ପାର୍ଟି ସହ ସ୍ମାର୍ଟ୍ ପ୍ଲାନିଂ ବି କରନ୍ତୁ ଯେମିତି ହେବେ କରଜ ମୁକ୍ତ

  • ପ୍ରଥମେ ଜାଣନ୍ତୁ ଆପଙ୍କ ଉପରେ କେତେ କରଜ ଅଛି
  • ଏକରୁ ଅଧିକ କରଜ ନେଇଥିଲେ ତାକୁ ଗୋଟିଏ ସ୍ଥାନକୁ ସିଫ୍ଟ କରନ୍ତୁ
  • ଯଦି କାହାକୁ ଟଙ୍କା ଫେରାଇବାର ଅଛି ତେବେ ରେଗୁଲାର ରିପେମେଣ୍ଟ୍ କରିବାକୁ, ଅଦରକାରୀ ଖର୍ଚ୍ଚ କାଟ୍ କରନ୍ତୁ
  • ନୂଆ ଲଗଜରି ସାମଗ୍ରୀ କିଣନ୍ତୁ ନାହିଁ ,ଯଦି କିଛି ଅଦରକାରୀ ସାମଗ୍ରୀ ଅଛି ତେବେ ବିକ୍ରି କରିଦିଅନ୍ତୁ

debt free

ଏହି ବର୍ଷ ଓ ଏହି ଦଶକ ଶେଷ ହେବାକୁ ଯାଉଛି। ଆପଣ ଯଦି ନୂଆ ବର୍ଷରେ ଗୋଟିଏ ଜବରଦସ୍ତ ପାର୍ଟିର ପ୍ଲାନିଂ କରୁଛନ୍ତି ତେବେ କରନ୍ତୁ କିନ୍ତୁ ଏହା ସହ ଏମିତି କିଛି ସ୍ମାର୍ଟ ପ୍ଲାନିଂ ବି କରନ୍ତୁ ଯାହା ଆପଣଙ୍କୁ ଲୋନ୍ ଫ୍ରି କରାଇବ। ମାନେ ପୁରୁଣା କରଜରୁ ମୁକ୍ତି। ଯଦି ଆପଣ ନୂଆ ବର୍ଷରେ କରଜ ମୁକ୍ତ ହେବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ..

debt note

  • କେତେ ଅଛି କରଜ?

କରଜ ମୁକ୍ତ ହେବା ପାଇଁ ପ୍ରଥମେ ଏହା ଜାଣିବା ଜରୁରୀ ଯେ, ଆପଣଙ୍କ ଉପରେ କେତେ କରଜ ଅଛି। ଯାହାଫଳରେ ଆପଣଙ୍କୁ ଭବିଷ୍ୟତରେ ଅଚାନକ ଚକିତ ହେବାକୁ ପଡିବ ନାହିଁ ଯେ, ଆରେ ମୁଁ ଏ କରଜ ବାବଦରେ କେମିତି ଭୁଲି ଯାଇଥିଲି। ତେଣୁ ନୋଟ୍ ପ୍ୟାଡ୍ ଧରନ୍ତୁ ତାଲିକା ବନାନ୍ତୁ। କାହାକୁ କେତେ ଦେବେ। ବ୍ୟାଙ୍କକୁ କେତେ ଦେବେ, ପାଖ ପଡୋଷୀ ଓ ବନ୍ଧୁଙ୍କୁ କେତେ ଶୁଝିବେ ,ତାହାର ଗୋଟିଏ ତାଲିକା ତିଆରି କରନ୍ତୁ। ଏହି ତାଲିକା ହେବ ଆପଣଙ୍କ କରଜ ମୁକ୍ତ ସ୍ମାର୍ଟ ପ୍ଲାନର ପ୍ରଥମ ଷ୍ଟେପ୍। ମନେରଖନ୍ତୁ ତାଲିକା ତିଆରି ହେବା ପରେ ଆପଣଙ୍କୁ ପ୍ରଥମ ପ୍ରତିକ୍ରିୟା ହେବ, ଏତେ କରଜ ମୁଁ କରିଛି। ଆପଣ ଡରି ଯାଇପାରନ୍ତି କିନ୍ତୁ ସତ ହେଲା ଏବେ ଆପଣ ମାନସିକ ଭାବେ କରଜ ଶୁଝିବା ପାଇଁ ପ୍ରସ୍ତୁତ ହେଲେଣି। ଏଥର ଚାଲନ୍ତୁ ସ୍ମାର୍ଟ କରଜ ମୁକ୍ତ ପ୍ଲାନିଂର ଦ୍ୱିତୀୟ ଷ୍ଟେଜକୁ।

  • ସବୁ କରଜ ଶୁଝିବାକୁ ଗୋଟିଏ ଲୋନ୍ ନିଆଯାଇପାରେ କି ?

ଯଦି ଆପଣ ଏକରୁ ଅଧିକ ଲୋନ୍ ନେଇଛନ୍ତି ତେବେ ସବୁ କରଜକୁ ଏକାଠି କରିବା ଗୋଟିଏ ଭଲ ଉପାୟ ହୋଇପାରେ। ଯାହାକୁ ପର୍ସନାଲ ଫାଇନାନ୍ସରେ ଡେଟ୍ କନସୋଲିଡେସନ କୁହାଯାଏ। ମାନେ ଆପଣଙ୍କ ସବୁ କରଜକୁ ଗୋଟିଏ ଲୋନରେ ବଦଳାଇବା। ଏହାକୁ କିଛି ଉଦାହରଣ ଦ୍ୱାରା ଭଲ ଭାବେ ବୁଝାଯାଇପାରେ। ଧରନ୍ତୁ ଆପଣ ଦୁଇରୁ ତିନୋଟି ଲୋନ୍ ନେଇଛନ୍ତି, ତେବେ ଗୋଟିଏ ବଡ ଲୋନ୍ ନେଇ ସେଇ ସବୁ ଲୋନକୁ ଶୁଝିଦିଅନ୍ତୁ। ଏହି ବଡ ଲୋନର ଇଏମଆଇ ଆପଣଙ୍କ ବାକି ସବୁ ଲୋନର ଇଏମଆଇଠାରୁ କମ ହୋଇପାରେ। ଏହାର ସୁଧ ମଧ୍ୟ କମ ହୋଇପାରେ। ଉଦାହରଣ ଭାବେ ଆପଣ ୧୨ ପ୍ରତିଶତ ବାର୍ଷିକ ସୁଧ ହାରରେ ପର୍ସନାଲ ଲୋନ୍ ନେଇ ୪୦ ପ୍ରତିଶତ ବିଶିଷ୍ଟ କ୍ରେଡିଟ୍ କାର୍ଡ ଲୋନକୁ ସୁଝି ପାରିବେ। କିମ୍ବା ୯ ପ୍ରତିଶତ ବାଲା ହୋମ୍ ଲୋନ୍ ନେଇ ତାକୁ କନସୋଲିଡେଟ୍ କରିପାରିବେ। ତେବେ ଏହା ପୂର୍ବରୁ ଆପଣଙ୍କୁ ପୁରୁଣା ଲୋନ୍ ପ୍ରିକ୍ଲୋଜର ପାଇଁ ଲାଗୁଥିବା ଚାର୍ଜ ଓ ନୂଆ ଲୋନ୍ ପାଇଁ ଆବଶ୍ୟକ ପ୍ରୋସେସିଂ ଫିସ୍ ବାବଦରେ ଭାବିବାକୁ ପଡିବ।

Money

  • ବଜେଟ୍ ତିଆରି କରନ୍ତୁ ଓ ବଦଖର୍ଚ୍ଚ ବନ୍ଦ କରନ୍ତୁ

ମୁଣ୍ଡ ଉପରେ କରଜ ଥାଉ କି ନାହିଁ ବଦଖର୍ଚ୍ଚ ଠିକ୍ ନୁହେଁ। କିନ୍ତୁ ଯଦି ଲୋନ୍ ଅଛି ତେବେ ଏହା ଅଧିକ ଜରୁରୀ ହୋଇପଡେ। ତେଣୁ ହୋମ ବଜେଟ୍ ତିଆରି କରନ୍ତୁ। ଆପଣଙ୍କ ପଇସା କୁଆଡେ ଯାଉଛି ଆପଣ ଏହା ଦ୍ୱାରା ଜାଣିପାରିବେ। ଅନାବଶ୍ୟକ ଖର୍ଚ୍ଚ ବନ୍ଦ କରିବା ଦ୍ୱାରା ଆପଣ ନିଜ ଲୋନ୍ ସହଜରେ ଶୁଝି ପାରିବେ। ଯଦି ଆପଣ ମାସକୁ ଅଧିକ ସମୟ ବାହାରେ ଡିନର କରୁଛନ୍ତି,ମଲ୍ଟିପ୍ଲେକ୍ସ ଯାଉଛନ୍ତି ତେବେ କମ କରନ୍ତୁ। ମଲ୍ଟିପ୍ଲେକ୍ସ ବଦଳରେ ସିଙ୍ଗଲ ଥିଏଟରକୁ ଯାଇ ପାରିବେ। ସେଠାରେ ଖର୍ଚ୍ଚ କମ୍। ବାହାରେ ଡିନର ଅପେକ୍ଷା ନିଜ ଘରେ ନିଜେ ରୋଷେଇ କରନ୍ତୁ। ଆପଣ ପଇସା ବଂଚାଇବା ସହ କିଛି ନୂଆ ମଧ୍ୟ ଶିଖି ପାରିବେ।

pension plan

  • ନିଜ ଘରକୁ ଛୋଟ କରନ୍ତୁ

ଯଦି ଆପଣଙ୍କ କରଜରୁ ଗୋଟିଏ ହୋମ ଲୋନ୍ ତେବେ ଆପଣ ଗୋଟିଏ ଛୋଟ ଘର କିମ୍ବା ଶସ୍ତା ଘରକୁ ସିଫ୍ଟ ହୋଇପାରିବେ। ଯଦି ଆପଣ ଭାବୁଛନ୍ତି ଯେ, ଆପଣ କିଣିଥିବା ପ୍ରପର୍ଟିକୁ ମ୍ୟାନେଜ୍ କରିବା ସହଜ ନୁହେଁ ତେବେ ତାକୁ ବିକ୍ରି କରି ଛୋଟ ପ୍ରପର୍ଟିରେ ନିବେଶ କରନ୍ତୁ। ଫଳରେ ଆପଣଙ୍କ କରଜ କମିବ କିମ୍ବା ଇଏମଆଇ ହ୍ରାସ ପାଇବ। ଯଦି ଆପଣ ମହଙ୍ଗା ଘର ଭଡା ନେଇଛନ୍ତି ତେବେ ଗୋଟିଏ ଶସ୍ତା ଭଡା ଘର ଖୋଜନ୍ତୁ।

  • ନୂଆ ଲଗଜରୀ ସାମଗ୍ରୀ କିଣନ୍ତୁ ନାହିଁ

ଯଦି ଆପଣ କରଜରୁ ମୁକ୍ତି ଚାହୁଁଛନ୍ତି ତେବେ ନୂଆ ଲଗଜରୀ ସାମଗ୍ରୀ କିଣନ୍ତୁ ନାହିଁ କିମ୍ବା ଲୋଭରେ ଇଏମଆଇରେ ନିଅନ୍ତୁ ନାହିଁ। ନିଜ ଘରକୁ ସେଇ ସବୁ ସାମଗ୍ରୀ ଦ୍ୱାରା ପୂର୍ଣ୍ଣ କରନ୍ତୁ ନାହିଁ ଯାହାର ଆବଶ୍ୟକତା ହିଁ ନାହିଁ। ଯେମିତି ଗୋଟିଏ ନୂଆ ଟିଭି କିମ୍ବା ନୂଆ ଫୋନ୍। ଯଦି ପୁରୁଣା ଟିଭି ଓ ଫୋନ୍ ଠିକ୍ ଠାକ୍ କାମ କରୁଛି ତେବେ ନୂଆ ନେବାର କୌଣସି ଆବଶ୍ୟକତା ହିଁ ନାହିଁ। ଏସବୁ ଆକର୍ଷକ ଲାଗିପାରେ କିନ୍ତୁ ଜରୁରୀ ଆବଶ୍ୟକତା ନୁହନ୍ତି। ମିଶ୍ରବାବୁଙ୍କ ନୂଆ ଆଇଫୋନ୍ ଦେଖି ଆପଣ ଇଏମଆଇରେ ଆଇଫୋନ୍ କିଣିବା ମୁର୍ଖାମୀ ହେବ। ଏହା ସହ ଆଉ ଗୋଟିଏ କାମ କରନ୍ତୁ ଘରେ ଯଦି ଏଭଳି କିଛି ଲଗଜରୀ ସାମଗ୍ରୀ ଅଛି, ଯାହା ଆପଣ ବ୍ୟବହାର କରୁନାହାନ୍ତି ତେବେ ତୁରନ୍ତ ତାର ଫଟୋ ଉଠାଇ ଓଏଲକ୍ସରେ ଅପଲୋଡ୍ କରିନିଅନ୍ତୁ। ବିକ୍ରିରୁ ମିଳିବା ଟଙ୍କାରେ ଆପଣଙ୍କ କିଛି ଲୋନ୍ ଶୁଝି ଯାଇପାରେ।

ଏବଂ ଶେଷରେ..

ଯଦି ଆପଣଙ୍କ ପ୍ଲାନିଂ କମ କରିଗଲା ଓ ଆପଣ କରଜ ମୁକ୍ତ ହୋଇଗଲେ ତେବେ ଆପଣଙ୍କ ପାଖରେ ନିଶ୍ଚୟ କିଛି ସଂଚୟ ରହିବ। ସେଇ ସଂଚୟକୁ ମ୍ୟୁଚୁଆଲ ଫଣ୍ଡ୍,ଏସଆଇପି କିମ୍ବା ଅନ୍ୟକୌଣସି ଫାଇନାନସିଆଲ ପ୍ରଡକ୍ଟରେ ଲଗାଇ ଆପଣ ଭବିଷ୍ୟତ ସୁରକ୍ଷିତ କରିପାରନ୍ତି। ଆଉ ଗୋଟିଏ କଥା ନିଜ କରଜ ବାବଦରେ ପରିବାର ସଦସ୍ୟଙ୍କୁ ଜଣାନ୍ତୁ। ହୁଏତ ଆପଣଙ୍କ ମୁଣ୍ଡ ଉପରେ ଥିବା କରଜ ବାବଦରେ ଜାଣିବା ପରେ ସେମାନେ ମଧ୍ୟ ନିଜ ନିଜ ଖର୍ଚ୍ଚ କମ କରିବେ। ଆଉ ଆପଣଙ୍କୁ କରଜ ଶୁଝିବାରେ ସାହାଯ୍ୟ ମିଳିବ।