ପାନ୍ କାର୍ଡ ହଜିଗଲେ ଚିନ୍ତା ନାହିଁ,ଅନଲାଇନରୁ ମିଳିପାରିବ ଡୁପ୍ଲିକେଟ୍ କାର୍ଡ୍

pan card

ପାନ୍ କାର୍ଡ ଏକ ଜରୁରୀ କାଗଜପତ୍ର। ଆର୍ଥିକ ଦେଣ ନେଣ ପାଇଁ ଏହା ଜରୁରୀ। ପାନ୍ କାର୍ଡ ନମ୍ବର ଥିଲେ ହିଁ ଆକାଉଣ୍ଟକୁ ଦରମା କ୍ରେଡିଟ୍ ହୋଇପାରିବ। ମୋଟାମୋଟି ଭାବେ ସବୁ ପ୍ରକାରର ବ୍ୟାଙ୍କି ପାଇଁ ପାନ୍ ଜରୁରୀ। ଏମିତିରେ ପାନ୍ କାର୍ଡ ହଜିଯିବା ଆପଣଙ୍କ ପାଇଁ ସମସ୍ୟା ହୋଇପାରେ। ତେବେ ଚିନ୍ତା କରନ୍ତୁ ନାହିଁ। ଅନଲାଇନରେ ଆପଣ ଡୁପ୍ଲିକେଟ୍ ପାନ୍ କାର୍ଡ ବାହାର କରିପାରିବେ। କେମିତି ଜାଣିବା ପାଇଁ ପ୍ରତି ଷ୍ଟେପକୁ ଅନୁସରଣ କରନ୍ତୁ…

ଡୁପ୍ଲିକେଟ୍ ପାନ୍ କାର୍ଡ ପାଇଁ କ’ଣ ଜରୁରୀ?

ଯଦି ଆପଣ ଡୁପ୍ଲିକେଟ୍ ପାନ୍ କାର୍ଡ୍ ତିଆରି କରିବାକୁ ଚାହୁଁଛନ୍ତି ତେବେ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣଙ୍କ ପାନ୍ କାର୍ଡ୍ ଆଗରୁ ଏନଏସଡିଏଲ କିମ୍ବା ଇନକମ୍ ଟ୍ୟାକ୍ସ ବିଭାଗ ଦ୍ୱାରା ଇ-ଫାଇଲିଂ ପୋର୍ଟାଲ ଜରିଆରେ ପ୍ରୋସେସ୍ ହୋଇଥିଲା  । ଯଦି ପ୍ରୋସେସ ହୋଇଥିବ ତେବେ ହିଁ ଆପଣ ଅନଲାଇନ୍ ପ୍ରୋସେସ ଜରିଆରେ ଡୁପ୍ଲିକେଟ୍ ପାନ୍ କାର୍ଡ ବନାଇ ପାରିବେ  । ଆପଣଙ୍କ ଇମେଲ୍ ଆଇଡି ଓ ମୋବାଇଲ ନମ୍ବର ମଧ୍ୟ ରେଜିଷ୍ଚ୍ରର ହୋଇଥିବ ଆବଶ୍ୟକ

ପ୍ରଥମ ଷ୍ଟେପ୍

ପ୍ରଥମେ ଆପଣ  https://www.tin-nsdl.com/  ରେ ଲଗ୍ ଇନ୍ କରନ୍ତୁ।

ଦ୍ୱିତୀୟ ଷ୍ଟେପ୍

ୱେବସାଇଟ ଓପନ ହେବା ପରେ ରିପ୍ରିଣ୍ଟ ଅଫ ପାନ୍ କାର୍ଡ ସେକ୍ସନ ଖୋଜନ୍ତୁ। ରିପ୍ରିଣ୍ଟ୍ ଅଫ୍ ପାନ୍ କାର୍ଡ ଉପରେ କ୍ଲିକ୍ କରନ୍ତୁ। ହୋମ ପେଜ ତଳେ ବାମ ପଟରେ ଯଦି ଆପଣ ରିପ୍ରିଣ୍ଟ ଅଫ୍ ପାନ୍ କାର୍ଡ ଲିଙ୍କକୁ ପାଉନାହାନ୍ତି ତେବେ ସର୍ଭିସେଜ୍ ଟାବରେ ପାନ୍ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କ କମ୍ପ୍ୟୁଟର ସ୍କ୍ରିନରେ ଏକ ନୂଆ ସ୍କ୍ରିନ୍ ଖୋଲିବ। ଯେଉଁଥିରେ ରିପ୍ରିଣ୍ଟ ଅଫ ପାନ୍ କାର୍ଡ ଲେଖା ହୋଇଥିବ।

ତୃତୀୟ ଷ୍ଟେପ୍

ଏହି ଟ୍ୟାବରେ ଆପଣଙ୍କୁ ନିଜର ପାନ୍ ନମ୍ବର ଓ ଜନ୍ମତାରିଖ ପୁରଣ କରିବାକୁ ପଡିବ। ଏହାପେର ଆପଣ ନିଜ ଆଧାର ସୂଚନା ବ୍ୟବହାର କରି ସବିଶେଷ ତଥ୍ୟ ପୁରଣ କରିବା ପାଇଁ ଟିକ୍ ବକ୍ସ ଉପର କ୍ଲିକ୍ କରନ୍ତୁ। ଏହାପରେ ଆପଣ ପାନ୍ କାର୍ଡ ପୁଣିଥରେ ପ୍ରିଣ୍ଟ କରିପାରିବେ।

ଚତୁର୍ଥ ଷ୍ଟେପ୍

ସମସ୍ତ ତଥ୍ୟ ପୁରଣ କରିବା ପରେ ଆପଣ ନିୟମ ଓ ସର୍ତ୍ତ ମାନୁଛନ୍ତି ବୋଲି ଥିବା ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ। ଏହାପରେ କାପଚା କୋର୍ଡକୁ ବକ୍ସରେ ପୁରଣ କରନ୍ତୁ ଓ ସବମିଟ୍ ବଟନ କ୍ଲିକ୍ କରନ୍ତୁ

ପଞ୍ଚମ ଷ୍ଟେପ୍

ସମସ୍ତ ତଥ୍ୟ ଦେଇ ସବମିଟ୍ କରିବା ପରେ ଆପଣଙ୍କୁ କମ୍ପ୍ୟୁଟର ସ୍କ୍ରିନ୍ ଉପରେ ନିଜ ପର୍ସନାଲ ଡିଟେଲ ଦେଖାଯିବ।

ଷଷ୍ଠ ଷ୍ଟେପ୍

ଏହାପରେ ଆପଣ ଗୋଟିଏ ପେଜରେ ପହଂଚିବେ। ଯେଉଁଠି ଆପଣ ଓଟିପି ନମ୍ବର ଜେନେରେଟ୍ କରିପାରିବେ। ଏହି ଓଟିପି ବା ୱାନ୍ ଟାଇମ୍ ପାସୱାର୍ଡ ଆପଣଙ୍କ ପଂଜିକୃତ ମୋବାଇଲ ନମ୍ବର ଓ ଇମେଲ ଆଇଡିକୁ ଆସିବ। ଏହାପରେ  ଆପଣ ପାନ୍ କାର୍ଡ୍ ପ୍ରିଣ୍ଟ କରନ୍ତୁ ବୋଲି ଲେଖାଯାଇଥିବା ବକ୍ସ ଉପରେ କ୍ଲିକ୍ କରନ୍ତୁ। ଏହାପେର ଜେନେରେଟ୍ ଓଟିପି ବକ୍ସ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିବା ପରେ ଆପଣଙ୍କ ମୋବାଇଲ ଓ ଇମେଲ ଆଇଡିକୁ ଓଟିପି ଆସିବ।

ସପ୍ତମ ଷ୍ଟେପ୍

ଥରେ ଓଟିପି ସ୍ୱୀକୃତ (ଭ୍ୟାଲିଡେଟ୍) ହେବା ପାରେ ଆପଣ ପେମେଣ୍ଟ କରିବାକୁ ନୂଆ ପେଜରେ ପହଂଚିବେ। ସେଠାରେ ଆପଣଙ୍କୁ ୫୦ ଟଙ୍କା ଦେବାକୁ ପଡିବ। ଯଦି ଆପଣଙ୍କ ପ୍ୟାନ୍ କାର୍ଡ ବିଦେଶରେ ଥିବା କୌଣସି ଠିକଣାକୁ ମଗାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୯୫୯ ଟଙ୍କା ଦେବାକୁ ପଡିବ

ଅଷ୍ଚମ ଷ୍ଟେପ୍

ଥରେ ପେମେଣ୍ଟ ସଫଳ ହେବା ପରେ ଆପଣଙ୍କ କମ୍ପ୍ୟୁଟର ସ୍କ୍ରିନ ଉପରେ ଟ୍ରାଂଜାକ୍ସନ ସଫଳ ହେଲା ବୋଲି ମେସେଜ୍ ଆସିବ। ଏହାପରେ ଆପଣ ପେମେଣ୍ଟ୍ ରିସିପ୍ଟ ପ୍ରିଣ୍ଟ କରିନିଅନ୍ତୁ। ଏହାପରେ ଆପଣଙ୍କ ମୋବାଇଲ ଓ ଇମେଲକୁ  କନଫର୍ମେସନ ମେସେଜ୍ ଆସିବ। ଏହି ମେସେଜରେ ଆପଣଙ୍କୁ ପ୍ୟାନ୍ ନମ୍ବର ଡାଉନ୍ ଲୋଡ୍ କରିବାକୁ ଲିଙ୍କ୍ ମିଳିବ।