ମ୍ୟୁଚୁଆଲ ଫଣ୍ଡରେ ନିବେଶ ପୂର୍ବରୁ ଏସବୁ ସାବଧାନତା ଅବଲମ୍ବନ ଜରୁରୀ ଅଧିକ ରୋଜଗାର କରିବା ଓ ନିଜ ପାଖରେ ଥିବା ଅର୍ଥକୁ ବଢାଇବା ପାଇଁ କିଏ ନ ଚାହେଁ। ଏଥିପାଇଁ କିଏ ବ୍ୟାଙ୍କରେ ଟଙ୍କା ଜମା ରଖି ସୁଧ ପାଇଥାନ୍ତି ତ ଆଉ କିଏ ଫିକ୍ସ ଡିପୋଜିଟ୍‌ କରନ୍ତି। ସେହିପରି କେହି କେହି ସୁନାରେ ନିବେଶ କରନ୍ତି ତ ଆଉ କେହି ସେୟାର ବଜାରରେ ଟଙ୍କା ନିବେଶ କରନ୍ତି। ସେହିପରି...
କ’ଣ ମୁଁ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ ବା ଆୟକର ଦାଖଲ କରିବା ଆବଶ୍ୟକ କି। ଆୟକର ଦାଖଲରେ କ’ଣ ମିଳିପାରିବ ଫାଇଦା। ଅଳ୍ପ ରୋଜଗାରରେ କ’ଣ ମୁଁ ଆୟକର ଦାଖଲ କରିବାକୁ ବାଧ୍ୟ କି। ଏଭଳି ଅନେକ ପ୍ରଶ୍ନ ଆମ ମନରେ ସୃଷ୍ଟି ହେବା ସ୍ବାଭାବିକ। କାରଣ ଭାରତରେ ସାଧାରଣତଃ ଅଧିକାଂଶ ଲୋକ ଏ ସମ୍ପର୍କରେ ଜାଣନ୍ତି ନାହିଁ। ତେଣୁ ସେମାନେ ଆୟକର ଦାଖଲ କରନ୍ତି ନାହିଁ।...
ଜଣେ ଆୟକରଦାତାଙ୍କ ପାଇଁ ଆୟକର ନିୟମରେ କେତେକ ରିହାତି ବ୍ୟବସ୍ଥା ରହିଛି। ତା’ ମଧ୍ୟରୁ ଗୋଟିଏ ହେଉଛି ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡରେ ଜମା। ଏହି ଆକାଉଣ୍ଟରେ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ ଜଣେ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ଆୟକର ସୁବିଧା ପାଇପାରିବେ। ଆୟକର ଧାରା 80-C ଅନୁଯାୟୀ ବିଭିନ୍ନ ୨୧ଟି ଇନଷ୍ଟ୍ରୁମେଣ୍ଟ କ୍ଷେତ୍ରରେ ଜଣେ ଆୟକରଦାତାଙ୍କୁ ବାର୍ଷିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି।...
‘ସବ୍‌କା ବିଶ୍ୱାସ ଲିଗାସି ଡିସ୍‌ପୁଟ ରିଜୋଲ୍ୟୁସନ ସ୍କିମ୍‌’ ମାଧ୍ୟମରେ ଆବେଦନ କରି ପୁରୁଣା ସର୍ଭିସ୍‌ ଟ୍ୟାକ୍ସ ଏବଂ ସେଣ୍ଟ୍ରାଲ ଏକ୍ସାଇଜ୍‌ ସମ୍ପର୍କୀତ ବିବାଦରେ ପେନାଲ୍‌ଟି ଏବଂ ସୁଧ ସମ୍ପୂର୍ଣ୍ଣ ଛାଡ଼ ପାଆନ୍ତୁ। ତା’ ସାଙ୍ଗକୁ ନିଅନ୍ତୁ ବାକି ଥିବା ଟିକସ ପରିମାଣ ଉପରେ ୬୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼। ସର୍ଭିସ ଟ୍ୟାକ୍ସ ଓ ସେଣ୍ଟ୍ରାଲ ଏକ୍ସାଇଜ୍‌ ଟିକସ ବାବଦରେ ବକେୟା ଥିବା କରଦାତାମାନଙ୍କ ପାଇଁ ଖୁସି ଖବର। ସବୁ...
କ’ଣ ଆପଣଙ୍କର ଟିଡିଏସ୍ କଟୁଛି କି, ତେବେ ଜାଣନ୍ତୁ କିଛି ତଥ୍ୟ ଟିଡିଏସ୍ ହେଉଛି ଟ୍ୟାକ୍ସ ଡିଡକ୍ଟେଡ୍ ଆଟ ସୋର୍ସ ବା ଉତ୍ସରୁ ଟିକସ କାଟ। ଅର୍ଥାତ ଆପଣଙ୍କ ଆୟର ଉତ୍ସଠାରେ ଟିକସ କଟାଯିବା। ସରଳ ଭାବେ କହିବାକୁ ଗଲେ ଆପଣ ଯେଉଁ ସଂସ୍ଥା ବା କମ୍ପାନିରୁ କିଛି ଅର୍ଥ ପାଉଛନ୍ତି, ସେହି କମ୍ପାନୀ ଆପଣଙ୍କ ଦରମାରୁ କିଛି ଟିକସ କାଟି ସରକାରଙ୍କୁ ଦିଏ ଓ ଅବଶିଷ୍ଟ ଟଙ୍କା ଆପଣଙ୍କୁ...
ନୀଳାମ୍ବର ରଥ ନିକଟରେ ଗୋଟିଏ ଖବର ଉପରେ ନଜର ଅଟକିଗଲା। ତାହା ହେଉଛି ଆମ ଦେଶରେ କିଭଳି ଫ୍ରିଲାନ୍ସର ବା ମୁକ୍ତବୃତ୍ତ ପେସାଦାରମାନଙ୍କ ସଂଖ୍ୟା ବଢୁଛି। ତା’ ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ। ଜବ୍‌ ବଜ୍‌ ନାମକ ଏକ ସଂସ୍ଥା ପକ୍ଷରୁ ନିକଟରେ ୧୨୫୦ ଜଣ ପେସାଦାରଙ୍କ ସାକ୍ଷାତକାର ନିଆଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତରେ...
  ୧୦୦ ଦିନର ମୋଦି-୨ ସରକାର ସଫଳତା ବଖାଣୁଥିବା ବେଳେ ଆର୍ଥିକ ମାନ୍ଦାବସ୍ଥାରେ ୧୪ ଲକ୍ଷ କୋଟି ହରାଇ ଧୈର୍ଯ୍ୟହରା ହେଉଛନ୍ତି ନିବେଶକାରୀ। ମୋଦି ସରକାରଙ୍କର ଦ୍ୱିତୀୟ ପାଳିକୁ ପୂରଣ ହୋଇଛି ୧୦୦ ଦିନ। ସରକାର ତାଙ୍କର ୧୦୦ ଦିନର ସଫଳତା ବଖାଣୁଥିବା ବେଳେ ଏପଟେ ଦେଶ ଆର୍ଥିକ ମାନ୍ଦାବସ୍ଥାରେ ପଡ଼ି ତଳିତଳାନ୍ତ ହେବାକୁ ବସିଲାଣି। ସରକାରଙ୍କ ଦୁର୍ବଳ ଆର୍ଥିକ ବ୍ୟବସ୍ଥା ପାଇଁ ଦେଶର ପୁଞ୍ଜିବଜାର ବହୁଳ ଭାବେ କ୍ଷତିଗ୍ରସ୍ତ ହେବାରେ...
ଏଣିକି SBIରେ ଶସ୍ତା ହେବ ଗୃହୠଣ। ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଆଉଥରେ ପୁଣି ୠଣ ସୁଧହାର ହ୍ରାସ କରିଛି। ୧୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି ଏସ୍‌ବିଆଇ। ଏହି ନୂଆ ସୁଧହାର ଚଳିତମାସ ସେପ୍ଟେମ୍ବର ୧୦ରୁ ଲାଗୁ ହେବ। ଆର୍ଥିକ ବର୍ଷ ୨୦୧୯-୨୦ରେ ଏହା ହେଉଛି ପଞ୍ଚମ ଥର ପାଇଁ କାଟ। ଏହା ସହ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍‌ ଉପରେ ସୁଧହାର କମାଇବାକୁ ନିଷ୍ପତ୍ତି ନେଇଛି।
ବରିଷ୍ଠ ନାଗରିକଙ୍କ ପାଇଁ କ’ଣ ରହିଛି ଆୟକର ରିହାତି – ଏ ପ୍ରଶ୍ନ ଆପଣଙ୍କ ମନକୁ ଆସୁଛି କି? ଆସନ୍ତୁ ଖୋଜିବା ତା’ର ଉତ୍ତର। ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟକର ନିୟମରେ କେତେକ ରିହାତି ବା ବିଶେଷ ବ୍ୟବସ୍ଥା କରାଯାଇଛି। ଏହି ରିହାତି ଟ୍ୟାକ୍ସେବଲ୍‍ ଇନ୍‌କମ୍‌ ହେଉ ବା ମେଡିକ୍ଲେମ୍‍ କିମ୍ବା ବରିଷ୍ଠ ନାଗରିକମାନଙ୍କ ପାଇଁ ପୋଷ୍ଟ ଅଫିସ ସ୍ୱଳ୍ପ ସଞ୍ଚୟ ଯୋଜନା – ଏଭଳି ବିଭିନ୍ନ କ୍ଷେତ୍ରରେ ଲାଗୁ...
ବ୍ୟାଙ୍କଗୁଡ଼ିକ ଭଳି ଭାରତୀୟ ଡାକ ବିଭାଗ ମଧ୍ୟ ଯୋଗାଇ ଦେଉଛି ବିଭିନ୍ନ ଯୋଜନା, ଯେଉଁଠି ନିବେଶକରି ଆପଣ ପାଇପାରିବେ ଆୟକର ରିହାତି। ୨୦୧୭-୧୮ ଆର୍ଥିକ ବର୍ଷ ସରିବାକୁ ବସିଛି। ସବୁ ଆୟକରଦାତାଙ୍କ ଚିନ୍ତା ଚଳିତ ବର୍ଷ କିଭଳି ଟ୍ୟାକ୍ସ ପରିଚାଳନା କରିବେ। ଅର୍ଥାତ ଜଣଙ୍କୁ ମୋଟ କେତେ ଆୟକର ଦେବାକୁ ହେବ। ତା’ସାଙ୍ଗକୁ ଆୟକର ନିୟମରେ ଥିବା ବିଭିନ୍ନ ବ୍ୟବସ୍ଥା ଭିତରେ କାହାକୁ କେତେ ରିହାତି ମିଳିପାରିବ। ଏବେ ଆସନ୍ତୁ...