ଭୋଡାଫୋନ ଭାରତରେ ୪ଟି ନୂଆ ରିଚାର୍ଜ ପ୍ଲାନ୍ ଜାରି କରିଛି। ଏହି ନୂଆ ପ୍ଲାନ୍ଗୁଡ଼ିକରେ ଗ୍ରାହକ ଅନ୍ଲିମିଟେଡ୍ କଲିଂ ଏବଂ ଡାଟାର ସୁବିଧା ପାଇପାରିବେ। ଏହାସହିତ ଭୋଡାଫୋନ ପ୍ଲେ ଏବଂ ଜି୫ର ସବ୍ସ୍କ୍ରିପସନ ମଧ୍ୟ ମାଗଣାରେ ମିଳିବ।
କମ୍ପାନି ପକ୍ଷରୁ ଜାରି ହୋଇଥିବା ପ୍ଲାନ୍ଗୁଡ଼ିକ ହେଲା ୧୨୯ ଟଙ୍କା, ୧୯୯ ଟଙ୍କା ଏବଂ ୨୬୯ ଟଙ୍କା। ଏହା ସହିତ କମ୍ପାନି ୨୪ ଟଙ୍କାର ଆଉ ଏକ ରିଚାର୍ଜ ପ୍ଲାନ୍ ଜାରି କରିଛି।
ଭୋଡାଫୋନ୍ ୨୬୯ ଟଙ୍କା ପ୍ଲାନ୍ରେ ଅନ୍ଲିମିଟେଡ୍ କଲିଂ ସହିତ ୪ ଜିବି ଡାଟା ଘୋଷଣା କରିଛି। ୫୬ ଦିନ ପାଇଁ ଏହି ପ୍ଲାନ୍ର ବୈଧତା ରହିଛି। ଏହା ସହିତ ଗ୍ରାହକଙ୍କୁ ୬୦୦ ଟି ଏସ୍ଏମ୍ଏସ୍ ମଧ୍ୟ ମିଳିବ। ସେହିପରି ୧୯୯ ଟଙ୍କା ରିଚାର୍ଜ ପ୍ଲାନ୍ରେ ଗ୍ରାହକଙ୍କୁ ୨୧ ଦିନର ବୈଧତା ସହ ଅନ୍ଲିମିଟେଡ୍ କଲିଂ ଏବଂ ୧ ଜିବିର ଡାଟା ଯୋଗାଇ ଦିଆଯିବ। ଏହାସହିତ ପ୍ଲାନ୍ରେ ୧୦୦ଟି ମେସେଜ୍ ମଧ୍ୟ ଦିଆଯିବ।
ସେହିପରି ୧୨୯ ଟଙ୍କା ପ୍ଲାନ୍ରେ ୧୪ ଦିନ ପାଇଁ ଅନ୍ଲିମିଟେଡ୍ କଲ୍ କରିପାରିବେ। ଏଥିରେ ଗ୍ରାହକଙ୍କୁ ୨ଜିବି ଡାଟା ସହିତ ୩୦୦ ମେସେଜ୍ ମଧ୍ୟ ମିଳିବ। ତେବେ ଉପରୋକ୍ତ ୩ଟି ପ୍ଲାନ୍କୁ ରିଚାର୍ଜ କଲେ ଗ୍ରାହକ ଭୋଡାଫୋନ ପ୍ଲେ ଏବଂ ଜି୫ର ସବ୍ସ୍କ୍ରିପସନ ପାଇପାରିବେ।
ଅନ୍ୟପକ୍ଷରେ ଭୋଡାଫୋନ୍ ୨୪ ଟଙ୍କିଆ ସ୍ୱତନ୍ତ୍ର ରିଚାର୍ଜ ପ୍ଲାନ୍ ଜାରି କରିଛି। ଏହି ପ୍ଲାନ୍ରେ ଗ୍ରାହକ ୧୦୦ ଅନ୍-ନେଟ୍ ନାଇଟ୍ କଲିଂ ମିନିଟ୍ ମିଳିବ। ଏହାର ବୈଧତା ରହିଛି ୧୪ ଦିନ ପାଇଁ। ଏହି ପ୍ଲାନ୍ରେ ଗ୍ରାହକ ରାତି ୧୧ଟାରୁ ସକାଳ ୬ଟା ଯାଏଁ ୧୦୦ ମିନିଟ୍ କଥା ହୋଇପାରିବେ। ଏହା ଛଡ଼ା ଅନ୍ୟ କଲ୍କୁ ସେକେଣ୍ଡ ପିଛା ୨.୫ ପଇସା କଟିବ।