ନିଜ ମାସିକ ଖର୍ଚ୍ଚ ଉପରେ ଲଗାମ କସି କରଜ ଜାଲରୁ ଜଣେ ମୁକୁଳି ପାରିବେ କରଜ କେବଳ ଆପଣଙ୍କ କ୍ରେଡିଟ୍ ସ୍କୋରକୁ ଖରାପ କରେ ନାହିଁ ,ଏହା ମଧ୍ୟ ଆପଣଙ୍କ ପାରିବାରିକ ଜୀବନକୁ ନଷ୍ଟ କରିଦିଏ। ଆମ ଆଖପାଖରେ ଏମିତି ଲୋକ ଥାନ୍ତି ଯେଉଁମାନେ ବଦଖର୍ଚ୍ଚୀ ହୋଇଥାନ୍ତି। ଭାବିଚିନ୍ତି ଖର୍ଚ୍ଚ ନକରି ସେମାନେ କରଜ ଜାଲରେ ପଡି ଛଟପଟ ହୁଅନ୍ତି। ଏମିତି କିଛି ବ୍ୟକ୍ତି ଥାନ୍ତି ଯେଉଁମାନେ ଏକରୁ ଅଧିକ...
ଇଏଲ୍‌ଏସ୍‌ଏସ୍‌ (ଇକୁଇଟି ଲିଙ୍କ୍ଡ ସେଭିଙ୍ଗ ସ୍କିମ୍) ହେଉଛି ମ୍ୟୁଚୁଆଲ ଫଣ୍ଡର ଏକ ପ୍ରକାର ସ୍କିମ୍ ବା ଯୋଜନା। ତେବେ ଏହା ଅନ୍ୟ ସମସ୍ତ ସ୍କିମଗୁଡ଼ିକଠାରୁ ବହୁତ ଭିନ୍ନ। କାରଣ ଏହା ଏକପ୍ରକାର ଟିକସମୁକ୍ତ ଓ ନିବେଶକଙ୍କ ପାଇଁ ଅଧିକ ଲାଭଦାୟକ ଯୋଜନା। ଧାରା ୮୦ସି ଅନୁଯାୟୀ ଏଥିରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ିନଥାଏ ଏବଂ ଏଥିରୁ ଅଧିକ ରିଟର୍ନ ବା ଲାଭ ମିଳିଥାଏ। ଅର୍ଥାତ...
ପର୍ସନାଲ ଲୋନ୍ ଓ ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟ୍ ମଧ୍ୟରେ ବାଛିବାକୁ ପଡ଼େ, ତ’ ଭାବିଚିନ୍ତି ନିଷ୍ପତି ନିଅନ୍ତୁ। ପର୍ସନାଲ ଲୋନ୍ ଓ ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟ୍ ଭଳି ପ୍ରଡକ୍ଟ ଅଧିକ ସଂଖ୍ୟାରେ ଚାକିରିଆଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ଏହାର କରାଣ ହେଉଛି ଏହି ଲୋନ୍ ସବୁ ସହଜରେ ମିଳିଥାଏ। ଏଥିପାଇଁ କିଛି ମଧ୍ୟ ବନ୍ଧକ ରଖିବାକୁ ପଡ଼ିନଥାଏ। ଏହାସହ ଏଭଳି ଋଣକୁ କିସ୍ତିରେ ଶୁଝା ଯାଇଥାଏ।...
କ’ଣ ଆପଣ ବି ପିପିଏଫ (ପବ୍ଲିକ ପ୍ରୋଭିଡେଣ୍ଡ ଫଣ୍ଡ) ଆକାଉଣ୍ଟ ବା ସାର୍ବଜନିକ ଭବିଷ୍ୟନିଧି ଜମାଖାତା ଖୋଲିଛନ୍ତି କି? ଯଦି ନୁହେଁ ତେବେ ତୁରନ୍ତ ଏକ ପିପିଏଫ ଆକାଉଣ୍ଟ ଖୋଲନ୍ତୁ ଏବଂ ନିଜର ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ। କାରଣ ଏଥିରେ ଏଭଳି ବ୍ୟବସ୍ଥା ରହିଛି, ଯାହା ଆପଣଙ୍କ ସ୍ୱପ୍ନକୁ ସୁନିଶ୍ଚିତ ସାକାର କରିଥାଏ। ଏହାବାଦ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଏକ ସରକାରୀ ଯୋଜନା ହୋଇଥିବାରୁ ରିସ୍କ...
କର୍ପୋରେଟ୍ କମ୍ପାନି ଜାରି କରୁଥିବା ଏନସିଡି ଫିକ୍ସଡ୍ ଡିପୋଜିଟ୍ ତୁଳନାର ଦେଇଥାଏ ଅଧିକ ରିଟର୍ଣ୍ଣ, ତେବେ  ନିବେଶ ପୂର୍ବରୁ କମ୍ପାନିକୁ ଭଲକରି ଜାଣନ୍ତୁ.. ଯଦି ଆପଣ ଭଲ ରିଟର୍ଣ୍ଣ ପାଇଁ ଭଲ ଫିକ୍ସଡ୍ ଡିପୋଜିଟର ସଂଧାନରେ ଅଛନ୍ତି ତେବେ ଆପଣ ବଜାରରେ ଉପଲବ୍ଧ ଥିବା ଅନ୍ୟ ବିକଳ୍ପ ବାବଦରେ ମଧ୍ୟ ଚିନ୍ତା କରିବା ଉଚିତ ହେବ। ଆପଣ NCD ଅର୍ଥାତ ନନ୍-କନଭର୍ଟିବଲ ଡିବେଞ୍ଚର୍ସରେ ନିବେଶ କରିପାରିବେ। ଗତ କିଛି ବର୍ଷ...
ମାସକୁ ମାତ୍ର ୫୫ ଟଙ୍କାର ପ୍ରିମିୟମ ଭରି ୬୦ ବର୍ଷ ବୟସ ପରେ ପାଆନ୍ତୁ ଆଜୀବନ ମାସିକ ୩୦୦୦ ହଜାର ଟଙ୍କାର ପେନସନ। ଏଣିକି ଗରିବ କୃଷକ ଓ ଶ୍ରମିକଙ୍କ ସମେତ ସମସ୍ତ ପ୍ରକାର ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କୁ ମିଳିବ ସାମାଜିକ ସୁରକ୍ଷା। ଏଥିପାଇଁ କେନ୍ଦ୍ର ସରକାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନସନ ଯୋଜନା। ତେବେ ଆସନ୍ତୁ ଜାଣିବା କେଉଁମାନେ, କିପରି ଏହି ଯୋଜନାରେ କରିବେ...
ସ୍ୱାସ୍ଥ୍ୟ ବୀମା ଦେଉଥିବା ସବୁ କମ୍ପାନି ଏଣିକି ଏକ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଦେବାକୁ ବାଧ୍ୟ ହେବେ। ଆଇଆର୍‌ଡିଏ ଏନେଇ ଗାଇଡ୍ ଲାଇନ୍ ଜାରି କରିଛି। ଏହି ଗାଇଡ୍ ଲାଇନ୍ ଅନୁସାରେ ସାଧାରଣ ଓ ସ୍ୱାସ୍ଥ୍ୟବୀମା କମ୍ପାନି ଆଧାରଭୁତ ସ୍ୱାସ୍ଥ୍ୟ ଆବଶ୍ୟକତା ପାଇଁ ସର୍ବାଧିକ ୫ ଲକ୍ଷ ଟଙ୍କା ଓ ସର୍ବନିମ୍ନ ଏକ ଲକ୍ଷ ଟଙ୍କାର ପ୍ରଡକ୍ଟ ଅଫର କରିବେ। ସବୁ କମ୍ପାନି ଏହି...
ସ୍ମାର୍ଟ ଫୋନ୍ ମୋବାଇଲ୍ କମ୍ପାନି ଓପ୍ପୋ ତା’ର F15 ମଡେଲକୁ ଲଞ୍ଚ୍ କରିଛି। F11 Pro ଓ f9 Proର ଅପଗ୍ରେଡ୍ ଭର୍ସନ ଭାବେ କମ୍ପାନି ଏହି ଫୋନକୁ ଲଞ୍ଚ୍ କରିଛି। ଗ୍ରାହକମାନେ ଏହି ଫୋନରେ ୪୮ ମେଗାପିକ୍ସେଲ୍ କ୍ୟାମେରା ପାଇପାରିବେ। ଏହି ଫୋନ୍ ଫଟୋ ଓ ଭିଡିଓ କରିବା ପାଇଁ ଉପଯୁକ୍ତ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏଥିସହିତ ଏଥିରେ ଗ୍ରାହକମାନେ ୮ ଜିବି RAM ସହିତ...
କେବଳ ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଭାରତ ସରକାର କରିଛନ୍ତି ଏସସିଏସଏସ ବା ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ଜାଣନ୍ତୁ ଏ ସମ୍ପର୍କିତ ସୂଚନା SCSS କ’ଣ ସାଧାରଣତଃ ବରିଷ୍ଠ ନାଗିରକ ଏବଂ ଅବସରପ୍ରାପ୍ତ କର୍ମଚାରୀମାନେ ଅର୍ଥକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କାରଣ ଏହି ବୟସରେ ସେମାନଙ୍କ ରୋଜଗାରର କୌଣସି ପନ୍ଥା ନ ଥାଏ। ତେଣୁ କେନ୍ଦ୍ର ସରକାର ସେମାନଙ୍କ ପାଇଁ ୨୦୦୪ ଅକ୍ଟୋବରରୁ ଏସସିଏସଏସ (ସିନିୟର ସିଟିଜେନ...
ଜାଣନ୍ତୁ, ମନି ବ୍ୟାକ୍ ପଲିସି କ’ଣ?  ମନିବ୍ୟାକ୍ ପଲିସି ଭାରତରେ ବିକ୍ରି ହେଉଥିବା କିଛି ସର୍ବାଧିକ ଜୀବନ ବୀମା ପଲିସି ମଧ୍ୟରୁ ଗୋଟିଏ। ମନି ବ୍ୟାକ୍ ପଲିସି ବାସ୍ତବରେ ଗୋଟିଏ ଧରଣର ଏଣ୍ଡାୱମେଣ୍ଟ ପଲିସି। ଏହି ପଲିସିରେ ପଲିସିଧାରକଙ୍କୁ ମ୍ୟାଚୁରିଟି ପରେ ଏକାଥରକେ ଏକ ନିଶ୍ଚିତ ରାଶି ମିଳିବା ବଦଳରେ ନିୟମିତ ଅନ୍ତରାଳରେ ବୀମା ରାଶିର ନିଶ୍ଚିତ ପ୍ରତିଶତ ଭାଗ ମିଳିଥାଏ। ଏହା ଏଭଳି ଗୋଟିଏ ଏଣ୍ଡାୱମେଣ୍ଟ ପ୍ଲାନ୍ ଯେଉଁଥିରେ...