ମହିଳାଙ୍କୁ ଶସ୍ତା ସୁଧ ହାରରେ ଲୋନ୍ ମିଳିବା ସହ ସଞ୍ଚୟ ଖାତାରେ ମିଳେ ଅଧିକ ସୁଧ। ଆଧୁନିକ ସମୟରେ ମହିଳା ଆଗକୁ ବଢୁଛନ୍ତି। ଏମିତିରେ ସେମାନଙ୍କ ସାମ୍ନାରେ ଆର୍ଥିକ ସମସ୍ୟା ମଧ୍ୟ ଉଭା ହୋଇଥାଏ। ତେବେ ଏହି ସମସ୍ୟା ସବୁ ନିଦାନ ପାଇଁ ସରକାରୀ ଓ ଘରୋଇ ସଂଗଠନ ଆଗକୁ ଆସିଛନ୍ତି। ଫଳରେ ମହିଳା ଏବେ ଆର୍ଥିକ ସ୍ୱାବଳମ୍ବୀ ହୋଇ ପାରିଛନ୍ତି। ମହିଳାଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ପାଇଁ...
ଆଉ କେଇଦିନ ଭିତରେ ସରିବ ଚଳିତ ଆର୍ଥିକ ବର୍ଷ କିନ୍ତୁ ଏଯାଏଁ ଯଦି ଟ୍ୟାକ୍ସ ସେଭର କିଣି ନାହାନ୍ତି ତେବେ ଅନଲାଇନ୍ ବିକଳ୍ପ ବାଛନ୍ତୁ। ଆର୍ଥିକ ବର୍ଷ ଶେଷ ହେବାକୁ ଅଳ୍ପ କେଇ ଦିନ ବାକି ଅଛି। ତଥାପି ଯଦି ଆପଣ ଅଧିକ ଟ୍ୟାକ୍ସ ବଞ୍ଚାଇବା ପାଇଁ କୌଣସି ରାସ୍ତା ବାଛି ନାହାନ୍ତି ତେବେ ଏବେ ଗୋଟିଏ ରାସ୍ତା ଅଛି। ଆଉ ତା’ ହେଉଛି ଅନଲାଇନ୍ ବିକଳ୍ପ। ଅନଲାଇଇନ୍ ବିକଳ୍ପ...
ଏମିତିରେ ଆପଣଙ୍କୁ ବଞ୍ଚାଇପାରେ ଧାରା ୮୦ ଜି’। ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ରେ ଯଦି ଆପଣଙ୍କ କରଯୋଗ୍ୟ ଆୟ ୫ ଲକ୍ଷରୁ କମ ତେବେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ। କିନ୍ତୁ ଯଦି ଆପଣଙ୍କ ବାର୍ଷିକ ଆୟ ୫ ଲକ୍ଷରୁ ଟଙ୍କାଏ ବି ଅଧିକ ତେବେ ଆପଣଙ୍କୁ ସ୍ଲାବ୍ ହିସାବରେ ପୁରା ଟ୍ୟାକ୍ସ ଦେବାକୁ ପଡ଼ିବ। ଆୟକର ଧାରା ୮୭ ଏ’ ଅନୁସାରେ ଯଦି ଆପଣଙ୍କ ଆୟ...
ଏନଏଫଓ ଓ ଆଇପିଓ ବିଷୟରେ ଜାଣନ୍ତୁ ଫଣ୍ଡ୍ ଦେଉଥିବା କମ୍ପାନି ନ୍ୟୁ ଫଣ୍ଡ ଅଫର ଅର୍ଥାତ NFOର ଆରମ୍ଭ କରିଥିଲେ। ଏଥିରେ ସେମାନଙ୍କ ପାଖରେ ନିଜ ପ୍ରଡକ୍ଟକୁ ପୁରା କରିବା ପାଇଁ କୌଣସି ଅସଲ ଉତ୍ପାଦ ନଥାଏ। ଫଣ୍ଡ କମ୍ପାନୀ କୌଣସି ଏକ ବିଷୟକୁ ଆଧାର କରି ଲମ୍ବା ଅବଧିର ଫାଇଦା ଦେବା ପାଇଁ NFOକୁ ଉତାରିଥାନ୍ତି। ଆସନ୍ତୁ NFO ବିଷୟରେ ଜାଣିବା। NFO କ'ଣ? ଫଣ୍ଡ କମ୍ପାନି ନୂଆ ସ୍କିମ୍ ଆରମ୍ଭ...
ଫାଇନାନ୍ସିଆଲ ପ୍ଲାନିଂରେ ଟର୍ମ ପଲିସି କିଣିବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଟର୍ମ ପଲିସି ସବୁ ବିଶେଷଜ୍ଞଙ୍କ ପରାମର୍ଶ ତାଲିକାରେ ସବୁଠାରୁ ଆଗରେ ଥାଏ। ଆକସ୍ମିକ ବିପତ୍ତି ଯେମିତି ପଲିସି ଧାରକଙ୍କ ମୃତ୍ୟୁ ଭଳି ପରିସ୍ଥିତିରେ ଟର୍ମ ପଲିସି ପରିବାରକୁ ଆର୍ଥିକ ସୁରକ୍ଷା ଦେଇଥାଏ। ତେବେ ଏଥିରେ ପ୍ଲାନର ମ୍ୟାଚୁରିଟି ପରେ ପଲିସି ଧାରକଙ୍କୁ କୌଣସି ଟଙ୍କା ମିଳିନଥାଏ। ଟର୍ମ ପ୍ଲାନରେ ବୀମା କିଣୁଥିବା ବ୍ୟକ୍ତି ଆଗରୁ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ...
ଅଫଲାଇନ୍ ଟ୍ରେଡ ପାଇଁ ବ୍ରୋକରଙ୍କୁ କେବେ ମଧ୍ୟ ଦିଅନ୍ତୁ ନାହିଁ ଦସ୍ତଖସ୍ତ ବିଶିଷ୍ଟ ଇନଷ୍ଟ୍ରକସନ ସ୍ଲିପ୍।  କର୍ଭି ଷ୍ଟକ୍ ବ୍ରୋକିଂ SEBI ନିଶାନାରେ ଅଛି। ଗତ ସପ୍ତାହରେ ସେବି କର୍ଭି ଉପରେ ପ୍ରତିବନ୍ଧକ ଲଗାଇଛି। କାରଣ ହେଉଛି କର୍ଭି ନିଜ ଗ୍ରାହକଙ୍କ ବିନା ଅନୁମତିରେ ସେମାନଙ୍କ ସେୟାରକୁ ବନ୍ଧକ ରଖିଥିଲା। ଏହାସହ ୧୦୯୬ କୋଟି ମୁଲ୍ୟର ପ୍ରତିଭୂତି (ସିକ୍ୟୁରିଟି) ଏହା ନିଜର ଗ୍ରୁପ କମ୍ପାନି କର୍ଭି ରିୟଲିଟି ପ୍ରାଇଭେଟକୁ ଟ୍ରାନସଫର...
ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିଲେ,ଏହା ଆପଣ ଜାଣିବା ନିହାତି ଜରୁରୀ ମ୍ୟୁଚୁଆଲ୍ ଫଣ୍ଡରୁ କେମିତି ଆୟ ହୁଏ ? ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଭଲ ରିଟର୍ଣ୍ଣ ମିଳିଥାଏ। କିନ୍ତୁ ଏହା ସହ ଏହାର ଟ୍ୟକ୍ସ ଦିଗକୁ ମଧ୍ୟ ଜାଣିବା ଜରୁରୀ। ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଦୁଇ ପ୍ରକାରର ଆୟ ହୋଇଥାଏ। ପ୍ରଥମତଃ ଡିଭିଡେଣ୍ଡ୍ ଓ ଦ୍ୱିତୀୟ ହେଲା କ୍ୟାପିଟାଲ୍ ଗେନ୍ କିମ୍ବା ଲସ୍। ଦୁଇ ମାମଲାରେ ଟ୍ୟାକ୍ସ ଅଲଗା ପ୍ରକାରର ହୋଇଥାଏ।...
ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିବା ପରେ ଏବେ ମ୍ୟୁଚୁଆଲ୍ ଫଣ୍ଡ ନିବେଶକଙ୍କ ଛାତିରେ ଛନକା। ନିବେଶକମାନେ ଭୟଭୀତ ଅଛନ୍ତି ଯେ, ସେମାନଙ୍କର ଟଙ୍କା ୟେସ୍‌ ବ୍ୟାଙ୍କର ସେୟାର ଏବଂ ବଣ୍ଡ୍‌ରେ ବିନିଯୋଗ ହୋଇନାହିଁ ତ! ତେବେ ଟଙ୍କା ବୁଡ଼ିଯିବା ଭୟରେ ଏବେ ଚିନ୍ତାରେ ନିବେଶକ। ମ୍ୟୁଚୁଆଲ୍ ଫଣ୍ଡ ଟ୍ରାକିଂ କମ୍ପାନି ନିପନ୍ ଇଣ୍ଡିଆର ତଥ୍ୟ ଅନୁଯାୟୀ, ନିପନ୍ ଇଣ୍ଡିଆର ୪ଟି ସ୍କିମ୍ ୟେସ୍ ବ୍ୟାଙ୍କ...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୬.୩୦ ସନ୍ଧ୍ୟା (ଆଇ ଏସ୍ ଟି), ୯ ମାର୍ଚ୍ଚ, ୨୦୨୦ ସେନସେକ୍ସ ହାର – ୩୫,୬୩୪.୯୫   ୧,୯୪୧.୬୭ ହ୍ରାସ  (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ୟେସ୍ ବ୍ୟାଙ୍କ୍: ୩୧.୫୮ % ବୃଦ୍ଧି ଓଏନଜିସି: ୧୬.୨୬ % ହ୍ରାସ ବିପିସିଏଲ୍: ୫.୧୫ % ବୃଦ୍ଧି ରିଲାୟାନ୍ସ: ୧୨.୩୫ % ହ୍ରାସ ଭାରତି ଇନଫ୍ରାଟେଲ୍: ୩.୫୮% ବୃଦ୍ଧି ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ୍: ୧୦.୬୬% ହ୍ରାସ ନିଫ୍ଟି ହାର ୧୦,୪୫୧.୪୫    ୫୩୮...
କୋରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହା ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ସୋମବାର ଭାରତୀୟ ସେୟାର ବଜାରରେ ସୂଚକାଙ୍କ ଭାରି ମାତ୍ରାରେ ହ୍ରାସ ପାଇଛି। ସେନ୍‌ସେକ୍ସ ୨୧ ଶହ ପଏଣ୍ଟ କମି ଯାଇଥିବା ବେଳେ ନିଫ୍ଟି ମଧ୍ୟ ୫୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଏହା ଗତ ୫ବର୍ଷ ମଧ୍ୟରେ ସେୟାର ମାର୍କେଟକୁ ଲାଗିଥିବା ସବୁଠାରୁ ବଡ଼ ଝଟକା। ମାର୍କେଟର ଏଭଳି ସ୍ଥିତି...