ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ପକ୍ଷରୁ ମଙ୍ଗଳବାର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ୍‌ Redmi K30 ଲଞ୍ଚ୍‌ କରାଯାଇଛି। ଚୀନ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ୍‌ କରାଯାଇଛି। ଏହି ସ୍ମାର୍ଟଫୋନ୍‌ରେ ୬୪ ମେଗାପିକ୍ସେଲ ରିଅର କ୍ୟାମେରା ଦିଆଯିବା ସହ 5G ସପୋର୍ଟ ମଧ୍ୟ ରହିଛି। ଏଡା ହେଉଛି Redmi K20 ସ୍ମାର୍ଟଫୋନର ଅପଗ୍ରେଡେଡ୍‌ ଭର୍ସନ।

Redmi K30 ସ୍ମାର୍ଟଫୋନ୍‌ରେ ରିଅର୍‌ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏହା ହେଉଛି ସୋନୀର ୬୪ ମେଗାପିକ୍ସେଲ ବିଶିଷ୍ଟ IMX686 ସେନ୍ସର ଦିଆଯାଇଥିବା ଦୁନିଆର ପ୍ରଥମ ସ୍ମାର୍ଟଫୋନ। ଏଥିରେ କ୍ୱାଲକମ୍‌ର ମିଡ୍‌ ରେଞ୍ଜ୍‌ ୭୬୫-ଜି ସ୍ନାପଡ୍ରାଗନ ପ୍ରୋସେସର ଦିଆଯାଇଛି।

ଅନ୍ୟପକ୍ଷରେ Redmi K30 ସ୍ମାର୍ଟଫୋନ୍‌ର 4G ଭର୍ସନ ମଧ୍ୟ ଲଞ୍ଛ୍‌ କରାଯାଇଛି। ଏଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୭୬୦-ଜି ପ୍ରୋସେସର ଦିଆଯାଇଛି।

ଚୀନ୍‌ରେ Redmi K30 ସ୍ମାର୍ଟଫୋନ୍‌ର ମୂଲ୍ୟ ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୨୦ ହଜାର ଟଙ୍କା ରହିଛି। ଏହି ଟଙ୍କାରେ ଗ୍ରାହକ 6GB+64GB ଭାରିଏଣ୍ଟ ପାଇପାରିବେ। ସେହିପରି 6GB + 128GB ଭାରିଏଣ୍ଟର ମୂଲ୍ୟ ୨୩ ହଜାର ଟଙ୍କା ରହିଥିବା ବେଳେ 8GB + 128GB ଭାରିଏଣ୍ଟର ମୂଲ୍ୟ ୨୬ ହଜାର ଟଙ୍କା ରହିଛି। କମ୍ପାନି 8GB + 256GB ଭାରିଏଣ୍ଟ ମଧ୍ୟ ବଜାରକୁ ଛାଡ଼ିଛି, ଯାହାର ମୂଲ୍ୟ ୨୯ ହଜାର ଟଙ୍କା ରହିଥିବା ସୂଚନା ମିଳିଛି।

Redmi K30 ସ୍ମାର୍ଟଫୋନ୍‌ର ସ୍ଫେସିଫିକେସନ

  • ୬.୬୭ ଇଞ୍ଚ୍‌ ଫୁଲ୍‌ ଏଚ୍‌ଡି ଫ୍ଲସ୍‌ ଡିସ୍‌ପ୍ଲେ(୧୦୮୦x୨୪୦୦ ପିକ୍ସେଲ)
  • ଗରିଲା ଗ୍ଲାସ୍‌ ୫ ପ୍ରୋଟେକ୍ସନ
  • କ୍ୱାଲକମ୍‌ ସ୍ନାପଡ୍ରାଗନ ୭୬୫-ଜି ପ୍ରୋସେସର
  • ୬୪ ମେଗାପିକ୍ସେଲ କ୍ୱାଡ୍‌ ରିଅର କ୍ୟାମେରା

  • ୨୦ ମେଗାପିକ୍ସେଲ ଡୁଅଲ ସେଲ୍‌ଫି କ୍ୟାମେରା
  • ଆଣ୍ଡ୍ରଏଡ୍‌ ୧୦ ଅପରେଟିଂ ସିଷ୍ଟମ
  • ୪,୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ
  • ୩୦ ୱାଟ୍‌ ଫାଷ୍ଟ ଚାର୍ଜିଂ ସପୋର୍ଟ