କରୋନା ବିଶ୍ୱ ବଜାରରେ ଭୂକମ୍ପ ଆଣିଛି କିନ୍ତୁ ଏହା ମଧ୍ୟ ସତ ଯେ, ଗତ ୧ ଦଶକ ଭିତରେ ଏହା ହେଉଛି ଭଲ ଆୟ କରିବାର ସୁବର୍ଣ୍ଣ ସୁଯୋଗ। କରୋନା ବିଶ୍ୱ ବଜାରରେ ଆଣିଛି ମାନ୍ଦାବସ୍ଥା। ୧୯୨୯ର ଗ୍ରେଟ୍ ଡିପ୍ରେସନ ପରେ ଏହା ହେଉଛି ସବୁଠାରୁ ବଡ଼ ଅର୍ଥନୈତିକ ବିପର୍ଯ୍ୟୟ। କିନ୍ତୁ ବିଶେଷଜ୍ଞଙ୍କ କହିବା ହେଉଛି ଗତ ୧୦ ବର୍ଷ ଭିତରେ ଏହା ହେଉଛି ସେୟାର ମାର୍କେଟରୁ ଭବିଷ୍ୟତରେ ଲାଭ...
ପଇସା ପ୍ଲସ୍ ବ୍ୟୁରୋ ଆନ୍ତର୍ଜାତିକ ଶ୍ରମ ସଂଗଠନ ପକ୍ଷରୁ କୁହାଯାଇଛି ଯେ କରୋନା ଭାଇରସ ଯୋଗୁଁ ଆଗାମୀ ଦିନରେ କୋଟି କୋଟି ଲୋକ ବେରୋଜଗାର ହେବେ। ସଂଗଠନର କହିବା ଅନୁଯାୟୀ ଏପ୍ରିଲରୁ ଜୁନ ମାସ ମଧ୍ୟରେ ପ୍ରାୟ ୩୦ କୋଟି ଲୋକମାନଙ୍କର ଚାକିରି ସଂପୂର୍ଣ୍ଣ ଭାବେ ଚାଲିଯିବା ଆଶଙ୍କା କରାଯାଉଛି। ଆଇଏଲଓ ପୂର୍ବରୁ ଅନୁମାନ କରିଥିଲା ଯେ ସପ୍ତାହକୁ ୪୮ ଘଣ୍ଟା କାମ କରୁଥିବା ପ୍ରାୟ ୨୦ କୋଟି ଲୋକ ଜୀବିକା...
ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଗୋଟିଏ ଲୋନ୍ ସ୍କିମ୍ ନେଇ ଆସିଛି, ଯେଉଁଥିରେ ବାର୍ଷିକ ୯.୪ ପ୍ରତିଶତ ସୁଧରେ ଆପଣ ଲୋନ୍ ନେଇ ପାରିବେ। କରୋନା କାରଣରୁ ଯଦି ଆପଣଙ୍କ ଚାକିରି ଚାଲିଯାଇଛି ଓ ଆପଣ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। ରାଷ୍ଟ୍ରାୟତ ବ୍ୟାଙ୍କ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ(ଆଇଓବି) ଏଭଳି ପରିସ୍ଥିତିର ସମ୍ମଖୀନ ହେଉଥିବା ବ୍ୟକ୍ତିଙ୍କ ପାଇଁ ଗୋଟିଏ ଲୋନ୍ ସ୍କିମ୍ ଆଣିଛି। ଯାହାର...
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ପଇସା ପ୍ଲସର ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଏକ ପ୍ରୟାସ। ଯେଉଁଠି ମଧୁବାବୁଙ୍କ କଥା ଉଠେ ସେଇଠି ମଧୁବାବୁଙ୍କ ଜୋତା କାରଖାନା ଉତ୍କଳ ଟାନେରୀ ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାର ପରିସରକୁ ଆସେ। ହେଲେ ଏବେ ଏହା ଲୋକଙ୍କ ମନରୁ ପାସୋରୀ ଗଲାଣି। କଟକରେ ଉତ୍କଳ ଟ୍ୟାନେରୀ କେଉଁଠାରେ ଥିଲା...
ଡକ୍ଟର ଭାଗ୍ୟଲିପି ମଲ୍ଲ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ପଇସା ପ୍ଲସ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଏକ ପ୍ରୟାସ। ଉତ୍କଳ ଗୌରବ ମଧୁସୂଦନ ଦାସ କେବଳ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରେଣ୍ୟ କର୍ଣ୍ଣଧାରା ନଥିଲେ; ତତ୍କାଳୀନ ଓଡ଼ିଶାରେ ଶିଳ୍ପ ଓ ଦକ୍ଷତାର ବିକାଶ ଉପରେ ଗୁରୁତ୍ୱ ଦେଇ ଏକ ପ୍ରଗତିଶୀଳ ପ୍ରଦେଶ ନିର୍ମାଣ ଲାଗି ସ୍ୱପ୍ନ ଦେଖିଥିଲେ।...
ନୀଳାମ୍ବର ରଥ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ପଇସା ପ୍ଲସ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି।  “କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି” – ଏହି ବାକ୍ୟଟି କାନରେ ପଡ଼ିବା ମାତ୍ରେ ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ଭରିଯାଏ ଅପୂର୍ବ ଉତ୍ସାହ। ମନରେ ଖେଳିଯାଏ ଉନ୍ମାଦନା। ଆଗକୁ ଯିବା ପାଇଁ ପ୍ରତ୍ୟେକ ଓଡ଼ିଆ ନିଅନ୍ତି ସଂକଳ୍ପ। ମଧୁବାବୁ ଆଜି ନାହାନ୍ତି ସତ, ହେଲେ ତାଙ୍କ ଜୀବନ କଥା ଆଜି ବି ଆମ ସାମାଜିକ...
ବଡ଼ ପରିବାର ହୋଇଥିଲେ ସମସ୍ତଙ୍କ ପାଇଁ ଅଲଗା ଅଲଗା ବୀମା ନେବା ତୁଳନାରେ ଫ୍ଲୋଟର ପ୍ଲାନ୍ ଶସ୍ତା। କମ ପ୍ରିମିୟମରେ ମିଳିବ ଅଧିକ ଆର୍ଥିକ ସୁରକ୍ଷା। କରୋନା ଭାଇରସ ଦେଶବ୍ୟାପି ଆତଙ୍କ ସୃଷ୍ଟି କରିଛି। ଏମିତିରେ ଯଦି ଆପଣ ସ୍ୱାସ୍ଥ୍ୟବୀମା ନେଇଛନ୍ତି ତେବେ ଆପଣଙ୍କର ଚିନ୍ତା କରିବାର କିଛି ନାହିଁ। କିନ୍ତୁ ବଡ଼ ପରିବାର ହୋଇଥିଲେ ଘରର ପ୍ରତି ସଦସ୍ୟଙ୍କ ପାଇଁ ଅଲଗା ଅଲଗା ସ୍ୱାସ୍ଥ୍ୟବୀମା ନେବା ଆପଣଙ୍କ ପାଇଁ...
କରୋନା ମହାମାରୀ କରାଣରୁ ନିବେଶକ ପ୍ରଥମରୁ ହିଁ ଭୟଭୀତ ଥିଲେ। ଏହାଭିତରେ ଫ୍ରାଙ୍କଲିନ୍ ଟେମ୍ପଲଟନ୍ ମ୍ୟୁଚୁଆଲ ଫଣ୍ଡ୍ ନିଜ ତରଫରୁ ୬ଟି କ୍ରେଡିଟ୍ ସ୍କିମକୁ ବନ୍ଦ କରିଛି। ଏହା ମ୍ୟୁଚୁଆଲ ଫଣ୍ଡ୍ ନିବେଶକଙ୍କ ଭୟକୁ ଆହୁରି ବଢାଇ ଦେଇଛି। ସାରା ଦେଶରେ ଲକଡାଉନ୍। ଏହାରି ଭିତରେ ଦେଶର ଅଗ୍ରଣୀ ମ୍ୟୁଚୁଆଲ ଫଣ୍ଡ୍ କମ୍ପାନି ଫ୍ରାଙ୍କଲିନ୍ ଟେମ୍ପଲଟନ୍ ନିଜ ତରଫରୁ ୬ଟି କ୍ରେଡିଟ୍ ସ୍କିମ୍ ଫଣ୍ଡ ବନ୍ଦ କରିବା ପାଇଁ ନିଷ୍ପତ୍ତି...
ସୁନାକୁ ଅଳଙ୍କାର ହିସାବରେ କିଣାଯାଇ ପାରିବ ତେବେ ଏଥିରେ କ୍ୱାଲିଟି, ସୁରକ୍ଷା ଓ ଅଧିକ ମୁଲ୍ୟର ଚିନ୍ତା ରହିଥାଏ। ତେଣୁ ଆର୍ଥିକ ବିଶେଷଜ୍ଞ ଫିଜିକାଲ ଫର୍ମରେ ସୁନାରେ ନିବେଶ କରିବାକୁ ମନା କରିଥାନ୍ତି। କୋଭିଡ୍-୧୯ ମହାମାରୀ ସାରା ବିଶ୍ୱ ଅର୍ଥନୀତି ଉପରେ ବିଶେଷ ଭାବେ ପ୍ରଭାବ ପକାଇଛି। ଏହାର ସୁନାର ଦାମକୁ ମଧ୍ୟ ବଢାଇ ଦେଇଛି। କିଛି ଦିନ ମଧ୍ୟରେ ଏହାର ମୁଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି। ଯେହେତୁ ଅନ୍ତରାଷ୍ଟ୍ରିୟ...
କୌଣସି କୋର୍ସ କରିବା ପାଇଁ ଲୋନ୍ ମିଳୁଛି ବୋଲି ସେହି କୋର୍ସ କରନ୍ତୁ ନାହିଁ କିମ୍ବା ନିଜ ଶିକ୍ଷାଗତ ଯୋଗ୍ୟତାରେ ଅଧିକ ଡିଗ୍ରୀ ଯୋଗ କରିବା ପାଇଁ ଲୋନ୍ ନିଅନ୍ତୁ ନାହିଁ, କାରଣ ଡିଗ୍ରୀ ଚାକିରି ମିଳିବାର ଗ୍ୟାରେଣ୍ଟି ନୁହେଁ। ଆଜିର ସମୟରେ ଶିକ୍ଷା ଖର୍ଚ୍ଚ ବହୁତ ଅଧିକ ହୋଇଗଲାଣି। ସାଧାରଣ ପ୍ରାଇଭେଟ୍ ସ୍କୁଲ ଫି' ମଧ୍ୟ ମାସିକ କେଇ ହଜାର ଟଙ୍କା ହୋଇଥାଏ। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ପୂରା ହେବା...