ଯଦି କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ୧୦ଟି କଥାକୁ ମନରେ ରଖନ୍ତୁ, ନହେଲେ କରଜ ଜାଲରେ ଛନ୍ଦି ହୋଇଯିବେ.. ଆପଣଙ୍କ କ୍ରେଡିଟ୍ କାର୍ଡ୍ ଆଉଟଷ୍ଟାଣ୍ଡିଂ ଢେର ଅଧିକ? ଉତ୍ତର ଯଦି ହଁ, ତେବେ ତୁରନ୍ତ ସତର୍କ ହୋଇଯାନ୍ତୁ। ପୁରୁଣା କରଜ ନଶୁଝା ହେବା ପର୍ଯ୍ୟନ୍ତ ନୁଆ କିଛି କିଣନ୍ତୁ ନାହିଁ। ୧ରୁ ୩ ମାସ ମଧ୍ୟରେ ପୁରୁଣା ବକେୟା ସବୁ ଶୁଝିବା ପାଇଁ ରଣନୀତି ତିଆରି କରନ୍ତୁ। ସବୁ...
ପର୍ସନାଲ ଲୋନ ପାଇଁ ଆବଶ୍ୟକ ଏହି ସବୁ ସର୍ବନିମ୍ନ ପ୍ରମାଣପତ୍ର ସାଧାରଣତଃ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମର ଅର୍ଥ ଆବଶ୍ୟକ ହୋଇଥାଏ। ଯଦି ସେହି ପରିମାଣର ଅର୍ଥ ଆମ ପାଖରେ ନ ଥାଏ, ତେବେ ଆମେ ଋଣ କରିଥାଉ। କେତେକ ଲୋକ ବିଭିନ୍ନ ଋଣ ସୁଝିବାକୁ ପର୍ସନାଲ ଲୋନ କରିଥାନ୍ତି। ସେହିପରି କିଏ ବିଭିନ୍ନ ଜିନିଷ କିଣିବା ପାଇଁ ତ ଆଉ କିଏ ବାହାରକୁ ବୁଲିବାକୁ ଯିବା ପାଇଁ, ବିବାହ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଏଭଳି...
ସେୟାର ମାର୍କେଟରେ ଅଧିକ ଟଙ୍କା ଲଗାଇବାକୁ ପଡ଼େ, ଅନ୍ୟପକ୍ଷରେ ମାତ୍ର ୫୦୦ ଟଙ୍କାରୁ ଆରମ୍ଭ କରିପାରିବେ ମ୍ୟୁଚୁଆଲ ଫଣ୍ଡ୍। ରିସ୍କ ନେବାର ପୁରସ୍କାର ହେଉଛି ଲାଭ। ଆପଣ ଯଦି ରିସ୍କ ନେଉଛନ୍ତି ଓ ରିସ୍କ ନେବା ଦ୍ୱାରା ଲାଭ ହେବ ବୋଲି ସଠିକ ଅନୁମାନ କରିପାରୁଛନ୍ତି ତେବେ ଆପଣ ସିଧାସଳଖ ସେୟାର ମାର୍କେଟରେ ଟ୍ରେଡିଂ କରିବା ଠିକ୍ ରହିବ। ଆପଣ ଯଦି କମ୍ପାନିଙ୍କ ଗତିବିଧି, ସେମାନଙ୍କ ଆର୍ଥିକ ସ୍ଥିତି ଓ...
ସାଧାରଣତଃ କ୍ରେଡିଟ୍ କାର୍ଡ ହେଉଛି ଏକ ପ୍ରକାର ପେମେଣ୍ଟ କାର୍ଡ, ଯାହାର ବ୍ୟବହାର କରି ଆପଣ ବିଭିନ୍ନ ସାମଗ୍ରୀ ଓ ସେବା ପାଇପାରିବୋ ଅର୍ଥାତ ବିଭିନ୍ନ ପ୍ରକାର ଜିନିଷ କିଣିବା, ରେଷ୍ଟୁରାଣ୍ଟରେ ଖାଇବା, ଅନଲାଇନ୍ ସପିଂ କରିବା, ପେଟ୍ରୋଲ ପମ୍ପରୁ ତେଲ ପକାଇବାଠାରୁ ଆରମ୍ଭ କରି ବଡ଼ ଧରଣର ଖର୍ଚ୍ଚ ନିମନ୍ତେ ମଧ୍ୟ ଆପଣ ଟଙ୍କା ନ ଥିଲେ ବି କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବୋ ତେଣୁ ଯଦି...
କ’ଣ ଆପଣ ଆୟକର ଦେଉଛନ୍ତି କି? ଯଦି ଦେଉନାହାନ୍ତି ତେବେ ଦେବା ଉଚିତ କି.. କ’ଣ ଆପଣ ଆୟକର ଦେଉଛନ୍ତି କି? ଯଦି ଦେଉନାହାନ୍ତି ତେବେ ଦେବା ଉଚିତ କି? ଆପଣଙ୍କ ବାର୍ଷିକ ଆୟ କ’ଣ ଆୟକର ଦେବା ଯୋଗ୍ୟ କି? ଯଦି ନୁହେଁ, ତଥାପି ଆପଣ ଆୟକର ଦେବା ଆବଶ୍ୟକ କି? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହେବା ସ୍ୱଭାବିକ। ସାଧାରଣତଃ ଇନକମ୍ ଟ୍ୟାକ୍ସ ଆକ୍ଟ-୧୯୬୧ ଅନୁଯାୟୀ,...
ବିଶେଷଜ୍ଞଙ୍କ ଆଶଙ୍କା ନୂଆ ଟ୍ୟାକ୍ସ ସ୍ଲାବ ଯୋଗୁଁ ଦେଶରେ ସଞ୍ଚୟ କମିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନୂଆ ଏବଂ ପୁରୁଣା ବିକଳ୍ପ ଟ୍ୟାକ୍ସ ବ୍ୟବସ୍ଥା ଭାରତରେ ସଞ୍ଚୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏଭଳି ଆଶଙ୍କା କରୁଛନ୍ତି ଆର୍ଥିକ ବିଶେଷଜ୍ଞ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ସାଧାରଣ ବଜେଟରେ ଏହି ନୂଆ ବୈକଳ୍ପିକ ବ୍ୟକ୍ତିଗତ ଆୟକର ସ୍ଲାବ ଉପସ୍ଥାପନ କରିଥିଲେ। ଏହି ନୂଆ ଟ୍ୟାକ୍ସ୍ ସ୍ଲାବରେ...
ଏସ୍‌ଆଇପିରେ ସ୍ୱଳ୍ପ ନିବେଶ ମାଧ୍ୟମରେ ବଡ଼ ସ୍ୱପ୍ନକୁ କରନ୍ତୁ ସାକାର ଏସଆଇପି (ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ) ବା ସୁବ୍ୟବସ୍ଥିତ ନିବେଶ ଯୋଜନା ହେଉଛି ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ କରିବାର ଏକ ପଦ୍ଧତି। ଏହା କମ୍ ରିସ୍କ ବା ଅପେକ୍ଷାକୃତ ନିରାପଦ ଏବଂ ଏହା ନିବେଶକଙ୍କୁ ଅଳ୍ପ ପରିମାଣର ପୁଞ୍ଜି ନିବେଶ କରି ଭଲ ଲାଭାଂଶ ପାଇବାର ସୁଯୋଗ ଦେଇଥାଏ। ବିଶେଷକରି ନୂତନ ନିବେଶକ ବା ପ୍ରଥମକରି ଯେଉଁମାନେ ମ୍ୟୁଚୁଆଲ...
ଗ୍ଲୋବାଲ ମାର୍କେଟ୍ ବାବଦରେ ଜ୍ଞାନର ଅଭାବ ଅଛି କି? ତାହେଲେ ସୁରକ୍ଷିତ ଫଣ୍ଡ୍‌ରେ ହିଁ  ନିବେଶ ଜାରି ରଖନ୍ତୁ.. ଗତ ଏକ ବର୍ଷ ଭିତରେ ମ୍ୟୁଚୁଆର ଫଣ୍ଡର ଅନ୍ତର୍ଜାତୀୟ ଶ୍ରେଣୀ ପାଖାପାଖି ୧୫ ପ୍ରତିଶତ ଲାଭ ଦେଇଛି। ଏହାକୁ ଦେଖି ଅଚାନକ ଅନେକ ମ୍ୟୁଚୁଆଲ ଫଣ୍ଡ ନିବେଶକ ନିଜ ପୋର୍ଟଫୋଲିଓରେ ଇଣ୍ଟରନାସନାଲ ଫଣ୍ଡକୁ ସାମିଲ କରିବାକୁ ଚିନ୍ତା କରୁଛନ୍ତି। ସେମାନେ ମନେ କରୁଛନ୍ତି ଯେ, ଅତିକମରେ ଗୋଟିଏ ସ୍କିମକୁ ପୋର୍ଟଫୋଲିଓରେ...
ମାସିକ ୧୦ ହଜାର ଟଙ୍କା ପେନସନ୍ ପାଇବାକୁ ଚାହୁଁଛନ୍ତି ତ’ ତୁରନ୍ତ କରନ୍ତୁ ନିବେଶ। ବରିଷ୍ଠ ନାଗରିକଙ୍କୁ ମାସିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ଦେଉଥିବା ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ୩୧ ମାର୍ଚ୍ଚ ପରେ ବନ୍ଦ ହେବ। ଆପଣ ଯଦି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ କିମ୍ବା ୩୧ ମାର୍ଚ୍ଚ ୨୦୨୦ ପୂର୍ବରୁ ଏଥିରେ ନିବେଶ କରନ୍ତୁ। ଏଲଆଇସି ଦେଇଥାଏ ଏହି ଯୋଜନା ୨୦୧୭ ମସିହାରେ...
ଜାଣନ୍ତୁ, ସୁକନ୍ୟା ସମୃଦ୍ଧି ଯୋଜନା କ’ଣ? ଏଥିରେ ନିବେଶ କରି ଆୟକର ରିହାତି ମଧ୍ୟ ପାଇପାରିବେ। “ବେଟି ବଚାଓ ବେଟି ପଢ଼ାଓ” ଅଭିଯାନର ଅଧିନରେ କାମ କରୁଥିବା ଏହି ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଏକ କ୍ଷୁଦ୍ର ସଞ୍ଚୟ ଯୋଜନା ଯାହା କେବଳ ଜନ୍ମଠାରୁ ୧୦ ବର୍ଷ ବୟସ୍କ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ। ଡାକଘର କିମ୍ବା ଘରୋଇ ବ୍ୟାଙ୍କଗୁଡ଼ିକ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶାଖାମାନଙ୍କରେ ମଧ୍ୟ ଏହି ଖାତା ଖୋଲି ପାରିବେ। ଖାତା...