ବିଶେଷଜ୍ଞଙ୍କ ଆଶଙ୍କା ନୂଆ ଟ୍ୟାକ୍ସ ସ୍ଲାବ ଯୋଗୁଁ ଦେଶରେ ସଞ୍ଚୟ କମିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନୂଆ ଏବଂ ପୁରୁଣା ବିକଳ୍ପ ଟ୍ୟାକ୍ସ ବ୍ୟବସ୍ଥା ଭାରତରେ ସଞ୍ଚୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏଭଳି ଆଶଙ୍କା କରୁଛନ୍ତି ଆର୍ଥିକ ବିଶେଷଜ୍ଞ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ସାଧାରଣ ବଜେଟରେ ଏହି ନୂଆ ବୈକଳ୍ପିକ ବ୍ୟକ୍ତିଗତ ଆୟକର ସ୍ଲାବ ଉପସ୍ଥାପନ କରିଥିଲେ। ଏହି ନୂଆ ଟ୍ୟାକ୍ସ୍ ସ୍ଲାବରେ...
ଜାଣନ୍ତୁ, ସୁକନ୍ୟା ସମୃଦ୍ଧି ଯୋଜନା କ’ଣ? ଏଥିରେ ନିବେଶ କରି ଆୟକର ରିହାତି ମଧ୍ୟ ପାଇପାରିବେ। “ବେଟି ବଚାଓ ବେଟି ପଢ଼ାଓ” ଅଭିଯାନର ଅଧିନରେ କାମ କରୁଥିବା ଏହି ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଏକ କ୍ଷୁଦ୍ର ସଞ୍ଚୟ ଯୋଜନା ଯାହା କେବଳ ଜନ୍ମଠାରୁ ୧୦ ବର୍ଷ ବୟସ୍କ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ। ଡାକଘର କିମ୍ବା ଘରୋଇ ବ୍ୟାଙ୍କଗୁଡ଼ିକ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶାଖାମାନଙ୍କରେ ମଧ୍ୟ ଏହି ଖାତା ଖୋଲି ପାରିବେ। ଖାତା...
ଭାରତୀୟ ଅର୍ଥନୀତିର ସଞ୍ଚୟ ଭାଗିଦାରି କମ ହେବାରେ ଲାଗିଛି। ୨୦୧୧-୧୨ରେ ଏହା ଜିଡିପିର ୩୪.୬ ପ୍ରତିଶତ ଥିଲା, ଏବେ ଯାହା ୨୦୧୮-୧୯ରେ ଏହା ୩୦.୧ ପ୍ରତିଶତ ରହିଯାଇଛି। ଅର୍ଥନୀତିରେ ମାନ୍ଦାବସ୍ଥା ଆମ ସଞ୍ଚୟ ଉପରେ ଭାରି ପଡ଼ିଛି। ମାନ୍ଦାବସ୍ଥା ଏତେ ଗମ୍ଭୀର ଯେ, ଏହା ୧୫ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଘରୋଇ ସଞ୍ଚୟରେ ହ୍ରାସ କାରଣରୁ ଦେଶର ମାକ୍ରୋ-ଇକୋନମିର ସ୍ଥିତି ବିଗିଡିବାରେ ଲାଗିଛି। ଦେଶରେ ନିବେଶ କମ ହେବା...
ଆଗାମୀ ଦିନରେ ଏଟିଏମରୁ ଟଙ୍କା ଉଠାଣ ଚାର୍ଜ ବଢ଼ିପାରେ। ଏଟିଏମରୁ ଟଙ୍କା ଉଠାଣ ଚାର୍ଜ  ବୃଦ୍ଧି ପାଇଁ ଏଟିଏମ୍‌ ଅପରେଟର ସଂଘ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଏକ ଚିଠି ଲେଖାଯାଇଛି। ଚିଠିରେ ଇଣ୍ଟରଚେଞ୍ଜ ଫି ବଢ଼ାଇବା ପାଇଁ କୁହାଯାଇଛି। ରିଜର୍ଭ ବ୍ୟାଙ୍କ ଯଦି ସଂଘର ଏହି ପ୍ରସ୍ତାବକୁ ଗ୍ରହଣ କରେ ତେବେ ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ ଲୋକେ। ବର୍ତ୍ତମାନ ଏଟିଏମ୍‌ରୁ ଟଙ୍କା ଉଠାଣ...
ବ୍ୟାଙ୍କିଙ୍ଗ ଓମ୍ବୁଡସମ୍ୟାନ ପୋର୍ଟାଲରେ ଉପଲବ୍ଧ ଫର୍ମ ଡାଉନଲୋଡ୍ କରି ଅଭିଯୋଗ କରିପାରିବେ ଆପଣ ବ୍ୟାଙ୍କ କିମ୍ବା ବୀମା କମ୍ପାନିଙ୍କ ସେବାକୁ ନେଇ ସନ୍ତୁଷ୍ଟ ନାହାନ୍ତି କି? ଅଭିଯୋଗ ପରେ ମଧ୍ୟ ସେମାନେ ଆପଣଙ୍କ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି କି? ଯଦି ଏଭଳି କିଛି ଆପଣଙ୍କ ସହ ଘଟିଛି ତେବେ ଆପଣ ବ୍ୟାଙ୍କି ଓମ୍ବୁଡସମ୍ୟାନଙ୍କ ନିକଟରେ ଅଭିଯୋଗ କରିପାରିବେ। ସେହିଭଳି କୌଣସି ରିୟଲ ଇଷ୍ଟେଟ୍ କମ୍ପାନି ବିରୋଧରେ...
ଆଧାରକାର୍ଡ ଭଳି ପାନ୍‌କାର୍ଡ ବି ଏବେ ଗୋଟିଏ ଜରୁରୀ ପ୍ରମାଣପତ୍ର। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାଠାରୁ ଆରମ୍ଭ କରି ବିଦେଶ ଯାତ୍ରା ଯାଏଁ, ଅନେକ ଜରୁରୀ କାମରେ ପାନ୍‌କାର୍ଡର ଆବଶ୍ୟକତା ରହୁଛି। ଆସନ୍ତୁ, ଜାଣିବା କେଉଁ କେଉଁ ଜରୁରୀ କାମ ପାଇଁ ପାନ୍‌କାର୍ଡର ଆବଶ୍ୟକତା ରହିଛି। ବ୍ୟାଙ୍କରେ ନୂଆ ଆକାଉଣ୍ଟ୍ ଖୋଲିବା ଏବଂ ‘ଫିକ୍ସ୍ ଡିପୋଜିଟ୍’ କରିବା ପାଇଁ ପାନ୍‌କାର୍ଡ ନିହାତି ଜରୁରୀ। ଯେକୌଣସି ବ୍ୟାଙ୍କରେ ୫୦ ହଜାର କିମ୍ବା ତା’ଠାରୁ ଅଧିକ...
ଏୟାରଟେଲ୍ ମାଲିକ ସୁନିଲ ଭାରତୀ ଆଜି ଦେଶର ଜଣେ ବଡ଼ ଉଦ୍ୟୋଗପତି ଭାବରେ ଗଣା ଯାଆନ୍ତି। ଦେଶ ବିଦେଶରେ ତାଙ୍କ କମ୍ପାନି ଏୟାରଟେଲ୍ ମୋବାଇଲ ସର୍ଭିସ ଦେଇ ଆସୁଛି। ଆଜି ତାଙ୍କ ପାଖରେ ଧନ ସମ୍ପତ୍ତିର କିଛି କମି ନାହିଁ। କିନ୍ତୁ ସମୟ ଥିଲା ୫ ହଜାର ଟଙ୍କା ଯୋଗାଡ଼ କରିବା ବି ତାଙ୍କ ପକ୍ଷେ ସମ୍ଭବ ନଥିଲା। ବ୍ୟବସାୟରେ ସଫଳତା ହାସଲ ପାଇଁ ଅନେକ ସଂଗ୍ରାମ କରିଛନ୍ତି...
ଜାଣନ୍ତୁ, ମନି ବ୍ୟାକ୍ ପଲିସି କ’ଣ?  ମନିବ୍ୟାକ୍ ପଲିସି ଭାରତରେ ବିକ୍ରି ହେଉଥିବା କିଛି ସର୍ବାଧିକ ଜୀବନ ବୀମା ପଲିସି ମଧ୍ୟରୁ ଗୋଟିଏ। ମନି ବ୍ୟାକ୍ ପଲିସି ବାସ୍ତବରେ ଗୋଟିଏ ଧରଣର ଏଣ୍ଡାୱମେଣ୍ଟ ପଲିସି। ଏହି ପଲିସିରେ ପଲିସିଧାରକଙ୍କୁ ମ୍ୟାଚୁରିଟି ପରେ ଏକାଥରକେ ଏକ ନିଶ୍ଚିତ ରାଶି ମିଳିବା ବଦଳରେ ନିୟମିତ ଅନ୍ତରାଳରେ ବୀମା ରାଶିର ନିଶ୍ଚିତ ପ୍ରତିଶତ ଭାଗ ମିଳିଥାଏ। ଏହା ଏଭଳି ଗୋଟିଏ ଏଣ୍ଡାୱମେଣ୍ଟ ପ୍ଲାନ୍ ଯେଉଁଥିରେ...
ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଧନ ଯୋଜନାରେ ଜମା ରଖି ପାଆନ୍ତୁ ୧ ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ। PMVVY କ’ଣ? ସାଧାରଣତଃ ବରିଷ୍ଠ ନାଗରିକମାନେ ପରିଣତ ବୟସରେ ରୋଜଗାର କରିପାରି ନ ଥାନ୍ତି। ତେଣୁ ନିଜ ଜମାଟଙ୍କା ଉପରେ ମିଳୁଥିବା ମାସିକ ସୁଧ ଦ୍ୱାରା ଚଳିବା ସେମାନଙ୍କ ପାଇଁ ସୁବିଧାଜନକ ହୋଇଥାଏ। ତେବେ ସୁଧହାରରେ ସବୁବେଳେ ହ୍ରାସ ବୃଦ୍ଧି ଲାଗିରହିଥାଏ, ଯାହାକି ଜମାକାରୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ...
ଖୁବଶୀଘ୍ର ଭାରତରେ ଲଞ୍ଚ୍ ହେବାକୁ ଯାଉଛି 'ହ୍ୱାଟ୍‌ସଆପ୍ ପେ'। ଗୁଗୁଲ ପେ, ଫୋନ୍‌ ପେ' ଭଳି ଏଣିକି ଲୋକେ 'ହ୍ୱାଟ୍‌ସଆପ୍‌ରେ ମଧ୍ୟ ଟଙ୍କା ପଠାଇପାରିବେ। ନାସନାଲ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଏହାକୁ ସବୁଜ ସଙ୍କେତ ଦେଇଛି। ଫଳରେ ଖୁବ୍‌ଶୀଘ୍ର ଏହାକୁ ଭାରତରେ ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଦୀର୍ଘ ଦୁଇ ବର୍ଷ ଧରି କମ୍ପାନି ଏହାର ଟେଷ୍ଟିଂ ଜାରି ରଖିଥିଲା। ବର୍ତ୍ତମାନ ଏନ୍‌ପିସିଆଇର ସବୁଜ ସଙ୍କେତ...