ଜଣେ ଆୟକରଦାତାଙ୍କ ପାଇଁ ଆୟକର ନିୟମରେ କେତେକ ରିହାତି ବ୍ୟବସ୍ଥା ରହିଛି। ତା’ ମଧ୍ୟରୁ ଗୋଟିଏ ହେଉଛି ପବ୍ଲିକ୍‍ ପ୍ରୋଭିଡେଣ୍ଟ ଫଣ୍ଡରେ ଜମା। ଏହି ଆକାଉଣ୍ଟରେ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ ଜଣେ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ଆୟକର ସୁବିଧା ପାଇପାରିବେ। ଆୟକର ଧାରା 80-C ଅନୁଯାୟୀ ବିଭିନ୍ନ ୨୧ଟି ଇନଷ୍ଟ୍ରୁମେଣ୍ଟ କ୍ଷେତ୍ରରେ ଜଣେ ଆୟକରଦାତାଙ୍କୁ ବାର୍ଷିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି।...
ବରିଷ୍ଠ ନାଗରିକଙ୍କ ପାଇଁ କ’ଣ ରହିଛି ଆୟକର ରିହାତି – ଏ ପ୍ରଶ୍ନ ଆପଣଙ୍କ ମନକୁ ଆସୁଛି କି? ଆସନ୍ତୁ ଖୋଜିବା ତା’ର ଉତ୍ତର। ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟକର ନିୟମରେ କେତେକ ରିହାତି ବା ବିଶେଷ ବ୍ୟବସ୍ଥା କରାଯାଇଛି। ଏହି ରିହାତି ଟ୍ୟାକ୍ସେବଲ୍‍ ଇନ୍‌କମ୍‌ ହେଉ ବା ମେଡିକ୍ଲେମ୍‍ କିମ୍ବା ବରିଷ୍ଠ ନାଗରିକମାନଙ୍କ ପାଇଁ ପୋଷ୍ଟ ଅଫିସ ସ୍ୱଳ୍ପ ସଞ୍ଚୟ ଯୋଜନା – ଏଭଳି ବିଭିନ୍ନ କ୍ଷେତ୍ରରେ ଲାଗୁ...
ଅର୍ଥନୈତିକ କ୍ଷେତ୍ରରେ ମୋଦି ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ୫.୮ ପ୍ରତିଶତରୁ ଜିଡିପି ଖସି ୫ ପ୍ରତିଶତରେ ପହଞ୍ଚିଛି। ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଜିଡିପି ଥିଲା ୫.୮ ପ୍ରତିଶତ। ୨୦୧୨-୧୩ ବର୍ଷର ଏପ୍ରିଲରୁ ଜୁନ୍ ମାସ ଭିତରେ ଜିଡିପି ହାର ସର୍ବନିମ୍ନ ରହିଥିଲା। ଏହି ସମୟରେ ଜିଡିପି ହାର ୪.୯ ପ୍ରତିଶତ ରହିଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଜିଡିପି ୬.୯ ପ୍ରତିଶତ ରହିବ ବୋଲି...
ଟ୍ୟାକ୍ସ ବଞ୍ଚାଇବାକୁ କିଏ ନ ଚାହେଁ ? ଆପଣ ମଧ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଆୟ ଉପରେ ଟ୍ୟାକ୍ସ ବଞ୍ଚାଇପାରିବେ   ଇନକମ୍ ଟ୍ୟାକ୍ସ (ଆୟ କର) ସ୍ଲାବ କେନ୍ଦ୍ର ସରକାରଙ୍କ ବର୍ତ୍ତମାନର ନିର୍ଦ୍ଧାରିତ ଆୟକର ସ୍ଲାବ୍ ଅନୁଯାୟୀ ଆପଣଙ୍କୁ ବାର୍ଷିକ ୨.୫ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିନଥାଏ। କିନ୍ତୁ ଯଦି ଆପଣଙ୍କ ବାର୍ଷିକ ଆୟ ୨.୫ ଲକ୍ଷରୁ ୫ଲକ୍ଷ ଟଙ୍କା, ତେବେ ଆପଣଙ୍କୁ ୫%,...
ଏମିତି କିଛି ବୀମା ରହିଛି ଯାହା ବହୁତ କାମର କିନ୍ତୁ ଅନେକ ଜାଣନ୍ତି ନାହିଁ.. ବୀମାର ନାମ ନେଲେ ସାଧାରଣ ଲୋକଙ୍କ ମନରେ କେବଳ ପ୍ରଚଳିତ ବୀମାର ନାମ ଆସେ। ଯେମିତି ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା କିମ୍ବା ଅଟୋ ଇନସ୍ୟୁରାନ୍ସ। କିନ୍ତୁ ଏମିତି ବି କିଛି ବୀମା ରହିଛି ଯାହା ବାବଦରେ ସମସ୍ତେ ଜାଣିବା ନିହାତି ଆବଶ୍ୟକ। ଆମେ ଆଜି ଆପଣଙ୍କୁ ସେହିଭଳି କିଛି ବୀମା ବାବଦରେ କହିବାକୁ...
ସାବଧାନ! ଏଜେଣ୍ଟ୍‌ ଓ କମ୍ପାନି ଭ୍ରମପୂର୍ଣ୍ଣ ଦାବି କରି ବିକ୍ରି କରୁଛନ୍ତି ୟୁଲିପ୍ ପ୍ଲାନ୍.. ନିବେଶ ସହ ବୀମା ସୁରକ୍ଷା ଚାହୁଁଥିବା ଅନେକ ୟୁଲିପକୁ ବାଛିଥାନ୍ତି। ତେବେ ୟୁଲିପ୍ ପ୍ଲାନ୍ ନେବା ପୂର୍ବରୁ ନିଜ ରିସର୍ଚ୍ଚ କରନ୍ତୁ। କାରଣ ଅନେକ ସମୟରେ ଏଜେଣ୍ଟ୍ ଓ କମ୍ପାନି ଅନେକ ଭ୍ରାମକ ତଥ୍ୟ ଦେଇ ଆପଣଙ୍କୁ ସେମାନଙ୍କ ପ୍ରଡକ୍ଟ ନେବାକୁ ଉସକାଇ ପାରନ୍ତି। ଆସନ୍ତୁ ଜାଣିବା, ସେହିଭଳି କିଛି ଭ୍ରାମକ ଦାବି ଉପରେ...
କିଛି ସାମାନ୍ୟ ଭୁଲ କାରଣରୁ ନିବେଶକ ମ୍ୟୁଚୁଆଲ ଫଣ୍ଡ୍‌ରୁ ଅପେକ୍ଷିତ ରିଟର୍ଣ୍ଣ ପାଇନଥାନ୍ତି, ଆସନ୍ତୁ ଜାଣିବା ସେଇ କାରଣ ସବୁ କ'ଣ? ପରିସଂଖ୍ୟନରୁ ଜଣା ପଡିଛି ଯେ, ଅଧିକାଂଶ ମାମଲାରେ ମ୍ୟୁଚୁଆଲ ଫଣ୍ଡ୍‌ରୁ ନିବେଶକଙ୍କ ରିଟର୍ଣ୍ଣ ଆଶାନୁରୁପ ହୋଇନଥାଏ। ନିବେଶକଙ୍କର କିଛି ସାମାନ୍ୟ ଭୁଲ କାରଣରୁ ସେମାନେ ଯାହା ଆଶା କରିଥାନ୍ତି ସେହିଭଳି ରିଟର୍ଣ୍ଣ ପାଇନଥାନ୍ତି ବୋଲି ବିଶେଷଜ୍ଞଙ୍କ ମତ। ଲମ୍ବା ଅବଧି ନିବେଶ କରିବାରେ ବିଫଳତା ଏକ ହିସାବ ଅନୁସାରେ ମ୍ୟୁଚୁଆଲ...
ଏହି ପଲିସି ବୀମା ଧାରକଙ୍କ ଆକସ୍ମିକ ମୃତ୍ୟୁରେ ପରିବାରକୁ ଦେଇଥାଏ କମ ପ୍ରିମିୟମରେ ଅଧିକ ଆର୍ଥିକ ସାହାଯ୍ୟ।  ଜୀବନ ବୀମାର ବିଭିନ୍ନ ପ୍ଲାନ ମଧ୍ୟରୁ ଆଉ ଗୋଟିଏ ହେଉଛି ହୋଲ୍ ଲାଇଫ୍ ଇନସ୍ୟୁରାନ୍ସ। ଆପଣଙ୍କ ପରେ ଆପଣଙ୍କ ପରିବାରର ଆର୍ଥିକ ସୁରକ୍ଷା କଥା ସବୁବେଳେ ଚିନ୍ତା କରିବାକୁ ପଡ଼ିବ। ଏଥିପାଇଁ ଆପଣଙ୍କୁ ଏବେଠାରୁ ଗୋଟିଏ ଫଣ୍ଡ ତିଆରି କରିବା ବାବଦରେ ଚିନ୍ତା କରିବାକୁ ପଡ଼ିବ। ଏହି ଲକ୍ଷ୍ୟକୁ ଆପଣ ହୋଲ୍...
ଗୋଟିଏରେ ଆପଣ କମ ପ୍ରିମିୟମରେ ବଡ଼ କଭରେଜ୍ ପାଆନ୍ତି, ଆରଟିରେ ମହଙ୍ଗା ପ୍ରିମିୟମ ଦେଇ ଉତ୍ତରାଧିକାରୀଙ୍କ ପାଇଁ ପାଣ୍ଠି ତିଆରି କରନ୍ତି।  ଯଦି ଆପଣ ଚାହାନ୍ତି ଯେ, ଆପଣଙ୍କ ପରେ ଆପଣଙ୍କ ପରିବାର ଉପରେ କୌଣସି ଆର୍ଥିକ ବୋଝ ନପଡୁ ତେବେ ଆପଣଙ୍କ ପକ୍ଷରେ ବୀମା ନେବା ଅତ୍ୟନ୍ତ ଜରୁରୀ। ନିଜ ପାଇଁ ବୀମା କଭର କରାଇବ ଜଣେ ପରିବାର ମୁଖ୍ୟ ପାଇଁ ଅତ୍ୟନ୍ତ ଜରୁରୀ। କାରଣ ପରିବାର ମୁଖ୍ୟ...
ବୟସ ବଢ଼ିବା ସହ ଟର୍ମ ଇନସ୍ୟୁରାନ୍ସର ପ୍ରିମିୟମ ମଧ୍ୟ ବଢ଼ିଚାଲେ। ତେଣୁ ଯେତେ କମ ବୟସରେ ଟର୍ମ ଇନସ୍ୟୁରାନ୍ସ କିଣିବେ ସେତେ ଶସ୍ତା ପଡ଼ିବ। ଜାଣନ୍ତୁ..କ'ଣ ଏହି ଟର୍ମ ଇନସ୍ୟୁରାନ୍ସ। ଟର୍ମ ଇନସ୍ୟୁରାନ୍ସ ହେଉଛି ଏମିତି ଗୋଟିଏ ବୀମା ଯେଉଁଥିରେ ପାରମ୍ପାରିକ ବୀମାଠାରୁ କମ ପ୍ରିମିୟମରେ ବଡ଼ ଲାଇଫ୍ କଭର ପାଇଥାନ୍ତି। ଏଥିରେ ପଲିସି ଧାରକ ନିଜ ଜୀବନର ବୀମା କରାଇଥାନ୍ତି। ତାଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ଏକକାଳୀନ କିମ୍ବା...