ଜାଣନ୍ତୁ ସେହି ୫ଟି କାରଣ ବିଷୟରେ ଯେଉଁଥିପାଇଁ କ୍ରେଡିଟ୍ କାର୍ଡ ବେଶି ବ୍ୟବହାର ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ହାନିକାରକ। କ୍ରେଡିଟ୍ କାର୍ଡର ଫାଇଦା ରହିଛି। ଆପଣଙ୍କ ଆକାଉଣ୍ଟ୍ ଖାଲି ଥିଲେ ମଧ୍ୟ ଆପଣ କିଣାକିଣି କରିପାରିବେ। ହାତ ଉଧାରି ନେବାକୁ ପଡିବ ନାହିଁ। ଏଥିରୁ କ୍ରେଡିଟ୍ ସ୍କୋର ମଧ୍ୟ ଜେନରେଟ୍ ହୋଇଥାଏ। ଯେଉଁଥିରୁ ଭବିଷ୍ୟତରେ ଆପଣଙ୍କୁ କମ ସୁଧରେ ଲୋନ୍ ମଧ୍ୟ ମିଳିପାରିବ। ଏତେ ଫାଇଦା ସତ୍ୱେ ଯଦି...
ସହଦେବ ସାହୁ ‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍। ଆଜି ଏଥିରେ ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା।   କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ବେଶ୍ ପରିଚିତ ନାମ ‘ରୁଚି’ର ମାଲିକ ଶ୍ରୀ ଶରତ କୁମାର ସାହୁ। କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ତାଙ୍କ ବ୍ରାଣ୍ଡର ଖ୍ୟାତି...
ଦୁନିଆରେ ବର୍ତ୍ତମାନ ସ୍ମାର୍ଟଫୋନ୍‌ ଅପରେଟିଂ ସିଷ୍ଟମରେ ଆଣ୍ଡ୍ରଏଡ୍‌ର ଚାହିଦା ବେଶ୍‌ ଅଧିକ। ମାଇକ୍ରୋସଫ୍ଟ କିମ୍ବା ଆଇଓଏସ୍‌ ଅପରେଟିଂ ସିଷ୍ଟମ ତୁଳନାରେ ସବୁ ଶ୍ରେଣୀର ଲୋକେ ଆଣ୍ଡ୍ରଏଡ୍‌କୁ ଅଧିକ ପସନ୍ଦ କରୁଛନ୍ତି। ତେଣୁ ମାର୍କେଟ୍‌ ସେୟାରିଂରେ ଆଣ୍ଡ୍ରଏଡ୍‌ର ଏକଚାଟିଆ ବ୍ୟବସାୟ ଚାଲିଛି। ତେବେ ଏହାର ଅନ୍ତ ହେବାକୁ ଯାଉଛି କି? ମୋବାଇଲ୍‌ ଅପରେଟିଂ ସିଷ୍ଟମ ଦୁନିଆରେ ପାଦ ରଖିବାକୁ ଯାଉଛି ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌। ରିପୋର୍ଟ ଅନୁଯାୟୀ, ମାଇକ୍ରୋସଫ୍ଟର ମାର୍କ...
ଆପଣଙ୍କ ମାସିକିଆ ବଜେଟ ଯଦି ମୁଣ୍ଡବିନ୍ଧାର କାରଣ ତେବେ ଏହି ଉପାୟ ହେଉଛି ରାମବାଣ.. ଦେଶ ପାଇଁ ଯେମିତି ବଜେଟ୍ ଜରୁରୀ ଆପଣଙ୍କ ପାଇଁ ମଧ୍ୟ ବଜେଟ୍ ସେମିତି ଆବଶ୍ୟକ। ବଜେଟ୍ ଆପଣଙ୍କୁ ନିଜ ଆୟ ଓ ବ୍ୟୟ ଉପରେ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ। ଏହା ମଧ୍ୟ ଆପଣଙ୍କ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ କରେ। ଆପଣଙ୍କ ଆୟ ଓ ବ୍ୟୟ ସ୍ଥିର ରହିଲେ, ଆପଣ ନିଜ ସମ୍ପତ୍ତି ବଢାଇ...
ସରିବାକୁ ଯାଉଛି ୨୦୧୯ ବର୍ଷ। ନୂଆ ବର୍ଷକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସୋମବାର ଏକ ନୂଆ ଅଫର ଲଞ୍ଚ୍‌ ହୋଇଛି। ଏହାର ନାଁ ହେଉଛି ୨୦୨୦ ହାପି ନ୍ୟୁ ଇଅର ଅଫର। ଏହି ଅଫର ଜରିଆରେ ଗ୍ରାହକ ଅନ୍‌ଲିମିଟେଡ୍‌ କଲିଂ, ଦିନକୁ ଦେଢ଼ ଜିବି ଡାଟା ଏବଂ ଏସ୍‌ଏମ୍‌ଏସ୍‌ ପୂରା ୧ ବର୍ଷ ପାଇଁ ପାଇପାରିବେ। ଏଥିପାଇଁ ତାଙ୍କୁ ରିଚାର୍ଜ କରିବାକୁ ପଡ଼ିବ ନୂଆ ୨୦୨୦...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଚଳିତବର୍ଷ ମେ ମାସରେ ଚୀନ୍‌ ଲଞ୍ଚ୍‌ କରିଥିଲା Vivo S1 Pro ସ୍ମାର୍ଟଫୋନ୍‌। ବର୍ତ୍ତମାନ ଏହାକୁ ଭାରତୀୟ ବଜାରରେ ଛାଡ଼ିବା ପାଇଁ କମ୍ପାନି ପ୍ରସ୍ତୁତ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ଜାନୁଆରି ମାସରେ ଭାରତରେ Vivo S1 Pro ସ୍ମାର୍ଟଫୋନ୍‌ ଲଞ୍ଚ୍‌ ହୋଇପାରେ। ତେବେ ଏପର୍ଯ୍ୟନ୍ତ କମ୍ପାନି ପକ୍ଷରୁ ଏହାର ଲଞ୍ଚିଂ ତାରିଖ ଘୋଷଣା କରାଯାଇନାହିଁ। Vivo S1 Pro ସ୍ମାର୍ଟଫୋନ୍‌...
ହ୍ୱାଟ୍ସଆପ୍, ଟେଲିଗ୍ରାମ ଭଳି ସରକାର ଆଣୁଛନ୍ତି ନୂଆ ମେସେଜିଂ ଆପ୍‌ GIMS। ପରୀକ୍ଷା କରୁଛି ଭାରତୀୟ ନୌସେନା। ଭାରତ ସରକାର ଆଣୁଛନ୍ତି ଏକ ମଲ୍‌ଟିମିଡିଆ ମେସେଜିଂ ଆପ୍‌ GIMs। ଏହାର ଫୁଲ୍‌ଫର୍ମ ହେଉଛି ଗଭର୍ଣ୍ଣମେଣ୍ଟ ଇନ୍‌ଷ୍ଟାଣ୍ଟ ମେସେଜିଂ ସିଷ୍ଟମ। ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ ଭଳି ଏଥିରେ ଆପଣ ନିଜ ବନ୍ଧୁଙ୍କ ସହ ଚାଟିଂ କରିପାରିବେ। ତେବେ ଫରକ କେବଳ ଏତିକି ଯେ, ଏହାର ଭାରତର ନିଜସ୍ୱ ଟେକ୍ନୋଲୋଜିରେ ନିର୍ମାଣ କରାଯାଇଥିବା...
ଫାଇନାନ୍ସିଆଲ ପ୍ଲାନିଂରେ ଟର୍ମ ପଲିସି କିଣିବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଟର୍ମ ପଲିସି ସବୁ ବିଶେଷଜ୍ଞଙ୍କ ପରାମର୍ଶ ତାଲିକାରେ ସବୁଠାରୁ ଆଗରେ ଥାଏ। ଆକସ୍ମିକ ବିପତ୍ତି ଯେମିତି ପଲିସି ଧାରକଙ୍କ ମୃତ୍ୟୁ ଭଳି ପରିସ୍ଥିତିରେ ଟର୍ମ ପଲିସି ପରିବାରକୁ ଆର୍ଥିକ ସୁରକ୍ଷା ଦେଇଥାଏ। ତେବେ ଏଥିରେ ପ୍ଲାନର ମ୍ୟାଚୁରିଟି ପରେ ପଲିସି ଧାରକଙ୍କୁ କୌଣସି ଟଙ୍କା ମିଳିନଥାଏ। ଟର୍ମ ପ୍ଲାନରେ ବୀମା କିଣୁଥିବା ବ୍ୟକ୍ତି ଆଗରୁ ନିର୍ଦ୍ଧାରିତ ସମୟ...
ଭୋଡାଫୋନ ଭାରତରେ ୪ଟି ନୂଆ ରିଚାର୍ଜ ପ୍ଲାନ୍‌ ଜାରି କରିଛି। ଏହି ନୂଆ ପ୍ଲାନ୍‌ଗୁଡ଼ିକରେ ଗ୍ରାହକ ଅନ୍‌ଲିମିଟେଡ୍‌ କଲିଂ ଏବଂ ଡାଟାର ସୁବିଧା ପାଇପାରିବେ। ଏହାସହିତ ଭୋଡାଫୋନ ପ୍ଲେ ଏବଂ ଜି୫ର ସବ୍‌ସ୍କ୍ରିପସନ ମଧ୍ୟ ମାଗଣାରେ ମିଳିବ। କମ୍ପାନି ପକ୍ଷରୁ ଜାରି  ହୋଇଥିବା ପ୍ଲାନ୍‌ଗୁଡ଼ିକ ହେଲା ୧୨୯ ଟଙ୍କା, ୧୯୯ ଟଙ୍କା ଏବଂ ୨୬୯ ଟଙ୍କା। ଏହା ସହିତ କମ୍ପାନି ୨୪ ଟଙ୍କାର ଆଉ ଏକ ରିଚାର୍ଜ ପ୍ଲାନ୍‌ ଜାରି...
ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଆୟୁର୍ବେଦ ବୁଧବାର ରୁଚି ସୋୟା କମ୍ପାନିକୁ କିଣିଛି। ସୋୟା ଫୁଡ୍‌ ବ୍ରାଣ୍ଡ ନ୍ୟୁଟ୍ରେଲା ଏବଂ ଖାଇବା ତେଲ ନିର୍ମାତା କମ୍ପାନି ‘ରୁଚି ସୋୟା’ ବ୍ୟାଙ୍କ ଋଣ ଶୁଝି ନପାରି ଦେବାଳିଆ ଅବସ୍ଥାରେ ଥିଲା। ବୁଧବାର ପତଞ୍ଜଳୀ ୪,୩୫୦ କୋଟି ଟଙ୍କା ଋଣ ଶୁଝି ରୁଚି ସୋୟାକୁ ନିଜ ଅଧିନକୁ ଆଣିଛି। ଏହା ପତଞ୍ଜଳୀର ସବୁଠାରୁ ବଡ଼ ଅଧିଗ୍ରହଣ ବୋଲି କୁହାଯାଉଛି। ଏହି ଅଧିଗ୍ରହଣରେ ରୁଚି...