ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପୋତ୍ସାହନ ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବଡ଼ ଘୋଷଣା କରିଛି। ଏନ୍‌ଇଏଫ୍‌ଟି (ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ଜରିଆରେ ଆପଣ ଯେକୌଣସି ସମୟରେ ଗୋଟଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଯାଇପାରିବ। NEFT ଜରିଆରେ କେବଳ ବ୍ୟାଙ୍କିଙ୍ଗ୍‌ ସମୟ ଅର୍ଥାତ୍‌ ସକାଳ ୮ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। କିନ୍ତୁ ଏବେଠାରୁ ଏନ୍ଇଏଫ୍‌ଟି ଟ୍ରାଞ୍ଜାକ୍ସନରେ ୨୪ ଘଣ୍ଟିଆ ସୁବିଧା ମିଳିବ।

ଏନ୍ଇଏଫ୍‌ଟି ଜରିଆରେ ଯେକୌଣସି ସମୟରେ ଟଙ୍କା ପଠାଇଲେ ଟ୍ରାଞ୍ଜାକ୍ସନ ତୁରନ୍ତ ପୁରା ହୋଇଯିବ। ଏପର୍ଯ୍ୟନ୍ତ ଆଇଏମ୍‌ପିଏସ୍‌ ଇଣ୍ଟରନେଟ୍‌ ବ୍ୟାଙ୍କିଂ ଜରିଆରେ ଗ୍ରାହକ ଏହି ସୁବିଧା ପାଉଛନ୍ତି।

ସୂଚନାଯୋଗ୍ୟ, ଆରବିଆଇ ଗତ ଜୁଲାଇ ୧ରୁ ଏନ୍ଇଏଫ୍‌ଟି ଓ ଆର୍‌ଟିଜିଏସ୍‌ ଟ୍ରାଞ୍ଜାକ୍ସନ ଉପରେ ଲାଗୁଥିବା ଟାକ୍ସକୁ ହଟାଇ ଦେଇଥିଲେ।

NEFT ଜରିଆରେ ଅନ୍‌ଲାଇନ୍‌ରେ ଗୋଟଏ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ସୁରକ୍ଷିତ ଭାବେ ଟଙ୍କା ପଠାଯାଇପାରିବ।