ଭୁଲ ଫଣ୍ଡ,ବୀମାରେ ନିବେଶ କରିଥିଲେ କେମିତି ଖୋଜିବେ ଏଗଜିଟ୍ ଡୋର?

insurance

ଅନେକ ସମୟରେ ଆମେ ଆମ ଆଖ ପାଖରେ ଥିବା ନିବେଶ ଜ୍ଞାନୀଙ୍କ କଥାରେ ପଡି ଏମିତି ମ୍ୟୁଚୁଆଲ ଫଣ୍ଡ କିମ୍ବା ବୀମାରେ ନିବେଶ କରିଥାଉ ଯାହା ଆମ ପାଇଁ ଠିକ୍ ହୋଇନଥାଏ। କିନ୍ତୁ ଥରେ ନିବେଶ ଆରମ୍ଭ କରିବା ପରେ ଇଛା ନଥାଇ ମଧ୍ୟ ନିବେଶ ଜାରି ରଖିଥାଉ। ତେବେ ଏଭଳି ପରିସ୍ଥିତିର କ’ଣ କରିବା ଠିକ୍ ହେବ? ନିବେଶ ଜାରି ରଖିବା ଠିକ୍ ନା ନିବେଶରୁ ଓହରି ଯିବା ବୁଦ୍ଧିମାନର କାମ? ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଖୋଜିବା..

  • ରିସର୍ଚ୍ଚ ଜରୁରୀ

ବୀମା,ମ୍ୟୁଚୁଆଲ ଫଣ୍ଡ୍,ଫିକ୍ସଡ୍ ଡିପୋଜିଟ୍ ଭଳି ନିବେଶ କରିବା ବେଳେ ଆମେ ସାଧାରଣତଃ କମ ରିସର୍ଚ୍ଚ କରିଥାଉ। ବୀମା ଏଜେଣ୍ଟ କିମ୍ବା ବ୍ୟାଙ୍କ ରିଲେସନସିପ୍ ମ୍ୟାନେଜରଙ୍କ କଥାରେ ଭଳି ଆମେ ନିବେଶ ଆରମ୍ଭ କରିଦେଉ। କିନ୍ତୁ ସତ ହେଲା ଏଜେଣ୍ଟ ଓ ରିଲେସନସିପ୍ ମ୍ୟାନେଜର ଆମକୁ ଏମିତି ପ୍ରଡକ୍ଟ ବିକ୍ରି କରି ଉଡନଛୁ ହୁଅନ୍ତି ଯାହାର ଆମ ପୋର୍ଟଫୋଲିଓରେ କୌଣସି ଆବଶ୍ୟକତଦା ହିଁ ନଥାଏ। ତେବେ ଯଦି ଭୁଲରେ ଏଭଳି କୌଣସି ପଲିସି ନେଇଛନ୍ତି କିମ୍ବା ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। ଏଥିରୁ ବାହାରିବାର ବାଟ ମଧ୍ୟ ରହିଛି। ତେବେ ବୁଦ୍ଧିମାନର କାମ ହେଲା ଫସିବା ଆପେକ୍ଷା ଆଗରୁ ରିସର୍ଚ୍ଚ କରିବା। ତେଣୁ ଆଗକୁ ଯେତେବେଳେ ବି କୌଣସି ନିବେଶ କରିବେ ପ୍ରଥମ ଭଲରେ ରିସର୍ଚ୍ଚ କରନ୍ତୁ। ତା’ପରେ ନିବେଶ କରନ୍ତୁ।

insurance policy

  • ଇନସ୍ୟୁରାନ୍ସ ପଲିସି

ଗୋଟିଏ ସାଧାରଣ ଅଭିଯୋଗ ହେଲା ଯେ, ବୀମା ଏଜେଣ୍ଟ୍ ଉପଭୋକ୍ତାଙ୍କୁ ଅନ୍ଧାରରେ ରଖି ନିଜ ପଲିସି ବିକ୍ରି କରିଥାନ୍ତି। ଏହା ଆଜିକାର ଅଭିଯୋଗ ନୁହେଁ। ଅନେକ ଦିନରୁ ଏଭଳି ଅଭିଯୋଗ ହୋଇ ଆସୁଛି। ତେବେ ଟିକିଏ ସାବଧାନତା ଅବଲମ୍ବନ କଲେ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଇରେଡା ଗୋଟିଏ ବୀମା ପଲିସିକୁ ଭଲ ଭାବେ ବୁଝିବା ପାଇଁ ଜଣେ ଗ୍ରାହକଙ୍କୁ ୧୫ ଦିନର ସମୟ ଦିଏ। କିଛି କମ୍ପାନୀ ମଧ୍ୟ ନିଜ ଗ୍ରାହକଙ୍କୁ ୩୦ ଦିନର ସମୟ ଦିଅନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଫ୍ରି ଲୁକ୍ ପିରିୟଡ୍ ମାନେ ପଲିସିକୁ ବୁଝିବାର ଅବଧୀ ଆବେଦନ ତାରିଖରୁ ଆରମ୍ଭ ହୁଏନା ,ଏହା ଗ୍ରାହକଙ୍କୁ ଦସ୍ତାବିଜ୍ ମିଳିବା ଦିନଠାରୁ ଆରମ୍ଭ ହୁଏ। ଯଦି ଆପଣଙ୍କୁ ୟୁଲିପ୍ ଭଳି ପଲିସି ଭୁଲ ସୂଚନା ଦେଇ ବିକ୍ରି କରାଯାଇଛି ତେବେ ଆପଣ ଲୁକ୍ ଇନ୍ ପିରିୟଡ୍ ଭିତରେ ଫେରସ୍ତ କରିପାରିବେ।

balance fund

  • ବାଲାନ୍ସଡ୍ ଫଣ୍ଡ୍

ଯଦି ଆପଣଙ୍କୁ ଭୁଲ ବାଲାନ୍ସଡ୍ ଫଣ୍ଡ୍ ବିକ୍ରି କରାଯାଇଛି ତେବେ ତାକୁ ତୁରନ୍ତ ଉଠାଇବାରେ ସମସ୍ୟା ଆସିପାରେ। କାରଣ ଏଭଳି ପରିସ୍ଥିତିରେ ଅଧିକାଂଶ ଫଣ୍ଡ୍ ଆପଣଙ୍କଠାରୁ ୧ ପ୍ରତିଶତ ଏଗଜିଟ୍ ଲୋଡ୍ ଅସୁଲ କରିବେ। ତେବେ ବାଲାନ୍ସଡ୍ ଫଣ୍ଡ କାରଣରୁ ଇକ୍ୱିଟି ନିବେଶ ଅଧିକ ବୃଦ୍ଧି ପାଇବାରୁ ଆପଣଙ୍କ ପାଖରେ ନିବେଶ ଉଠାଇବା ଛଡା ଅନ୍ୟ ବିକଳ୍ପ ନଥାଏ। ତେବେ ମନେ ରଖନ୍ତୁ ଏଗଜିଟ୍ କାରଣରୁ ଆପଣଙ୍କୁ ଲୋକସାନ ଉଠାଇବାକୁ ପଡିପାରେ।

  • ବ୍ୟାଙ୍କ,ଏନଏଫବିସିରେ ଫିକ୍ସ

ଯଦି ଆପଣଙ୍କୁ ଫିକ୍ସଡ୍ ଡିପୋଜିଟ୍ କରିବା ପାଇଁ ଭୁଲ ସୂଚନା ଦେଇ ଭ୍ରମିତ କରାଯାଇଛି ତେବେ ମ୍ୟାଚୁରିଟି ପୂର୍ବରୁ ଟଙ୍କା ଉଠାଇ ନେବା ସବୁଠୁ ଭଲ ହେବ। କାରଣ ଅଧିକାଂଶ ବ୍ୟାଙ୍କ ମ୍ୟାଚୁରିଟି ଉପରେ ଖୁବ୍ ପେନାଲ୍ଟି ଲଗାଇଥାନ୍ତି। ତେଣୁ ଆପଣଙ୍କୁ କମ ସୁଧ ମିଳିବ। କିନ୍ତୁ ଏଥିରେ ଆପଣଙ୍କ ମୁଳ ପୁଂଜି ହ୍ରାସ ପାଇବା ସମ୍ଭାବନା ଖୁବ କମ। ତେବେ ଆପଣ ଯଦି ଏନଏଫବିସିରେ ଫିକ୍ସ କରିଛନ୍ତି ତାହେଲେ ଅଧିକ ଦିନ ପର୍ଯ୍ୟନ୍ତ ଫଶି ରହିବାକୁ ପଡିବ। କାରଣ ଅଧିକାଂଶ ଏନଏଫବିସି ମ୍ୟାଚୁରିଟି ପୂର୍ବରୁ ଟଙ୍କା ଉଠାଇବାକୁ ଅନୁମତି ଦେଇ ନଥାନ୍ତି। ଆଉ ଯେଉଁମାନେ ଦେଇଥାନ୍ତି ସେମାନେ ୧ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ଏଫଡି କ୍ଲୋଜର ପେନାଲ୍ଟି ଚାର୍ଜ୍ କରିଥାନ୍ତି।

gold biscuit and ornaments

  • ସୁନା ବିସ୍କୁଟ୍,ସୁନା ମୁଦ୍ରା

ଏଭଳି ମାମଲାରେ ତୁରନ୍ତ ବିକ୍ରୀ ଭୁଲ ନିଷ୍ପତି। କାରଣ ତୁରନ୍ତ ବିକ୍ରି କଲେ ଅଧିକ କ୍ଷତି ହେବ। ସୁନା ବିସ୍କୁଟ, ମୁଦ୍ରା ଜ୍ୱେଲରଙ୍କୁ ବିକ୍ରି କଲେ ସେମାନେ ମାର୍କେଟ ଦରଠାରୁ ୫ରୁ ୧୦ ପ୍ରତିଶତ କମ ରେଟ୍ ଦେଇଥାନ୍ତି। ଗହଣା ଦୋକାନୀଙ୍କୁ ସୁନା ବିସ୍କୁଟ୍ ବିକ୍ରି କଲେ ବଦଳରେ ନଗଦ କ୍ୟାସ ନିଅନ୍ତୁ କେବେ ମଧ୍ୟ ଗହଣା ନେବାର ଭୁଲ କରନ୍ତୁ ନାହିଁ।