ପ୍ରକାଶ ପାଇଲା ଓପିଏସସି ପରୀକ୍ଷା ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଡିସେମ୍ଵର ୧୦ ପର୍ଯ୍ୟନ୍ତ କରିପାରିବେ ଆବେଦନ। ଓଡ଼ିଶା ପବ୍ଲିକ ସର୍ଭିସ କମିସନ(ଓପିଏସସି) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଚୁକ ପ୍ରାର୍ଥୀ ୨୦୧୯ ଡିସେମ୍ଵର ୧୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହାସହ ଅନଲାଇନ ଫିସ୍‌ ଭରିବାର ଶେଷ ତାରିଖ ୧୬ ଡିସେମ୍ଵର ପର୍ଯ୍ୟନ୍ତ ରଖାଯାଇଛି। ଏଥିରେ ଚୟନ ପରେ ପ୍ରାର୍ଥୀମାନଙ୍କୁ ବିଭିନ୍ନ ସରକାରୀ ପଦବୀରେ ନିଯୁକ୍ତି ଦିଆଯିବ। ପଦବୀ ପ୍ରାର୍ଥୀମାନଙ୍କୁ ସାଧାରଣ ପ୍ରଶାସନ,...
ବିଏସ୍ଏନ୍ଏଲ୍ ଗ୍ରାହକମାନଙ୍କ ପାଇଁ ଖୁସି ଖବର। କମ୍ପାନି ତା’ର ଗ୍ରାହକମାନଙ୍କ ପାଇଁ ଏକ ନୂଆ ପ୍ଲାନ ଆରମ୍ଭ କରିଛି। ଏହି ନୂଆ ପ୍ଲାନରେ ଗ୍ରାହକମାନେ ଦିନକୁ ୩ଜିବି ଡାଟା ପାଇପାରିବେ। ନଭେମ୍ବର ୧୦ ତାରିଖରୁ ବିଏସ୍ଏନ୍ଏଲ୍ ତାର ଗ୍ରାହକଙ୍କ ପାଇଁ ଗୋଟିଏ ନୂଆ ପ୍ଲାନ ଆରମ୍ଭ କରିଛି। ଏହି ପ୍ଲାନର ଦାମ୍ ରହିଛି ୯୯୭ ଟଙ୍କା। ଏହି ପ୍ଲାନର ବୈଧତା ୧୮୦ ଦିନ ରହିଥିବା ବେଳେ ଏହି ପ୍ଲାନରେ ଗ୍ରାହକମାନେ...
ନଭେମ୍ବର ୧୩ରୁ ୨୨ତମ ଏଣ୍ଟରପ୍ରାଇଜ ଓଡିଶା-୨୦୧୯ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନ ହେବ ୨୦୦ରୁ ଅଧିକ କମ୍ପାନି ଓ ଏହାର ସେବା ନଭେମ୍ବର ୧୩ ରୁ ୧୬ ଯାଏଁ ଚାଲିବ ଏଣ୍ଟରପ୍ରାଇଜ ଓଡିଶା-୨୦୧୯ https://www.youtube.com/watch?v=aOAmZF8hBEc କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି(ସିଆଇଆଇ) ପକ୍ଷରୁ ଭୁବନେଶ୍ୱର ଇଡ୍‌କଲ ପ୍ରଦର୍ଶନୀ ପଡ଼ିଆରେ ୨୨ତମ ଏଣ୍ଟରପ୍ରାଇଜ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ...
ଆଧାରକାର୍ଡ ଭଳି ପାନ୍‌କାର୍ଡ ବି ଏବେ ଗୋଟିଏ ଜରୁରୀ ପ୍ରମାଣପତ୍ର। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାଠାରୁ ଆରମ୍ଭ କରି ବିଦେଶ ଯାତ୍ରା ଯାଏଁ, ଅନେକ ଜରୁରୀ କାମରେ ପାନ୍‌କାର୍ଡର ଆବଶ୍ୟକତା ରହୁଛି। ଆସନ୍ତୁ, ଜାଣିବା କେଉଁ କେଉଁ ଜରୁରୀ କାମ ପାଇଁ ପାନ୍‌କାର୍ଡର ଆବଶ୍ୟକତା ରହିଛି। ବ୍ୟାଙ୍କରେ ନୂଆ ଆକାଉଣ୍ଟ୍ ଖୋଲିବା ଏବଂ ‘ଫିକ୍ସ୍ ଡିପୋଜିଟ୍’ କରିବା ପାଇଁ ପାନ୍‌କାର୍ଡ ନିହାତି ଜରୁରୀ। ଯେକୌଣସି ବ୍ୟାଙ୍କରେ ୫୦ ହଜାର କିମ୍ବା ତା’ଠାରୁ ଅଧିକ ଟଙ୍କା...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ରିୟଲମି’ ଗତ ଅଗଷ୍ଟ ମାସରେ ଭାରତରେ ଲଞ୍ଚ୍‌ କରିଥିଲା Realme 5 ସ୍ମାର୍ଟଫୋନ। ବର୍ତ୍ତମାନ ଏହି ସ୍ମାର୍ଟଫୋନ ଉପରେ ୧ ହଜାର ଟଙ୍କାର ରିହାତି ମିଳୁଛି। ୪ଟି ରିୟର କ୍ୟାମେରା ଥିବା ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ ୬୬୫ ପ୍ରୋସେସର ଦିଆଯାଇଛି। ‘ରିୟଲମି ୫’ ସ୍ମାର୍ଟଫୋନର ୩ଟି ଭାରିଏଣ୍ଟ ଉପରେ ଏହି ରିହାତି ମିଳୁଛି। ୩ଜିବି ରାମ୍‌+୩୨ଜିବି ରୋମ୍‌ ଭାରିଏଣ୍ଟର ଦାମ୍‌ ୯,୯୯୯ଟଙ୍କା ଥିବା ବେଳେ...
ସିଆଇଏସ୍‌ଏଫ୍‌ରେ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ଚାକିରି ସୁଯୋଗ। ଡିସେମ୍ଵର ୯ ଯାଏଁ କରିପାରିବେ ଆବେଦନ। ସିଆଇଏସ୍‌ଏଫ୍‌ରେ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ଵର ୯ ଯାଏଁ ଆବେଦନ କରିପାରିବେ। ଆବେଦନ ବିଷୟରେ ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟ https://www.cisf.gov.in/ କୁ ଯାଇ ପାରିବେ। ବୟସ ସୀମା ସର୍ବାଧିକ ୩୫ ବର୍ଷ ଶିକ୍ଷାଗତ ଯୋଗ୍ୟତା ପ୍ରାର୍ଥୀ ଗ୍ରାଜୁଏସନ ପାସ୍‌ କରିଥିବା ଦରକାର। ଚୟନ ପ୍ରକ୍ରିୟା ଅଭିଜ୍ଞତା ଲିଖିତ ପରୀକ୍ଷା ଶାରୀରିକ ଦକ୍ଷତା ଡକ୍ତରୀ...
ଭାରତୀୟ ଡାକରେ ୫ ହଜାର ୪୪୭ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ନଭେମ୍ଵର ସୁଦ୍ଧା କରିପାରିବେ ଆବଦେନ। ଭାରତୀୟ ଡାକରେ ବାହାରିଲା ଚାକିରି ସୁଯୋଗ। ଗ୍ରାମୀଣ ଡାକ ସେବକ ପାଇଁ ୫ହଜାର ୪୪୭ ପଦବୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ପାଇଁ ବାହାରି ଥିବା ବେଳେ ଏହି ପଦବୀରେ ସମସ୍ତେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୪ ନଭେମ୍ଵର ୨୦୧୯...
ପର୍ସନାଲ ଲୋନ ପାଇଁ ଆବଶ୍ୟକ ଏହି ସବୁ ସର୍ବନିମ୍ନ ପ୍ରମାଣପତ୍ର ସାଧାରଣତଃ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମର ଅର୍ଥ ଆବଶ୍ୟକ ହୋଇଥାଏ। ଯଦି ସେହି ପରିମାଣର ଅର୍ଥ ଆମ ପାଖରେ ନ ଥାଏ, ତେବେ ଆମେ ଋଣ କରିଥାଉ। କେତେକ ଲୋକ ବିଭିନ୍ନ ଋଣ ସୁଝିବାକୁ ପର୍ସନାଲ ଲୋନ କରିଥାନ୍ତି। ସେହିପରି କିଏ ବିଭିନ୍ନ ଜିନିଷ କିଣିବା ପାଇଁ ତ ଆଉ କିଏ ବାହାରକୁ ବୁଲିବାକୁ ଯିବା ପାଇଁ,...
କିସ୍ତି ଭରିବାର ସଠିକ୍ ଯୋଜନା କରି ଋଣବୋଝରୁ ପାଇପାରିବେ ମୁକ୍ତି। ସାଧାରଣତଃ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମେ ଋଣ କରିଥାଉ। ତେବେ ଏହି ଆବଶ୍ୟକତା ପୂରଣ କରିବାକୁ ଯାଇ ଆମେ ଏତେ ପରିମାଣର ଋଣ କରି ବସୁ ଯେ, ତାହା ପରବର୍ତ୍ତୀ ସମୟରେ ଆମ ପାଇଁ ବୋଝ ହୋଇଯାଏ। ବିଭିନ୍ନ ପ୍ରକାର ଋଣ କରି ଏହାର କିସ୍ତି କିପରି ପରିଶୋଧ କରିବାକୁ ହେବ ତାହା ଆମେ ବୁଝିପାରିନଥାଉ। ଫଳରେ...
ସମ୍ବଲପୁରରେ ଖୋଲିଲା ରିଲାଏନ୍ସ ଗ୍ରୋସରି ସୁପରମାର୍କେଟର ପ୍ରଥମ ଷ୍ଟୋର। ସମ୍ବଲପୁରର ବୁଢ଼ାରଜା ମେନ୍ ରୋଡ୍‌ରେ ନିକଟସ୍ଥ ବାଲାଜୀ ଡେଭେଲପରରେ ରିଲାଏନ୍ସ ତା’ର ପ୍ରଥମ ଷ୍ଟୋର ଖୋଲିଛି। ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମଓୟାର ପର୍ଯ୍ୟନ୍ତ ପ୍ରଡକ୍ଟ ରହିଛି।   ବର୍ଷ ତମାମ ରିଲାଏନ୍ସ ସ୍ମାର୍ଟ ପ୍ରଡକ୍ଟର ପ୍ରାଇସ୍‌ ଉପରେ ସର୍ବନିମ୍ନ ୫% ରିହାତି ଓ ୧୪୯୯ ଟଙ୍କାର ସର୍ବନିମ୍ନ...