ଲିଗାସି ଡିସ୍‌ପୁଟ ରିଜୋଲ୍ୟୁସନ ସ୍କିମ୍‌’ ମାଧ୍ୟମରେ ଆବେଦନ କରି ପୁରୁଣା ସର୍ଭିସ୍‌ ଟ୍ୟାକ୍ସ ଏବଂ ସେଣ୍ଟ୍ରାଲ ଏକ୍ସାଇଜ୍‌ ସମ୍ପର୍କୀତ ବିବାଦରେ ପେନାଲ୍‌ଟି ଏବଂ ସୁଧ ସମ୍ପୂର୍ଣ୍ଣ ଛାଡ଼ ପାଆନ୍ତୁ। ତା’ ସାଙ୍ଗକୁ ନିଅନ୍ତୁ ବାକି ଥିବା ଟିକସ ପରିମାଣ ଉପରେ ୬୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼। ସର୍ଭିସ ଟ୍ୟାକ୍ସ ଓ ସେଣ୍ଟ୍ରାଲ ଏକ୍ସାଇଜ୍‌ ଟିକସ ବାବଦରେ ବକେୟା ଥିବା କରଦାତାମାନଙ୍କ ପାଇଁ ଖୁସି ଖବର। ସବୁ...
କ’ଣ ଆପଣଙ୍କର ଟିଡିଏସ୍ କଟୁଛି କି, ତେବେ ଜାଣନ୍ତୁ କିଛି ତଥ୍ୟ ଟିଡିଏସ୍ ହେଉଛି ଟ୍ୟାକ୍ସ ଡିଡକ୍ଟେଡ୍ ଆଟ ସୋର୍ସ ବା ଉତ୍ସରୁ ଟିକସ କାଟ। ଅର୍ଥାତ ଆପଣଙ୍କ ଆୟର ଉତ୍ସଠାରେ ଟିକସ କଟାଯିବା। ସରଳ ଭାବେ କହିବାକୁ ଗଲେ ଆପଣ ଯେଉଁ ସଂସ୍ଥା ବା କମ୍ପାନିରୁ କିଛି ଅର୍ଥ ପାଉଛନ୍ତି, ସେହି କମ୍ପାନୀ ଆପଣଙ୍କ ଦରମାରୁ କିଛି ଟିକସ କାଟି ସରକାରଙ୍କୁ ଦିଏ ଓ ଅବଶିଷ୍ଟ ଟଙ୍କା ଆପଣଙ୍କୁ...
କ’ଣ ମୁଁ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ ବା ଆୟକର ଦାଖଲ କରିବା ଆବଶ୍ୟକ କି। ଆୟକର ଦାଖଲରେ କ’ଣ ମିଳିପାରିବ ଫାଇଦା। ଅଳ୍ପ ରୋଜଗାରରେ କ’ଣ ମୁଁ ଆୟକର ଦାଖଲ କରିବାକୁ ବାଧ୍ୟ କି। ଏଭଳି ଅନେକ ପ୍ରଶ୍ନ ଆମ ମନରେ ସୃଷ୍ଟି ହେବା ସ୍ବାଭାବିକ। କାରଣ ଭାରତରେ ସାଧାରଣତଃ ଅଧିକାଂଶ ଲୋକ ଏ ସମ୍ପର୍କରେ ଜାଣନ୍ତି ନାହିଁ। ତେଣୁ ସେମାନେ ଆୟକର ଦାଖଲ କରନ୍ତି ନାହିଁ।...
ମାସକୁ ମାତ୍ର ୫୫ ଟଙ୍କାର ପ୍ରିମିୟମ ଭରି ୬୦ ବର୍ଷ ବୟସ ପରେ ପାଆନ୍ତୁ ଆଜୀବନ ମାସିକ ୩୦୦୦ ହଜାର ଟଙ୍କାର ପେନସନ। ଏଣିକି ଗରିବ କୃଷକ ଓ ଶ୍ରମିକଙ୍କ ସମେତ ସମସ୍ତ ପ୍ରକାର ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କୁ ମିଳିବ ସାମାଜିକ ସୁରକ୍ଷା। ଏଥିପାଇଁ ଚଳିତବର୍ଷ କେନ୍ଦ୍ର ସରକାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନସନ ଯୋଜନା। ତେବେ ଆସନ୍ତୁ ଜାଣିବା କେଉଁମାନେ, କିପରି ଏହି ଯୋଜନାରେ...
ଘରୋଇ କମ୍ପାନି ପାଇଁ କର୍ପୋରେଟ ଟିକସ ୨୨%କୁ ହ୍ରାସ ନୂଆ ଉତ୍ପାଦନ କମ୍ପାନି ପାଇଁ ୧୫% କର୍ପୋରେଟ ଟିକସ ସିଏସ୍ଆର ଖର୍ଚ୍ଚର ପରିଧି ବୃଦ୍ଧି ଲାଗି ନିଷ୍ପତ୍ତି ଭାରତ ସରକାର ଆୟକର ଆଇନ ୧୯୬୧ ଏବଂ ଅର୍ଥ (ସଂଖ୍ୟା ୨) ଆଇନ ୨୦୧୯ରେ କେତେକ ସଂଶୋଧନ ଆଣିବା ଉଦ୍ଦେଶ୍ୟରେ କର ନିର୍ଦ୍ଧାରଣ ଆଇନ (ସଂଶୋଧନ) ଅଧ୍ୟାଦେଶ ୨୦୧୯ ଆଗତ କରିଛନ୍ତି। କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ...
ବରିଷ୍ଠ ନାଗରିକଙ୍କ ପାଇଁ କ’ଣ ରହିଛି ଆୟକର ରିହାତି – ଏ ପ୍ରଶ୍ନ ଆପଣଙ୍କ ମନକୁ ଆସୁଛି କି? ଆସନ୍ତୁ ଖୋଜିବା ତା’ର ଉତ୍ତର। ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟକର ନିୟମରେ କେତେକ ରିହାତି ବା ବିଶେଷ ବ୍ୟବସ୍ଥା କରାଯାଇଛି। ଏହି ରିହାତି ଟ୍ୟାକ୍ସେବଲ୍‍ ଇନ୍‌କମ୍‌ ହେଉ ବା ମେଡିକ୍ଲେମ୍‍ କିମ୍ବା ବରିଷ୍ଠ ନାଗରିକମାନଙ୍କ ପାଇଁ ପୋଷ୍ଟ ଅଫିସ ସ୍ୱଳ୍ପ ସଞ୍ଚୟ ଯୋଜନା – ଏଭଳି ବିଭିନ୍ନ କ୍ଷେତ୍ରରେ ଲାଗୁ...
ଯଦି ଆପଣ ଆୟକର ରିଟର୍ଣ୍ଣ ଦାଖଲ କରିନାହାନ୍ତି, ତେବେ ଜଲ୍‌ଦି କରି ନିଅନ୍ତୁ। ବର୍ତ୍ତମାନ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ହେଉଛି ଅଗଷ୍ଟ ୩୧। ପୂର୍ବରୁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁଲାଇ ୩୧ ଥିଲା। ହେଲେ ଆୟକର ବିଭାଗ ପକ୍ଷରୁ ମଙ୍ଗଳବାର ଏହାକୁ ଘୁଞ୍ଚାଯାଇ ଅଗଷ୍ଟ ୩୧ ତାରିଖ ଧାର୍ଯ୍ୟ କରାଯାଇଛି। ଏନେଇ କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଟୁଇଟ୍ କରି ସୂଚନା...
ବ୍ୟାଙ୍କଗୁଡ଼ିକ ଭଳି ଭାରତୀୟ ଡାକ ବିଭାଗ ମଧ୍ୟ ଯୋଗାଇ ଦେଉଛି ବିଭିନ୍ନ ଯୋଜନା, ଯେଉଁଠି ନିବେଶକରି ଆପଣ ପାଇପାରିବେ ଆୟକର ରିହାତି। ୨୦୧୭-୧୮ ଆର୍ଥିକ ବର୍ଷ ସରିବାକୁ ବସିଛି। ସବୁ ଆୟକରଦାତାଙ୍କ ଚିନ୍ତା ଚଳିତ ବର୍ଷ କିଭଳି ଟ୍ୟାକ୍ସ ପରିଚାଳନା କରିବେ। ଅର୍ଥାତ ଜଣଙ୍କୁ ମୋଟ କେତେ ଆୟକର ଦେବାକୁ ହେବ। ତା’ସାଙ୍ଗକୁ ଆୟକର ନିୟମରେ ଥିବା ବିଭିନ୍ନ ବ୍ୟବସ୍ଥା ଭିତରେ କାହାକୁ କେତେ ରିହାତି ମିଳିପାରିବ। ଏବେ ଆସନ୍ତୁ...