ନୀଳାମ୍ବର ରଥ ଓଡ଼ିଶା ଷ୍ଟାର୍ଟଅପ ପଲିସିରେ ପଞ୍ଜିକୃତ ସଂସ୍ଥା ପାଇବେ ସୁବିଧା ପର୍ଫମାନ୍ସ ସିକ୍ୟୁରିଟି କ୍ଷେତ୍ରରେ ମଧ୍ୟ ମିଳିବ ରିହାତି ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ଜଣାନ୍ତୁ ଆପଣଙ୍କ ଷ୍ଟାର୍ଟଅପ କମ୍ପାନି ଓଡ଼ିଶାରେ ରହିଛି କି? ଆପଣଙ୍କ କମ୍ପାନି ଓଡ଼ିଶା ଷ୍ଟାର୍ଟଅପ ପଲିସି ୨୦୧୬ ଅଧୀନରେ ପଞ୍ଜିକୃତ ହୋଇଛି କି? କୌଣସି ସରକାରୀ ଟେଣ୍ଡର ପ୍ରକ୍ରିୟାରେ ଆପଣ ଭାଗ ନେଉଛନ୍ତି କି? ତେବେ ଜାଣିରଖନ୍ତୁ, ଆପଣଙ୍କୁ ଦେବାକୁ ପଡ଼ିବ ନାହିଁ ଇଏମଡି...
ରିଟାୟରମେଣ୍ଟ୍ ପ୍ଲାନିଂର କଥା ଉଠିଲେ ଦୁଇଟି ନିବେଶ- ପିପିଏଫ୍ ଓ ଏନପିଏସକୁ ନେଇ ଚର୍ଚ୍ଚା ହୁଏ। ତେବେ ଏହି ଦୁଇଟି ନିବେଶ ମଧ୍ୟରୁ ସର୍ବୋତ୍ତମ କିଏ ? ପିପିଏଫ ଆକାଉଣ୍ଟ୍ ୧୫ ବର୍ଷରେ ମ୍ୟାଚୁର ହୁଏ ଓ ୬ ବର୍ଷ ପରେ ଆଂଶିକ ଉଠାଣ ସୁବିଧା ଏନପିଏସରେ ପ୍ରତିବର୍ଷ ଅତିକମରେ ୧୦୦୦ ଟଙ୍କା ନିବେଶ,ସର୍ବାଧିକ ନିବେଶ ଉପରେ କିଛି ମଧ୍ୟ ପ୍ରତିବନ୍ଧକ ନାହିଁ ଇନକମ୍ ଗ୍ୟାରେଣ୍ଟି ଦୃଷ୍ଟିରୁ ପିପିଏଫ୍...
ଦେଶରେ ଏଣିକି ଶସ୍ତା କଲ୍ କରିବାର ଯୁଗ ସରିବାକୁ ଯାଉଛି। କାରଣ ଏୟାରଟେଲ୍ ଓ ଆଇଡିଆ ପରେ ଏବେ ଜିଓ ନିଜର କଲ୍ ଦର ମହଙ୍ଗା କରିବାକୁ ଯାଉଛି। ଏନେଇ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଜିଓ ଡିସେମ୍ବର ୬ ତାରିଖରୁ ନିଜର କଲ୍ ରେଟ୍ ଓ ଡାଟାର ବ୍ୟବହାର ପାଇଁ ଗ୍ରାହକଙ୍କଠାରୁ ଅଧିକ ଟଙ୍କା ନେବ। ଏଥିପାଇଁ ଜିଓ ତାର ଟାରିଫ୍ ପ୍ଲାନଗୁଡ଼ିକର ମୂଲ୍ୟକୁ ୪୦...
ଯଦି କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ୧୦ଟି କଥାକୁ ମନରେ ରଖନ୍ତୁ,ନହେଲେ କରଜ ଜାଲରେ ଛନ୍ଦି ହୋଇଯିବେ..  ଆପଣଙ୍କ କ୍ରେଡିଟ୍ କାର୍ଡ୍ ଆଉଟଷ୍ଟାଣ୍ଡିଂ ଢେର ଅଧିକ? ଉତ୍ତର ଯଦି ହଁ, ତେବେ ତୁରନ୍ତ ସତର୍କ ହୋଇଯାନ୍ତୁ। ପୁରୁଣା କରଜ ନଶୁଝା ହେବା ପର୍ଯ୍ୟନ୍ତ ନୁଆ କିଛି କିଣନ୍ତୁ ନାହିଁ। ୧ରୁ ୩ ମାସ ମଧ୍ୟରେ ପୁରୁଣା ବକେୟା ସବୁ ଶୁଝିବା ପାଇଁ ରଣନୀତି ତିଆରି କରନ୍ତୁ। ସବୁ...
କେମିତି ଅଳ୍ପ ଅଳ୍ପ ଜମା କରି ସୁରକ୍ଷିତ କରିପାରିବେ ଭବିଷ୍ୟତ NPS କ'ଣ ? ନ୍ୟାସନାଲ ପେନସନ୍ ସିଷ୍ଟମରେ ଯେଉଁ ପେନସନ୍ ଖାତା ଗୁଡିକର ପରିଚାଳନା ହୋଇଥାଏ, ସେଥିରେ ସବସ୍କ୍ରାଇବର ନିୟମିତ ଭାବେ ନିଜ ଯୋଗଦାନ ଦେଇପାରିବେ। ଯାହାଫଳରେ ସେମାନଙ୍କ ପାଇଁ ଅବସରକାଳୀନ ଭତ୍ତା ଯୋଗାଡ ହୋଇଥାଏ। ଏହା ସହ ଯୋଗଦାନ ଅବଧି କାଳରେ ଆୟକରରେ ମଧ୍ୟ ରିହାତି ମିଳିଥାଏ। ଏଭଳି ଅନେକ ଉପାୟ ଅଛି ଯାହା ଜରିଆରେ ଆପଣ ଟିୟର...
ଚଳିତବର୍ଷ ଅନେକ କମ୍ପାନି ବଜାରରେ ଫୋଲ୍‌ଡ ସ୍ମାର୍ଟଫୋନ ଲଞ୍ଚ୍‌ କରିଛନ୍ତି। ନିକଟରେ ସାମସଙ୍ଗ୍‌ କମ୍ପାନି ଗାଲାକ୍ସି ଫୋଲ୍‌ଡ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଥିଲା। ସେହିପରି ହୁଆୱି ମଧ୍ୟ ମେଟ୍‌ ଏକ୍ସ ନାଁରେ ଏକ ଫୋଲ୍‌ଡ ସ୍ମାର୍ଟଫୋନ ଲଞ୍ଚ୍‌ କରିଥିଲା। ବର୍ତ୍ତମାନ ଏହି ଧାରାରେ ସାମିଲ ହୋବକୁ ଯାଉଛି ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି। ନିକଟରେ ସାଓମି ଏକ ଫୋଲ୍‌ଡ ସ୍ମାର୍ଟଫୋନ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଥିବା କମ୍ପାନି ପକ୍ଷରୁ କୁହାଯାଇଛି।...
ସାଧାରଣ ଫ୍ୟାନ୍ ମୂଲ୍ୟରେ ଲୋକଙ୍କୁ ମିଳିପାରିବ ଏୟାର କୁଲର। ରାଜପଥ ଗ୍ରୁପ ପକ୍ଷରୁ ‘ପ୍ୟାଟ୍‌ରିଅଟ୍ ଫରାଟା’ ନାମକ ଏୟାର କୁଲର ବଜାରକୁ ଛଡ଼ାଯାଇଛି। ଏହାକୁ ଲୋକମାନେ ସାଧାରଣ ଫ୍ୟାନ୍ ମୂଲ୍ୟରେ କିଣିପାରିବେ। ‘‘ଗରମ ଦିନରେ ସାଧାରଣ ଲୋକମାନେ ଫ୍ୟାନର ଗରମ ପବନରେ ଦିନ କାଟିଥା’ନ୍ତି। ସାଧାରଣ ପରିବାରଟିଏ ଘରେ ଏସି ଲଗାଇବାକୁ ସକ୍ଷମ ହୋଇନଥାଏ। ଏହିଭଳି ପରିବାର ପାଇଁ ପ୍ୟାଟ୍‌ରିଅଟ୍ ଫରାଟା ଏୟାର କୁଲର ସହାୟକ ହୋଇପାରିବ, ’’ପ୍ୟାଟ୍‌ରିଅଟ୍ କମ୍ପାନିର...
ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟରେ ପୁଣି ଫେରିଲା ‘ବିଗ୍‌ ସପିଂ ଡେଜ୍‌’। ଏଥର ବିଗ୍‌ ସପିଂ ଡେଜ୍‌ ଡିସେମ୍ବର ୧ରୁ ଆରମ୍ଭ ହୋଇ ଡିସେମ୍ବର ୫ ଯାଏଁ ୫ଦିନ ଧରି ଚାଲିବ। ଏହି ସମୟ ମଧ୍ୟରେ ବିଭିନ୍ନ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌, ଫେସନ, ଘରୋଇ ଆସବାବପତ୍ର ଏବଂ ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ଭାରି ମାତ୍ରାରେ ରିହାତି ମିଳିବ। ତେବେ ଫ୍ଲିପ୍‌ କାର୍ଟ ଫ୍ଲସ୍‌ ୟୁଜରମାନେ ବିଗ୍‌ ସପିଂ ଡେଜ୍‌ର ଫାଇଦା ଗୋଟେ ଦିନ...
ବାପା ମା'ଙ୍କ ପାଇଁ ଅନ୍ୟତ୍ର ଘର ଭଡା ନେଇଥିଲେ ସେଥିଲାଗି କର ରିହାତି ମିଳିବ ନାହିଁ। ଘର ଭଡା ଉପରେ ଆୟକର ରିହାତି ମିଳିଥାଏ। କିନ୍ତୁ ଆମ ଭିତରୁ ଅନେକ ଦୁଇ ଦୁଇଟି ସ୍ଥାନରେ ଘର ଭଡା ନେଇଥାନ୍ତି। ଯେମିତି ମୋର ଜଣେ ସହକର୍ମୀ ଭୁବନେଶ୍ୱରରେ ନିଜେ ରହିବା ପାଇଁ ଘର ଭଡା ନେଇଥିବା ବେଳେ ବ୍ରହ୍ମପୁରରେ ରହୁଥିବା ତାଙ୍କ ପିତାମାତା ମଧ୍ୟ ଘର ଭଡା ନେଇଛନ୍ତି। ମୋ ସହକର୍ମୀଙ୍କୁ...
ନୂଆ ବୀମା ଗାଇଡ୍ ଲାଇନ୍ସ ଆପଣଙ୍କୁ ଦେବ ଅଧିକ ଫାଇଦା ବୀମା କମ୍ପାନୀ ଡିସେମ୍ବର 1ରୁ ଆଇଆରଡିଏଆଇର ନୂଆ ଗାଇଡ୍ ଲାଇନ୍ସ ଲାଗୁ ହେବା ପୂର୍ବରୁ ବିଭିନ୍ନ ଅଫର ଆଣିଛନ୍ତି। ଆଗକୁ ନୂଆ ପ୍ଲାନରେ ଅଧିକ ପ୍ରିମିୟମ୍ ଦେବାକୁ ପଡିବ, ’ରିଟର୍ଣ୍ଣ ଉପରେ କମ ଗ୍ୟାରେଣ୍ଟି ରହିବ ବୋଲି କହି ଗ୍ରାହକଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରୁଛନ୍ତି। ତେବେ ସତ ହେଲା ଏହି ଲିଟିଟେଡ୍ ପିରିୟଡ୍ ଅଫର ପଛରେ ସୁଚିନ୍ତିତ...