କାଳିଆ ଯୋଜନା ପାଇଁ ୩୧୯୫ କୋଟି ଟଙ୍କାର ବ୍ୟୟବରାଦ। କୃଷି ଓ କୃଷକଙ୍କ ବିକାଶ ବିକାଶ ବିନା ରାଜ୍ୟର ବିକାଶ ଅସମ୍ଭବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୃଷି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ଵ ଦେଇ ଆସୁଛନ୍ତି। କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ମୋଟ ୧୯ ହଜାର ୪୦୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଗତ କିଛି ବର୍ଷ ହେଲା ରାଜ୍ୟ ସରକାର ସ୍ୱତନ୍ତ୍ର ବଜେଟ୍‌...
ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଉପସ୍ଥାପିତ ହେଲା ଇ-ବଜେଟ୍‌। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଛି ଓଡ଼ିଶା ବଜେଟ୍‌। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍‌କୁ ଉପସ୍ଥାପନା କରିଛନ୍ତି। ଚଳିତ ବର୍ଷ ଆର୍ଥିକ ବଜେଟ୍‌ରେ ଅର୍ଥମନ୍ତ୍ରୀ ମୋଟ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରର ଦ୍ଵିତୀୟ ବଜେଟ୍‌। ଏଥରର...
ଟ୍ୟାକ୍ସ ସଞ୍ଚୟ ସହ ଲମ୍ବା ଅବଧି ନିବେଶକାରୀଙ୍କ ପାଇଁ ଟ୍ୟାକ୍ସ ଫ୍ରି ବଣ୍ଡ୍ ସତରେ କର ମୁକ୍ତ ପ୍ରଡକ୍ଟ ହୋଇଥାଏ। ଧନି ନିବେଶକ ଏବେ ଟ୍ୟାକ୍ସ ଫ୍ରି ବଣ୍ଡରେ ଟଙ୍କା ଲଗାଇବାକୁ ଚାହୁଁଛନ୍ତି। ସରକାରୀ କଂପାନିଙ୍କ ଟ୍ୟାକ୍ସ ଫ୍ରି ବଣ୍ଡ୍‌ର ଲୋକପ୍ରିୟତା ସେହି ଧନି ନିବେଶକଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଯେଉଁମାନେ କର ସଞ୍ଚୟ ସହିତ ଲମ୍ବା ଅବଧିର ନିବେଶ କରିବାକୁ ଚାହୁଁଛନ୍ତି। ଟ୍ୟାକ୍ସ ଫ୍ରି ବଣ୍ଡ୍ ଅସଲରେ ଟ୍ୟାକ୍ସ ଫ୍ରି ଇନଷ୍ଟ୍ରୁମେଣ୍ଟ୍ ବିଶେଷଜ୍ଞଙ୍କ...
ବ୍ୟବସାୟୀ ଓ କମ୍ପାନି କ୍ୟାସ୍‌ କ୍ରେଡିଟ୍‌ର ଲାଭ ନେଇ ପାରିବେ, ତେବେ ଏହାର ଲାଭ ଓ କ୍ଷତି ଜାଣନ୍ତୁ। କ୍ୟାସ୍ କ୍ରେଡିଟ୍ ମାନେ ନଗଦ ଋଣ। ସାଧାରଣତଃ ଏହା ଗୋଟିଏ କମ୍ପାନିକୁ ବ୍ୟାଙ୍କ ଦେଉଥିବା ଅଳ୍ପ ଅବଧିର ଲୋନ୍ ହୋଇଥାଏ। ଯେତେବେଳେ ଗୋଟିଏ ବ୍ୟାଙ୍କ ଏଭଳି ଲୋନ୍ ପାଇଁ ଆବଶ୍ୟକ ସୁରକ୍ଷା(ବନ୍ଧକ ଆଦି) ପାଇଥାଏ,ସେତେବେଳେ ହିଁ ଏଭଳି ଲୋନ୍ ଦିଆଯାଇଥାଏ। ବ୍ୟାଙ୍କ ଟଙ୍କା ଫେରି ପାଇବା ପାଇଁ ଆଶ୍ୱସ୍ତ ହେବା ପରେ...
ସ୍ୱର୍ଣ୍ଣ ଋଣ ନେବା ବେଳେ ପରଖନ୍ତୁ, ପ୍ରଶ୍ନ ପଚାରନ୍ତୁ ଅନେକ ସମୟରେ ହଠାତ ଟଙ୍କାର ଆବଶ୍ୟକତା ପଡେ। ଏମିତି ଘରେ ଥିବା ସୁନା କାମରେ ଆସେ। ସରକାରୀ କିମ୍ବା ଘରୋଇ ବ୍ୟାଙ୍କରେ ବନ୍ଧା ରଖି ଆପଣ ଋଣ ନେଇ ପାରିବେ। ଋଣ ଟଙ୍କା ଶୁଝିବା ପରେ ଆପଣ ନିଜ ସୁନା ପୁଣି ଫେରିପାଇବେ। ପର୍ସନାଲ ଲୋନ୍ ମୁକାବିଲାରେ ଗୋଲ୍ଡ ଲୋନ୍ ସୁଧ କମ ହୋଇଥାଏ। ଏହାସହ ଏଭଳି ଋଣ ମଧ୍ୟ...
ଜୀବନ ବୀମା ପଲିସି କିଣିବା ସହଜ। କିନ୍ତୁ ବୀମାକାରୀଙ୍କ ମୃତ୍ୟୁ ପରେ ପରିବାର ବର୍ଗ ବୀମାରାଶି ଫେରିପାଇବା କ’ଣ ସେତିକି ସହଜ? ଉତ୍ତର ହେଉଛି ନା। ନୋମିନୀଙ୍କୁ ବୀମାରାଶି ପାଇବା ପାଇଁ ଅନେକ କାଗଜପତ୍ର କାମ କରିବାକୁ ପଡ଼ିଥାଏ। ତେବେ ବୀମାରାଶି ପାଇବା ପାଇଁ କେଉଁ କେଉଁ କାଗଜପତ୍ର ଆବଶ୍ୟକ ପଡ଼ିଥାଏ, କ’ଣ କଲେ ଆପଣଙ୍କ ସେଟେଲମେଣ୍ଟ୍ ସହଜରେ ହୋଇପାରିବ ସେ ବିଷୟରେ ଆସନ୍ତୁ ଜାଣିବା। କ୍ଲେମ୍ ସେଟେଲମେଣ୍ଟ୍ ଫର୍ମ ପ୍ରଥମେ ଆପଣଙ୍କ...
ଆଗାମୀ ଦିନରେ ଏଟିଏମରୁ ଟଙ୍କା ଉଠାଣ ଚାର୍ଜ ବଢ଼ିପାରେ। ଏଟିଏମରୁ ଟଙ୍କା ଉଠାଣ ଚାର୍ଜ  ବୃଦ୍ଧି ପାଇଁ ଏଟିଏମ୍‌ ଅପରେଟର ସଂଘ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଏକ ଚିଠି ଲେଖାଯାଇଛି। ଚିଠିରେ ଇଣ୍ଟରଚେଞ୍ଜ ଫି ବଢ଼ାଇବା ପାଇଁ କୁହାଯାଇଛି। ରିଜର୍ଭ ବ୍ୟାଙ୍କ ଯଦି ସଂଘର ଏହି ପ୍ରସ୍ତାବକୁ ଗ୍ରହଣ କରେ ତେବେ ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ ଲୋକେ। ବର୍ତ୍ତମାନ ଏଟିଏମ୍‌ରୁ ଟଙ୍କା ଉଠାଣ...
ବ୍ୟବସାୟ ପାଇଁ ଫଣ୍ଡ୍ ଆବଶ୍ୟକ ହୁଏ ଓ ଏହି ଆବଶ୍ୟକତା ଆପଣ ବ୍ୟାଙ୍କରୁ ଋଣ ନେଇ ପୁରଣ କରିପାରିବେ.. ଆମେ ସମସ୍ତେ ଜାଣିଛେ ଯେ, ବ୍ୟବସାୟ ଛୋଟ ହେଉ କି ବଡ଼ ଏଥିପାଇଁ ପାଣ୍ଠି ଆବଶ୍ୟକ ହୋଇଥାଏ। ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତି ଏହି ପାଣ୍ଠି ନିଜ ସଞ୍ଚୟରୁ କିମ୍ବା ବନ୍ଧୁ ବାନ୍ଧବଙ୍କଠାରୁ ଆଣିଥାନ୍ତି। ଅଥବା ସେ ବ୍ୟାଙ୍କରୁ ଲୋନ୍ ନେଇ ବ୍ୟବସାୟରେ ପୁଞ୍ଜି ଲଗାଇଥାନ୍ତି। ତେବେ କେଉଁ ବ୍ୟବସାୟ...
ବ୍ୟବସାୟ ବଢାଇବା ପାଇଁ ଆବଶ୍ୟକ ଲୋନ୍ ଆପଣ ନିଜ ପ୍ଲାନ ଦେଇ ବ୍ୟାଙ୍କଠାରୁ ନେଇ ପାରିବେ। ଆପଣଙ୍କର ଗୋଟିଏ ବ୍ୟବସାୟ ଅଛି। ଆପଣ ସେହି ବ୍ୟବସାୟର ବିସ୍ତାର କରିବାକୁ ଚାହୁଁଛନ୍ତି କିମ୍ବା ନୂଆ କରି ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି,ତେବେ ଏଥିପାଇଁ ଆବଶ୍ୟକ ହେବ ପୁଞ୍ଜି। ଏହି ପୁଞ୍ଜି ପାଇଁ ଆପଣ ବ୍ୟାଙ୍କକୁ ଯୋଗାଯୋଗ କରିପାରିବେ। ତେବେ ବିଜନେସ୍ ଲୋନ୍ ଆବେଦନ ପାଇଁ ଆପଣଙ୍କୁ କ'ଣ କରିବାକୁ ହେବ ଆସନ୍ତୁ...
କେନ୍ଦ୍ର ସରକାରଙ୍କ ସିଏସ୍ଆଇଏସ୍ ଯୋଜନାରେ ଶିକ୍ଷାଋଣ ନେଇ ପାଆନ୍ତୁ ରିହାତି ସାଧାରଣତଃ ବର୍ତ୍ତମାନ ଉଚ୍ଚଶିକ୍ଷା ଅଧିକ ବ୍ୟୟବହୁଳ ହୋଇଗଲାଣି। ଅର୍ଥାତ୍ ୧୦ବର୍ଷ କିମ୍ବା ୧୫ ବର୍ଷ ତଳେ ଯେଉଁ କୋର୍ସର ଖର୍ଚ୍ଚ ୫ଲକ୍ଷ ଥିଲା, ଏବେ ତାହା ୧୫ରୁ ୨୦ଲକ୍ଷରୁ ଅଧିକ ଟଙ୍କା ହୋଇଗଲାଣି। ତେଣୁ ସାଧାରଣ ଗରିବ ପରିବାର ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା ଧିରେ ଧିରେ ସ୍ୱପ୍ନ ହେବାରେ ଲାଗିଛି। ଏଥିପାଇଁ କେନ୍ଦ୍ର...