ବୀମା କ୍ଷେତ୍ରରେ ସବୁଠାରୁ ବଡ଼ କମ୍ପାନି ଜୀବନବୀମା ନିଗମର ପ୍ରସ୍ତାବିତ ଆଇପିଓ ଆସନ୍ତା ଅକ୍ଟୋବର ବେଳକୁ ଆସିପାରେ। ସେତେବେଳେ ଏଲ୍‌ଆଇସିକୁ ଲିଷ୍ଟିଙ୍ଗ କରାଯିବ। କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର ରବିବାର ଦିନ ଏହା କହିଛନ୍ତି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଘୋଷଣା ବେଳେ କହିଥିଲେ ପରବର୍ତ୍ତୀ ଆର୍ଥିକ ବର୍ଷରେ ଭାରତୀୟ ଜୀବନବୀମା ନିଗମର ପ୍ରାରମ୍ଭିକ ସାର୍ବଜନୀନ ନିର୍ଗମନ ବା ଇନିସିଆଲ ପବ୍ଲିକ ଅଫରିଙ୍ଗ ଆସିବ। ରାଜୀବ କୁମାର...
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ବଜେଟ୍‌ରେ ବିଭିନ୍ନ କ୍ଷେତ୍ର ପ୍ରତି ଗୁରୁତ୍ୱ ଦିଆଯାଇଛି। ତେବେ କେଉଁ ସେକ୍ଟର ପ୍ରତି କେତେ ଟଙ୍କା ବ୍ୟୟବରାଦ ହୋଇଛି ଜାଣନ୍ତୁ। ସ୍ୱଚ୍ଛ ଭାରତ ପାଇଁ ୧୨,୩୦୦ କୋଟି ମୋଦୀ ସରକାରଙ୍କ ସବୁଠୁ ବଡ଼ ଫ୍ଲେକ୍ସିବୁଲ୍‌ କାର୍ଯ୍ୟକ୍ରମ ହେଉଛି ‘ସ୍ୱଚ୍ଛ ଭାରତ’। ପରିବେଶକୁ ସ୍ୱଚ୍ଛତା ରଖିବାର ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଥିଲା।...
  ଆୟ ଆୟକର ୦ରୁ ୨.୫ ଲକ୍ଷ ଛାଡ଼ ୨.୫ରୁ ୫ଲକ୍ଷ ୫ ପ୍ରତିଶତ ୫ରୁ ୭.୫ ଲକ୍ଷ ୧୦ ପ୍ରତିଶତ ୭.୫ରୁ ୧୦ ଲକ୍ଷ ୧୫ ପ୍ରତିଶତ ୧୦ ଲକ୍ଷରୁ ୧୨.୫ ଲକ୍ଷ ୨୦ ପ୍ରତିଶତ ୧୨.୫ ଲକ୍ଷରୁ ୧୫ ଲକ୍ଷ ୨୫ ପ୍ରତିଶତ ୧୫ ଲକ୍ଷରୁ ଅଧିକ ୩୦ ପ୍ରତିଶତ   ୨୦୨୦-୨୧ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ଉପରେ ବଡ଼ ଘୋଷଣା କରିଛନ୍ତି। ବର୍ଷକୁ କେତେ ଟଙ୍କା ଆୟ କଲେ କେତେ ଟଙ୍କା ଟିକସ ଦେବାକୁ ପଡ଼ିବ ସେ ସମ୍ପର୍କରେ ନୂଆ ନିୟମ ଘୋଷଣା...
ବଜେଟ୍‌ ୨୦୨୦: ପିଏମ୍‌ ଉଡାନ୍‌ ସ୍କିମ୍‌ ଅଧିନରେ ୧୦୦ଟି ନୂଆ ବିମାନ ବନ୍ଦର ନିର୍ମାଣ କରାଯିବ। ଦେଶର ବିମାନ ଯାତ୍ରୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ପିଏମ୍‌ ଉଡାନ୍‌ ସ୍କିମ୍‌ ଅଧିନରେ ଖୁବ୍‌ଶୀଘ୍ର ଦେଶରେ ୧୦୦ଟି ନୂଆ ବିମାନ ବନ୍ଦର ହେବ। ୨୦୨୪ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ ବୋଲି ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଦିନକୁ ଦିନ ବିମାନ...
ଆସନ୍ତାକାଲି ଲୋକସଭାରେ ଉପସ୍ଥାପନା ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନା କରିବେ। ତେବେ ଏହାକୁ ଦୃଷ୍ଟିରେ ରଖି ଶନିବାର ଷ୍ଟକ୍‌ ମାର୍କେଟ୍‌ ଖୋଲା ରହିବ। ଏନେଇ ଭାରତର ଦୁଇ ଷ୍ଟକ୍‌ ମାର୍କେଟ୍‌ ବମ୍ବେ ଷ୍ଟକ୍‌ ଏକ୍ସଜେଞ୍ଜ ଏବଂ ନାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସାଧାରଣତଃ ଶନିବାର ଷ୍ଟକ ମାର୍କେଟ୍‌ ବନ୍ଦ ରହେ। ହେଲେ ଏଥର କେନ୍ଦ୍ର...
ସଂସଦରେ ଶୁକ୍ରବାର ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି। ଏଥିରେ ଯେଉଁ ସବୁ ବିଷୟ ରହିଛି ତାହା ସଂକ୍ଷେପରେ – ଦେଶର ଆର୍ଥିକ ଅଭିବୃଦ୍ଧିରେ ଯେତିକି ଶିଥିଳତା ଆସିବାର ଥିଲା ତାହା ଆସିଯାଇଛି। ଆସନ୍ତାବର୍ଷ ଏହି ଅଭିବୃଦ୍ଧି ହାର ଜୋର ଧରିବ। ଏହା ୬.୫ ପ୍ରତିଶତ ପର୍ଯ୍ୟନ୍ତ ଚାଲି ଯାଇପାରେ। ଚଳିତ ବର୍ଷ ଅଭିବୃଦ୍ଧି ହାର ୫% ରହିଥିଲା। ଏହାର କାରଣ ବିଶ୍ୱ ଅର୍ଥ ବ୍ୟବସ୍ଥାରେ...
ଆୟକର ବିଭାଗ ପାନ୍ ନମ୍ବର ସ୍ଥାନରେ ଆଧାର ନମ୍ବର ଦେବାକୁ ମଞ୍ଜୁରି ଦେଇଛି ତେବେ ଏଭଳି କରିବାବେଳେ ଭୁଲ ହେଲେ ଫାଇନ୍ ଦେବାକୁ ପଡ଼ିପାରେ। କରଦାତାଙ୍କ ସୁବିଧା ପାଇଁ ଆୟକର ବିଭାଗ ସେମାନଙ୍କୁ ପାନ୍ ନମ୍ବର ସ୍ଥାନରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ବ୍ୟବହାର କରିବାକୁ ଅନୁମତି ଦେଇଛି। ତେବେ ଏଭଳି କରିବା ବେଳେ କରଦାତାଙ୍କୁ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। କାରଣ ଆପଣ ଯଦି ଭୁଲ...
ଅନଲାଇନରେ ଆଧାର ଠିକଣା ବଦଳାଇ ପାରିବେ, ଜାଣନ୍ତୁ କେମିତି? ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ଆହୁରି ଅନେକ ଜରୁରୀ କାମରେ ଆଧାର ନମ୍ବରର ଆବଶ୍ୟକତା ରହିଛି। ଏମିତିରେ ଆଧାର କାର୍ଡ ସୂଚନାରେ ପରିବର୍ତ୍ତନ ସମସ୍ତଙ୍କ ପାଇଁ ଗୋଟିଏ ବଡ଼ ମୁଣ୍ଡବିନ୍ଧା। ତେବେ ସରକାର ଆଧାର କାର୍ଡରେ ଠିକଣା ବଦଳାଇବାକୁ ଅଧିକ ସହଜ କରିଦେଇଛନ୍ତି। ଏବେ ଆପଣ ଅନଲାଇନରେ ସହଜରେ ଆଧାରରେ ଥିବା ଠିକଣାକୁ ବଦଳାଇ ପାରିବେ। ସେଲ୍ଫ ଡିକ୍ଲାରେସନ୍...
କିଛି ଦିନ ତଳେ ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଆଧାର କାର୍ଡରେ ନିଜ ନାମ, ଜନ୍ମ ତାରିଖ ଓ ଅନ୍ୟ ତଥ୍ୟ ବଦଳାଇବାକୁ ଥିବା ନିୟମରେ ସଂଶୋଧନ କରିଛି। ସଂଶୋଧିନ ନିୟମ ଅନୁସାରେ ଆଧାର କାର୍ଡରେ ଜନ୍ମଦିନ, ନାମ ଓ ଲିଙ୍ଗ ପରିବର୍ତ୍ତନ କରିବାର ସୀମା ନିର୍ଦ୍ଧାରିତ କରାଯାଇଛି। ଜନ୍ମଦିନରେ ପରିବର୍ତ୍ତନ କେବଳ ଥରୁଟିଏ କରାଯାଇ ପାରେ। ଆଧାର କାର୍ଡରେ ପ୍ରଥମ ଥର ପାଇଁ ଯେଉଁ ଜନ୍ମ...
ନିଜର ଗ୍ରାହକମାନଙ୍କୁ ଗୋଟିଏ ପରେ ଗୋଟିଏ ସୁବିଧା ଦେଇଚାଲିଛି ଜିଓ। ଏହି ଧାରାରେ ଏବେ ଆଉ ଗୋଟିଏ ନୂଆ କଥା ସାମିଲ ହେବାକୁ ଯାଉଛି। ଜିଓ ଏବେ ସାରା ଦେଶରେ ନିଜର ୱାଇ-ଫାଇ କଲିଙ୍ଗ୍ ସୁବିଧାକୁ ଲଞ୍ଚ୍ କରିଦେଇଛି। ଏହାଫଳରେ ଗ୍ରାହକମାନେ ଯେକୌଣସି ୱାଇ-ଫାଇରେ ରହି ମାଗଣାରେ ମୋବାଇଲ୍ କଲ୍ କରିପାରିବେ। ଜିଓ ବୁଧବାର ତା’ର ଏହି ନୂଆ ସୁବିଧାକୁ ଲଞ୍ଚ୍ କରିଛି। ପ୍ରଥମେ ଲୋକମାନଙ୍କୁ ନିଜର ମୋବାଇଲକୁ ୱାଇ-ଫାଇ...