ଏହି ପଲିସି ବୀମା ଧାରକଙ୍କ ଆକସ୍ମିକ ମୃତ୍ୟୁରେ ପରିବାରକୁ ଦେଇଥାଏ କମ ପ୍ରିମିୟମରେ ଅଧିକ ଆର୍ଥିକ ସାହାଯ୍ୟ।  ଜୀବନ ବୀମାର ବିଭିନ୍ନ ପ୍ଲାନ ମଧ୍ୟରୁ ଆଉ ଗୋଟିଏ ହେଉଛି ହୋଲ୍ ଲାଇଫ୍ ଇନସ୍ୟୁରାନ୍ସ। ଆପଣଙ୍କ ପରେ ଆପଣଙ୍କ ପରିବାରର ଆର୍ଥିକ ସୁରକ୍ଷା କଥା ସବୁବେଳେ ଚିନ୍ତା କରିବାକୁ ପଡ଼ିବ। ଏଥିପାଇଁ ଆପଣଙ୍କୁ ଏବେଠାରୁ ଗୋଟିଏ ଫଣ୍ଡ ତିଆରି କରିବା ବାବଦରେ ଚିନ୍ତା କରିବାକୁ ପଡ଼ିବ। ଏହି ଲକ୍ଷ୍ୟକୁ ଆପଣ ହୋଲ୍...
ଗୋଟିଏରେ ଆପଣ କମ ପ୍ରିମିୟମରେ ବଡ଼ କଭରେଜ୍ ପାଆନ୍ତି, ଆରଟିରେ ମହଙ୍ଗା ପ୍ରିମିୟମ ଦେଇ ଉତ୍ତରାଧିକାରୀଙ୍କ ପାଇଁ ପାଣ୍ଠି ତିଆରି କରନ୍ତି।  ଯଦି ଆପଣ ଚାହାନ୍ତି ଯେ, ଆପଣଙ୍କ ପରେ ଆପଣଙ୍କ ପରିବାର ଉପରେ କୌଣସି ଆର୍ଥିକ ବୋଝ ନପଡୁ ତେବେ ଆପଣଙ୍କ ପକ୍ଷରେ ବୀମା ନେବା ଅତ୍ୟନ୍ତ ଜରୁରୀ। ନିଜ ପାଇଁ ବୀମା କଭର କରାଇବ ଜଣେ ପରିବାର ମୁଖ୍ୟ ପାଇଁ ଅତ୍ୟନ୍ତ ଜରୁରୀ। କାରଣ ପରିବାର ମୁଖ୍ୟ...
ବୟସ ବଢ଼ିବା ସହ ଟର୍ମ ଇନସ୍ୟୁରାନ୍ସର ପ୍ରିମିୟମ ମଧ୍ୟ ବଢ଼ିଚାଲେ। ତେଣୁ ଯେତେ କମ ବୟସରେ ଟର୍ମ ଇନସ୍ୟୁରାନ୍ସ କିଣିବେ ସେତେ ଶସ୍ତା ପଡ଼ିବ। ଜାଣନ୍ତୁ..କ'ଣ ଏହି ଟର୍ମ ଇନସ୍ୟୁରାନ୍ସ। ଟର୍ମ ଇନସ୍ୟୁରାନ୍ସ ହେଉଛି ଏମିତି ଗୋଟିଏ ବୀମା ଯେଉଁଥିରେ ପାରମ୍ପାରିକ ବୀମାଠାରୁ କମ ପ୍ରିମିୟମରେ ବଡ଼ ଲାଇଫ୍ କଭର ପାଇଥାନ୍ତି। ଏଥିରେ ପଲିସି ଧାରକ ନିଜ ଜୀବନର ବୀମା କରାଇଥାନ୍ତି। ତାଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ଏକକାଳୀନ କିମ୍ବା...
ଆପଣଙ୍କ ପାଖରେ ଅଛି ୪ ରାସ୍ତା ଯାହା ଦ୍ୱାରା ଆପଣ ମୋଟର ଇନସ୍ୟୁରାନ୍ସ ବାବଦରେ ଦେଉଥିବା ପ୍ରିମିୟମକୁ କମ କରିପାରିବେ।  ନୂଆ ସଡ଼କ ସୁରକ୍ଷା ଆଇନ ଲାଗୁ ହେବା ପରେ ଦେଶରେ ମୋଟର ବୀମା ବିକ୍ରି ବଢ଼ିଯାଇଛି। ସଡ଼କ ଦୁର୍ଘଟଣା କମାଇବା ପାଇଁ ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ। ବୀମା କେବଳ ଆପଣଙ୍କ ଗା଼ଡିକୁ ସୁରକ୍ଷା ଦେଇନଥାଏ ଏହା ମଧ୍ୟ ଦୁର୍ଘଟଣା ପରିସ୍ଥିତିରେ ଆପଣଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ହେଲେ ଆପଣଙ୍କ...
ଆପଣ କେଉଁ ବୀମା କରିବେ, କାହିଁକି କରିବେ? ଫାଇଦା କେତେ କ୍ଷତି କେତେ? ସମୟ ଓ ଜୀବନ ଅନିଶ୍ଚିତ। କିଛି ବି ଆପଣଙ୍କ ଜୀବନରେ ଘଟିପାରେ। ଘଟଣା ଦୁର୍ଘଟଣା ପାଇଁ ଆପଣଙ୍କୁ ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼େ। ସେହିଭଳି ଗୋଟିଏ ପ୍ରସ୍ତୁତିର ନାମ ହେଉଛି ଜୀବନ ବୀମା। ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ପରିବାରକୁ ସୁରକ୍ଷାର ପ୍ରତିସ୍ରୁତି ଦେଇଥାଏ ବୀମା। ତେବେ ବଜାରରେ ହାଉଜାଉ ବୀମା ପ୍ରଡକ୍ଟଙ୍କ ଭିତରେ ଆପଣଙ୍କ ପାଇଁ...
ଧୂମପାନ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଆପଣଙ୍କ ପର୍ସ ପାଇଁ ବି ଭାରି..। ଧୂମପାନ ସ୍ୱସ୍ଥ୍ୟ ପାଇଁ ହାନିକାରକ। ଏକଥା ସମସ୍ତେ ଜାଣିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୂସାରେ ୧୨ ପ୍ରତିଶତ ସିଗାରେଟ୍ ପିଉଥିବା ବ୍ୟକ୍ତିଙ୍କ ଘର ହେଉଛି ଭାରତ। ଯେଉଁମାନଙ୍କ ମଧ୍ୟରୁ ବାର୍ଷିକ ୧ କୋଟି ଲୋକ ଧୂମପାନ ଜନିତ ରୋଗ କାରଣରୁ ପ୍ରାଣ ହରାଇଥାନ୍ତି। ଧୂମପାନ କେବଳ ସ୍ୱାସ୍ଥ୍ୟ ପାଇ ନୁହେଁ ଆପଣଙ୍କ ପର୍ସ ପାଇଁ ମଧ୍ୟ...
ମନି ବ୍ୟାକ୍ ପଲିସି କ'ଣ? ଏହା କେମିତି ଅନ୍ୟ ପାରମ୍ପାରିକ ଜୀବନ ବୀମାଠାରୁ ଅଲଗା ଆସନ୍ତୁ ଜାଣିବା.. ମନିବ୍ୟାକ୍ ପଲିସି ଭାରତରେ ବିକ୍ରି ହେଉଥିବା କିଛି ସର୍ବାଧିକ ଜୀବନ ବୀମା ପଲିସି ମଧ୍ୟରୁ ଗୋଟିଏ। ମନି ବ୍ୟାକ୍ ପଲିସି ବାସ୍ତବରେ ଗୋଟିଏ ଧରଣର ଏଣ୍ଡାୱମେଣ୍ଟ ପଲିସି। ଏହି ପଲିସିରେ ପଲିସିଧାରକଙ୍କୁ ମ୍ୟାଚୁରିଟି ପରେ ଏକାଥରକେ ଏକ ନିଶ୍ଚିତ ରାଶି ମିଳିବା ବଦଳରେ ନିୟମିତ ଅନ୍ତରାଳରେ ବୀମା ରାଶିର ନିଶ୍ଚିତ ପ୍ରତିଶତ...
ସଞ୍ଚୟ ସହ ଜୀବନ ବୀମା କଭର ଚାହୁଁଥିଲେ ନିଅନ୍ତୁ ଏଣ୍ଡାୱମେଣ୍ଟ ପଲିସି। ଭାରତରେ ସର୍ବାଧିକ ବିକ୍ରି ହେଉଥିବା ପଲିସି ମଧ୍ୟରୁ ଗୋଟିଏ ହେଉଛି ଏଣ୍ଡାୱମେଣ୍ଟ ପଲିସି। ଏହା ହେଉଛି ଇନସ୍ୟୁରାନ୍ସର ପାରମ୍ପାରିକ ରୂପ। ଯେଉଁଥିରେ ଆପଣ ସଞ୍ଚୟ ସହିତ ପାଇଥାନ୍ତି ଜୀବନ ବୀମା କଭର। ଏଭଳି ଏକ ପ୍ଲାନ୍ ଯେଉଁଥିରେ ଆପଣ ଅଳ୍ପ ଅଳ୍ପ ନିବେଶ କରି ଆର୍ଥିକ ସୁରକ୍ଷା ପାଇଥାନ୍ତି। ଲମ୍ବା ଅବଧୀରେ ଏହା ଆପଣଙ୍କୁ ଭଲ ସଞ୍ଚୟ...
ସାବଧାନ! ଏଜେଣ୍ଟ୍‌ ଓ କମ୍ପାନି ଭ୍ରମପୂର୍ଣ୍ଣ ଦାବି କରି ବିକ୍ରି କରୁଛନ୍ତି ୟୁଲିପ୍ ପ୍ଲାନ୍.. ନିବେଶ ସହ ବୀମା ସୁରକ୍ଷା ଚାହୁଁଥିବା ଅନେକ ୟୁଲିପକୁ ବାଛିଥାନ୍ତି। ତେବେ ୟୁଲିପ୍ ପ୍ଲାନ୍ ନେବା ପୂର୍ବରୁ ନିଜ ରିସର୍ଚ୍ଚ କରନ୍ତୁ। କାରଣ ଅନେକ ସମୟରେ ଏଜେଣ୍ଟ୍ ଓ କମ୍ପାନି ଅନେକ ଭ୍ରାମକ ତଥ୍ୟ ଦେଇ ଆପଣଙ୍କୁ ସେମାନଙ୍କ ପ୍ରଡକ୍ଟ ନେବାକୁ ଉସକାଇ ପାରନ୍ତି। ଆସନ୍ତୁ ଜାଣିବା, ସେହିଭଳି କିଛି ଭ୍ରାମକ ଦାବି ଉପରେ...
ୟୁଲିପର ଲାଭ-କ୍ଷତି ବାବଦରେ ଜାଣିବା ପରେ ହିଁ ନିଅନ୍ତୁ ପ୍ଲାନ୍.. ସେୟାରରୁ ମିଳୁଥିବା ଲାଭ ଉପରେ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ ଟ୍ୟାକ୍ସ (LTCG) ଲାଗିଥାଏ। କିନ୍ତୁ ୟୁଲିପ ପ୍ଲାନ୍ ମାର୍କେଟ୍ ଲିଙ୍କଡ୍ ହୋଇଥିଲେ ମଧ୍ୟ ଏଥିରୁ ମିଳୁଥିବା ଲାଭ ଉପରେ ଏଲଟିସିଜି ଲାଗୁ ହୋଇନଥାଏ। ତେଣୁ ଏହାପ୍ରତି ଲୋକଙ୍କ ଆକର୍ଷଣ ଅଧିକ। ୟୁଲିପ୍ ଟ୍ୟାକ୍ସ ଫ୍ରି ହୋଇଥିବାରୁ ଅଧିକରୁ ଅଧିକ ନିବେଶକ ୟୁଲିପରେ ନିବେଶ କରିବାକୁ ଚାହାନ୍ତି। ଯଦି...