କ୍ରେଡିଟ୍ କାର୍ଡକୁ ବୁଦ୍ଧିମାନର ସହ ବ୍ୟବହାର କରି ଆପଣ ନିଜ ଟଙ୍କା ବଂଚାଇ ପାରିବେ।  କ୍ରେଡିଟ୍ କାର୍ଡ ହେଉଛି ପ୍ଲାଷ୍ଚିକ୍ ମନିର ଆଉ ଗୋଟିଏ ରୂପ। ଆଗ ଖର୍ଚ୍ଚ କର ତା’ପରେ ଶୁଝ। ଏହା ହେଉଛି କ୍ରେଡିଟ୍ କାର୍ଡର ଫଣ୍ଡା। କ୍ରେଡିଟ୍ କାର୍ଡ କଥା ଉଠିଲେ ମନକୁ ଆସେ କରଜ ଚକ୍ରରେ ପଡିବା ଭୟ। ଖର୍ଚ୍ଚ କରି ଯଦି ଶୁଝି ନପାରିବେ ତେବେ ସୁଧ ଆପଣଙ୍କୁ କାଙ୍ଗାଳ କରିପାରେ। ତେବେ...
ନିଜ ମାସିକ ଖର୍ଚ୍ଚ ଉପରେ ଲଗାମ କସି କରଜ ଜାଲରୁ ଜଣେ ମୁକୁଳି ପାରିବେ କରଜ କେବଳ ଆପଣଙ୍କ କ୍ରେଡିଟ୍ ସ୍କୋରକୁ ଖରାପ କରେ ନାହିଁ ,ଏହା ମଧ୍ୟ ଆପଣଙ୍କ ପାରିବାରିକ ଜୀବନକୁ ନଷ୍ଟ କରିଦିଏ। ଆମ ଆଖପାଖରେ ଏମିତି ଲୋକ ଥାନ୍ତି ଯେଉଁମାନେ ବଦଖର୍ଚ୍ଚୀ ହୋଇଥାନ୍ତି। ଭାବିଚିନ୍ତି ଖର୍ଚ୍ଚ ନକରି ସେମାନେ କରଜ ଜାଲରେ ପଡି ଛଟପଟ ହୁଅନ୍ତି। ଏମିତି କିଛି ବ୍ୟକ୍ତି ଥାନ୍ତି ଯେଉଁମାନେ ଏକରୁ ଅଧିକ...
ଉନ୍ନତମାନର ଲାଇଭ୍ ଷ୍ଟ୍ରିମିଂ ସେବା ଏକାଧିକ ସୋସିଆଲ୍ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ ତା’ ସାଙ୍ଗକୁ ଅତ୍ୟାଧୁନିକ ଭିଡିଓ ପ୍ରଡକ୍ସନ ଓଡ଼ିଶାର ଆଗଧାଡ଼ିର ମିଡିଆ ଏଜେନ୍ସି ‘ଓଏଲ୍ ଡିଜିଟାଲ୍‌’ (ଓଡ଼ିଶାଲାଇଭ୍ ମିଡିଆର ଏକ ଅଂଶ) ପକ୍ଷରୁ ଲାଇଭ୍ ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କମ୍ପାନି ଏହି ଡିଜିଟାଲ୍ ସେବା ଦେଉଛି। ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ବେଳେ ୱେବସାଇଟ୍ ଏବଂ ସୋସିଆଲ୍ ମିଡିଆରେ ସିଧା ପ୍ରସାରଣ ଏକ ନୂଆ ଧାରାରେ ପରିଣତ ହୋଇଛି। ବିଶେଷକରି ବଡ଼ ବଡ଼ ଇଭେଣ୍ଟ...
IBPSରେ ୧,୧୬୩ ସ୍ପେଶାଲିଷ୍ଟ ଅଫିସର ପଦରେ ଚାକିରି ସୁଯୋଗ। ଆବେଦନ କରିବାର ଶେଷ ତାରିଖ ନଭେମ୍ଵର ୨୬।   ଇନଷ୍ଟିଚ୍ୟୁଟ ଅଫ୍‌ ବ୍ୟାଙ୍କିଙ୍ଗ ପର୍ସନେଲ ସିଲେକ୍ସନ(ଆଇବିପିଏସ୍‌)ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଖାଲିଥିବା ୧,୧୬୩ ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନଭେମ୍ଵର ୨୬ ଯାଏଁ ଅନଲାଇନେର ଆବେଦନ କରିପାରିବେ। ଆଇ.ଟି ଅଫିସର ପଦବୀ – ୭୬ ଶିକ୍ଷାଗତ ଯୋଗ୍ୟତା...
ଡିସେମ୍ବର ୧ରୁ ଦେଶରେ ମୋବାଇଲ୍ କଲ୍ ଶୁଳ୍କ ମହଙ୍ଗା ହେବ। ଟେଲିକମ୍ ଜଗତରେ ଦେଖାଦେଇଥିବା ଆର୍ଥିକ ସମସ୍ୟା କାରଣରୁ ଭୋଡାଫୋନ୍-ଆଇଡିଆ ଓ ଏୟାରଟେଲ୍ କମ୍ପାନି ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇଟି କମ୍ପାନି ତା’ର ଟାରିଫ୍ ପ୍ଲାନ ମୂଲ୍ୟକୁ ବଢ଼ାଇବାକୁ ଯାଉଛନ୍ତି। ଯାହା ଫଳରେ ଲୋକମାନେ କଲ୍‌ କରିବା ପାଇଁ ଅଧିକ ଟଙ୍କା ଗଣିବାକୁ ହେବ। ଏହାର ପ୍ରଭାବ କମ୍ପାନିର ୩୨ କୋଟି ଗ୍ରାହକଙ୍କ ଉପରେ ପଡ଼ିବ। କିଛିଦିନ ଧରି ଟେଲିକମ୍ ଜଗତରେ...
ଏଲ୍ଆଇସି ଉପଭୋକ୍ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ନଭେମ୍ବର ୩୦ ତାରିଖରୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ତାର ଅନେକ ପ୍ଲାନ ଓ ପଲିସି ବନ୍ଦ କରିବାକୁ ଯାଉଛି। ଇନ୍‌ସୁରାନ୍ସ ରେଗୁଲେଟୋରୀ ଓ ଡେଭଲପମେଣ୍ଟ ଅଥରିଟି (ଆଇଆରଡିଏ)ର ନୂଆ ଗାଇଡଲାଇନ୍ ଅନୁସାରେ ଏଲ୍ଆଇସି କମ୍ପାନି ତା’ର ଜୀବନ ଆନନ୍ଦ, ଜୀବନ ଉମଙ୍ଗ, ଜୀବନ ଲକ୍ଷ୍ୟ ଓ ଜୀବନ ଲାଭ ଭଳି କେତେକ ପଲିସି ବନ୍ଦ କରିବାକୁ ଯାଉଛି। ତେବେ...
ବିଏସ୍ଏନ୍ଏଲ୍ ଗ୍ରାହକମାନଙ୍କ ପାଇଁ ଖୁସି ଖବର। କମ୍ପାନି ତା’ର ଗ୍ରାହକମାନଙ୍କ ପାଇଁ ଏକ ନୂଆ ପ୍ଲାନ ଆରମ୍ଭ କରିଛି। ଏହି ନୂଆ ପ୍ଲାନରେ ଗ୍ରାହକମାନେ ଦିନକୁ ୩ଜିବି ଡାଟା ପାଇପାରିବେ। ନଭେମ୍ବର ୧୦ ତାରିଖରୁ ବିଏସ୍ଏନ୍ଏଲ୍ ତାର ଗ୍ରାହକଙ୍କ ପାଇଁ ଗୋଟିଏ ନୂଆ ପ୍ଲାନ ଆରମ୍ଭ କରିଛି। ଏହି ପ୍ଲାନର ଦାମ୍ ରହିଛି ୯୯୭ ଟଙ୍କା। ଏହି ପ୍ଲାନର ବୈଧତା ୧୮୦ ଦିନ ରହିଥିବା ବେଳେ ଏହି ପ୍ଲାନରେ ଗ୍ରାହକମାନେ...
ନଭେମ୍ବର ୧୩ରୁ ୨୨ତମ ଏଣ୍ଟରପ୍ରାଇଜ ଓଡିଶା-୨୦୧୯ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନ ହେବ ୨୦୦ରୁ ଅଧିକ କମ୍ପାନି ଓ ଏହାର ସେବା ନଭେମ୍ବର ୧୩ ରୁ ୧୬ ଯାଏଁ ଚାଲିବ ଏଣ୍ଟରପ୍ରାଇଜ ଓଡିଶା-୨୦୧୯ https://www.youtube.com/watch?v=aOAmZF8hBEc କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି(ସିଆଇଆଇ) ପକ୍ଷରୁ ଭୁବନେଶ୍ୱର ଇଡ୍‌କଲ ପ୍ରଦର୍ଶନୀ ପଡ଼ିଆରେ ୨୨ତମ ଏଣ୍ଟରପ୍ରାଇଜ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ...
ଆଧାରକାର୍ଡ ଭଳି ପାନ୍‌କାର୍ଡ ବି ଏବେ ଗୋଟିଏ ଜରୁରୀ ପ୍ରମାଣପତ୍ର। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାଠାରୁ ଆରମ୍ଭ କରି ବିଦେଶ ଯାତ୍ରା ଯାଏଁ, ଅନେକ ଜରୁରୀ କାମରେ ପାନ୍‌କାର୍ଡର ଆବଶ୍ୟକତା ରହୁଛି। ଆସନ୍ତୁ, ଜାଣିବା କେଉଁ କେଉଁ ଜରୁରୀ କାମ ପାଇଁ ପାନ୍‌କାର୍ଡର ଆବଶ୍ୟକତା ରହିଛି। ବ୍ୟାଙ୍କରେ ନୂଆ ଆକାଉଣ୍ଟ୍ ଖୋଲିବା ଏବଂ ‘ଫିକ୍ସ୍ ଡିପୋଜିଟ୍’ କରିବା ପାଇଁ ପାନ୍‌କାର୍ଡ ନିହାତି ଜରୁରୀ। ଯେକୌଣସି ବ୍ୟାଙ୍କରେ ୫୦ ହଜାର କିମ୍ବା ତା’ଠାରୁ ଅଧିକ ଟଙ୍କା...
ବିଜ୍ଞାପନ ପକ୍ଷରୁ ବିଭିନ୍ନ ବିଷୟ ଉପରେ ବାର୍ଷିକ ଡାଇରେକ୍ଟୋରି ଗତ କିଛି ବର୍ଷ ହେଲା ପ୍ରକାଶ ପାଇଆସୁଛି। ଏହି ବିଭାଗଗୁଡ଼ିକ ମଧ୍ୟ ରହିଛି ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ରାଜନୀତି ଏବଂ ପର୍ଯ୍ୟଟନ। ପ୍ରତ୍ୟେକ ବିଷୟ ସହିତ ସମ୍ପୃକ୍ତ ଓଡ଼ିଶାର ବିଭିନ୍ନ ପ୍ରମୁଖ ଅନୁଷ୍ଠାନର ଠିକଣା ଓ ଟେଲିଫୋନ୍ ନମ୍ବର ଏହି ପୁସ୍ତକରେ ପ୍ରକାଶ ପାଇଥାଏ। ଓଡ଼ିଶାର ପରିଚିତ ପ୍ରକାଶନୀ ବିଜ୍ଞାପନ ପକ୍ଷରୁ ‘ହେଲ୍‌ଥଲାଇନ୍’ ଏବଂ ‘ଏ ମିରର୍‌ ଅଫ୍ ଫାଇନାନ୍ସିଆଲ୍...