ଜୀବନ ବୀମା ପଲିସି କିଣିବା ସହଜ। କିନ୍ତୁ ବୀମାକାରୀଙ୍କ ମୃତ୍ୟୁ ପରେ ପରିବାର ବର୍ଗ ବୀମାରାଶି ଫେରିପାଇବା କ’ଣ ସେତିକି ସହଜ? ଉତ୍ତର ହେଉଛି ନା। ନୋମିନୀଙ୍କୁ ବୀମାରାଶି ପାଇବା ପାଇଁ ଅନେକ କାଗଜପତ୍ର କାମ କରିବାକୁ ପଡ଼ିଥାଏ। ତେବେ ବୀମାରାଶି ପାଇବା ପାଇଁ କେଉଁ କେଉଁ କାଗଜପତ୍ର ଆବଶ୍ୟକ ପଡ଼ିଥାଏ, କ’ଣ କଲେ ଆପଣଙ୍କ ସେଟେଲମେଣ୍ଟ୍ ସହଜରେ ହୋଇପାରିବ ସେ ବିଷୟରେ ଆସନ୍ତୁ ଜାଣିବା। କ୍ଲେମ୍ ସେଟେଲମେଣ୍ଟ୍ ଫର୍ମ: ପ୍ରଥମେ...
ଏଲ୍ଆଇସି ଉପଭୋକ୍ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ନଭେମ୍ବର ୩୦ ତାରିଖରୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ତାର ଅନେକ ପ୍ଲାନ ଓ ପଲିସି ବନ୍ଦ କରିବାକୁ ଯାଉଛି। ଇନ୍‌ସୁରାନ୍ସ ରେଗୁଲେଟୋରୀ ଓ ଡେଭଲପମେଣ୍ଟ ଅଥରିଟି (ଆଇଆରଡିଏ)ର ନୂଆ ଗାଇଡଲାଇନ୍ ଅନୁସାରେ ଏଲ୍ଆଇସି କମ୍ପାନି ତା’ର ଜୀବନ ଆନନ୍ଦ, ଜୀବନ ଉମଙ୍ଗ, ଜୀବନ ଲକ୍ଷ୍ୟ ଓ ଜୀବନ ଲାଭ ଭଳି କେତେକ ପଲିସି ବନ୍ଦ କରିବାକୁ ଯାଉଛି। ତେବେ...
କିସ୍ତି ଭରିବାର ସଠିକ୍ ଯୋଜନା କରି ଋଣବୋଝରୁ ପାଇପାରିବେ ମୁକ୍ତି। ସାଧାରଣତଃ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମେ ଋଣ କରିଥାଉ। ତେବେ ଏହି ଆବଶ୍ୟକତା ପୂରଣ କରିବାକୁ ଯାଇ ଆମେ ଏତେ ପରିମାଣର ଋଣ କରି ବସୁ ଯେ, ତାହା ପରବର୍ତ୍ତୀ ସମୟରେ ଆମ ପାଇଁ ବୋଝ ହୋଇଯାଏ। ବିଭିନ୍ନ ପ୍ରକାର ଋଣ କରି ଏହାର କିସ୍ତି କିପରି ପରିଶୋଧ କରିବାକୁ ହେବ ତାହା ଆମେ ବୁଝିପାରିନଥାଉ। ଫଳରେ...
ପିଏମଭିଭିୱାଇରେ ଜମା ରଖି ପାଆନ୍ତୁ ୧ ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପିଏମଭିଭିୱାଇ କ’ଣ? ସାଧାରଣତଃ ବରିଷ୍ଠ ନାଗରିକମାନେ ପରିଣତ ବୟସରେ ରୋଜଗାର କରିପାରି ନ ଥାନ୍ତି। ତେଣୁ ନିଜ ଜମାଟଙ୍କା ଉପରେ ମିଳୁଥିବା ମାସିକ ସୁଧ ଦ୍ୱାରା ଚଳିବା ସେମାନଙ୍କ ପାଇଁ ସୁବିଧାଜନକ ହୋଇଥାଏ। ତେବେ ସୁଧହାରରେ ସବୁବେଳେ ହ୍ରାସ ବୃଦ୍ଧି ଲାଗିରହିଥାଏ, ଯାହାକି ଜମାକାରୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର...
ଟ୍ୟାକ୍ସ ବଞ୍ଚାଇବାକୁ କିଏ ନ ଚାହେଁ ? ଆପଣ ମଧ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଆୟ ଉପରେ ଟ୍ୟାକ୍ସ ବଞ୍ଚାଇପାରିବେ   ଇନକମ୍ ଟ୍ୟାକ୍ସ (ଆୟ କର) ସ୍ଲାବ କେନ୍ଦ୍ର ସରକାରଙ୍କ ବର୍ତ୍ତମାନର ନିର୍ଦ୍ଧାରିତ ଆୟକର ସ୍ଲାବ୍ ଅନୁଯାୟୀ ଆପଣଙ୍କୁ ବାର୍ଷିକ ୨.୫ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିନଥାଏ। କିନ୍ତୁ ଯଦି ଆପଣଙ୍କ ବାର୍ଷିକ ଆୟ ୨.୫ ଲକ୍ଷରୁ ୫ଲକ୍ଷ ଟଙ୍କା, ତେବେ ଆପଣଙ୍କୁ ୫%,...
ସେକ୍ସନ ୮୦-ସିରେ ଥିବା ସୁବିଧା ବିଷୟରେ ଜାଣନ୍ତୁ, ୧.୫ ଲକ୍ଷ ଟଙ୍କା ଉପରେ ଟିକସ ରିହାତି ପାଆନ୍ତୁ ସେକ୍ସନ ୮୦-ସି: ବିଭିନ୍ନ ପ୍ରକାର ନିବେଶ, ଖର୍ଚ୍ଚ, ପେମେଣ୍ଟ ବା ଦେୟ ଏବଂ ଆୟ ଉପରେ ଲାଗୁ ହେଉଥିବା ଟ୍ୟାକ୍ସ (ଟିକସ)ରେ ରିହାତି ପାଇବା ନିମନ୍ତେ ଆଇନରେ ବ୍ୟବସ୍ଥା ରହିଛି। ଫାଇନାନ୍ସ ଆକ୍ଟ-୨୦୦୫ ଅନୁଯାୟୀ ସେକ୍ସନ ୮୦ସି ଆପଣଙ୍କୁ ୧.୫ ଲକ୍ଷ ଟଙ୍କାର କାରବାର ଉପରେ ଟିକସ ଛାଡ଼ ପାଇବାର ଅଧିକାର ପ୍ରଦାନ...
ସାଧାରଣତଃ କ୍ରେଡିଟ୍ କାର୍ଡ ହେଉଛି ଏକ ପ୍ରକାର ପେମେଣ୍ଟ କାର୍ଡ, ଯାହାର ବ୍ୟବହାର କରି ଆପଣ ବିଭିନ୍ନ ସାମଗ୍ରୀ ଓ ସେବା ପାଇପାରିବୋ ଅର୍ଥାତ ବିଭିନ୍ନ ପ୍ରକାର ଜିନିଷ କିଣିବା, ରେଷ୍ଟୁରାଣ୍ଟରେ ଖାଇବା, ଅନଲାଇନ୍ ସପିଂ କରିବା, ପେଟ୍ରୋଲ ପମ୍ପରୁ ତେଲ ପକାଇବାଠାରୁ ଆରମ୍ଭ କରି ବଡ଼ ଧରଣର ଖର୍ଚ୍ଚ ନିମନ୍ତେ ମଧ୍ୟ ଆପଣ ଟଙ୍କା ନ ଥିଲେ ବି କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବୋ ତେଣୁ ଯଦି...
‘ସବ୍‌କା ବିଶ୍ୱାସ ଲିଗାସି ଡିସ୍‌ପୁଟ ରିଜୋଲ୍ୟୁସନ ସ୍କିମ୍‌’ ମାଧ୍ୟମରେ ଆବେଦନ କରି ପୁରୁଣା ସର୍ଭିସ୍‌ ଟ୍ୟାକ୍ସ ଏବଂ ସେଣ୍ଟ୍ରାଲ ଏକ୍ସାଇଜ୍‌ ସମ୍ପର୍କୀତ ବିବାଦରେ ପେନାଲ୍‌ଟି ଏବଂ ସୁଧ ସମ୍ପୂର୍ଣ୍ଣ ଛାଡ଼ ପାଆନ୍ତୁ। ତା’ ସାଙ୍ଗକୁ ନିଅନ୍ତୁ ବାକି ଥିବା ଟିକସ ପରିମାଣ ଉପରେ ୬୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼। ସର୍ଭିସ ଟ୍ୟାକ୍ସ ଓ ସେଣ୍ଟ୍ରାଲ ଏକ୍ସାଇଜ୍‌ ଟିକସ ବାବଦରେ ବକେୟା ଥିବା କରଦାତାମାନଙ୍କ ପାଇଁ ଖୁସି ଖବର। ସବୁ...
କ’ଣ ଆପଣ ବି ପିପିଏଫ (ପବ୍ଲିକ ପ୍ରୋଭିଡେଣ୍ଡ ଫଣ୍ଡ) ଆକାଉଣ୍ଟ ବା ସାର୍ବଜନିକ ଭବିଷ୍ୟନିଧି ଜମାଖାତା ଖୋଲିଛନ୍ତି କି? ଯଦି ନୁହେଁ ତେବେ ତୁରନ୍ତ ଏକ ପିପିଏଫ ଆକାଉଣ୍ଟ ଖୋଲନ୍ତୁ ଏବଂ ନିଜର ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ। କାରଣ ଏଥିରେ ଏଭଳି ବ୍ୟବସ୍ଥା ରହିଛି, ଯାହା ଆପଣଙ୍କ ସ୍ୱପ୍ନକୁ ସୁନିଶ୍ଚିତ ସାକାର କରିଥାଏ। ଏହାବାଦ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଏକ ସରକାରୀ ଯୋଜନା ହୋଇଥିବାରୁ ରିସ୍କ...
ମ୍ୟୁଚୁଆଲ ଫଣ୍ଡରେ ନିବେଶ ପୂର୍ବରୁ ଏସବୁ ସାବଧାନତା ଅବଲମ୍ବନ ଜରୁରୀ ଅଧିକ ରୋଜଗାର କରିବା ଓ ନିଜ ପାଖରେ ଥିବା ଅର୍ଥକୁ ବଢାଇବା ପାଇଁ କିଏ ନ ଚାହେଁ। ଏଥିପାଇଁ କିଏ ବ୍ୟାଙ୍କରେ ଟଙ୍କା ଜମା ରଖି ସୁଧ ପାଇଥାନ୍ତି ତ ଆଉ କିଏ ଫିକ୍ସ ଡିପୋଜିଟ୍‌ କରନ୍ତି। ସେହିପରି କେହି କେହି ସୁନାରେ ନିବେଶ କରନ୍ତି ତ ଆଉ କେହି ସେୟାର ବଜାରରେ ଟଙ୍କା ନିବେଶ କରନ୍ତି। ସେହିପରି...