ETF ଇଟିଏଫ୍ ବା ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍ ଶେୟାର ନିର୍ଦ୍ଦିଷ୍ଟ ଇଣ୍ଡେକ୍ସକୁ ଟ୍ରାକ୍ କରିଥାଏ,ଏହା  ମ୍ୟୁଚୁଆଲ ଫଣ୍ଡ ଭଳି..

ETF

ଭାରତ ବଣ୍ଡ୍ ଇଟିଏଫ୍ ବଜାରକୁ ଖୁବଶୀଘ୍ର ପ୍ରବେଶ କରିବାକୁ ଯାଉଛି। ମ୍ୟୁଚୁଆଲ ଫଣ୍ଡ୍ ସହିତ ଅନେକ ନିବେଶକ ଇଟିଏଫ୍ ସମ୍ପର୍କରେ ଅଧିକ ଜାଣନ୍ତି ନାହିଁ। ଆସନ୍ତୁ ଇଟିଏଫ କଣ ଜାଣିବା…

1. ଇଟିଏଫ୍ କଣ?

ଇଟିଏଫ୍ ବା ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍ କିଛି ଶେୟାରଙ୍କ ସେଟରେ ନିବେଶ କରିଥାଏ। ସାଧାରଣତଃ ଏହା ଏକ ବିଶେଷ ଇଣ୍ଡେକ୍ସକୁ ଟ୍ରାକ୍ କରିଥାଏ। ଇଟିଏଫ୍ ମ୍ୟୁଚୁଆଲ୍ ଫଣ୍ଡ ଭଳି ହୋଇଥାଏ। ତେବେ ଦୁହିଁଙ୍କ ମଧ୍ୟରେ ଅନ୍ତର ହେଲା ଇଟିଏଫକୁ କେବଳ ଷ୍ଟକ୍ ଏକ୍ସଚେଂଜରେ କିଣା, ବିକା ଯାଇପାରିବ। ଯେମିତି ଆପଣ ଶେୟାର କିଣନ୍ତି ସେମିତି ଏକ୍ସଚେଂଜରୁ ଇଟିଏଫ୍ କିଣି ପାରିବେ

2. ବଣ୍ଡ୍ ଇଟିଏଫ୍ କ’ଣ?

ବଣ୍ଡ୍,ଇଟିଏଫ୍ ବଣ୍ଡର ଏକ ବାସ୍କେଟ୍ କିମ୍ବା ଶେୟାରରେ ନିବେଶ କରିଥାଏ। ଏହି ବଣ୍ଡ୍ ଅଲଗା ଅଲଗା ଇଣ୍ଡେକ୍ସକୁ ଫଲୋ କରିଥାଏ। ବଣ୍ଡ୍ ଇଟିଏଫ୍ ସରକାରୀ,କରପୋରେଟ୍ କିମ୍ବା ପବ୍ଲିକ୍ ସେକ୍ଟର ୟୁନିଟ୍ ବଣ୍ଡରେ ନିବେଶ କରିପାରିବ।

money

3. ଖର୍ଚ୍ଚ କେତେ?

ବଣ୍ଡ୍ ଇଟିଏଫ୍ ସକ୍ରିୟତାର ସହ ମ୍ୟାନେଜ୍ କରାଯାଉଥିବା ଡେଟ୍ ଫଣ୍ଡ ମୁକାବିଲାରେ ଶସ୍ତା ହୋଇଥାଏ। ଉଦାହରଣ ସ୍ୱରୁପ ଭାରତ ବଣ୍ଡ୍ ଇଟିଏଫ୍ ୦.୦୦୦୫ ପ୍ରତିଶତ ଚାର୍ଜ କରିବ। ଏହା ଦେଶର ସବୁଠୁ ଶସ୍ତା ମ୍ୟୁଚୁଆଲ ଫଣ୍ଡ୍ ଭିତରୁ ଗୋଟିଏ ବୋଲି ଦାବି କରାଯାଉଛି। ଦୁନିଆରେ ଏହା ସବୁଠାରୁ ଶସ୍ତା ଡେଟ୍ ପ୍ରଡକ୍ଟ ମଧ୍ୟରୁ ଗୋଟିଏ।

4. ଅବଧୀ କେତେ?

ବଣ୍ଡ ଇଟିଏଫ୍ ସର୍ଟ ଟର୍ମ,ମିଡିୟମ ଟର୍ମ ଓ ଲଙ୍ଗ୍ ଟର୍ମ ଭଳି ନିର୍ଦ୍ଦିଷ୍ଟ ମ୍ୟାଚୁରିଟି ବକେଟକୁ ଟ୍ରାକ୍ କରିଥାନ୍ତି। କିଛି ବଣ୍ଡ୍ ଇଟିଏଫରେ ନିର୍ଦ୍ଧାରିତ ମ୍ୟାଚୁରିଟିର ଅବଧି ରହିଥାଏ। ଉଦାହରଣ ସ୍ୱରୁପ ଭାରତ ବଣ୍ଡ୍ ଇଟିଏଫ୍ ନିର୍ଦ୍ଧାରିତ ଅବଧି ବିଶିଷ୍ଚ ହୋଇପାରେ। ଏହା ତିନି ବର୍ଷ କିମ୍ବା ୧୦ ବର୍ଷ ବିଶିଷ୍ଟ ହୋଇପାରେ। ଏଭଳି ବଣ୍ଡ୍ ଇଟିଏଫକୁ ମ୍ୟାଚୁରିଟି ବଣ୍ଡ୍ ଇଟିଏଫ୍ କୁହାଯାଏ। ଏହା ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ୍ ବିଶିଷ୍ଟ ହୋଇଥାଏ। ଏଥିରେ କେବେ ମଧ୍ୟ ଲାଭ ନେଇ ବାହାରି ଯିବାର ଅତିରିକ୍ତ ସୁବିଧା ମିଳିଥାଏ

5. ଟ୍ୟାକ୍ସ ନିୟମ କ’ଣ?

ବଣ୍ଡ୍ ଇଟିଏଫରେ ଅନ୍ୟ କୌଣସି ରେଗୁଲାର ଡେଟ୍ ମ୍ୟୁଚୁଆଲ ଫଣ୍ଡ ଭଳି ଟ୍ୟାକ୍ସ ଲାଗିଥାଏ  ।ନିବେଶ ଉପରେ କ୍ୟାପିଟାଲ ଗେନସକୁ (ଲାଭ) ୩୬ ମାସରୁ ଅଧିକ ରଖିଲେ ଇଣ୍ଡେକସନ ବେନିଫିଟ୍ ସହ ୨୦ ପ୍ରତିଶତ ଟ୍ୟାକ୍ସ ଲାଗିଥାଏ  । ନିବେଶ ଉପରେ ଶର୍ଟ ଟର୍ମ କ୍ୟାପିଟାଲ ଗେନସକୁ ୩୬ ମାସରୁ କମ ସମୟ ରଖିଲେ ଆପଣଙ୍କୁ ଇନକମ ଟ୍ୟାକ୍ସ ସ୍ଲାବ୍ ଅନୁସାରେ ଟ୍ୟାକ୍ସ ଦେବାକୁ ପଡିଥାଏ

6. ବଣ୍ଡ୍ ଇଟିଏଫରେ କେମିତି ନିବେଶ କରିବେ?

ବଣ୍ଡ୍ ଇଟିଏଫ ସହିତ ଇଟିଏଫରେ ନିବେଶ କରିବାକୁ ଆପଣଙ୍କୁ ଡିମାଟ୍ ଆକାଉଣ୍ଟ୍ ଖୋଲିବାକୁ ପଡିବ। ମ୍ୟୁଚୁଆଲ ଫଣ୍ଡ୍ ନିବେଶକଙ୍କ ପାଖରେ ମଧ୍ୟ ଫଣ୍ଡ୍ ଅଫ୍ ଫଣ୍ଡ ଜରିଆରେ ନିବେଶ କରିବାର ବିକଳ୍ପ ରହିଥାଏ। ଭାରତ ବଣ୍ଡ୍ ଇଟିଏଫ ଲାଗି ଏଡଲାଇଜ୍ ଏଏମସି ଫଣ୍ଡ୍ ଅଫ୍ ଫଣ୍ଡ୍ ଲଂଚ୍ କରୁଛି।