କ’ଣ ମୁଁ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ ବା ଆୟକର ଦାଖଲ କରିବା ଆବଶ୍ୟକ କି। ଆୟକର ଦାଖଲରେ କ’ଣ ମିଳିପାରିବ ଫାଇଦା। ଅଳ୍ପ ରୋଜଗାରରେ କ’ଣ ମୁଁ ଆୟକର ଦାଖଲ କରିବାକୁ ବାଧ୍ୟ କି। ଏଭଳି ଅନେକ ପ୍ରଶ୍ନ ଆମ ମନରେ ସୃଷ୍ଟି ହେବା ସ୍ବାଭାବିକ। କାରଣ ଭାରତରେ ସାଧାରଣତଃ ଅଧିକାଂଶ ଲୋକ ଏ ସମ୍ପର୍କରେ ଜାଣନ୍ତି ନାହିଁ। ତେଣୁ ସେମାନେ ଆୟକର ଦାଖଲ କରନ୍ତି ନାହିଁ।...
ଚାକିରି କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଇପିଏଫ୍‌ (ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ)ର ସୁଧହାର ୮.୬୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ସୁଧହାର ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଲାଗୁ ହେବ। ଇପିଏଫ୍‌ ସୁଧ ହାର ବଢ଼ାଇବା ପାଇଁ ବହୁଦିନ ଧରି ଚର୍ଚ୍ଚା ହୋଇ ଆସୁଥିଲା। ତେବେ ସରକାର ଆଜି ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏଣିକି...
ଘରୋଇ କମ୍ପାନି ପାଇଁ କର୍ପୋରେଟ ଟିକସ ୨୨%କୁ ହ୍ରାସ ନୂଆ ଉତ୍ପାଦନ କମ୍ପାନି ପାଇଁ ୧୫% କର୍ପୋରେଟ ଟିକସ ସିଏସ୍ଆର ଖର୍ଚ୍ଚର ପରିଧି ବୃଦ୍ଧି ଲାଗି ନିଷ୍ପତ୍ତି ଭାରତ ସରକାର ଆୟକର ଆଇନ ୧୯୬୧ ଏବଂ ଅର୍ଥ (ସଂଖ୍ୟା ୨) ଆଇନ ୨୦୧୯ରେ କେତେକ ସଂଶୋଧନ ଆଣିବା ଉଦ୍ଦେଶ୍ୟରେ କର ନିର୍ଦ୍ଧାରଣ ଆଇନ (ସଂଶୋଧନ) ଅଧ୍ୟାଦେଶ ୨୦୧୯ ଆଗତ କରିଛନ୍ତି। କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ...
ଆପଣଙ୍କ କୌଣସି ବ୍ୟାଙ୍କ କାମ ରହିଯାଇଛି କି? ତେବେ ଏହି ସବୁ କାମ ଆଗୁଆ ସାରିଦିଅନ୍ତୁ। କାରଣ ଆଗକୁ ଲଗାତାର ଚାରିଦିନ ଧରି ବନ୍ଦ ରହିବ ବ୍ୟାଙ୍କ। ଚଳିତ ମାସ ୨୬ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିପାରେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୦ଟି ବ୍ୟାଙ୍କକୁ ମିଶାଇ ୪ଟି ବ୍ୟାଙ୍କରେ ପରିଣତ କରିଛନ୍ତି। ଏହି ନିଷ୍ପତ୍ତିକୁ ବ୍ୟାଙ୍କ୍ ଅଫିସର ସଂଘ ପକ୍ଷରୁ ବିରୋଧ କରାଯାଉଛି। ଏହି ମିଶ୍ରଣକୁ...
ଦେଶରେ ଚାରି ଚକିଆ ଯାନ ବିକ୍ରି କ୍ଷେତ୍ରରେ ଯେଉଁ ମାନ୍ଦାବସ୍ଥା ଦେଖାଯାଇଛି ତାର କାରଣ ଓଲା ଏବଂ ଉବର ଭଳି କାର ଏଗ୍ରିଗେଟରଙ୍କ ପ୍ରଭାବ। ତାଛଡ଼ା ବିଏସ -୬ ନିୟମ ମଧ୍ୟ କାର ବ୍ୟବସାୟ ମାନ୍ଦା ପଡ଼ିବା ପାଇଁ ଦାୟୀ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅଟୋ ସେକ୍ଟରରେ ବିଗତ କିଛି ଦିନ ଧରି ଭୀଷଣ ମାନ୍ଦାବସ୍ଥା ଲାଗିରହିଛି। ଏପରିକି କାର ନିର୍ମାତାମାନେ କାର ଉତ୍ପାଦନ ଉପରେ...
ଭାରତୀୟ ଅର୍ଥନୈତିକ ମାନ୍ଦାବସ୍ଥାର ଆଉ ଏକ ମୁଖ୍ୟ କୁପ୍ରଭାବ ଟଙ୍କା ଉପରେ ପଡ଼ିଛି। ଦିନକୁ ଦିନ ଟଙ୍କାର ମୂଲ୍ୟ ଡଲାର ତୁଳନାରେ କମିବାରେ ଲାଗିଛି। ପୂର୍ବରୁ ଗୋଟିଏ ଡଲାରର ମୂଲ୍ୟ ୭୨ ଟଙ୍କା ୩୯ ପଇସା ଥିବା ବେଳେ ବର୍ତ୍ତମାନ ଏହା ଆଉ ୯୯ ପଇସା ବଢ଼ିଯାଇଛି। ବର୍ତ୍ତମାନ ଟଙ୍କାର ମୂଲ୍ୟ କମ୍ ହେବାର ଏକ ପ୍ରମୁଖ କାରଣ ହେଉଛି ବିଦେଶୀ ପୁଞ୍ଜିନିବେଶକାରୀଙ୍କ ଦ୍ୱାରା କ୍ରମାଗତ ଭାବେ ମୋଟା ଅଙ୍କର...
ସମଗ୍ର ବିଶ୍ୱରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ତେବେ ଏହା ଦେଶର ଅଟୋମୋବାଇଲ ଶିଳ୍ପକୁ ବିଶେଷ ଭାବେ ପ୍ରଭାବିତ କରିଛି। ଏହି କାରଣରୁ ଚଳିତ ବର୍ଷ ଯାନବାହନ ବିକ୍ରି କମିଥିବା ସୂଚନା ମିଳିଛି। ପୂର୍ବ ବର୍ଷ ତୁଳନାରେ ଚଳିତ ଅଗଷ୍ଟ ମାସରେ ବ୍ୟବସାୟିକ ଗାଡ଼ି ବିକ୍ରି ୩୮.୭ ପ୍ରତିଶତ କମିଛି। ସେହିପରି ଯାତ୍ରୀବାହୀ ଗାଡ଼ି ବିକ୍ରି ୩୧.୬ ପ୍ରତିଶତ କମିଥିବା...
୧୯୩୭ ଡିସେମ୍ବର ୨୭ରେ ସୁରାଟରେ ଜନ୍ମ ହୋଇଥିଲେ ରତନ ଟାଟା। ମୁମ୍ବାଇରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ କର୍ଣ୍ଣଲେ୍ ବିଶ୍ବବିଦ୍ୟାଳୟରେ ଆର୍କିଟେକ୍ଚର ବିଷୟରେ ପାଠ ପଢ଼ିଥିଲେ। ପରେ ହାଭାର୍ଡ ବିଜିନେସ୍‌ ସ୍କୁଲରୁ ସେ ଆଡଭାନ୍ସ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ। ୧୯୬୧ରେ ସେ ଟାଟା ଗ୍ରୁପରୁ କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୧ରେ ସେ ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ହୋଇଥିଲେ। ରତନ ଟାଟାଙ୍କ ଅମଳରେ କମ୍ପାନି ସଫଳତାର ପାହାଚ...
ଭାରତୀୟ ଷ୍ଟାର୍ଟ-ଅପ୍‍ ଜଗତକୁ ଆମେରିକୀୟ ନିବେଶ ବେଶ୍‍ ପ୍ରଭାବିତ କରିଛି। ଗତ ୭ବର୍ଷ ମଧ୍ୟରେ ଏଭଳି ୮ ଶହରୁ ଅଧିକ ଷ୍ଟାର୍ଟ-ଅପ୍‌ରେ ଆମେରିକାରେ ଥିବା ବିଭିନ୍ନ ପୁଞ୍ଜିଲଗାଣକାରୀ ସଂସ୍ଥା ଟଙ୍କା ଖଟାଇଥିବା ଜଣାପଡ଼ିଛି। ସିଙ୍ଗାପୁର, ହଂକଂ, ଜାପାନ ଏବଂ ଇଂଲଣ୍ଡ ଯଥାକ୍ରମେ ଭାରତୀୟ ଷ୍ଟାର୍ଟ-ଅପ୍‌ରେ ପୁଞ୍ଜି ଲଗାଇବାରେ ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହି ସଂସ୍ଥାଗୁଡ଼ିକ ମୁଖ୍ୟତଃ ବିଭିନ୍ନ ଟେକ୍ନୋଲଜି କମ୍ପାନିରେ ଅଧିକ ନିବେଶ କରିବାକୁ ଆଗ୍ରହ ପ୍ରକାଶ...
ଅର୍ଥନୈତିକ କ୍ଷେତ୍ରରେ ମୋଦି ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ୫.୮ ପ୍ରତିଶତରୁ ଜିଡିପି ଖସି ୫ ପ୍ରତିଶତରେ ପହଞ୍ଚିଛି। ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଜିଡିପି ଥିଲା ୫.୮ ପ୍ରତିଶତ। ୨୦୧୨-୧୩ ବର୍ଷର ଏପ୍ରିଲରୁ ଜୁନ୍ ମାସ ଭିତରେ ଜିଡିପି ହାର ସର୍ବନିମ୍ନ ରହିଥିଲା। ଏହି ସମୟରେ ଜିଡିପି ହାର ୪.୯ ପ୍ରତିଶତ ରହିଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଜିଡିପି ୬.୯ ପ୍ରତିଶତ ରହିବ ବୋଲି...