କ’ଣ ଆପଣ ବି ପିପିଏଫ (ପବ୍ଲିକ ପ୍ରୋଭିଡେଣ୍ଡ ଫଣ୍ଡ) ଆକାଉଣ୍ଟ ବା ସାର୍ବଜନିକ ଭବିଷ୍ୟନିଧି ଜମାଖାତା ଖୋଲିଛନ୍ତି କି? ଯଦି ନୁହେଁ ତେବେ ତୁରନ୍ତ ଏକ ପିପିଏଫ ଆକାଉଣ୍ଟ ଖୋଲନ୍ତୁ ଏବଂ ନିଜର ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ। କାରଣ ଏଥିରେ ଏଭଳି ବ୍ୟବସ୍ଥା ରହିଛି, ଯାହା ଆପଣଙ୍କ ସ୍ୱପ୍ନକୁ ସୁନିଶ୍ଚିତ ସାକାର କରିଥାଏ। ଏହାବାଦ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଏକ ସରକାରୀ ଯୋଜନା ହୋଇଥିବାରୁ ରିସ୍କ...
କର୍ପୋରେଟ୍ କମ୍ପାନି ଜାରି କରୁଥିବା ଏନସିଡି ଫିକ୍ସଡ୍ ଡିପୋଜିଟ୍ ତୁଳନାର ଦେଇଥାଏ ଅଧିକ ରିଟର୍ଣ୍ଣ, ତେବେ  ନିବେଶ ପୂର୍ବରୁ କମ୍ପାନିକୁ ଭଲକରି ଜାଣନ୍ତୁ.. ଯଦି ଆପଣ ଭଲ ରିଟର୍ଣ୍ଣ ପାଇଁ ଭଲ ଫିକ୍ସଡ୍ ଡିପୋଜିଟର ସଂଧାନରେ ଅଛନ୍ତି ତେବେ ଆପଣ ବଜାରରେ ଉପଲବ୍ଧ ଥିବା ଅନ୍ୟ ବିକଳ୍ପ ବାବଦରେ ମଧ୍ୟ ଚିନ୍ତା କରିବା ଉଚିତ ହେବ। ଆପଣ NCD ଅର୍ଥାତ ନନ୍-କନଭର୍ଟିବଲ ଡିବେଞ୍ଚର୍ସରେ ନିବେଶ କରିପାରିବେ। ଗତ କିଛି ବର୍ଷ...
ନୀଳାମ୍ବର ରଥ କୌଣସି ସମସ୍ୟାକୁ ଆହ୍ୱାନ ବା ନୂଆ କଥା ଶିଖିବାର ଏକ ସୁଯୋଗ ବୋଲି ବିଚାରକରି ଯେଉଁମାନେ ତା’ର ସମାଧାନର ରାସ୍ତା ଖୋଜିବାରେ ଲାଗିପଡ଼ନ୍ତି କର୍ପୋରେଟ୍ ଫ୍ଲୋର୍‌ରେ ସେମାନଙ୍କର ଆଦର ବେଶୀ। ସାଧାରଣ ଜୀବନରେ ଭୁଲ୍ ଭଟ୍‌କା ବା ସମସ୍ୟା କିଛି ନୂଆ କଥା ନୁହେଁ। କିନ୍ତୁ ଅନେକ ସମୟରେ ଛୋଟ ଛୋଟ ସମସ୍ୟା ଦିନେ ବିରାଟ ଆକାର ଧାରଣ କରିଥାଏ। ଯେଉଁ ସମସ୍ୟାକୁ ଛୁଞ୍ଚିରେ ସମାଧାନ କରାଯାଇପାରିଥାନ୍ତି ତାକୁ କଟୁରୀ ଲଗାଇଲେ ମଧ୍ୟ ବେଳେ ବେଳେ ସମ୍ଭାଳିବା ସହଜ ହୁଏ ନାହିଁ। ବିଶେଷକରି ଚାକିରି ଜୀବନ ବା କର୍ପୋରେଟ୍ ଫ୍ଲୋର୍‌ରେ ବିଭିନ୍ନ ସମସ୍ୟାକୁ ଘୋଡ଼ାଇବାକୁ ଚେଷ୍ଟା କଲେ ଅନେକ ସମୟରେ...
ମାସକୁ ମାତ୍ର ୫୫ ଟଙ୍କାର ପ୍ରିମିୟମ ଭରି ୬୦ ବର୍ଷ ବୟସ ପରେ ପାଆନ୍ତୁ ଆଜୀବନ ମାସିକ ୩୦୦୦ ହଜାର ଟଙ୍କାର ପେନସନ। ଏଣିକି ଗରିବ କୃଷକ ଓ ଶ୍ରମିକଙ୍କ ସମେତ ସମସ୍ତ ପ୍ରକାର ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କୁ ମିଳିବ ସାମାଜିକ ସୁରକ୍ଷା। ଏଥିପାଇଁ କେନ୍ଦ୍ର ସରକାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନସନ ଯୋଜନା। ତେବେ ଆସନ୍ତୁ ଜାଣିବା କେଉଁମାନେ, କିପରି ଏହି ଯୋଜନାରେ କରିବେ...
ସ୍ୱାସ୍ଥ୍ୟ ବୀମା ଦେଉଥିବା ସବୁ କମ୍ପାନି ଏଣିକି ଏକ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଦେବାକୁ ବାଧ୍ୟ ହେବେ। ଆଇଆର୍‌ଡିଏ ଏନେଇ ଗାଇଡ୍ ଲାଇନ୍ ଜାରି କରିଛି। ଏହି ଗାଇଡ୍ ଲାଇନ୍ ଅନୁସାରେ ସାଧାରଣ ଓ ସ୍ୱାସ୍ଥ୍ୟବୀମା କମ୍ପାନି ଆଧାରଭୁତ ସ୍ୱାସ୍ଥ୍ୟ ଆବଶ୍ୟକତା ପାଇଁ ସର୍ବାଧିକ ୫ ଲକ୍ଷ ଟଙ୍କା ଓ ସର୍ବନିମ୍ନ ଏକ ଲକ୍ଷ ଟଙ୍କାର ପ୍ରଡକ୍ଟ ଅଫର କରିବେ। ସବୁ କମ୍ପାନି ଏହି...
ଏୟାରଟେଲ୍ ମାଲିକ ସୁନିଲ ଭାରତୀ ଆଜି ଦେଶର ଜଣେ ବଡ଼ ଉଦ୍ୟୋଗପତି ଭାବରେ ଗଣା ଯାଆନ୍ତି। ଦେଶ ବିଦେଶରେ ତାଙ୍କ କମ୍ପାନି ଏୟାରଟେଲ୍ ମୋବାଇଲ ସର୍ଭିସ ଦେଇ ଆସୁଛି। ଆଜି ତାଙ୍କ ପାଖରେ ଧନ ସମ୍ପତ୍ତିର କିଛି କମି ନାହିଁ। କିନ୍ତୁ ସମୟ ଥିଲା ୫ ହଜାର ଟଙ୍କା ଯୋଗାଡ଼ କରିବା ବି ତାଙ୍କ ପକ୍ଷେ ସମ୍ଭବ ନଥିଲା। ବ୍ୟବସାୟରେ ସଫଳତା ହାସଲ ପାଇଁ ଅନେକ ସଂଗ୍ରାମ କରିଛନ୍ତି...
କେବଳ ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଭାରତ ସରକାର କରିଛନ୍ତି ଏସସିଏସଏସ ବା ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ଜାଣନ୍ତୁ ଏ ସମ୍ପର୍କିତ ସୂଚନା SCSS କ’ଣ ସାଧାରଣତଃ ବରିଷ୍ଠ ନାଗିରକ ଏବଂ ଅବସରପ୍ରାପ୍ତ କର୍ମଚାରୀମାନେ ଅର୍ଥକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କାରଣ ଏହି ବୟସରେ ସେମାନଙ୍କ ରୋଜଗାରର କୌଣସି ପନ୍ଥା ନ ଥାଏ। ତେଣୁ କେନ୍ଦ୍ର ସରକାର ସେମାନଙ୍କ ପାଇଁ ୨୦୦୪ ଅକ୍ଟୋବରରୁ ଏସସିଏସଏସ (ସିନିୟର ସିଟିଜେନ...
ଜାଣନ୍ତୁ, ମନି ବ୍ୟାକ୍ ପଲିସି କ’ଣ?  ମନିବ୍ୟାକ୍ ପଲିସି ଭାରତରେ ବିକ୍ରି ହେଉଥିବା କିଛି ସର୍ବାଧିକ ଜୀବନ ବୀମା ପଲିସି ମଧ୍ୟରୁ ଗୋଟିଏ। ମନି ବ୍ୟାକ୍ ପଲିସି ବାସ୍ତବରେ ଗୋଟିଏ ଧରଣର ଏଣ୍ଡାୱମେଣ୍ଟ ପଲିସି। ଏହି ପଲିସିରେ ପଲିସିଧାରକଙ୍କୁ ମ୍ୟାଚୁରିଟି ପରେ ଏକାଥରକେ ଏକ ନିଶ୍ଚିତ ରାଶି ମିଳିବା ବଦଳରେ ନିୟମିତ ଅନ୍ତରାଳରେ ବୀମା ରାଶିର ନିଶ୍ଚିତ ପ୍ରତିଶତ ଭାଗ ମିଳିଥାଏ। ଏହା ଏଭଳି ଗୋଟିଏ ଏଣ୍ଡାୱମେଣ୍ଟ ପ୍ଲାନ୍ ଯେଉଁଥିରେ...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୬.୦୦ ସନ୍ଧ୍ୟା (ଅ।ଇ ଏସ୍ ଟି), ୧୦ ଫେବ୍ରୁଆରି ୨୦୨୦ ସେନସେକ୍ସ ହାର – ୪୦,୯୭୯.୬୨  ୧୬୨.୨୩ ହ୍ରାସ (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ବାଜାଜ୍ ଫାଇନାନ୍ସ: ୧.୫୧% ବୃଦ୍ଧି ଏମ୍ ଆଣ୍ଡ ଏମ୍: ୭.୧୬% ହ୍ରାସ ଟିସିଏସ୍: ୧.୨୦% ବୃଦ୍ଧି ଟାଟା ଷ୍ଟିଲ୍: ୫.୮୦% ହ୍ରାସ କୋଟକ ମହିନ୍ଦ୍ରା: ୧.୦୪% ବୃଦ୍ଧି ଓଏନଜିସି: ୨.୮୪% ହ୍ରାସ   ନିଫ୍ଟି ହାର ୧୨,୦୩୧.୫୦   ୬୬.୮୫ ହ୍ରାସ (ଏନ୍.ଏସ୍.ଇ) ଅଧିକ ଲାଭ...
ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଧନ ଯୋଜନାରେ ଜମା ରଖି ପାଆନ୍ତୁ ୧ ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ। PMVVY କ’ଣ? ସାଧାରଣତଃ ବରିଷ୍ଠ ନାଗରିକମାନେ ପରିଣତ ବୟସରେ ରୋଜଗାର କରିପାରି ନ ଥାନ୍ତି। ତେଣୁ ନିଜ ଜମାଟଙ୍କା ଉପରେ ମିଳୁଥିବା ମାସିକ ସୁଧ ଦ୍ୱାରା ଚଳିବା ସେମାନଙ୍କ ପାଇଁ ସୁବିଧାଜନକ ହୋଇଥାଏ। ତେବେ ସୁଧହାରରେ ସବୁବେଳେ ହ୍ରାସ ବୃଦ୍ଧି ଲାଗିରହିଥାଏ, ଯାହାକି ଜମାକାରୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ...