ଓଡ଼ିଶାଲାଇଭ୍‌ ବ୍ୟୁରୋ

vivo_v17

ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଭାରତରେ ଲଞ୍ଚ୍‌ କରିଛି Vivo V17 ସ୍ମାର୍ଟଫୋନ। ଏହି ସ୍ମାର୍ଟଫୋନରେ ୪ଟି ରିୟର କ୍ୟାମେରା ଦିଆଯାଇଥିବା ବେଳେ ସେଲ୍‌ଫି ପାଇଁ ପଞ୍ଚ୍‌ ହୋଲ୍‌ କ୍ୟାମେରା ଦିଆଯାଇଛି। ସେହିପରି ଏଥିରେ ଫୁଲ୍‌ ଭ୍ୟୁ ଡିସ୍‌ପ୍ଲେ ମଧ୍ୟ ଦିଅଯାଇଛି। ସୋମବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭିଭୋ ଏହି ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ୍‌ କରିଛି।

ଭାରତରେ Vivo V17 ସ୍ମାର୍ଟଫୋନର ଦାମ୍‌ ରହିଛି ୨୨,୯୯୦ ଟଙ୍କା। ଆସନ୍ତା ଡିସେମ୍ବର ୧୭ରୁ ଭାରତରେ ଏହି ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହେବ। ଗ୍ରାହକ ଏହାକୁ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟ ଏବଂ ଆମାଜନ୍‌ରୁ କିଣି ପାରିବେ। ଏହାର ବିକ୍ରି ଅଫ୍‌ଲାଇନ୍‌ ମଧ୍ୟ କରାଯିବ।

vivo_v17_hole

Vivo V17 ସ୍ମାର୍ଟଫୋନରେ ୮ ଜିବି ରାମ୍‌ ଦିଆଯାଇଥିବା ବେଳେ ୧୨୮ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ୍‌ ଦିଆଯାଇଛି। ଏଥିରେ ମାଇକ୍ରୋ ଏସ୍‌ଡି କାର୍ଡ ସପୋର୍ଟ ରହିଛି, ଯାହା ସାହାଯ୍ୟରେ ସ୍ମାର୍ଟଫୋନର ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ବଢ଼ାଯାଇପାରିବ।

Vivo V17ର ସ୍ପେସିଫିକେସନ

  • ୬.୪୪ ଇଞ୍ଚ୍‌ ଫିଲ ଏଚ୍‌ଡି ଏମୋଲେଡ୍‌ ଡିସ୍‌ପ୍ଲେ
  • କ୍ୱାଲକମ୍‌ ସ୍ନାପଡ୍ରାଗନ ୬୭୫ ଏଆଇଇ ପ୍ରୋସେସର
  • ଫନ୍‌ଟଚ୍‌ ୯.୨ ଅପରେଟିଂ ସିଷ୍ଟମ(ଆଣ୍ଡ୍ରଏଡ୍‌ ୯)
  • ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର

Vivo-V17

  • ଫେସ୍‌ ଅନଲକ୍‌
  • କ୍ୱାଡ୍‌ ରିୟଣ କ୍ୟାମେରା ସେଟ୍‌ଅପ୍‌
  • ୪୮ ମେଗାପିକ୍ସେଲ ପ୍ରାଇମେରୀ ରିୟର କ୍ୟାମେରା
  • ୩୨ ମେଗାପିକ୍ସେଲର ସେଲ୍‌ଫି କ୍ୟାମେରା
  • ୪,୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ
  • ୧୮ ୱାଟ୍‌ ଫାଷ୍ଟ ଚାର୍ଜିଂ ସପୋର୍ଟ