ଟ୍ୟାକ୍ସ ବି ବଞ୍ଚିବ, ଅଧିକ ସୁଧ ମଧ୍ୟ ମିଳିବ। ଯଦି ଆପଣ ରିଟାୟରମେଣ୍ଟ୍ ପାଖାପାଖି ହୋଇଗଲେଣି କିମ୍ବା ଅବସର ନେଇ ସାରିଛନ୍ତି ତେବେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆପଣଙ୍କୁ ଏକ ରଣନୀତି କ୍ରମରେ ନିବେଶ କରିବାକୁ ପଡ଼ିବ। ଆପଣଙ୍କ ରଣନୀତି ଏମିତି ହେବା ଦରକାର ଯାହା ଆପଣଙ୍କ ନିବେଶକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଉଥିବ। ଟ୍ୟାକ୍ସ ମଧ୍ୟ କମ ଦେବାକୁ ପଡୁଥିବ। ଆସନ୍ତୁ ଜାଣିବା ଏମିତି ପାଞ୍ଚଟି ଉପାୟ ବାବଦରେ ଯାହା...
ଟିକେ ସାହସ କରନ୍ତୁ ଓ ବଜାରରେ ପୁଞ୍ଜି ଖଟାନ୍ତୁ, ହୁଏତ ମାର୍କେଟ୍ ଆପଣଙ୍କୁ କରିଦେବ ମାଲାମାଲ…। ଦେଶର ଅର୍ଥନୀତିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ବଜାର ମାନ୍ଦା ଅଛି। ଆଗକୁ ବିପଦ ଆସୁଛି। ଏମିତି ଚର୍ଚ୍ଚା ଆପଣଙ୍କ କାନରେ ମଧ୍ୟ ପଡ଼ିଥିବ। ଯଦି ଆପଣ ନିବେଶକାରୀ କିମ୍ବା ନିବେଶ କରିବାକୁ ଚାହୁଁଛନ୍ତି କିନ୍ତୁ ବଜାରର ଚାଲୁ ଅବସ୍ଥା ଆପଣଙ୍କୁ ଡରାଉଛି, ତେବେ ବେଶି ଡରନ୍ତୁ ନାହିଁ। ୨୦୦୮ର ଅନ୍ତର୍ଜାତୀୟ ମାନ୍ଦାବସ୍ଥା...
ଆପଣଙ୍କ ସାଲେରି ସ୍ଲିପ ଆପଣଙ୍କ ଟ୍ୟାକ୍ସ ଗୁରୁ, ଭଲକି ପଢ଼ନ୍ତୁ ଜାଣିଯିବେ ଆପଣଙ୍କୁ କର ଦେବାକୁ ପଡ଼ିବ କି ନାହିଁ? ଉଦାହରଣ ଦ୍ୱାରା ବୁଝନ୍ତୁ ଦରମା ଟିଡିଏସ ଧରିନିଅନ୍ତୁ ଆପଣଙ୍କ ବୟସ ୨୪। ଆପଣଙ୍କ ଜୀବନର ପ୍ରଥମ ଚାକିରିକୁ ବର୍ଷଟିଏ ମଧ୍ୟ ପୁରିନି। ଏହା ଭିତରେ ଜାନୁଆରି ସରିବାକୁ ବସିଲାଣି। ଆପଣଙ୍କ ସହକର୍ମୀମାନେ ଏବେ ୮୦ସି, ୮୦ସିସିଡି ବିଷୟରେ କଥା ହେଉଛନ୍ତି। କିନ୍ତୁ ଆପଣ ଏସବୁ କ'ଣ କିଛି ମଧ୍ୟ ଜାଣିନାହାନ୍ତି।...
ସୁବ୍ରତ ବାଗ୍‌ଚୀ ‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍।  ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା। ୨୨ତମ ରୁଚି ପ୍ରତିଭା ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ସମ୍ପର୍କରେ ଶ୍ରୀ ବାଗ୍‌ଚୀ ପ୍ରଦାନ କରିଥିବା ଅଭିଭାଷଣ। ମୋତେ ୨୨ତମ ରୁଚି ପ୍ରତିଭା ସମ୍ମାନ ସମାରୋହର...
ଆୟକର ବାବଦରେ ସେସବୁ ପ୍ରଶ୍ନର ଉତ୍ତର, ଯାହା ଆପଣ ଜାଣିବାକୁ ଚାହାନ୍ତି। ଆୟକର କଣ? କିଏ ଆୟକର ପରିଧି ବା ଆଇଟି ସ୍ଲାବ୍ ଭିତରକୁ ଆସନ୍ତି? ମୁଁ ମଧ୍ୟ ଆୟକର ଦେବା ଜରୁରୀ କି? ଏମିତି ଅନେକ ପ୍ରଶ୍ନ ଆମ ମନରେ ଆସିଥାଏ। ବିଶେଷକରି ସେମାନଙ୍କ ମନରେ ଯେଉଁମାନେ ନୂଆ ନୂଆ ଚାକିରି ଆରମ୍ଭ କରିଥାନ୍ତି କିମ୍ବା ପ୍ରଥମ ଥର ପାଇଁ ଟ୍ୟାକ୍ସ ଦେବାକୁ ଯାଉଥାନ୍ତି। ପଇସା ପ୍ଲସରେ ଆମ...
ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ନୂଆବର୍ଷର ଭେଟି ଆଣିଦେଇଛି। ଏସ୍‌ବିଆଇ ନିଜର ଏକ୍ସଟରନାଲ ବେଞ୍ଚମାର୍କ ରେଟ୍‌କୁ ୨୫ ପ୍ରତିଶତ କମାଇ ଦେଇଛି। ଏହା ଫଳରେ ଗୃହ ଋଣ ଏବଂ କାର୍‌ ଋଣ ଶସ୍ତା ହୋଇଯିବ। ଏହା ଆସନ୍ତା ନୂଆବର୍ଷଠାରୁ ଦେଶରେ ଲାଗୁ ହେବ। ବ୍ୟାଙ୍କର ଉଭୟ ନୂଆ ଏବଂ ପୁରୁଣା ଗ୍ରାହକ ଏହାର ଲାଭ ପାଇପାରିବେ। ବର୍ତ୍ତମାନ ନୂଆ ଘର କିଣିବା ପାଇଁ ଏସ୍‌ବିଆଇ ୮.୧୫ ପ୍ରତିଶତ...
୭ରୁ ୩୦ଦିନ ପାଇଁ ମିଳୁଥିବା ଏହି ଲୋନଠାରୁ ଦୂରେଇ ରୁହନ୍ତ। କାରଣ ସାହୁକାର ପ୍ରଥା ନୂଆ ରୂପରେ ଫେରିଛି! "ହାତରେ ଟଙ୍କା ନାହିଁ? ଚିନ୍ତା କରନ୍ତୁ ନାହିଁ। ସାଲେରି ଆସିବା ଆଗରୁ ଆମଠାରୁ ନେଇଯାନ୍ତୁ ନିଜ ସାଲେରି। ଦରମା ପାଇଲେ ଫେରାଇ ଦେବେ।" ଆପଣଙ୍କ ପାଖକୁ ମଧ୍ୟ ଏମିତି ମେଲ୍ ଆସିଥିବ। କିମ୍ବା ସୋସିଆଲା ମିଡିଆ ତଥା ଇଣ୍ଟରନେଟରେ ଆପଣ ଏଭଳି ବିଜ୍ଞାପନର ମୁହାଁମୁହିଁ ହୋଇଥିବେ। ତେବେ ଆପଣଙ୍କ...
ନିବେଶ ନିଷ୍ପତ୍ତି ଉପରେ ଭାବନାକୁ ଭାରି ହେବାକୁ ଦିଅନ୍ତୁ ନାହିଁ। ନିବେଶ ଭାବିଚିନ୍ତି କରାଯାଏ। ନିବେଶରେ ଭାବନାର ସ୍ଥାନ ନଥାଏ। ଭାବନାରେ ବହି ନିବେଶ କରୁଥିବା ନିବେଶକ ନିଜ ମୂଳ ପୁଞ୍ଜି ହରାଇଥାନ୍ତି। ଭାବନା ଦ୍ୱାରା ପ୍ରଭାବିତ ନହୋଇ ନିବେଶ ନିଷ୍ପତ୍ତି ନେବା ପ୍ରତି ନିବେଶକଙ୍କ ପକ୍ଷରେ ଜରୁରୀ। ଭାବନା ଦ୍ୱାରା ପ୍ରଭାବିତ ନହୋଇ କେମିତି ନିବେଶ କରିବେ ଆସନ୍ତୁ ଜାଣିବା... ପୁରୁଣା ସ୍ମୃତିକୁ ନିବେଶ ସହ ଯୋଡ଼ନ୍ତୁ ନାହିଁ ଫାଇନାନ୍ସିଆଲ ଏକ୍ସପ୍ରେସର...
ନୂଆବର୍ଷ ପୂର୍ବରୁ ଆପଣଙ୍କ ପାନ୍ ଓ ଏଟିଏମ୍ କାର୍ଡ ଯାଞ୍ଚ କରିନିଅନ୍ତୁ, ନଚେତ୍ ଏହା ଅଚଳ ହେବାର ସମ୍ଭାବନା ଅଛି। ନୂଆବର୍ଷକୁ ଆଉ ମାତ୍ର ତିନି ଦିନ ବାକି ରହିଛି। ଏହାପୂର୍ବରୁ ଆପଣ ନିଜର ପାନ୍ କାର୍ଡ ଓ ଏଟିଏମ୍ କାର୍ଡ ଜନିତ କେତେକ କାମ ସାରିଦିଅନ୍ତୁ, ନଚେତ୍ ଆପଣଙ୍କ ଏହି ସବୁ କାର୍ଡ ଅଚଳ ହୋଇଯିବ।ନୂଆବର୍ଷଠାରୁ ଏସବିଆଇ ଏଟିଏମ୍ କାର୍ଡରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବ। ପୂର୍ବରୁ...
ଜାଣନ୍ତୁ ସେହି ୫ଟି କାରଣ ବିଷୟରେ ଯେଉଁଥିପାଇଁ କ୍ରେଡିଟ୍ କାର୍ଡ ବେଶି ବ୍ୟବହାର ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ହାନିକାରକ। କ୍ରେଡିଟ୍ କାର୍ଡର ଫାଇଦା ରହିଛି। ଆପଣଙ୍କ ଆକାଉଣ୍ଟ୍ ଖାଲି ଥିଲେ ମଧ୍ୟ ଆପଣ କିଣାକିଣି କରିପାରିବେ। ହାତ ଉଧାରି ନେବାକୁ ପଡିବ ନାହିଁ। ଏଥିରୁ କ୍ରେଡିଟ୍ ସ୍କୋର ମଧ୍ୟ ଜେନରେଟ୍ ହୋଇଥାଏ। ଯେଉଁଥିରୁ ଭବିଷ୍ୟତରେ ଆପଣଙ୍କୁ କମ ସୁଧରେ ଲୋନ୍ ମଧ୍ୟ ମିଳିପାରିବ। ଏତେ ଫାଇଦା ସତ୍ୱେ ଯଦି...