ମ୍ୟୁଚୁଆଲ ଫଣ୍ଡରେ ନିବେଶ ପୂର୍ବରୁ ଏସବୁ ସାବଧାନତା ଅବଲମ୍ବନ ଜରୁରୀ ଅଧିକ ରୋଜଗାର କରିବା ଓ ନିଜ ପାଖରେ ଥିବା ଅର୍ଥକୁ ବଢାଇବା ପାଇଁ କିଏ ନ ଚାହେଁ। ଏଥିପାଇଁ କିଏ ବ୍ୟାଙ୍କରେ ଟଙ୍କା ଜମା ରଖି ସୁଧ ପାଇଥାନ୍ତି ତ ଆଉ କିଏ ଫିକ୍ସ ଡିପୋଜିଟ୍‌ କରନ୍ତି। ସେହିପରି କେହି କେହି ସୁନାରେ ନିବେଶ କରନ୍ତି ତ ଆଉ କେହି ସେୟାର ବଜାରରେ ଟଙ୍କା ନିବେଶ କରନ୍ତି। ସେହିପରି...
କ’ଣ ଆପଣଙ୍କର ଟିଡିଏସ୍ କଟୁଛି କି, ତେବେ ଜାଣନ୍ତୁ କିଛି ତଥ୍ୟ ଟିଡିଏସ୍ ହେଉଛି ଟ୍ୟାକ୍ସ ଡିଡକ୍ଟେଡ୍ ଆଟ ସୋର୍ସ ବା ଉତ୍ସରୁ ଟିକସ କାଟ। ଅର୍ଥାତ ଆପଣଙ୍କ ଆୟର ଉତ୍ସଠାରେ ଟିକସ କଟାଯିବା। ସରଳ ଭାବେ କହିବାକୁ ଗଲେ ଆପଣ ଯେଉଁ ସଂସ୍ଥା ବା କମ୍ପାନିରୁ କିଛି ଅର୍ଥ ପାଉଛନ୍ତି, ସେହି କମ୍ପାନୀ ଆପଣଙ୍କ ଦରମାରୁ କିଛି ଟିକସ କାଟି ସରକାରଙ୍କୁ ଦିଏ ଓ ଅବଶିଷ୍ଟ ଟଙ୍କା ଆପଣଙ୍କୁ...
କ’ଣ ମୁଁ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ ବା ଆୟକର ଦାଖଲ କରିବା ଆବଶ୍ୟକ କି। ଆୟକର ଦାଖଲରେ କ’ଣ ମିଳିପାରିବ ଫାଇଦା। ଅଳ୍ପ ରୋଜଗାରରେ କ’ଣ ମୁଁ ଆୟକର ଦାଖଲ କରିବାକୁ ବାଧ୍ୟ କି। ଏଭଳି ଅନେକ ପ୍ରଶ୍ନ ଆମ ମନରେ ସୃଷ୍ଟି ହେବା ସ୍ବାଭାବିକ। କାରଣ ଭାରତରେ ସାଧାରଣତଃ ଅଧିକାଂଶ ଲୋକ ଏ ସମ୍ପର୍କରେ ଜାଣନ୍ତି ନାହିଁ। ତେଣୁ ସେମାନେ ଆୟକର ଦାଖଲ କରନ୍ତି ନାହିଁ।...
ମାସକୁ ମାତ୍ର ୫୫ ଟଙ୍କାର ପ୍ରିମିୟମ ଭରି ୬୦ ବର୍ଷ ବୟସ ପରେ ପାଆନ୍ତୁ ଆଜୀବନ ମାସିକ ୩୦୦୦ ହଜାର ଟଙ୍କାର ପେନସନ। ଏଣିକି ଗରିବ କୃଷକ ଓ ଶ୍ରମିକଙ୍କ ସମେତ ସମସ୍ତ ପ୍ରକାର ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କୁ ମିଳିବ ସାମାଜିକ ସୁରକ୍ଷା। ଏଥିପାଇଁ ଚଳିତବର୍ଷ କେନ୍ଦ୍ର ସରକାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନସନ ଯୋଜନା। ତେବେ ଆସନ୍ତୁ ଜାଣିବା କେଉଁମାନେ, କିପରି ଏହି ଯୋଜନାରେ...
  ୧୦୦ ଦିନର ମୋଦି-୨ ସରକାର ସଫଳତା ବଖାଣୁଥିବା ବେଳେ ଆର୍ଥିକ ମାନ୍ଦାବସ୍ଥାରେ ୧୪ ଲକ୍ଷ କୋଟି ହରାଇ ଧୈର୍ଯ୍ୟହରା ହେଉଛନ୍ତି ନିବେଶକାରୀ। ମୋଦି ସରକାରଙ୍କର ଦ୍ୱିତୀୟ ପାଳିକୁ ପୂରଣ ହୋଇଛି ୧୦୦ ଦିନ। ସରକାର ତାଙ୍କର ୧୦୦ ଦିନର ସଫଳତା ବଖାଣୁଥିବା ବେଳେ ଏପଟେ ଦେଶ ଆର୍ଥିକ ମାନ୍ଦାବସ୍ଥାରେ ପଡ଼ି ତଳିତଳାନ୍ତ ହେବାକୁ ବସିଲାଣି। ସରକାରଙ୍କ ଦୁର୍ବଳ ଆର୍ଥିକ ବ୍ୟବସ୍ଥା ପାଇଁ ଦେଶର ପୁଞ୍ଜିବଜାର ବହୁଳ ଭାବେ କ୍ଷତିଗ୍ରସ୍ତ ହେବାରେ...
ଏଣିକି SBIରେ ଶସ୍ତା ହେବ ଗୃହୠଣ। ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଆଉଥରେ ପୁଣି ୠଣ ସୁଧହାର ହ୍ରାସ କରିଛି। ୧୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି ଏସ୍‌ବିଆଇ। ଏହି ନୂଆ ସୁଧହାର ଚଳିତମାସ ସେପ୍ଟେମ୍ବର ୧୦ରୁ ଲାଗୁ ହେବ। ଆର୍ଥିକ ବର୍ଷ ୨୦୧୯-୨୦ରେ ଏହା ହେଉଛି ପଞ୍ଚମ ଥର ପାଇଁ କାଟ। ଏହା ସହ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍‌ ଉପରେ ସୁଧହାର କମାଇବାକୁ ନିଷ୍ପତ୍ତି ନେଇଛି।
ସମଗ୍ର ବିଶ୍ୱରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ତେବେ ଏହା ଦେଶର ଅଟୋମୋବାଇଲ ଶିଳ୍ପକୁ ବିଶେଷ ଭାବେ ପ୍ରଭାବିତ କରିଛି। ଏହି କାରଣରୁ ଚଳିତ ବର୍ଷ ଯାନବାହନ ବିକ୍ରି କମିଥିବା ସୂଚନା ମିଳିଛି। ପୂର୍ବ ବର୍ଷ ତୁଳନାରେ ଚଳିତ ଅଗଷ୍ଟ ମାସରେ ବ୍ୟବସାୟିକ ଗାଡ଼ି ବିକ୍ରି ୩୮.୭ ପ୍ରତିଶତ କମିଛି। ସେହିପରି ଯାତ୍ରୀବାହୀ ଗାଡ଼ି ବିକ୍ରି ୩୧.୬ ପ୍ରତିଶତ କମିଥିବା...
୧୯୩୭ ଡିସେମ୍ବର ୨୭ରେ ସୁରାଟରେ ଜନ୍ମ ହୋଇଥିଲେ ରତନ ଟାଟା। ମୁମ୍ବାଇରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ କର୍ଣ୍ଣଲେ୍ ବିଶ୍ବବିଦ୍ୟାଳୟରେ ଆର୍କିଟେକ୍ଚର ବିଷୟରେ ପାଠ ପଢ଼ିଥିଲେ। ପରେ ହାଭାର୍ଡ ବିଜିନେସ୍‌ ସ୍କୁଲରୁ ସେ ଆଡଭାନ୍ସ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ। ୧୯୬୧ରେ ସେ ଟାଟା ଗ୍ରୁପରୁ କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୧ରେ ସେ ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ହୋଇଥିଲେ। ରତନ ଟାଟାଙ୍କ ଅମଳରେ କମ୍ପାନି ସଫଳତାର ପାହାଚ...
ବରିଷ୍ଠ ନାଗରିକଙ୍କ ପାଇଁ କ’ଣ ରହିଛି ଆୟକର ରିହାତି – ଏ ପ୍ରଶ୍ନ ଆପଣଙ୍କ ମନକୁ ଆସୁଛି କି? ଆସନ୍ତୁ ଖୋଜିବା ତା’ର ଉତ୍ତର। ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟକର ନିୟମରେ କେତେକ ରିହାତି ବା ବିଶେଷ ବ୍ୟବସ୍ଥା କରାଯାଇଛି। ଏହି ରିହାତି ଟ୍ୟାକ୍ସେବଲ୍‍ ଇନ୍‌କମ୍‌ ହେଉ ବା ମେଡିକ୍ଲେମ୍‍ କିମ୍ବା ବରିଷ୍ଠ ନାଗରିକମାନଙ୍କ ପାଇଁ ପୋଷ୍ଟ ଅଫିସ ସ୍ୱଳ୍ପ ସଞ୍ଚୟ ଯୋଜନା – ଏଭଳି ବିଭିନ୍ନ କ୍ଷେତ୍ରରେ ଲାଗୁ...
ନୀଳାମ୍ବର ରଥ ନିକଟରେ ଗୋଟିଏ ଖବର ଉପରେ ନଜର ଅଟକିଗଲା। ତାହା ହେଉଛି ଆମ ଦେଶରେ କିଭଳି ଫ୍ରିଲାନ୍ସର ବା ମୁକ୍ତବୃତ୍ତ ପେସାଦାରମାନଙ୍କ ସଂଖ୍ୟା ବଢୁଛି। ତା’ ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ। ଜବ୍‌ ବଜ୍‌ ନାମକ ଏକ ସଂସ୍ଥା ପକ୍ଷରୁ ନିକଟରେ ୧୨୫୦ ଜଣ ପେସାଦାରଙ୍କ ସାକ୍ଷାତକାର ନିଆଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତରେ...