ଇଏଲଏସଏସ (ଇକୁଇଟି ଲିଙ୍କ୍ଡ ସେଭିଙ୍ଗ ସ୍କିମ୍) ହେଉଛି ମ୍ୟୁଚୁଆଲ ଫଣ୍ଡର ଏକ ପ୍ରକାର ସ୍କିମ୍ ବା ଯୋଜନା। ତେବେ ଏହା ଅନ୍ୟ ସମସ୍ତ ସ୍କିମଗୁଡ଼ିକଠାରୁ ବହୁତ ଭିନ୍ନ। କାରଣ ଏହା ଏକପ୍ରକାର ଟିକସମୁକ୍ତ ଓ ନିବେଶକଙ୍କ ପାଇଁ ଅଧିକ ଲାଭଦାୟକ ଯୋଜନା। ଧାରା ୮୦ସି ଅନୁଯାୟୀ ଏଥିରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ିନଥାଏ ଏବଂ ଏଥିରୁ ଅଧିକ ରିଟର୍ନ ବା ଲାଭ ମିଳିଥାଏ।...
ଜାଣନ୍ତୁ ମ୍ୟୁଚୁଆଲ ଫଣ୍ଡରେ ଲାଭ ଓ କ୍ଷତି ବିଷୟରେ ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ ସୁରକ୍ଷିତ କି? ଏଥିରେ କ୍ଷତି ହେବ ନି ତ କିମ୍ବା ଆପଣ ନିବେଶ କରିଥିବା ଅର୍ଥ ବୁଡ଼ିଯିବନି ତ। କ’ଣ ଆପଣ ଉପଯୁକ୍ତ ଫଣ୍ଡ ଚୟନ କରିଛନ୍ତି କି। ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହୋଇଥାଏ ଓ ଆପଣଙ୍କୁ ଭୟଭୀତ କରାଇଥାଏ। ତେବେ ଏଥିରେ ଡରିବାର କିଛି ନାହିଁ। ବଜାରରେ ଉପଲବ୍ଧ...
ମ୍ୟୁଚୁଆଲ ଫଣ୍ଡରେ ନିବେଶ ପୂର୍ବରୁ ଏସବୁ ସାବଧାନତା ଅବଲମ୍ବନ ଜରୁରୀ ଅଧିକ ରୋଜଗାର କରିବା ଓ ନିଜ ପାଖରେ ଥିବା ଅର୍ଥକୁ ବଢାଇବା ପାଇଁ କିଏ ନ ଚାହେଁ। ଏଥିପାଇଁ କିଏ ବ୍ୟାଙ୍କରେ ଟଙ୍କା ଜମା ରଖି ସୁଧ ପାଇଥାନ୍ତି ତ ଆଉ କିଏ ଫିକ୍ସ ଡିପୋଜିଟ୍‌ କରନ୍ତି। ସେହିପରି କେହି କେହି ସୁନାରେ ନିବେଶ କରନ୍ତି ତ ଆଉ କେହି ସେୟାର ବଜାରରେ ଟଙ୍କା ନିବେଶ କରନ୍ତି। ସେହିପରି...
କ’ଣ ମୁଁ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ ବା ଆୟକର ଦାଖଲ କରିବା ଆବଶ୍ୟକ କି। ଆୟକର ଦାଖଲରେ କ’ଣ ମିଳିପାରିବ ଫାଇଦା। ଅଳ୍ପ ରୋଜଗାରରେ କ’ଣ ମୁଁ ଆୟକର ଦାଖଲ କରିବାକୁ ବାଧ୍ୟ କି। ଏଭଳି ଅନେକ ପ୍ରଶ୍ନ ଆମ ମନରେ ସୃଷ୍ଟି ହେବା ସ୍ବାଭାବିକ। କାରଣ ଭାରତରେ ସାଧାରଣତଃ ଅଧିକାଂଶ ଲୋକ ଏ ସମ୍ପର୍କରେ ଜାଣନ୍ତି ନାହିଁ। ତେଣୁ ସେମାନେ ଆୟକର ଦାଖଲ କରନ୍ତି ନାହିଁ।...
ନୀଳାମ୍ବର ରଥ କୌଣସି ସମସ୍ୟାକୁ ଆହ୍ୱାନ ବା ନୂଆ କଥା ଶିଖିବାର ଏକ ସୁଯୋଗ ବୋଲି ବିଚାରକରି ଯେଉଁମାନେ ତା’ର ସମାଧାନର ରାସ୍ତା ଖୋଜିବାରେ ଲାଗିପଡ଼ନ୍ତି କର୍ପୋରେଟ୍ ଫ୍ଲୋର୍‌ରେ ସେମାନଙ୍କର ଆଦର ବେଶୀ। ସାଧାରଣ ଜୀବନରେ ଭୁଲ୍ ଭଟ୍‌କା ବା ସମସ୍ୟା କିଛି ନୂଆ କଥା ନୁହେଁ। କିନ୍ତୁ ଅନେକ ସମୟରେ ଛୋଟ ଛୋଟ ସମସ୍ୟା ଦିନେ ବିରାଟ ଆକାର ଧାରଣ କରିଥାଏ। ଯେଉଁ ସମସ୍ୟାକୁ ଛୁଞ୍ଚିରେ ସମାଧାନ କରାଯାଇପାରିଥାନ୍ତି ତାକୁ କଟୁରୀ ଲଗାଇଲେ ମଧ୍ୟ ବେଳେ ବେଳେ ସମ୍ଭାଳିବା ସହଜ ହୁଏ ନାହିଁ। ବିଶେଷକରି ଚାକିରି ଜୀବନ ବା କର୍ପୋରେଟ୍ ଫ୍ଲୋର୍‌ରେ ବିଭିନ୍ନ ସମସ୍ୟାକୁ ଘୋଡ଼ାଇବାକୁ ଚେଷ୍ଟା କଲେ ଅନେକ ସମୟରେ...
୧୯୩୭ ଡିସେମ୍ବର ୨୭ରେ ସୁରାଟରେ ଜନ୍ମ ହୋଇଥିଲେ ରତନ ଟାଟା। ମୁମ୍ବାଇରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ କର୍ଣ୍ଣଲେ୍ ବିଶ୍ବବିଦ୍ୟାଳୟରେ ଆର୍କିଟେକ୍ଚର ବିଷୟରେ ପାଠ ପଢ଼ିଥିଲେ। ପରେ ହାଭାର୍ଡ ବିଜିନେସ୍‌ ସ୍କୁଲରୁ ସେ ଆଡଭାନ୍ସ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ। ୧୯୬୧ରେ ସେ ଟାଟା ଗ୍ରୁପରୁ କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୧ରେ ସେ ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ହୋଇଥିଲେ। ରତନ ଟାଟାଙ୍କ ଅମଳରେ କମ୍ପାନି ସଫଳତାର ପାହାଚ...
ଭାରତୀୟ ଷ୍ଟାର୍ଟ-ଅପ୍‍ ଜଗତକୁ ଆମେରିକୀୟ ନିବେଶ ବେଶ୍‍ ପ୍ରଭାବିତ କରିଛି। ଗତ ୭ବର୍ଷ ମଧ୍ୟରେ ଏଭଳି ୮ ଶହରୁ ଅଧିକ ଷ୍ଟାର୍ଟ-ଅପ୍‌ରେ ଆମେରିକାରେ ଥିବା ବିଭିନ୍ନ ପୁଞ୍ଜିଲଗାଣକାରୀ ସଂସ୍ଥା ଟଙ୍କା ଖଟାଇଥିବା ଜଣାପଡ଼ିଛି। ସିଙ୍ଗାପୁର, ହଂକଂ, ଜାପାନ ଏବଂ ଇଂଲଣ୍ଡ ଯଥାକ୍ରମେ ଭାରତୀୟ ଷ୍ଟାର୍ଟ-ଅପ୍‌ରେ ପୁଞ୍ଜି ଲଗାଇବାରେ ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହି ସଂସ୍ଥାଗୁଡ଼ିକ ମୁଖ୍ୟତଃ ବିଭିନ୍ନ ଟେକ୍ନୋଲଜି କମ୍ପାନିରେ ଅଧିକ ନିବେଶ କରିବାକୁ ଆଗ୍ରହ ପ୍ରକାଶ...
ଅର୍ଥନୈତିକ କ୍ଷେତ୍ରରେ ମୋଦି ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ୫.୮ ପ୍ରତିଶତରୁ ଜିଡିପି ଖସି ୫ ପ୍ରତିଶତରେ ପହଞ୍ଚିଛି। ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଜିଡିପି ଥିଲା ୫.୮ ପ୍ରତିଶତ। ୨୦୧୨-୧୩ ବର୍ଷର ଏପ୍ରିଲରୁ ଜୁନ୍ ମାସ ଭିତରେ ଜିଡିପି ହାର ସର୍ବନିମ୍ନ ରହିଥିଲା। ଏହି ସମୟରେ ଜିଡିପି ହାର ୪.୯ ପ୍ରତିଶତ ରହିଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଜିଡିପି ୬.୯ ପ୍ରତିଶତ ରହିବ ବୋଲି...
ଯଦି ଆପଣ ଆୟକର ରିଟର୍ଣ୍ଣ ଦାଖଲ କରିନାହାନ୍ତି, ତେବେ ଜଲ୍‌ଦି କରି ନିଅନ୍ତୁ। ବର୍ତ୍ତମାନ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ହେଉଛି ଅଗଷ୍ଟ ୩୧। ପୂର୍ବରୁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁଲାଇ ୩୧ ଥିଲା। ହେଲେ ଆୟକର ବିଭାଗ ପକ୍ଷରୁ ମଙ୍ଗଳବାର ଏହାକୁ ଘୁଞ୍ଚାଯାଇ ଅଗଷ୍ଟ ୩୧ ତାରିଖ ଧାର୍ଯ୍ୟ କରାଯାଇଛି। ଏନେଇ କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଟୁଇଟ୍ କରି ସୂଚନା...
ଏଣିକି ଆଉ ପେଟ୍ରୋଲ ପମ୍ପରେ ଲମ୍ଵା ଲାଇନ କରିବାକୁ ପଡ଼ିବ ନାହିଁ। ଘରେ ବସି ସୁବିଧାରେ ପାଇପାରିବେ ପେଟ୍ରୋଲ। ପୂର୍ବରୁ ଡିଜେଲର ହୋମ ଡେଲିଭରି ସେବା ଭଳି ପେଟ୍ରୋଲ ହୋମ୍‌ ଡେଲିଭରି କରିବାକୁ ରାଷ୍ଟ୍ରାୟତ୍ତ ପେଟ୍ରୋଲ କମ୍ପାନିମାନେ ଯୋଜନା କରିଛନ୍ତି। ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ କର୍ପୋରେସନ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଏହି ଯୋଜନାରେ ସାମିଲ ଅଛନ୍ତି। କମ୍ପାନି ଗୁଡ଼ିକ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା...