ଭାରତୀୟ ଷ୍ଟାର୍ଟ-ଅପ୍‍ ଜଗତକୁ ଆମେରିକୀୟ ନିବେଶ ବେଶ୍‍ ପ୍ରଭାବିତ କରିଛି। ଗତ ୭ବର୍ଷ ମଧ୍ୟରେ ଏଭଳି ୮ ଶହରୁ ଅଧିକ ଷ୍ଟାର୍ଟ-ଅପ୍‌ରେ ଆମେରିକାରେ ଥିବା ବିଭିନ୍ନ ପୁଞ୍ଜିଲଗାଣକାରୀ ସଂସ୍ଥା ଟଙ୍କା ଖଟାଇଥିବା ଜଣାପଡ଼ିଛି। ସିଙ୍ଗାପୁର, ହଂକଂ, ଜାପାନ ଏବଂ ଇଂଲଣ୍ଡ ଯଥାକ୍ରମେ ଭାରତୀୟ ଷ୍ଟାର୍ଟ-ଅପ୍‌ରେ ପୁଞ୍ଜି ଲଗାଇବାରେ ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହି ସଂସ୍ଥାଗୁଡ଼ିକ ମୁଖ୍ୟତଃ ବିଭିନ୍ନ ଟେକ୍ନୋଲଜି କମ୍ପାନିରେ ଅଧିକ ନିବେଶ କରିବାକୁ ଆଗ୍ରହ ପ୍ରକାଶ...
ଲମ୍ବା ଅବଧିରେ ହିଁ ଏସ୍‌ଆଇପି ଜରିଆରେ ନିବେଶ ଦେଇଥାଏ ଲାଭ, ତେଣୁ ଅଳ୍ପଦିନରେ ବନ୍ଦ କରନ୍ତୁ ନାହିଁ ନିବେଶ। ଆପଣ ଏସ୍‌ଆଇପି ଜରିଆରେ ନିବେଶ କରୁଛନ୍ତି। ନିୟମିତ ନିବେଶର ଏହା ଗୋଟିଏ ଭଲ ଅଭ୍ୟାସ। ତେବେ ଯଦି ଏକରୁ ଦୁଇ ବର୍ଷ ଭିତରେ ସିପ ଖରାପ ପ୍ରଦର୍ଶନ କରେ ତେବେ କଣ କରିବେ? ସବୁ ନିବେଶକାରୀ କେବେ ନା କେବେ ଏଭଳି ପ୍ରଶ୍ନର ସମ୍ମୁଖୀନ ହୋଇଥାନ୍ତି। ଆପଣ ମଧ୍ୟ କେବେ...
ଫୋରକ୍ଲୋଜର ନିଷ୍ପତି ନେବା ପୂର୍ବରୁ ମୂଳ ଓ ସୁଧ ପେମେଣ୍ଟ୍ ଉପରେ ମିଳୁଥିବା ଟ୍ୟାକ୍ସ ବେନିଫିଟ୍‌ର ଧ୍ୟାନ ରଖନ୍ତୁ। ହୋମ ଲୋନ୍ ୧୫ରୁ ୨୦ ବର୍ଷ ମଧ୍ୟରେ ଶୁଝା ଯାଇଥାଏ। ତେବେ ଏହି ଅବଧି ମଧ୍ୟରେ ଅନେକ କିଛି ବଦଳି ଯାଇଥାଏ। ଗ୍ରାହକଙ୍କ ଆର୍ଥିକ ସ୍ଥିତି, ସୁଧ ହାର, ସରକାରୀ ନୀତି ଓ ଦେଶର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଏହା ମଧ୍ୟରେ ସାମିଲ ଥାଏ। ତେଣୁ ମଝିରେ ମଝିରେ ହୋମ...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୬.୩୦ ସନ୍ଧ୍ୟା (ଆଇ ଏସ୍ ଟି), ୧୮ ଫେବ୍ରୁଆରି, ୨୦୨୦ ସେନସେକ୍ସ ହାର – ୪୦,୮୯୪.୩୮  ୧୬୧.୩୧ ହ୍ରାସ (ବି.ଏସ୍.ଇ) ଅଧିକ ଲାଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ଏସବିଆଇ: ୧.୦୮% ବୃଦ୍ଧି ଟାଟା ମୋଟର୍ସ: ୪.୪୪ % ହ୍ରାସ ଇନଫୋସିସ: ୧.୦୨% ବୃଦ୍ଧି ଭାରତି ଏୟାରଟେଲ୍: ୩.୦୫% ହ୍ରାସ ପାୱାରଗ୍ରୀଡ କର୍ପୋରେସନ: ୦.୮୨% ବୃଦ୍ଧି ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ୍: ୨.୪୪ % ହ୍ରାସ ନିଫ୍ଟି ହାର ୧୧,୯୯୨.୫୦  ୫୩.୩୦ ହ୍ରାସ (ଏନ୍.ଏସ୍.ଇ)...
୨୦୨୦-୨୧ ଆର୍ଥିକ ବଜେଟ୍‌ରେ ରାଜ୍ୟ ସରକାର ସ୍ଵାସ୍ଥ୍ୟକୁ ଅଧିକ ଗୁରୁତ୍ଵ ଦେଇଛନ୍ତି। ଏନେଇ ଅର୍ଥମନ୍ତ୍ରୀ ସ୍ଵାସ୍ଥ୍ୟ ବାବଦକୁ ୭ ହଜାର ୭୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ବିଗତ ବର୍ଷ ତୁଳନାରେ ୧୪ ପ୍ରତିଶତ ଅଧିକା ରହିଥିବା ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ବିଜୁସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ପୁରୁଷ ହିତାଧିକାରୀଙ୍କ କ୍ଷେତ୍ରରେ ପରିବାର ପିଛା ୫ ଲକ୍ଷ ଟଙ୍କା ଓ ମହିଳା ହିତାଧିକାରୀଙ୍କ କ୍ଷେତ୍ରରେ ୧୦...
ମୋ' ସ୍କୁଲକୁ  ୪୦ କୋଟି, ମୋ' କଲେଜକୁ ୨୦ କୋଟି। ଓଡ଼ିଶା ବଜେଟ୍‌-୨୦୨୦-୨୧ରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ବଜେଟ୍‌ରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ ୨୨ ହଜାର ୬୩୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ମୋ' ସ୍କୁଲ ଏବଂ ମୋ' କଲେଜ ପାଇଁ ସରକାର ନିଜ ପେଡ଼ି ଖୋଲିଦେଇଛନ୍ତି। -ଶିକ୍ଷା ଅଭିଯାନ ପାଇଁ ୩...
କାଳିଆ ଯୋଜନା ପାଇଁ ୩୧୯୫ କୋଟି ଟଙ୍କାର ବ୍ୟୟବରାଦ। କୃଷି ଓ କୃଷକଙ୍କ ବିକାଶ ବିକାଶ ବିନା ରାଜ୍ୟର ବିକାଶ ଅସମ୍ଭବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୃଷି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ଵ ଦେଇ ଆସୁଛନ୍ତି। କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ମୋଟ ୧୯ ହଜାର ୪୦୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଗତ କିଛି ବର୍ଷ ହେଲା ରାଜ୍ୟ ସରକାର ସ୍ୱତନ୍ତ୍ର ବଜେଟ୍‌...
ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଉପସ୍ଥାପିତ ହେଲା ଇ-ବଜେଟ୍‌। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଛି ଓଡ଼ିଶା ବଜେଟ୍‌। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍‌କୁ ଉପସ୍ଥାପନା କରିଛନ୍ତି। ଚଳିତ ବର୍ଷ ଆର୍ଥିକ ବଜେଟ୍‌ରେ ଅର୍ଥମନ୍ତ୍ରୀ ମୋଟ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରର ଦ୍ଵିତୀୟ ବଜେଟ୍‌। ଏଥରର...
ବ୍ୟବସାୟୀ ଓ କମ୍ପାନି କ୍ୟାସ୍‌ କ୍ରେଡିଟ୍‌ର ଲାଭ ନେଇ ପାରିବେ, ତେବେ ଏହାର ଲାଭ ଓ କ୍ଷତି ଜାଣନ୍ତୁ। କ୍ୟାସ୍ କ୍ରେଡିଟ୍ ମାନେ ନଗଦ ଋଣ। ସାଧାରଣତଃ ଏହା ଗୋଟିଏ କମ୍ପାନିକୁ ବ୍ୟାଙ୍କ ଦେଉଥିବା ଅଳ୍ପ ଅବଧିର ଲୋନ୍ ହୋଇଥାଏ। ଯେତେବେଳେ ଗୋଟିଏ ବ୍ୟାଙ୍କ ଏଭଳି ଲୋନ୍ ପାଇଁ ଆବଶ୍ୟକ ସୁରକ୍ଷା(ବନ୍ଧକ ଆଦି) ପାଇଥାଏ,ସେତେବେଳେ ହିଁ ଏଭଳି ଲୋନ୍ ଦିଆଯାଇଥାଏ। ବ୍ୟାଙ୍କ ଟଙ୍କା ଫେରି ପାଇବା ପାଇଁ ଆଶ୍ୱସ୍ତ ହେବା ପରେ...
ସ୍ୱର୍ଣ୍ଣ ଋଣ ନେବା ବେଳେ ପରଖନ୍ତୁ, ପ୍ରଶ୍ନ ପଚାରନ୍ତୁ ଅନେକ ସମୟରେ ହଠାତ ଟଙ୍କାର ଆବଶ୍ୟକତା ପଡେ। ଏମିତି ଘରେ ଥିବା ସୁନା କାମରେ ଆସେ। ସରକାରୀ କିମ୍ବା ଘରୋଇ ବ୍ୟାଙ୍କରେ ବନ୍ଧା ରଖି ଆପଣ ଋଣ ନେଇ ପାରିବେ। ଋଣ ଟଙ୍କା ଶୁଝିବା ପରେ ଆପଣ ନିଜ ସୁନା ପୁଣି ଫେରିପାଇବେ। ପର୍ସନାଲ ଲୋନ୍ ମୁକାବିଲାରେ ଗୋଲ୍ଡ ଲୋନ୍ ସୁଧ କମ ହୋଇଥାଏ। ଏହାସହ ଏଭଳି ଋଣ ମଧ୍ୟ...