ସାବଧାନ,ଏମିତି ୮ଟି ଉପାୟରେ ଆପଣ ଠକେଇର ଶିକାର ହୋଇପାରନ୍ତି …

digital payment

ଡିଜିଟାଲ ଦୁନିଆ ଆମ ଜୀବନକୁ ଯେତିକି ସହଜ କରିଛି ସେତିକି ମୁସ୍କିଲ ମଧ୍ୟ କରିଦେଇଛି। ଗୋଟିଏ କ୍ଲିକରେ ଆମେ ପେମେଣ୍ଟ କରି ପାରିବା, ଇନସ୍ୟୁରାନ୍‌ସ କିଣି ପାରିବା, କୌଣସି ବିଲ ଦେବାକୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡିବ ନାହିଁ। କିନ୍ତୁ ଏହି ସୁବିଧ ସବୁ ସହ ଲୁଚିକି ରହିଛି ଅନଲାଇନ୍ ଠକେଇର ଭୟ। ଟିକିଏ ଭୁଲ ପାଇଁ ଆପଣଙ୍କୁ ହରାଇବାକୁ ପଡିପାରେ ନିଜ ଝାଳବୁହା ଧନ। କେମିତି ଅନଲାଇନ୍ ଠକେଇ ହୋଇଥାଏ ଓ କ’ଣ କଲେ ଆପଣ ଏଥିରୁ ରକ୍ଷା ପାଇପାରିବେ ଆସନ୍ତୁ ଜାଣିବା…

  1. ମୋବାଇଲ ଆପରେ କେମିତି ହୁଏ ଠକେଇ?

ମୋବାଇଲ ଆପରେ କିଛି ଠକ ଏନଜିଓଙ୍କ ନାମରେ ନକଲି ନମ୍ବର ରଖନ୍ତି। ନିକଟରେ ଏଭଳି କିଛି ମାମଲା ସାମନାକୁ ଆସିଛି ଯେଉଁଥିରେ ଠକ ନିଜକୁ ଏନଜିଓ ବୋଲି ପରିଚୟ ଦେଇ ଠକେଇ କରିଛନ୍ତି। ଉଦାହରଣ ସ୍ପରୁପ ନିକଟରେ ଜଣେ ମହିଳା ନିଜ ପୋଷା କୁକୁରର ଅନ୍ତିମ ସଂସ୍କାର ପାଇଁ ସାହାଯ୍ୟ ଚାହୁଁଥିଲେ। ସେ ଗୋଟିଏ ନକଲି ଏନଜିଓ ନମ୍ବରକୁ କଲ କରିଥିଲେ, ଯାହାର ନମ୍ବର ତାଙ୍କୁ ଇମେଲରେ ଆସିଥିଲା। ସେହି ନମ୍ବରରୁ ତାଙ୍କୁ ଏନିଡେସ୍କ ନାମରେ ଗୋଟିଏ ଆପ୍ ଡାଉନଲୋଡ୍ କରିବାକୁ କୁହାଯାଇଥିଲା। ଏହା ହେଉଛି ଗୋଟିଏ ରିମୋଟ୍ କଣ୍ଟ୍ରୋଲଡ୍ ସଫ୍ଟୱାୟାର। ଯାହାଦ୍ୱାରା ଜଣେ  ୟୁଜରଙ୍କ ଲାପଟପ୍ ,କମ୍ପ୍ୟୁଟର କିମ୍ବା ମୋବାଇଲ ସ୍କ୍ରିନକୁ ଦେଖିହେ। କୁକୁରର ଅନ୍ତିମ ସଂସ୍କାର ପାଇଁ ମହିଳା ଫଣ୍ଡ ଟ୍ରାନ୍ସଫର କରିବାକୁ ଚାହୁଁଥିଲ କିନ୍ତୁ ତାଙ୍କ ଆାକଉଣ୍ଟରୁ ଠକ ୩୦ ହଜାର ଟଙ୍କା ଗାଏବ କରିନେଲା।

ଶିକ୍ଷା : କେବେ ମଧ୍ୟ ଅଫିସିଆଲ ଆପ୍ ଛଡା ଅନ୍ୟ କୌଣସି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ।

2.ଇନସ୍ୟୁରାନ୍‌ସ ବିକ୍ରି ନାମରେ ଠକେଇ

ଆପଣଙ୍କ ପାଖକୁ କେବେ ଇରେଡା ନାମରେ ମେଲ୍ ଆସିଛି କି? ଏହା ଏମିତି ଏକ ଠକେଇ ଯାହା ବାବଦରେ ଆପଣ ଜାଣିବା ନିହାତି ଜରୁରୀ। କିଛି ଅସାଧୁ ବ୍ୟକ୍ତି ବ୍ୟାଙ୍କ ଓ ଇନସ୍ୟୁରାନ୍‌ସ କମ୍ପାନୀ ନାମରେ ୟୁଆରଏଲ ତିଆରି କରି ଏଭଳି ଠକେଇ କରିଥାନ୍ତି। ନିକଟରେ କିଛି ବ୍ୟକ୍ତିଙ୍କ ପାଖକୁ ଏଭଳି ଇମେଲ ଆକଉଣ୍ଟରୁ ମେଲ୍ ଆସିଥିଲା www.irdaionline.org ରୁ ଆସିଥିବା ମେଲରେ ଇନସ୍ୟୁରାନ୍‌ସ କିଣିବା ପାଇଁ କୁହାଯାଇଥିଲା। ଯେଉଥିରେ ଏଭଳି କିଛି ଅଫର ଦିଆଯାଇଥିଲା ଯାହାର ଜାଲରେ ଉପଭୋକ୍ତା ପଡିଥିଲେ। ପରେ ଏହା ବିରୋଧରେ ଇରେଡା ଆଲର୍ଟ ଜାରି କରିଥିଲା। କେବେ ମଧ୍ୟ ଏଭଳି ମେଲ୍ ଜାଲରେ ପଡନ୍ତୁ ନାହିଁ।

ଶିକ୍ଷା: ମନେ ରଖନ୍ତୁ ଇରେଡା କେବେ ମଧ୍ୟ ପଲିସି ବିକ୍ରି କରେନାହିଁ। ଠକେଇ ପାଇଁ ରେଗୁଲେଟରଙ୍କ ନାମ ପ୍ରାୟତଃ ବ୍ୟବହାର କରାଯାଏ।  

hack while pay online

3.ଇନକମ୍ ଟ୍ୟାକ୍ସ ଠକେଇ

ଇନକମ୍ ଟ୍ୟାକ୍ସକୁ ନେଇ ଠକେଇ ସାଧାରଣ କଥା ହୋଇଗଲାଣି। ନିକଟରେ ମୁମ୍ବାଇର ଜଣେ ପ୍ରାଇଭେଟ୍ ସେକ୍ଟର କର୍ମାଚାରୀଙ୍କ ପାଖକୁ  ଇନକମ୍ ଟ୍ୟାକ୍ସ ବିଭାଗରୁ ଗୋଟିଏ ଲିଙ୍କ୍ ଆସିଥିଲା। ଯେଉଁଥିରେ ଟ୍ୟାକ୍ସ ରିଫଣ୍ଡ୍ କଥା କୁହାଯାଇଥିଲା। ଲିଙ୍କ୍ ଉପରେ କ୍ଲିକ୍ କରିବା ସହ ମୋବାଇଲରେ ଗୋଟିଏ ଆପ୍ ଡାଉନଲୋଡ୍ ହୋଇଯାଇଥିଲା। ଏହାପରେ କେହି ତାଙ୍କ ଆକାଉଣ୍ଟର ଲଗ୍ ଇନ୍ ଡିଟେଲ ହାସଲ କରି ବ୍ୟାଙ୍କ ଖାତାରୁ ସବୁ ଟଙ୍କା ଉଡାଇନ ନେଇଥିଲା।

ଶିକ୍ଷା:ମନେରଖନ୍ତୁ ଆୟକର ବିଭାଗ ଆପଣଙ୍କ ଖାତାକୁ ସିଧାସଳଖ ରିଫଣ୍ଡ୍ ପଠାଇଥାଏ। କୌଣସି ପ୍ରକାର ଲିଙ୍କ୍ ପଠାଇନଥାଏ। 

  1. KYC ଅପଡେଟ୍

KYC ଅପଡେଟ୍ ଉପରେ କ୍ଲିକ୍ କରିବା ପରେ ଉଦୟପୁରର ଜଣେ ଆଇଏଏସ ଅଧିକାରୀଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା। ସେ ଆକାଉଣ୍ଟ୍ ଡିଟେଲ ଦେବା ପରେ ଓଟିପି ମଧ୍ୟ ଦେଇଥିଲେ। ଏହାପରେ ତୁରନ୍ତ ତାଙ୍କ ପାଖକୁ ମେସେଜ୍ ଆସିଥିଲାଯେ, ତାଙ୍କ ଆକାଉଣ୍ଟରୁ ଲକ୍ଷ ଟଙ୍କ କଟିଛି

ଶିକ୍ଷା: ମେସେଜ୍ ଜରିଆରେ ମିଳିଥିବା ଲିଙ୍କ୍ ଉପରେ କେବେ ମଧ୍ୟ କ୍ଲିକ୍ କରନ୍ତୁ ନାହିଁ

weak password

  1. ଦୁର୍ବଳ ପାସୱାର୍ଡ୍

ଅନେକ ସମୟରେ ଆମେ ଅଜାଣତରେ ହ୍ୟାକର୍ସଙ୍କୁ ସାହାଯ୍ୟ କରିଥାଉ। ବ୍ରିଟେନର ନ୍ୟାସନାଲ ସାଇବର ସିକ୍ୟୁରିଟି ସେଣ୍ଟର (NCSC) ରିପୋର୍ଟ ଅନୁସାରେ ସହଜ ପାସୱାର୍ଡ ଥିବା ଆକାଉଣ୍ଟ୍ ଅଧିକ ହ୍ୟାକ୍ ହୋଇଥାଏ। NCSC ଅନୁସାରେ ୩୦ ଲକ୍ଷ ବ୍ୟକ୍ତିଙ୍କ ଆକାଉଣ୍ଟ୍ ଏଥିପାଇ ହ୍ୟାକ୍ ହୋଇଥିଲା ଯେ, ସେମାନଙ୍କ ପାସୱାର୍ଡ ଅତି ସହଜ ଥିଲା, ଯେମିତି ୧୨୩୪୫ ।

ଶିକ୍ଷା: ପାସୱାର୍ଡ କେବେ ମଧ୍ୟ ସହଜ ରଖନ୍ତୁ ନାହିଁ। ଏହାକୁ ସବୁବେଳେ କଠିନ କରିବା ଚେଷ୍ଟା କରନ୍ତୁ।

UPI

  1. ନକଲି UPI ପେମେଣ୍ଟ ଲିଙ୍କ୍

ପୁନେର ଜଣେ ବ୍ୟବସାୟୀଙ୍କୁ ଡିଜିଟାଲ୍ ୱାଲେଟରୁ ୧୦ ଟଙ୍କା ଟ୍ରାନସଫର କରିବାକୁ କୁହାଯାଇଥିଲା। ତାଙ୍କୁ କୁହାଯାଇଥିଲା ଯେ, ସ୍କୁଟର କିଣିବାକୁ ଅନଲାଇନ୍ ରେଜିଷ୍ଟ୍ରେସନ ପାଇଁ ଫିସ ଦେବାକୁ ପଡିବ। ବ୍ୟବସାୟୀ ଜଣକ ପେମେଣ୍ଟ୍ କରିବା ପାଇଁ ୟୁପିଆଇ ଆଇଡି ଓ ଓଟିପି ଏଣ୍ଟର କରିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୫୩ ହଜାର ଟଙ୍କା ଗାଏବ ହୋଇଯାଇଥିଲା।

ଶିକ୍ଷା: ଧ୍ୟାନ ରଖନ୍ତୁ ପେମେଣ୍ଟ୍ କେବଳ ଆଧିକାରୀକ ଭିମ୍ କିମ୍ବା ବ୍ୟାଙ୍କ୍ ଆପରୁ ହିଁ କରନ୍ତୁ। ଅନ୍ୟକୌଣସି ଲିଙ୍କକୁ କ୍ଲିକ୍ କରି ପେମେଣ୍ଟ କରନ୍ତୁ ନାହିଁ।

NPCI_UPI_BHIM

  1. ନକଲି NPCI/UPI/BHIM ହ୍ୟାଣ୍ଡେଲ ଓ ପୋର୍ଟାଲ

ଅନେକ ସମୟରେ ଏନପିସିଆଇ,ୟୁପିଆଇ,ଭିମ୍ ସହ ମେଳ ଖାଉଥିବା ନାମକୁ ନେଇ ଟ୍ୱିଟର ହ୍ୟାଣ୍ଡଲ ତିଆରି କରି ଠକେଇ ହୋଇଥାଏ। ଯେତେବେଳେ ଆପଣ ସାହାଯ୍ୟ ପାଇଁ ଟ୍ୱିଟ୍ କରନ୍ତି ସେତେବେଳେ ଠକ ଆପଣଙ୍କ ବ୍ୟାଙ୍କ ଖାତା,ୱାଲେଟ୍ ଓ କାର୍ଡର ଡିଟେଲ୍ସ ସଂଗ୍ରହ କରିନିଅନ୍ତି। ପରେ ସେହି ତଥ୍ୟକୁ ନେଇ ଠକେଇ ହୋଇଥାଏ।

ଶିକ୍ଷା: ଟ୍ୱିଟର ହେଣ୍ଡରରେ ବ୍ଲୁଟିକ୍ ଦେଖନ୍ତୁ। ବ୍ଲୁ ଟିକ୍ ମାନେ ଭେରିଫାଇଡ୍ ଆକାଉଣ୍ଟ। ଯଦି ଭେରିଫାଇ ଆକାଉଣ୍ଟ୍ ନୁହେଁ ତେବେ କୌଣସି ପ୍ରକାର ତଥ୍ୟ ଦିଅନ୍ତୁ ନାହିଁ।

  1. ୟୁପିଆଇ ଆପ୍ ବାବଦରେ ତଥ୍ୟର ଅଭାବ

ଜଣେ ବ୍ୟକ୍ତି ନିଜ କୁଲର ବିକ୍ରି କରିବାକୁ ଚାହୁଁଥିଲେ। ତାଙ୍କ ପାଖକୁ ଜଣେ ଠକର କଲ୍ ଆସିଲା। ସେହି ଠକ ଜଣକ ଏକ ଲିଙ୍କ୍ ଜରିଆରେ ୯୦୦୦ ଟଙ୍କା ଦେବାକୁ ଚାହୁଁଥିଲେ। ଲିଙ୍କ୍ ଉପରେ କ୍ଲିକ୍ କରିବା ସହ ବିକ୍ରେତାଙ୍କ ଖାତାକୁ ଟଙ୍କା ଆସିବା ବଦଳରେ ଟଙ୍କା ଉଡିଗଲା।

ଶିକ୍ଷା: ନୂଆ ଟେକନିକର ବ୍ୟବହାର ସମୟରେ ଅତିରିକ୍ତି ସତର୍କତା ଜରୁରୀ। କାରଣ ୟୁପିଆଇ ଆଧାରିତ ଆପ୍ ପୁସ୍ (ପେ,ସେଣ୍ଡ୍) ଓ ପୁଲ (ରିସିଭ୍ ,କଲେକ୍ଟ) ଟ୍ରାଞ୍ଜାକସନ ହୋଇଥାଏ। ମାନେ ଆପଣ ଏହା ଦ୍ୱାରା ଟଙ୍କା ପଠାଇ ପାରିବେ ଓ ଟଙ୍କା କଲେକ୍ଟ ମଧ୍ୟ କରିପାରିବେ। ଠକ ଆପଣଙ୍କୁ କଲେକ୍ଟ ଲିଙ୍କ୍ ପଠାଇ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନିଅନ୍ତି। ତେଣୁ ନୂଆ ଟେକନିକ୍ ବ୍ୟବହାର କରିବା ଆଗରୁ ଟେକନିକକୁ ଆଗରୁ ଭଲ ଭାବେ ବୁଝି ନିଅନ୍ତୁ।