ପର୍ସନାଲ ଫାଇନାନ୍ସ ହିସାବରେ ଏହା ମହତ୍ୱପୂର୍ଣ୍ଣ ଷ୍ଟେଜ୍ କାରଣ ୪୦ ପରେ ଭବିଷ୍ୟତ ପାଇଁ ଯୋଜନା ତିଆରି କରିବାର ସ୍ୱାଧିନତା ଥାଏ... ଆପଣଙ୍କ ଆର୍ଥିକ ସ୍ଥିତି କେମିତି? ଏହି ପ୍ରଶ୍ନର ଉତ୍ତର ଯଦି ଆପଣ ୪୦ ଛୁଇଁ ସାରିଲେଣି ତାହେଲେ ଅଧିକ ସଠିକ ଭାବେ ଦେଇପାରିବେ। କିମ୍ବା ଆପଣ ୪୦ ବର୍ଷର ହେବା ପରେ ହିଁ ଜାଣିକରି ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ଆର୍ଥିକ ସ୍ଥିତି ବାସ୍ତବିକ୍ କେମିତି ଅଛି।...
ମ୍ୟୁଚୁଆଲ ଫଣ୍ଡ ସମ୍ପର୍କରେ ସମସ୍ତ ସୂଚନା ଜାଣନ୍ତୁ ପଇସା ପ୍ଲସ୍‌ରେ। ମ୍ୟୁଚୁଆଲ ଫଣ୍ଡ୍‌ କ'ଣ, ଜାଣନ୍ତୁ କିପରି କରିବେ ପୁଞ୍ଜି ନିବେଶ? ଅଧିକ ରୋଜଗାର କରିବା ଓ ନିଜ ପାଖରେ ଥିବା ଅର୍ଥକୁ ବଢାଇବା ପାଇଁ କିଏ ନ ଚାହେଁ। ଏଥିପାଇଁ କିଏ ବ୍ୟାଙ୍କରେ ଟଙ୍କା ଜମା ରଖି ସୁଧ ପାଇଥାନ୍ତି ତ ଆଉ କିଏ ଫିକ୍ସ ଡିପୋଜିଟ୍‌ କରନ୍ତି। ସେହିପରି କେହି କେହି ସୁନାରେ ନିବେଶ କରନ୍ତି ତ ଆଉ...
ଜିଓ ବ୍ୟବହାରକାରୀ ଯିବେ ଥାଇଲାଣ୍ଡ। ଏଥିପାଇଁ କେବଳ ସେମାନଙ୍କୁ ଗୋଟିଏ ଚାଲେଞ୍ଜରେ ଭାଗ ନେବାକୁ ପଡ଼ିବ। ଏହି ଚାଲେଞ୍ଜରେ ବିଜେତା ହେଲେ ତାଙ୍କୁ ମାଗଣାରେ ଥାଇଲାଣ୍ଡ ଯିବାର ସୁଯୋଗ ମିଳିବ। ଜିଓ ଜାନୁଆରି ୨୬ ତାରିଖରୁ ତା’ର ଗ୍ରାହକମାନଙ୍କ ପାଇଁ ଏକ ନୂଆ ଚାଲେଞ୍ଜ ଆଣିଛି। ଏହାର ନାଁ ରହିଛି 'ଜିଓ ଗଟ୍ ଟ୍ୟାଲେଣ୍ଟ'। ଏହି ଚ୍ୟାଲେଞ୍ଜରେ ଭାଗ ନେବାକୁ ହେଲେ ଜିଓ ବ୍ୟବହାରକାରୀମାନେ ସ୍ନାପଚ୍ୟାଟ୍ ଆପ୍ ଡାଉନଲୋଡ୍ କରିବାକୁ...
ଏସ୍‌ଆଇପି ବା ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟରେ ଆପଣଙ୍କୁ ମାସିକ ଏକ ନିଶ୍ଚିତ ରାଶି ନିବେଶ କରିବାକୁ ପଡିଥାଏ। ଏସ୍‌ଆଇପି(SIP) ବା ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନକୁ ଗୁଗୁଲରେ ସର୍ବାଧିକ ସର୍ଚ୍ଚ କରାଯାଉଥିବା ଆର୍ଥିକ ଶବ୍ଦ ଅଟେ। ଅନେକ ନିବେଶକ ଯେଉଁମାନେ ନିବେଶ କ୍ଷେତ୍ରକୁ ନୂଆ କରି ଆସିଥାନ୍ତି ସେମାନେ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କେମିତି କରାଯିବା ତାହା ଜାଣିବାକୁ ଚାହାନ୍ତି। ଗତ କିଛି ବର୍ଷ ମଧ୍ୟରେ ମ୍ୟୁଚୁଆଲ ଫଣ୍ଡ୍‌ରେ ଏସ୍‌ଆଇପି ଜରିଆରେ ଅଧିକ ନିବେଶ...
ଜାଣନ୍ତୁ କ'ଣ କଲେ କେବେ ମଧ୍ୟ ଆର୍ଥିକ ସଂକଟର ସମ୍ମୁଖୀନ ହେବେ ନାହିଁ କିମ୍ବା ହେଲେ ମଧ୍ୟ ସହଜତାର ସହ ମୁକାବିଲା କରିପାରିବେ।  ଜୀବନ ସବୁବେଳ ସେମିତି ଚାଲେ ନାହିଁ ଯେପରି ଆମେ ଆଶା କରିଥାଉ। ଅନେକ ସମୟରେ ଆପଣଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଯାହା ବାବଦରେ ଆପଣ ସ୍ୱପ୍ନରେ ସୁଧା ଭାବିନଥିବେ।  ଅର୍ଥ ଆମ ଜୀବନର ଅର୍ଥ ଓ ମୋଡ଼ ବଦଳାଇ ଦେଇଥାଏ। ତେଣୁ ସବୁବେଳେ...
ଆପଣଙ୍କ ପାଇଁ କେଉଁ ବୀମା ଠିକ୍ ରହିବ, ଜାଣନ୍ତୁ ଏହାର ଫାଇଦା ବାବଦରେ। ସାଧାରଣତଃ ମୋଟର ଇନସ୍ୟୁରାନ୍ସ ବାବଦରେ ସମସ୍ତଙ୍କୁ ଜଣା। କିନ୍ତୁ ଏହା କେତେ ପ୍ରକାରର ଏହା ପ୍ରାୟ ଅନେକ ଜାଣନ୍ତି ନାହିଁ। ମୋଟର ବୀମାର ପ୍ରକାର ଭେଦକୁ ନେଇ ସମସ୍ତଙ୍କ ପାଖରେ ତଥ୍ୟର ଅଭାବ ରହିଛି। ତେଣୁ ଅନେକ ଭୁଲ ବୀମା କରାଇଥାନ୍ତି। ଯାହା ପରେ ତାଙ୍କୁ କ୍ଷତିରେ ପକାଇଥାଏ। ମୋଟର ଇନସ୍ୟୁରାନ୍ସରେ ଅନେକ ପ୍ରକାରର କଭରେଜ୍...
ଏମିତି କିଛି ବୀମା ରହିଛି ଯାହା ବହୁତ କାମର କିନ୍ତୁ ଅନେକ ଜାଣନ୍ତି ନାହିଁ.. ବୀମାର ନାମ ନେଲେ ସାଧାରଣ ଲୋକଙ୍କ ମନରେ କେବଳ ପ୍ରଚଳିତ ବୀମାର ନାମ ଆସେ। ଯେମିତି ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା କିମ୍ବା ଅଟୋ ଇନସ୍ୟୁରାନ୍ସ। କିନ୍ତୁ ଏମିତି ବି କିଛି ବୀମା ରହିଛି ଯାହା ବାବଦରେ ସମସ୍ତେ ଜାଣିବା ନିହାତି ଆବଶ୍ୟକ। ଆମେ ଆଜି ଆପଣଙ୍କୁ ସେହିଭଳି କିଛି ବୀମା ବାବଦରେ କହିବାକୁ...
କିଛି ସାମାନ୍ୟ ଭୁଲ କାରଣରୁ ନିବେଶକ ମ୍ୟୁଚୁଆଲ ଫଣ୍ଡ୍‌ରୁ ଅପେକ୍ଷିତ ରିଟର୍ଣ୍ଣ ପାଇନଥାନ୍ତି, ଆସନ୍ତୁ ଜାଣିବା ସେଇ କାରଣ ସବୁ କ'ଣ? ପରିସଂଖ୍ୟନରୁ ଜଣା ପଡିଛି ଯେ, ଅଧିକାଂଶ ମାମଲାରେ ମ୍ୟୁଚୁଆଲ ଫଣ୍ଡ୍‌ରୁ ନିବେଶକଙ୍କ ରିଟର୍ଣ୍ଣ ଆଶାନୁରୁପ ହୋଇନଥାଏ। ନିବେଶକଙ୍କର କିଛି ସାମାନ୍ୟ ଭୁଲ କାରଣରୁ ସେମାନେ ଯାହା ଆଶା କରିଥାନ୍ତି ସେହିଭଳି ରିଟର୍ଣ୍ଣ ପାଇନଥାନ୍ତି ବୋଲି ବିଶେଷଜ୍ଞଙ୍କ ମତ। ଲମ୍ବା ଅବଧି ନିବେଶ କରିବାରେ ବିଫଳତା ଏକ ହିସାବ ଅନୁସାରେ ମ୍ୟୁଚୁଆଲ...
ସ୍ମଲ କ୍ୟାପ୍ ଫଣ୍ଡ୍‌ର ନିବେଶ ପୂର୍ବରୁ କ'ଣ ସବୁ ଜାଣିବା ଆପଣଙ୍କ ପକ୍ଷରେ ଜରୁରୀ... ସେୟାର ବଜାରରେ ଟ୍ରେଡିଂର ସବୁଠୁ ବଡ ସତ୍ୟ ହେଉଛି, ରିସ୍କ ଅଧିକ ଓ ଅଧିକ ରିଟର୍ଣ୍ଣ ସମ୍ଭାବନା ମଧ୍ୟ ଥାଏ। ବର୍ତ୍ତମାନ ସମୟରେ ବଜାର ରେକର୍ଡ ସ୍ତରରେ ପହଞ୍ଚିଛି। ଏମିତିରେ ଆପଣ ଯଦି ସେୟାର ବଜାରରେ ନିବେଶ କରିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ପକ୍ଷରେ କେଉଁ କ୍ୟାଟେଗୋରିରେ ନିବେଶ କରିବା ଲାଭ ଦାୟକ ହେବ?...
ପ୍ୟାସିଭ୍ ସ୍କିମ୍ ଲୋକପ୍ରିୟ ହେଉଥିବାବେଳେ ଗତ ଦୁଇ ବର୍ଷ ଭିତରେ ଲାର୍ଜ କ୍ୟାପ୍ ସେଗମେଣ୍ଟରେ ଏମାନେ ନିଜ ଉପଯୋଗିତା ସାବ୍ୟସ୍ତ କରିଛନ୍ତି। ଆପଣ ଯଦି ଜଣେ ନିବେଶକ ହୋଇଥିବେ ତେବେ ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଆସୁଥିବ। ୧. କମ ନିବେଶ କାରଣରୁ କଣ ଇଣ୍ଡେକ୍ସ ଫଣ୍ଡ୍ ଉତ୍ତମ ବିକଳ୍ପ କି? ୨. କଣ ଆମ ପକ୍ଷରେ  ମଧ୍ୟ ଇଟିଏଫରେ ନିବେଶ କରିବା ଠିକ୍ ହେବ? ୩. କ'ଣ ମିଡ୍ ଓ ସ୍ମଲ...