ଉନ୍ନତମାନର ଲାଇଭ୍ ଷ୍ଟ୍ରିମିଂ ସେବା ଏକାଧିକ ସୋସିଆଲ୍ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ ତା’ ସାଙ୍ଗକୁ ଅତ୍ୟାଧୁନିକ ଭିଡିଓ ପ୍ରଡକ୍ସନ ଓଡ଼ିଶାର ଆଗଧାଡ଼ିର ମିଡିଆ ଏଜେନ୍ସି ‘ଓଏଲ୍ ଡିଜିଟାଲ୍‌’ (ଓଡ଼ିଶାଲାଇଭ୍ ମିଡିଆର ଏକ ଅଂଶ) ପକ୍ଷରୁ ଲାଇଭ୍ ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କମ୍ପାନି ଏହି ଡିଜିଟାଲ୍ ସେବା ଦେଉଛି। ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ବେଳେ ୱେବସାଇଟ୍ ଏବଂ ସୋସିଆଲ୍ ମିଡିଆରେ ସିଧା ପ୍ରସାରଣ ଏକ ନୂଆ ଧାରାରେ ପରିଣତ ହୋଇଛି। ବିଶେଷକରି ବଡ଼ ବଡ଼ ଇଭେଣ୍ଟ...
ମାନସ ପଣ୍ଡା ‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍।  ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା। ରାଜ୍ୟ କି ଦେଶ ବାହାରକୁ ଗଲେ ସମସ୍ତଙ୍କ ପରି ସେ ପାହାଡ଼-ଝରଣା ଘୂରି ବୁଲନ୍ତିନି - ନୂଆ ଟେକ୍ନୋଲୋଜି ଖୋଜନ୍ତି ବିଦେଶର କେଉଁ ଭଲ ଜିନିଷଟି ଓଡ଼ିଶା ମାଟିକୁ ଆଣିହେବ ସେ କଥା ଚିନ୍ତା କରନ୍ତି।...
୨୦୨୦-୨୧ ଆର୍ଥିକ ବଜେଟ୍‌ରେ ରାଜ୍ୟ ସରକାର ସ୍ଵାସ୍ଥ୍ୟକୁ ଅଧିକ ଗୁରୁତ୍ଵ ଦେଇଛନ୍ତି। ଏନେଇ ଅର୍ଥମନ୍ତ୍ରୀ ସ୍ଵାସ୍ଥ୍ୟ ବାବଦକୁ ୭ ହଜାର ୭୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ବିଗତ ବର୍ଷ ତୁଳନାରେ ୧୪ ପ୍ରତିଶତ ଅଧିକା ରହିଥିବା ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ବିଜୁସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ପୁରୁଷ ହିତାଧିକାରୀଙ୍କ କ୍ଷେତ୍ରରେ ପରିବାର ପିଛା ୫ ଲକ୍ଷ ଟଙ୍କା ଓ ମହିଳା ହିତାଧିକାରୀଙ୍କ କ୍ଷେତ୍ରରେ ୧୦...
ମୋ' ସ୍କୁଲକୁ  ୪୦ କୋଟି, ମୋ' କଲେଜକୁ ୨୦ କୋଟି। ଓଡ଼ିଶା ବଜେଟ୍‌-୨୦୨୦-୨୧ରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ବଜେଟ୍‌ରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ ୨୨ ହଜାର ୬୩୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ମୋ' ସ୍କୁଲ ଏବଂ ମୋ' କଲେଜ ପାଇଁ ସରକାର ନିଜ ପେଡ଼ି ଖୋଲିଦେଇଛନ୍ତି। -ଶିକ୍ଷା ଅଭିଯାନ ପାଇଁ ୩...
କାଳିଆ ଯୋଜନା ପାଇଁ ୩୧୯୫ କୋଟି ଟଙ୍କାର ବ୍ୟୟବରାଦ। କୃଷି ଓ କୃଷକଙ୍କ ବିକାଶ ବିକାଶ ବିନା ରାଜ୍ୟର ବିକାଶ ଅସମ୍ଭବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୃଷି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ଵ ଦେଇ ଆସୁଛନ୍ତି। କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ମୋଟ ୧୯ ହଜାର ୪୦୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଗତ କିଛି ବର୍ଷ ହେଲା ରାଜ୍ୟ ସରକାର ସ୍ୱତନ୍ତ୍ର ବଜେଟ୍‌...
ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଉପସ୍ଥାପିତ ହେଲା ଇ-ବଜେଟ୍‌। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଛି ଓଡ଼ିଶା ବଜେଟ୍‌। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍‌କୁ ଉପସ୍ଥାପନା କରିଛନ୍ତି। ଚଳିତ ବର୍ଷ ଆର୍ଥିକ ବଜେଟ୍‌ରେ ଅର୍ଥମନ୍ତ୍ରୀ ମୋଟ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରର ଦ୍ଵିତୀୟ ବଜେଟ୍‌। ଏଥରର...
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସରକାର ମହଙ୍ଗା ଭତ୍ତା ୫ ପ୍ରତିଶତ ବଢ଼ାଇଛନ୍ତି। ଜାନୁଆରି ୧ ତାରିଖରୁ ପିଛିଲା ଭାବେ ଏହା ଲାଗୁ କରାଯାଇଛି। ଏବେ ସରକାରୀ କର୍ମଚାରୀମାନେ ନିଜ ମୂଳ ଦରମା ସହିତ ୫ ପ୍ରତିଶତ ଅଧିକ ଦରମା ପାଇବେ। ଗୁରୁବାର ସପ୍ତମ ବେତନ କମିସନର ବକେୟା ଅର୍ଥର ୧୦ ପ୍ରତିଶତ କର୍ମଚାରୀଙ୍କୁ ଦେବା ପାଇଁ ସରକାର ଘୋଷଣା କରିଥିଲେ। ଏହାର ୨୪ ଘଣ୍ଟା...
ସ୍ମାର୍ଟ ଫୋନ୍ ମୋବାଇଲ୍ କମ୍ପାନି ଓପ୍ପୋ ତା’ର F15 ମଡେଲକୁ ଲଞ୍ଚ୍ କରିଛି। F11 Pro ଓ f9 Proର ଅପଗ୍ରେଡ୍ ଭର୍ସନ ଭାବେ କମ୍ପାନି ଏହି ଫୋନକୁ ଲଞ୍ଚ୍ କରିଛି। ଗ୍ରାହକମାନେ ଏହି ଫୋନରେ ୪୮ ମେଗାପିକ୍ସେଲ୍ କ୍ୟାମେରା ପାଇପାରିବେ। ଏହି ଫୋନ୍ ଫଟୋ ଓ ଭିଡିଓ କରିବା ପାଇଁ ଉପଯୁକ୍ତ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏଥିସହିତ ଏଥିରେ ଗ୍ରାହକମାନେ ୮ ଜିବି RAM ସହିତ...
‘କୃଷି ଓଡ଼ିଶା-୨୦୨୦’ରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କହିଲେ – ଯୁବ ଚାଷୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବା ରାଜ୍ୟ ଓ ଦେଶ ପାଇଁ ଶୁଭସଙ୍କେତ। ‘‘ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କୃଷି ବଜେଟ୍‌ ଏବଂ କୃଷି ନୀତି ଚାଷୀଙ୍କ ମୁହଁରେ ହସ ଫୁଟାଇଛି। ଦିନକୁ ଦିନ ବହୁ ଯୁବ ଚାଷୀ ଚାଷ ପ୍ରତି ଆକର୍ଷିତ ହେଉଛନ୍ତି। ଏହା ହେଉଛି ଆମ ରାଜ୍ୟ...
  ଉଚ୍ଚଶିକ୍ଷା ବିଭାଗ ପରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ମଧ୍ୟ ଗୁରୁବାର ୫- ଟି ଅଧୀନକୁ ଆସିଛି। ଏନେଇ କୃଷି ବିଭାଗ ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି। କୃଷି ବିଭାଗ ୫- ଟି ଅଧୀନକୁ ଆସିବା ପରେ ଏଣିକି ଚାଷୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ କରାଯିବ। ବିଭିନ୍ନ ବିଷୟରେ ଚାଷୀମାନଙ୍କଠାରୁ ମତାମତ ଗ୍ରହଣ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଚାଷୀମାନେ ସେମାନଙ୍କର ଅଭିଯୋଗକୁ କାଳିଆ ଅଭିଯୋଗ ପୋର୍ଟାଲ...