ବର୍ଷକୁ ଥରେ ଲକର ନଖୋଲିଲେ ବ୍ୟାଙ୍କ ଖୋଲିକି  ଦେଖିବ ଲକରରେ ଅଛି କଣ! ଯଦି ଆପଣଙ୍କର କୌଣସି ବ୍ୟାଙ୍କରେ ଲକର ରହିଛି ତେବେ ବର୍ଷକୁ ଅତିକମରେ ଥରୁଟିଏ ଏହାକୁ ଖୋଲିବା ଅନିବାର୍ଯ୍ୟ। କାରଣ ଆପଣ ଯଦି ବ୍ୟାଙ୍କ ଲକରକୁ ବର୍ଷକୁ ଥରେ ନଖୋଲନ୍ତି ତେବେ ବ୍ୟାଙ୍କ ଏମିତି କିଛି ପଦକ୍ଷେପ ନେବ ଯାହା ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ। ଆସନ୍ତୁ ଜାଣିବା ବର୍ଷକୁ ଥରେ ଲକର ନଖୋଲିଲେ କଣ...
ୟୁନିଟ୍ ହୋଲ୍ଡରଙ୍କ ଅଚାନକ ମୃତ୍ୟୁ ପରେ ମ୍ୟୁଚୁଆଲ ଫଣ୍ଡ୍ ୟୁନିଟର ଟ୍ରାନ୍ସଫର ପାଇଁ ନୋମିନେସନ୍ ସୁବିଧା ଦିଅଯାଇଥାଏ, ନୋମିନିଙ୍କ ନାମ ଥିଲେ ତାଙ୍କୁ ନିବେଶ ରାଶି ମିଳିଥାଏ... ମ୍ୟୁଚୁଆଲ ଫଣ୍ଡରେ ନିବେଶ ସମୟରେ ଫର୍ମରେ ନୋମିନିଙ୍କ ନାମ ପୁରଣ କରିବାକୁ ପଡ଼ିଥାଏ। କାରଣ ହେଉଛି ୟୁନିଟ୍ ହୋଲ୍ଡରଙ୍କ ମୃତ୍ୟୁ ଭଳି ଦୁର୍ଭାଗ୍ୟଜନକ ପରିସ୍ଥିତିରେ ତାଙ୍କ ଦ୍ୱାରା ଚୟିତ ବ୍ୟକ୍ତିଙ୍କ ନାମରେ ୟୁନିଟକୁ ଟ୍ରାନ୍ସଫର କରାଯାଇଥାଏ। ଆସନ୍ତୁ ଜାଣିବା ନୋମିନି ଚୟନ...
ପର୍ସନାଲ ଫାଇନାନ୍ସ ହିସାବରେ ଏହା ମହତ୍ୱପୂର୍ଣ୍ଣ ଷ୍ଟେଜ୍ କାରଣ ୪୦ ପରେ ଭବିଷ୍ୟତ ପାଇଁ ଯୋଜନା ତିଆରି କରିବାର ସ୍ୱାଧିନତା ଥାଏ... ଆପଣଙ୍କ ଆର୍ଥିକ ସ୍ଥିତି କେମିତି? ଏହି ପ୍ରଶ୍ନର ଉତ୍ତର ଯଦି ଆପଣ ୪୦ ଛୁଇଁ ସାରିଲେଣି ତାହେଲେ ଅଧିକ ସଠିକ ଭାବେ ଦେଇପାରିବେ। କିମ୍ବା ଆପଣ ୪୦ ବର୍ଷର ହେବା ପରେ ହିଁ ଜାଣିକରି ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ଆର୍ଥିକ ସ୍ଥିତି ବାସ୍ତବିକ୍ କେମିତି ଅଛି।...
ମ୍ୟୁଚୁଆଲ ଫଣ୍ଡ ସମ୍ପର୍କରେ ସମସ୍ତ ସୂଚନା ଜାଣନ୍ତୁ ପଇସା ପ୍ଲସ୍‌ରେ। ମ୍ୟୁଚୁଆଲ ଫଣ୍ଡ୍‌ କ'ଣ, ଜାଣନ୍ତୁ କିପରି କରିବେ ପୁଞ୍ଜି ନିବେଶ? ଅଧିକ ରୋଜଗାର କରିବା ଓ ନିଜ ପାଖରେ ଥିବା ଅର୍ଥକୁ ବଢାଇବା ପାଇଁ କିଏ ନ ଚାହେଁ। ଏଥିପାଇଁ କିଏ ବ୍ୟାଙ୍କରେ ଟଙ୍କା ଜମା ରଖି ସୁଧ ପାଇଥାନ୍ତି ତ ଆଉ କିଏ ଫିକ୍ସ ଡିପୋଜିଟ୍‌ କରନ୍ତି। ସେହିପରି କେହି କେହି ସୁନାରେ ନିବେଶ କରନ୍ତି ତ ଆଉ...
ଜିଓ ବ୍ୟବହାରକାରୀ ଯିବେ ଥାଇଲାଣ୍ଡ। ଏଥିପାଇଁ କେବଳ ସେମାନଙ୍କୁ ଗୋଟିଏ ଚାଲେଞ୍ଜରେ ଭାଗ ନେବାକୁ ପଡ଼ିବ। ଏହି ଚାଲେଞ୍ଜରେ ବିଜେତା ହେଲେ ତାଙ୍କୁ ମାଗଣାରେ ଥାଇଲାଣ୍ଡ ଯିବାର ସୁଯୋଗ ମିଳିବ। ଜିଓ ଜାନୁଆରି ୨୬ ତାରିଖରୁ ତା’ର ଗ୍ରାହକମାନଙ୍କ ପାଇଁ ଏକ ନୂଆ ଚାଲେଞ୍ଜ ଆଣିଛି। ଏହାର ନାଁ ରହିଛି 'ଜିଓ ଗଟ୍ ଟ୍ୟାଲେଣ୍ଟ'। ଏହି ଚ୍ୟାଲେଞ୍ଜରେ ଭାଗ ନେବାକୁ ହେଲେ ଜିଓ ବ୍ୟବହାରକାରୀମାନେ ସ୍ନାପଚ୍ୟାଟ୍ ଆପ୍ ଡାଉନଲୋଡ୍ କରିବାକୁ...
ଏସ୍‌ଆଇପି ବା ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟରେ ଆପଣଙ୍କୁ ମାସିକ ଏକ ନିଶ୍ଚିତ ରାଶି ନିବେଶ କରିବାକୁ ପଡିଥାଏ। ଏସ୍‌ଆଇପି(SIP) ବା ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନକୁ ଗୁଗୁଲରେ ସର୍ବାଧିକ ସର୍ଚ୍ଚ କରାଯାଉଥିବା ଆର୍ଥିକ ଶବ୍ଦ ଅଟେ। ଅନେକ ନିବେଶକ ଯେଉଁମାନେ ନିବେଶ କ୍ଷେତ୍ରକୁ ନୂଆ କରି ଆସିଥାନ୍ତି ସେମାନେ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କେମିତି କରାଯିବା ତାହା ଜାଣିବାକୁ ଚାହାନ୍ତି। ଗତ କିଛି ବର୍ଷ ମଧ୍ୟରେ ମ୍ୟୁଚୁଆଲ ଫଣ୍ଡ୍‌ରେ ଏସ୍‌ଆଇପି ଜରିଆରେ ଅଧିକ ନିବେଶ...
ଜାଣନ୍ତୁ କ'ଣ କଲେ କେବେ ମଧ୍ୟ ଆର୍ଥିକ ସଂକଟର ସମ୍ମୁଖୀନ ହେବେ ନାହିଁ କିମ୍ବା ହେଲେ ମଧ୍ୟ ସହଜତାର ସହ ମୁକାବିଲା କରିପାରିବେ।  ଜୀବନ ସବୁବେଳ ସେମିତି ଚାଲେ ନାହିଁ ଯେପରି ଆମେ ଆଶା କରିଥାଉ। ଅନେକ ସମୟରେ ଆପଣଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଯାହା ବାବଦରେ ଆପଣ ସ୍ୱପ୍ନରେ ସୁଧା ଭାବିନଥିବେ।  ଅର୍ଥ ଆମ ଜୀବନର ଅର୍ଥ ଓ ମୋଡ଼ ବଦଳାଇ ଦେଇଥାଏ। ତେଣୁ ସବୁବେଳେ...
ଆପଣଙ୍କ ପାଇଁ କେଉଁ ବୀମା ଠିକ୍ ରହିବ, ଜାଣନ୍ତୁ ଏହାର ଫାଇଦା ବାବଦରେ। ସାଧାରଣତଃ ମୋଟର ଇନସ୍ୟୁରାନ୍ସ ବାବଦରେ ସମସ୍ତଙ୍କୁ ଜଣା। କିନ୍ତୁ ଏହା କେତେ ପ୍ରକାରର ଏହା ପ୍ରାୟ ଅନେକ ଜାଣନ୍ତି ନାହିଁ। ମୋଟର ବୀମାର ପ୍ରକାର ଭେଦକୁ ନେଇ ସମସ୍ତଙ୍କ ପାଖରେ ତଥ୍ୟର ଅଭାବ ରହିଛି। ତେଣୁ ଅନେକ ଭୁଲ ବୀମା କରାଇଥାନ୍ତି। ଯାହା ପରେ ତାଙ୍କୁ କ୍ଷତିରେ ପକାଇଥାଏ। ମୋଟର ଇନସ୍ୟୁରାନ୍ସରେ ଅନେକ ପ୍ରକାରର କଭରେଜ୍...
ଜୀବନ ବୀମା ସମସ୍ତଙ୍କ ପାଇଁ ଜରୁରୀ। ଦେଶରେ ଲକ୍ଷାଧିକ ବୀମା ଏଜେଣ୍ଟ୍‌ ରହିଛନ୍ତି। ସେମାନେ ଗ୍ରାହକଙ୍କୁ ବୀମା ବିକ୍ରି କରିଥାନ୍ତି। ସଂଖ୍ୟାଧିକ ଏଜେଣ୍ଟ ସଚୋଟ୍ଟତାର ସହ ନିଜ କାମ କରିଥାନ୍ତି। ବୀମାର ସର୍ତ୍ତ ଓ କଭର ବାବଦରେ ସଠିକ ତଥ୍ୟ ଦେଇଥାନ୍ତି। କିନ୍ତୁ କିଛି ବୀମା ଏଜେଣ୍ଟ ଗ୍ରାହକଙ୍କୁ ଭୁଲ ତଥ୍ୟ ଦେଇ ବୀମା ବିକ୍ରି କରିଥାନ୍ତି। ତେଣୁ ଆପଣଙ୍କୁ ବୀମା ନେବାବେଳେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ...
ବୀମାକୁ କେବେ ମଧ୍ୟ ନିବେଶ ଭାବେ ନିଅନ୍ତୁ ନାହିଁ ଏବଂ ବୀମା କରିବା ବେଳେ ନିଜ ବାର୍ଷିକ ଆୟକୁ ଧ୍ୟାନରେ ରଖନ୍ତୁ... ଆମ ସମସ୍ତଙ୍କ ପାଇଁ ବୀମା ଜରୁରୀ। ଜୀବନ ଅନିଶ୍ଚିତ ହୋଇଥିବାରୁ ବୀମାର ଆବଶ୍ୟକତା ରହିଛି। ମାତା, ପିତାଙ୍କଠାରୁ ଛାତ୍ର ଓ ଅବିବାହିତ ବ୍ୟକ୍ତି ସମସ୍ତଙ୍କ ପାଇଁ ବୀମା ଏକ ଜରୁରୀ ଆବଶ୍ୟକତା। ବୟସ ଓ ଆର୍ଥିକ ବୋଝ ବଢ଼ିବା ସହ ବୀମା ପଲିସିର ଆବଶ୍ୟକତା ବଢ଼ିଥାଏ। ତେବେ...