ପିପିଏଫ୍ ଖାତାକୁ ୧୫ ବର୍ଷ ପରେ ମଧ୍ୟ ପୁନଃଚାଲୁ କରାଯାଇପାରିବ

ପିପିଏଫ ଆକାଉଣ୍ଟ୍ ୧୫ ବର୍ଷରେ ମ୍ୟାଚୁର ହୋଇଥାଏ। ଯଦି ଆପଣଙ୍କର ପିପିଏଫ୍ ଆକାଉଣ୍ଟ୍ ଅଛି ଏବଂ ଏହା ଆଗାମୀ ୫ ବର୍ଷରେ ମ୍ୟାଚୁର ହେବାକୁ ଯାଉଛି ତେବେ ଏହି ୫ଟି କଥାର ତଥ୍ୟ ଆପଣଙ୍କ ପାଖରେ ରହିବା ଜରୁରୀ।

  • ପିପିଏଫ୍ ନିବେଶ ପାଇଁ ଉପଲବ୍ଧ ସବୁଠୁ ଭଲ ସ୍କିମ୍ ମଧ୍ୟରୁ ଗୋଟିଏ
  • ପିପିଏଫରେ ନିବେଶ ହୋଇଥିବା ପ୍ରିନସିପାଲ ଆମାଉଣ୍ଟ୍ ଉପରେ ସେକ୍ସନ ୮୦ ଅନ୍ତର୍ଗତରେ ଆୟକର ରିହାତି ମିଳିଥାଏ
  • ୧୫ ବର୍ଷ ପୁରଣ ହେଲେ ଆପଣ ପିପିଏଫରେ ଜମା ଥିବା ସବୁ ଟଙ୍କା ଉଠାଇ ପାରିବେ ଓ ଖାତା ବନ୍ଦ କରି ପାରିବେ
  • ସୁଧ ପ୍ରତିବର୍ଷ ମୁଳଧନରେ ଯୋଡି ହୋଇଥାଏ। ପ୍ରତି ଆର୍ଥିକ ବର୍ଷ ଶେଷରେ ଆପଣଙ୍କ ଖାତାକୁ ଏହା କ୍ରେଡିଟ୍ ହୋଇଥାଏ

ପିପିଏଫରେ ନିବେଶ କେବଳ ଟ୍ୟାକ୍ସ ବଂଚାଇ ନଥାଏ,ଅଧିକନ୍ତୁ ଏଥିରୁ ସ୍ଥାୟୀ ଆୟ ମଧ୍ୟ ଆସିଥାଏ। ୧୫ ବର୍ଷର ଲକ୍ ଇନ୍ ପିରିୟଡ୍ ସହ ଏହା ରିସ୍କ ଫ୍ରି ନିବେଶ। ଆପଣ ପ୍ରତିବର୍ଷ ପିପିଏଫରେ ୧.୫ ଲକ୍ଷ ଟଙ୍କା ଡିପୋଜିଟ୍ କରିପାରିବେ। ଯେଉଁଥିରୁ ପ୍ରାୟ ୮ପ୍ରତିଶତ ସୁଧ ମିଳିଥାଏ। ପ୍ରତିବର୍ଷ ସୁଧ ମୁଳଧନରେ ଯୋଡିହୋଇଥାଏ। ଏହି ସ୍କିମ ଅନ୍ତର୍ଗତରେ ଇଇଇ ଟ୍ୟାକ୍ସ ରିହାତି ମିଳିଥାଏ। ପିପିଏଫରେ କରାଯାଇଥିବା ନିବେଶ ଉପରେ ଆୟକର ଧାରା ୮୦ ସି ଅନ୍ତର୍ଗତରେ ଟ୍ୟାକ୍ସ ରିବେଟ୍ ମିଳିଥାଏ। ମ୍ୟାଚୁରିଟି କାଳରେ ସୁଧ ମୁଳ ଟଙ୍କା ଉଠାଇଲେ ମଧ୍ୟ ଏହା ଉପରେ କୌଣସି ଟ୍ୟାକ୍ସ ଲାଗିନଥାଏ।

ଆପଣଙ୍କ ପିପିଏଫ୍ ଆକାଉଣ୍ଟ୍ ଯଦି ଆଗାମୀ ୫ ବର୍ଷ ମଧ୍ୟରେ ମ୍ୟାଚୁର ହେବାକୁ ଯାଉଛି ,ତେବେ ଏହି ୫ ତଥ୍ୟ ବାବଦରେ ଆପଣ ଜାଣିବା ନିହାତି ଜରୁରୀ

Public Provident Fund

  1. ୧୫ ବର୍ଷ ପୁରା ହେଲେ ଆପଣ ଆକାଉଣ୍ଟରୁ ସବୁ ଟଙ୍କା ଉଠାଇ ପାରିବେ

ଆକାଉଣ୍ଟ ୧୫ ବର୍ଷ ପୁରଣ କରିବା ପରେ ଆପଣ ସେଥିରୁ ସବୁ ଟଙ୍କା ଉଠାଇ ପାରିବେ ଏବଂ ଆକାଉଣ୍ଟକୁ ଚାହିଁଲେ ବନ୍ଦ କରି ପାରିବେ। ଯେଉଁ ପୋଷ୍ଟ ଅଫିସରେ ଆପଣଙ୍କର ପିପିଏଫ୍ ଖାତା ଅଛି ସେଠାରେ ଫର୍ମ ସି’ ପୁରଣ କରି ଟଙ୍କା ଉଠାଇ ପାରିବେ

2. ଫର୍ମ ଏଚ୍ କ’ଣ ?

୧୫ ବର୍ଷ ପୁରା ହେବା ପରେ ଆପଣ ଚାହିଁଲେ ଖାତା ବନ୍ଦ କରିପାରିବେ। କିନ୍ତୁ ଯଦି ଆପଣ ଚାହିଁବେ ତେବେ ଆକାଉଣ୍ଟକୁ ଆଉ ୫ ବର୍ଷ ଅଧିକ ଚଳାଇ ପାରିବେ। ଏଥିଲାଗି ଆପଣଙ୍କୁ ଫର୍ମ ଏଚ୍ ପୁରଣ କରିବାକୁ ପଡିବ।

3. ମ୍ୟାଚୁର ହେବା ପୂର୍ବରୁ ଅଧିକ ନିବେଶ କରନ୍ତୁ

ଟ୍ୟାକ୍ସ ରିହାତିର ସବୁ ସୁବିଧା, ସର୍ବୋତ୍ତମ ସୁଧ, ସୁଧରେ ଟ୍ୟାକ୍ସ ଟ୍ରାଞ୍ଜାକସନର ସବୁ ସୁବିଧା ନେବାକୁ ଚାହୁଁଥିଲେ ଆପଣଙ୍କୁ ପିପିଏଫ୍ ଖାତା ମ୍ୟାଚୁର ହେବାର କିଛି ବର୍ଷ ପୂର୍ବରୁ ଖାତାରେ ନିବେଶର ସର୍ବାଧିକ ସୀମା ଦେଢ ଲକ୍ଷ ପର୍ଯ୍ୟନ୍ତ ଡିପୋଜିଟ୍ କରିବାକୁ ପଡିବ।

money

4. ଆର୍ଥିକ ବର୍ଷକୁ ନଜରରେ ରଖନ୍ତୁ

ପିପିଏଫ୍ ସ୍କିମ୍ ଆର୍ଥିକ ବର୍ଷ କ୍ରମରେ ଚାଲିଥାଏ। ୧ ଏପ୍ରିଲରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହାର ଅବଧି ରହିଥାଏ। ଯଦି ଆପଣ ୩୧ ମାର୍ଚ୍ଚରେ ଖାତା ଖୋଲିଛନ୍ତି ତେବେ ତା’ ପରଦିନ ଅର୍ଥାତ ୧ ଏପ୍ରିଲରେ ଗୋଟିଏ ବର୍ଷ ପୁରା ହୋଇଯିବ। ମାନେ ଆପଣଙ୍କ ପାଖରେ ନିବେଶ ପାଇଁ ମାତ୍ର ୧୪ ବର୍ଷ ବଳକା ଅଛି। ଏହାକୁ ଦୃଷ୍ଟିରେ ରଖନ୍ତୁ

5.୧୫ ବର୍ଷର ଲକ୍ ଇନ୍ ପିରିୟଡ୍

ପିପିଏଫ୍ ନିବେଶ ୧୫ ବର୍ଷ ପାଇଁ ଲକ୍ ଇନ୍ ରହିଥାଏ। ତଥାପି ଆର୍ଥିକ ସଂକଟ ସମୟରେ ଆପଣ ଏଥିରୁ ଟଙ୍କା ଉଠାଇ ପାରିବେ। ଆକାଉଣ୍ଟକୁ ୭ ବର୍ଷ ହେଲେ ପରେ ହିଁ ପିପିଏଫରୁ ଟଙ୍କା ଉଠାଇବା ପାଇଁ ଅନୁମତି ମିଳିଥାଏ। ତେଣୁ ଯଦି ଆପଣ ୨୦୧୫-୧୬ରେ ପିପିଏଫ୍ ଆକାଉଣ୍ଟ୍ ଖୋଲିଛନ୍ତି ତେବେ ୭ ବର୍ଷ ପରେ ୧ ଏପ୍ରିଲ ୨୦୧୨୧ ପରେ ସମୟ ପୁର୍ବରୁ ଟଙ୍କା ଉଠାଇ ପାରିବେ। ଚତୁର୍ଥ ବର୍ଷର ଅନ୍ତରେ ଖାତାରେ ଉପଲବ୍ଧ ମୋଟ ଜମାର ୫୦ ପ୍ରତିଶତ କିମ୍ବା ଯେଉଁ ବର୍ଷ ଟଙ୍କା ଉଠାଯାଉଛି ତାର ପୂର୍ବ ଆର୍ଥିକ ବର୍ଷ ଅନ୍ତରେ ଥିବା ରାଶିର ୫୦ ପ୍ରତିଶତ ଜଣେ ଉଠାଇ ପାରିବେ।  ପିପିଏଫରୁ ଟଙ୍କା ଉଠାଇବାର ସୁବିଧା ବର୍ଷକୁ ଥରୁଟିଏ ମିଳିଥାଏ। ଟଙ୍କା ଉଠାଣ ବେଳେ ଯଦି କିଛି ବକେୟା ଋଣ ଥାଏ ତେବେ ତାକୁ କାଟି ରଖାଯାଏ।