କୌଣସି କୋର୍ସ କରିବା ପାଇଁ ଲୋନ୍ ମିଳୁଛି ବୋଲି ସେହି କୋର୍ସ କରନ୍ତୁ ନାହିଁ କିମ୍ବା ନିଜ ଶିକ୍ଷାଗତ ଯୋଗ୍ୟତାରେ ଅଧିକ ଡିଗ୍ରୀ ଯୋଗ କରିବା ପାଇଁ ଲୋନ୍ ନିଅନ୍ତୁ ନାହିଁ, କାରଣ ଡିଗ୍ରୀ ଚାକିରି ମିଳିବାର ଗ୍ୟାରେଣ୍ଟି ନୁହେଁ। ଆଜିର ସମୟରେ ଶିକ୍ଷା ଖର୍ଚ୍ଚ ବହୁତ ଅଧିକ ହୋଇଗଲାଣି। ସାଧାରଣ ପ୍ରାଇଭେଟ୍ ସ୍କୁଲ ଫି' ମଧ୍ୟ ମାସିକ କେଇ ହଜାର ଟଙ୍କା ହୋଇଥାଏ। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ପୂରା ହେବା...
ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଝାରସୁଗୁଡ଼ାରେ ୧୦୦ ଶଯ୍ୟାବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଉଦଘାଟନ୍ କରିଛନ୍ତି। ଝାରସୁଗୁଡ଼ାରେ ଉଦଘାଟିତ ହେଲା ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କଲେ ଉଦଘାଟନ୍ ହସ୍ପିଟାଲରେ ରହିଛି ୧୦୦ଟି ଶଯ୍ୟା ଓ ୧୦ଟି ଆଇସିୟୁ ବେଦାନ୍ତ ଓ ଡିଏମ୍ଏଫ୍ ଝାରସୁଗୁଡ଼ାର ମିଳିତ ସହାୟତାରେ ନିର୍ମାଣ ହୋଇଛି ହସ୍ପିଟାଲ ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ। ୧୦୦ ଶଯ୍ୟା ଏବଂ ୧୦ଟି ଆଇସିୟୁ...
କରୋନା ବିଷୟରେ ସୂଚନା ଦେବ ଆରୋଗ୍ୟ ସେତୁ ଆପ୍‌, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍‌? ଚଳିତ ବର୍ଷ ଜାନୁଆରି ମାସରେ ଦେଶର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଏହି ମହାମାରୀରୁ ବଞ୍ଚିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରୋଗ୍ୟ ସେତୁ ମୋବାଇଲ ଆପ୍‌ ଲଞ୍ଚ ହୋଇଥିଲା। ଏହି ଆପ୍‌ ଆପଣଙ୍କ ଆଖପାଖରେ ଥିବା କରୋନା ପିଜିଟିଭଙ୍କ ବିଷୟରେ...
ଭାସ୍କର ପରିଚ୍ଛା କରୋନା ସଂକ୍ରମଣକୁ ରୋକିବା ପାଇଁ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନ ଅବଧିକୁ ଆହୁରି ୩ ଦିନ ବଢାଇଛନ୍ତି। ଅର୍ଥାତ ମେ’ ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ କୌଣସି ଅର୍ଥନୈତିକ ଗତିବିଧି ସମ୍ଭବ ନୁହେଁ। ଏଣୁ କରୋନା ଯୋଗୁଁ ଓଡ଼ିଶାର ଆର୍ଥିକ ଅବସ୍ଥା ଖରାପ ହେବା ବର୍ତ୍ତମାନଠାରୁ ସ୍ପଷ୍ଟ ଦେଖାଗଲାଣି। ଲକଡାଉନ ନଉଠିବା ପର୍ଯ୍ୟନ୍ତ ସାଧାରଣ ଜୀବନ ଯାତ୍ରା ବି ସମ୍ଭବ ନୁହେଁ। ଏହି...
ଏମିତିରେ ଆପଣଙ୍କୁ ବଞ୍ଚାଇପାରେ ଧାରା ୮୦ ଜି’। ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ରେ ଯଦି ଆପଣଙ୍କ କରଯୋଗ୍ୟ ଆୟ ୫ ଲକ୍ଷରୁ କମ ତେବେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ। କିନ୍ତୁ ଯଦି ଆପଣଙ୍କ ବାର୍ଷିକ ଆୟ ୫ ଲକ୍ଷରୁ ଟଙ୍କାଏ ବି ଅଧିକ ତେବେ ଆପଣଙ୍କୁ ସ୍ଲାବ୍ ହିସାବରେ ପୁରା ଟ୍ୟାକ୍ସ ଦେବାକୁ ପଡ଼ିବ। ଆୟକର ଧାରା ୮୭ ଏ’ ଅନୁସାରେ ଯଦି ଆପଣଙ୍କ ଆୟ...
ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର କର୍ପସ ପାଣ୍ଠିର ୫୪୫ କୋଟି ଟଙ୍କା ସୁରକ୍ଷିତ ଅଛି ତ? ୟେସ୍ ବ୍ୟାଙ୍କ ଦେବାଳିଆ ଘୋଷିତ ହେବା ଦ୍ୱାରା ଜଗନ୍ନାଥଙ୍କ କୋଟି କୋଟି ଟଙ୍କା ବୁଡ଼ିଯିବନି ତ? ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଘରୋଇ ୟେସ୍ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିବା ପରେ ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୟେସ୍ ବ୍ୟାଙ୍କରେ ଏବେ ଶ୍ରୀମନ୍ଦିର କର୍ପସ ପାଣ୍ଠିର ୫୪୫ କୋଟି...
୬ ମାସର ମହଲତ ଶେଷ ହୋଇଛି। କାଲିଠୁ ନିସ୍ତାର ନାହିଁ। ବେପରୁଆ ଗାଡ଼ି ଚାଳନା କରୁଥିବା ଏବଂ ଟ୍ରାଫିକ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କୁ ଧରିବା ପାଇଁ ପୋଲିସ ପ୍ରସ୍ତୁତ ହୋଇ ରହିଛି। ଆସନ୍ତାକାଲିଠୁ ରାଜ୍ୟରେ ଜୋରଦାର ଟ୍ରାଫିକ ଧରପଗଡ଼ କରିବାକୁ ପରିବହନ କମିସନର ସବୁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ୧୦ଟି ଦିଗ ପ୍ରତି ଧ୍ୟାନ ଦେବାକୁ କମିସନର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ମଦ୍ୟପ ଡ୍ରାଇଭର...
ଆସନ୍ତାକାଲିଠାରୁ ମାର୍ଚ୍ଚ ମାସ ଆରମ୍ଭ ହେବାକୁ ଯାଉଛି। ମାର୍ଚ୍ଚ ୧ରୁ ସାରା ଦେଶରେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆପଣଙ୍କ ପକେଟ୍‌ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ନିୟମଗୁଡ଼ିକ ଆପଣଙ୍କ ଯାନବାହନଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ସହିତ ଜଡ଼ିତ। ତେବେ ଆସନ୍ତୁ ଜାଣିବା, ଆସନ୍ତାକାଲିଠୁ ଦେଶରେ କେଉଁ ନିୟମରେ ପରିବର୍ତ୍ତନ ହେବ ଏବଂ ଏହା ଆପଣଙ୍କ ଉପରେ କି ପ୍ରଭାବ ପକାଇବ। SBI ଗ୍ରାହକଙ୍କ...
ଡକ୍ଟର ଗୌରହରି ଦାସ ‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍।  ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା। ଓଡ଼ିଶାର ଅନେକ ଅଭାବ ଭିତରୁ ଗୋଟିଏ ଅଭାବ ହେଉଛି ସଫଳ କାହାଣୀର ଅଭାବ। ଏଠି ସଫଳ କାହାଣୀର ଅର୍ଥ ସଫଳ ଉଦ୍‌ଯୋଗୀ ଓଡ଼ିଆମାନଙ୍କର କାହାଣୀ। ଏଭଳି ସଫଳ ଲୋକଙ୍କ ସଂଖ୍ୟା ହାତଗଣତି ହେବ, ଯେଉଁମାନେ...
କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଙ୍ଗଳବାର କୋରାପୁଟ ଦାମନଯୋଡ଼ି ନାଲ୍‌କୋର କ୍ରସର ଏବଂ କନ୍‌ଭେୟରର ସିଷ୍ଟମ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରଣାଳି ଦ୍ୱାରା କମ୍ପାନୀର ଆଲୁମିନା ବିଶୋଧନର ପଞ୍ଚମ ସ୍ରୋତ ପାଇଁ ବକ୍ସାଇଟ୍ ଯୋଗାଣ ବୃଦ୍ଧି ହୋଇପାରିବ। ଏହି ପ୍ରକଳ୍ପଟି ଏପ୍ରିଲ ୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଓ ଏଥିପାଇଁ ପ୍ରକଳ୍ପ ମୂଲ୍ୟ ୪୮୩ କୋଟି ରହିଛି। ଏନେଇ ପ୍ରହ୍ଲାଦ ଯୋଶୀ କହିଛନ୍ତି, "ଆଗାମୀ...