ଯେତିକି ଖର୍ଚ୍ଚ ସେତିକି ଟଙ୍କା ଫେରି ପାଇବେ, ତେବେ ଦେବାକୁ ପଡ଼ିବ ଅଧିକ ପ୍ରିମିୟମ। ଆଗକୁ ସ୍ୱାସ୍ଥ୍ୟ ବୀମା ଉପରେ ଆପଣଙ୍କୁ ନିଶ୍ଚିତ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଛି। ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏ) କ୍ଷତିପୁରଣ ଆଧାରିତ ସ୍ୱାସ୍ଥ୍ୟବୀମା ଆଣିବାକୁ ଚିନ୍ତା କରୁଛି। ଆଇଆରଡିଏ ଏନେଇ ଏକ ସର୍କ୍ୟୁଲାର ଜାରି କରିଛି। ଯେଉଁଥିରେ ଏଭଳି ବୀମା ଉପରେ ବିଚାର ପାଇଁ ଏକ କମିଟି ଗଠନ କରା ଯାଇଛି। ଇଣ୍ଡେମିନିଟି...
ମ୍ୟୁଚୁଆଲ ଫଣ୍ଡ ନିବେଶରେ ରିସ୍କ ଥାଏ। ତେଣୁ ଏଥିରେ କେବେ ମଧ୍ୟ ଜରୁରୀ କାର୍ଯ୍ୟ ପାଇଁ ରଖିଥିବା ପାଣ୍ଠିକୁ ନିବେଶ କରନ୍ତୁ ନାହିଁ। କେବଳ ସେଇ ଟଙ୍କାକୁ ନିବେଶ କରନ୍ତୁ ଯାହା ଆପଣଙ୍କ ପାଖରେ ବଳକା ଥିବ। ଏଭଳି ଅର୍ଥ ନିବେଶ କରନ୍ତୁ ନାହିଁ ଯାହା ଆପଣ ହଠାତ ଖର୍ଚ୍ଚ ପାଇଁ ରଖିଛନ୍ତି। ସେୟାର ବଜାରରେ ନିବେଶର ସବୁଠାରୁ ସରଳ ବାଟ ହେଉଛି ମ୍ୟୁଚୁଆଲ ଫଣ୍ଡ୍। ତେବେ ଆପଣ...
ଘୋର ଆର୍ଥିକ ସଙ୍କଟରେ ୟେସ୍ ବ୍ୟାଙ୍କ୍। ଜାଣନ୍ତୁ, କାହିଁକି ହେଲା ଦେବାଳିଆ ହେଲା ବ୍ୟାଙ୍କ? ମୁଣ୍ଡରେ ହାତଦେଇ ବସିଛନ୍ତି ୟେସ୍ ଆକାଉଣ୍ଟଧାରୀ। ସେମାନଙ୍କର କଷ୍ଟ ଅର୍ଜିତ ଧନ ତାଙ୍କୁ ମିଳିବ ନାଁ ପାଣିରେ ପଡ଼ିବ ତାକୁ ନେଇ ଏବେ ସେମାନେ ଆଶା ଆଶଙ୍କା ଭିତରେ। ରିଜର୍ଭ ବ୍ୟାଙ୍କ ଘରୋଇ ୟେସ୍ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିବା ପରେ ମାସକୁ ୫୦ ହଜାର ଟଙ୍କା ଯାଏଁ ଉଠାଇପାରିବେ ବୋଲି କଟକଣା ଯାଇକରିଛି।...
କୋର୍ଟରେ ହାଜର ହେଲେ ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ରାଣା କପୁର। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ମୁମ୍ଵାଇର ଏକ କୋର୍ଟରେ ହାଜର କରିଛି। ଟଙ୍କା ହେରଫେର ମାମଲାରେ ରବିବାର ରାଣା କପୁରଙ୍କୁ ଇଡି ଗିରଫ କରିଥିଲା। ଅଧିକ ତଥ୍ୟ ପାଇଁ ଇଡି ତାଙ୍କୁ ରିମାଣ୍ଡରେ ନେଇପାରେ। ଶୁକ୍ରବାର ୟେସ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହାପରେ ଟଙ୍କା ବୁଡ଼ିଯିବା ଆଶଙ୍କାରେ ୟେସ...
ମାସିକ ୧୦ ହଜାର ଟଙ୍କା ପେନସନ୍ ପାଇବାକୁ ଚାହୁଁଛନ୍ତି ତ’ ତୁରନ୍ତ କରନ୍ତୁ ନିବେଶ। ମାର୍ଚ୍ଚ ୩୧ରେ ବନ୍ଦ ହୋଇଯିବ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା। ବରିଷ୍ଠ ନାଗରିକଙ୍କୁ ମାସିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ଦେଉଥିବା ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ୩୧ ମାର୍ଚ୍ଚ ପରେ ବନ୍ଦ ହେବ। ଆପଣ ଯଦି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ କିମ୍ବା ୩୧ ମାର୍ଚ୍ଚ...
ୟେସ୍ ବ୍ୟାଙ୍କ ଗ୍ରାହକ ମାସକୁ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ। କୁପ୍ରବନ୍ଧନ ଓ ନଗଦ ଟଙ୍କା  ସମସ୍ୟା କାରଣରୁ ୟେସ୍ ବ୍ୟାଙ୍କର ଦୈନନ୍ଦିନ କାମକୁ ରିଜର୍ଭ ବ୍ୟାଙ୍କ ନିଜ ହାତକୁ ନେଇଛି। ଏହା ସହିତ ମାସକୁ ଗ୍ରାହକ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁକି ଦେଇ ପାରିବେ ନାହିଁ। ୩୦ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବୋର୍ଡକୁ ମଧ୍ୟ ଭଙ୍ଗ କରାଯାଇଛି। ଯଦି ୟେସ...
ଗତ ସପ୍ତାରେ ସେୟାର ବଜାର ନିମ୍ନଗାମୀ ହୋଇଥିଲା। କରୋନା  କାରଣରୁ ବଜାରରେ ଏଭଳି ସ୍ଥିତି ଦେଖା ଦେଇଛି। ସପ୍ତାହ ଆରମ୍ଭରେ ସେନସେକ୍ସ ୪୦,୭୭୨ ଥିଲା ଯାହା ଶୁକ୍ରବାର ଦିନ ୬ ପ୍ରତିଶତ ହ୍ରାସ ସହ ୩୮,୨୯୭ରେ ପହଞ୍ଚିଛି। ଯାହାକୁ ନେଇ ନିବେଶକ ଚିନ୍ତିତ ଅଛନ୍ତି। ଏମିତିରେ ଜଣେ ନିବେଶକ ଭାବେ ଆପଣ କଣ କରିବା ଉଚିତ? ନିଜ ଲକ୍ଷ୍ୟ ଉପରେ ନଜର ରଖନ୍ତୁ ସର୍ବପ୍ରଥମେ ଏହା ସବୁବେଳେ ମନେ ରଖନ୍ତୁ ଯେ,...
ଅନେକ ଲୋକ ପ୍ରାୟ ସବୁବେଳେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନଥିବା ନେଇ ଅଭିଯୋଗ କରିଥାନ୍ତି। ଧନି ନହୋଇଥିବାରୁ ଆମ ଭିତରୁ ଅନେକ ଦୁଃଖ କରନ୍ତି। ଯେତେବେଳେ ଆମେ ଆଖପାଖରେ ଆର୍ଥିକ ରୁପରେ ଶକ୍ତିଶାଳି ବ୍ୟକ୍ତିଙ୍କୁ ଦେଖୁ, ସେତେବେଳେ ଆମେ ହିନମାନ୍ୟତାର ଶିକାର ହେଉ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ, ଆମେ ଯେଉଁ ଟଙ୍କା ଆୟ କରୁଛୁ ତାହା କଣ ପର୍ଯ୍ୟାପ୍ତ? ଆମ ଉପାର୍ଜନ ଯଥେଷ୍ଟ କି...
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭାରତୀୟ ଘରୋଇ ବ୍ୟାଙ୍କ 'YES Bank'। ଗୁରୁବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ୟେସ୍‌ ବ୍ୟାଙ୍କ ବୋର୍ଡକୁ ନିଜ ଅଧୀନରେ ରଖିଛି। ଏଥିସହିତ ବ୍ୟାଙ୍କ ଟଙ୍କା ଉଠାଇବା ଉପରେ ମଧ୍ୟ କଟକଣା ଜାରି କରିଛି। ଆଗାମୀ ୩୦ ଦିନ ଯାଏଁ ୟେସ୍‌ ବ୍ୟାଙ୍କ ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେନି। ଅନ୍ୟପକ୍ଷରେ ଗ୍ରାହକଙ୍କ କୌଣସି ଟଙ୍କା ବୁଡ଼ିବ ନାହିଁ...
ହୋଲି ପୂର୍ବରୁ ମୋଦୀ ସରକାର ଦେଶର କର୍ମଚାରୀଙ୍କୁ ଝଟକା ଦେଇଛନ୍ତି। ୨୦୧୯-୨୦ ବର୍ଷ ପାଇଁ ଏମ୍ପ୍ଲଇଜ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌(ଇପିଏଫ୍‌) ଉପରେ ସରକାର ୦.୧୫ ପ୍ରତିଶତ ସୁଧହାର କମାଇ ଦେଇଛନ୍ତି। ଫଳରେ ବର୍ତ୍ତମାନ ଇପିଏଫ୍‌ ଉପରେ ୮.୫୦ ପ୍ରତିଶତ ସୁଧ ଦିଆଯିବ। ସରକାରଙ୍କ ଏହି ନିଷ୍ପତ୍ତିରେ ଦେଶର ପ୍ରାୟ ୬ କୋଟି କର୍ମଚାରୀମାନେ ପ୍ରଭାବିତ ହେବେ। ୨୦୧୮-୧୯ ଆର୍ଥିକ ବର୍ଷରେ ଇପିଏଫ୍‌ ଉପରେ ସୁଧ ହାର ୮.୬୫ ପ୍ରତିଶତ ଥିଲା। କର୍ମଚାରୀ ଭବିଷ୍ୟତନିଧି...