ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ନୂଆବର୍ଷର ଭେଟି ଆଣିଦେଇଛି। ଏସ୍‌ବିଆଇ ନିଜର ଏକ୍ସଟରନାଲ ବେଞ୍ଚମାର୍କ ରେଟ୍‌କୁ ୨୫ ପ୍ରତିଶତ କମାଇ ଦେଇଛି। ଏହା ଫଳରେ ଗୃହ ଋଣ ଏବଂ କାର୍‌ ଋଣ ଶସ୍ତା ହୋଇଯିବ। ଏହା ଆସନ୍ତା ନୂଆବର୍ଷଠାରୁ ଦେଶରେ ଲାଗୁ ହେବ। ବ୍ୟାଙ୍କର ଉଭୟ ନୂଆ ଏବଂ ପୁରୁଣା ଗ୍ରାହକ ଏହାର ଲାଭ ପାଇପାରିବେ। ବର୍ତ୍ତମାନ ନୂଆ ଘର କିଣିବା ପାଇଁ ଏସ୍‌ବିଆଇ ୮.୧୫ ପ୍ରତିଶତ...
ଟ୍ୟାକ୍ସ ପରେ ବଳୁଥିବା ଅର୍ଥର ୫୦ ପ୍ରତିଶତ ଜରୁରୀ ଖର୍ଚ୍ଚ ପାଇଁ ରଖନ୍ତୁ। ହୋମ୍ ବଜେଟ୍ ଉଣାଅଧିକେ ଆମ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧା। କେଉଁଥିରେ ଆଗ ଖର୍ଚ୍ଚ କରାଯିବ, କେଉଁ ଖର୍ଚ୍ଚକୁ ଟଳା ଯାଇପାରିବ, ଏହାକୁ ନେଇ ଆମେ ସବୁବେଳେ ଚିନ୍ତାରେ ଥାଉ। କହିବାକୁ ଗଲେ ଏହା ହେଉଛି ପ୍ରତି ଘରର କାହାଣୀ। ନିମ୍ନମଧ୍ୟବିତ ହୁଅନ୍ତୁ କି ମଧ୍ୟବିତ କିମ୍ବା ଧନୀକ, ସମସ୍ତଙ୍କ ପାଇଁ ହୋମ ବଜେଟ୍ ଗୋଟିଏ...
୭ରୁ ୩୦ଦିନ ପାଇଁ ମିଳୁଥିବା ଏହି ଲୋନଠାରୁ ଦୂରେଇ ରୁହନ୍ତ। କାରଣ ସାହୁକାର ପ୍ରଥା ନୂଆ ରୂପରେ ଫେରିଛି! "ହାତରେ ଟଙ୍କା ନାହିଁ? ଚିନ୍ତା କରନ୍ତୁ ନାହିଁ। ସାଲେରି ଆସିବା ଆଗରୁ ଆମଠାରୁ ନେଇଯାନ୍ତୁ ନିଜ ସାଲେରି। ଦରମା ପାଇଲେ ଫେରାଇ ଦେବେ।" ଆପଣଙ୍କ ପାଖକୁ ମଧ୍ୟ ଏମିତି ମେଲ୍ ଆସିଥିବ। କିମ୍ବା ସୋସିଆଲା ମିଡିଆ ତଥା ଇଣ୍ଟରନେଟରେ ଆପଣ ଏଭଳି ବିଜ୍ଞାପନର ମୁହାଁମୁହିଁ ହୋଇଥିବେ। ତେବେ ଆପଣଙ୍କ...
ନିବେଶ ନିଷ୍ପତ୍ତି ଉପରେ ଭାବନାକୁ ଭାରି ହେବାକୁ ଦିଅନ୍ତୁ ନାହିଁ। ନିବେଶ ଭାବିଚିନ୍ତି କରାଯାଏ। ନିବେଶରେ ଭାବନାର ସ୍ଥାନ ନଥାଏ। ଭାବନାରେ ବହି ନିବେଶ କରୁଥିବା ନିବେଶକ ନିଜ ମୂଳ ପୁଞ୍ଜି ହରାଇଥାନ୍ତି। ଭାବନା ଦ୍ୱାରା ପ୍ରଭାବିତ ନହୋଇ ନିବେଶ ନିଷ୍ପତ୍ତି ନେବା ପ୍ରତି ନିବେଶକଙ୍କ ପକ୍ଷରେ ଜରୁରୀ। ଭାବନା ଦ୍ୱାରା ପ୍ରଭାବିତ ନହୋଇ କେମିତି ନିବେଶ କରିବେ ଆସନ୍ତୁ ଜାଣିବା... ପୁରୁଣା ସ୍ମୃତିକୁ ନିବେଶ ସହ ଯୋଡ଼ନ୍ତୁ ନାହିଁ ଫାଇନାନ୍ସିଆଲ ଏକ୍ସପ୍ରେସର...
ଜାଣନ୍ତୁ ସେହି ୫ଟି କାରଣ ବିଷୟରେ ଯେଉଁଥିପାଇଁ କ୍ରେଡିଟ୍ କାର୍ଡ ବେଶି ବ୍ୟବହାର ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ହାନିକାରକ। କ୍ରେଡିଟ୍ କାର୍ଡର ଫାଇଦା ରହିଛି। ଆପଣଙ୍କ ଆକାଉଣ୍ଟ୍ ଖାଲି ଥିଲେ ମଧ୍ୟ ଆପଣ କିଣାକିଣି କରିପାରିବେ। ହାତ ଉଧାରି ନେବାକୁ ପଡିବ ନାହିଁ। ଏଥିରୁ କ୍ରେଡିଟ୍ ସ୍କୋର ମଧ୍ୟ ଜେନରେଟ୍ ହୋଇଥାଏ। ଯେଉଁଥିରୁ ଭବିଷ୍ୟତରେ ଆପଣଙ୍କୁ କମ ସୁଧରେ ଲୋନ୍ ମଧ୍ୟ ମିଳିପାରିବ। ଏତେ ଫାଇଦା ସତ୍ୱେ ଯଦି...
ସହଦେବ ସାହୁ ‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍। ଆଜି ଏଥିରେ ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା।   କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ବେଶ୍ ପରିଚିତ ନାମ ‘ରୁଚି’ର ମାଲିକ ଶ୍ରୀ ଶରତ କୁମାର ସାହୁ। କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ତାଙ୍କ ବ୍ରାଣ୍ଡର ଖ୍ୟାତି...
ଆପଣଙ୍କ ମାସିକିଆ ବଜେଟ ଯଦି ମୁଣ୍ଡବିନ୍ଧାର କାରଣ ତେବେ ଏହି ଉପାୟ ହେଉଛି ରାମବାଣ.. ଦେଶ ପାଇଁ ଯେମିତି ବଜେଟ୍ ଜରୁରୀ ଆପଣଙ୍କ ପାଇଁ ମଧ୍ୟ ବଜେଟ୍ ସେମିତି ଆବଶ୍ୟକ। ବଜେଟ୍ ଆପଣଙ୍କୁ ନିଜ ଆୟ ଓ ବ୍ୟୟ ଉପରେ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ। ଏହା ମଧ୍ୟ ଆପଣଙ୍କ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ କରେ। ଆପଣଙ୍କ ଆୟ ଓ ବ୍ୟୟ ସ୍ଥିର ରହିଲେ, ଆପଣ ନିଜ ସମ୍ପତ୍ତି ବଢାଇ...
ସରିବାକୁ ଯାଉଛି ୨୦୧୯ ବର୍ଷ। ନୂଆ ବର୍ଷକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସୋମବାର ଏକ ନୂଆ ଅଫର ଲଞ୍ଚ୍‌ ହୋଇଛି। ଏହାର ନାଁ ହେଉଛି ୨୦୨୦ ହାପି ନ୍ୟୁ ଇଅର ଅଫର। ଏହି ଅଫର ଜରିଆରେ ଗ୍ରାହକ ଅନ୍‌ଲିମିଟେଡ୍‌ କଲିଂ, ଦିନକୁ ଦେଢ଼ ଜିବି ଡାଟା ଏବଂ ଏସ୍‌ଏମ୍‌ଏସ୍‌ ପୂରା ୧ ବର୍ଷ ପାଇଁ ପାଇପାରିବେ। ଏଥିପାଇଁ ତାଙ୍କୁ ରିଚାର୍ଜ କରିବାକୁ ପଡ଼ିବ ନୂଆ ୨୦୨୦...
ବରିଷ୍ଠ ନାଗରିକଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି,ଯାହାର ଲକ୍ଷ୍ୟ ହେଉଛି ସେମାନଙ୍କ ଜୀବନକୁ ସହଜ କରିବା.. ୬୦ ପରର ଜୀବନ ହେଉଛି ଅବସରକାଳୀନ ଜୀବନ। ଅବସରକାଳୀନ ଜୀବନରେ ମଧ୍ୟ ଟଙ୍କାର ଆବଶ୍ୟକତା ହୋଇଥାଏ। ବରିଷ୍ଠ ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ସେହିଭଳି କିଛି ଯୋଜନା ବିଷୟରେ ଆଜି ଆମେ ପଢିବା। ଯାହାର ଫାଇଦା ବରିଷ୍ଠ ନାଗରିକ ନେଇ ପାରିବେ। ପ୍ରଧାନମନ୍ତ୍ରୀ ବୟ...
ଫାଇନାନ୍ସିଆଲ ପ୍ଲାନିଂରେ ଟର୍ମ ପଲିସି କିଣିବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଟର୍ମ ପଲିସି ସବୁ ବିଶେଷଜ୍ଞଙ୍କ ପରାମର୍ଶ ତାଲିକାରେ ସବୁଠାରୁ ଆଗରେ ଥାଏ। ଆକସ୍ମିକ ବିପତ୍ତି ଯେମିତି ପଲିସି ଧାରକଙ୍କ ମୃତ୍ୟୁ ଭଳି ପରିସ୍ଥିତିରେ ଟର୍ମ ପଲିସି ପରିବାରକୁ ଆର୍ଥିକ ସୁରକ୍ଷା ଦେଇଥାଏ। ତେବେ ଏଥିରେ ପ୍ଲାନର ମ୍ୟାଚୁରିଟି ପରେ ପଲିସି ଧାରକଙ୍କୁ କୌଣସି ଟଙ୍କା ମିଳିନଥାଏ। ଟର୍ମ ପ୍ଲାନରେ ବୀମା କିଣୁଥିବା ବ୍ୟକ୍ତି ଆଗରୁ ନିର୍ଦ୍ଧାରିତ ସମୟ...