ତିନୋଟି ପ୍ରଶ୍ନ ନିଜକୁ ପଚାରିବା ପରେ ଆରମ୍ଭ କରନ୍ତୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ। ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି କି? ତେବେ ପ୍ରଥମେ ଆପଣ କ’ଣ ପାଇଁ ନିବେଶ କରୁଛନ୍ତି ତାହା ଜାଣନ୍ତୁ। ଦ୍ୱିତୀୟରେ, ଆପଣଙ୍କ ହାତରେ କେତେ ସମୟ ରହିଛି। ତୃତୀୟ,ଏହା ଜାଣନ୍ତୁ ଯେ, ଆପଣ କେତେ ରିସ୍କ ନେଇ ପାରିବେ।mutual-fund

ବର୍ତ୍ତମାନ ସମସ୍ତେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ଚାହୁଁଛନ୍ତି। ସମସ୍ତେ ଏହା ଜାଣିବାକୁ ଚାହୁଁଛନ୍ତି ଯେ, କେମିତି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି ହେବ। କିଏ ରିଟାୟରମେଣ୍ଟ୍ ପାଇଁ କେଉଁ ଫଣ୍ଡ ସବୁଠୁ ଭଲ ଜାଣିବାକୁ ଚାହୁଁଛନ୍ତି ତ’ କିଏ ଏହା ଜାଣିବାକୁ ଉତ୍ସୁକ ଯେ, ସେ ନିବେଶ କରିଥିବା ଫଣ୍ଡ୍ ଭଲ କି ନୁହେଁ। ନୂଆ ନିବେଶକଙ୍କ ପାଇଁ ଆମେ ଏଠାରେ କିଛି ଟିପ୍ସ ଦେଉଛୁ:

  1. ତରବର ହୁଅନ୍ତୁ ନାହିଁ

ଆପଣ ନିବେଶର ଯେଉଁ ସମୟ ହରାଇଛନ୍ତି ତାକୁ ଫେରି ପାଇବେ ନାହିଁ କିନ୍ତୁ ଏହାର ଅର୍ଥ ନୁହେଁ ତରବରିଆ ନିବେଶ। ନୂଆ ନିବେଶକ ଏଭଳି ସ୍କିମ୍ ଚୟନ କରିଥାନ୍ତି ଯାହାକୁ ସେମାନେ ଉତ୍ତମ ବୋଲି ଭାବିଥାନ୍ତି। ତା’ପରେ ସେମାନେ ସେହି ସ୍କିମକୁ ନେଇ ବାକି ଲୋକଙ୍କ ରାୟ ଜାଣିବାକୁ ଚାହିଁଥାନ୍ତି। ସ୍କିମ୍ ଭଲ କି ନୁହେଁ ସେ ବାବଦରେ ସମସ୍ତଙ୍କୁ ପଚାରିଥାନ୍ତି। ଏହା ଗୋଟିଏ ବଡ ଭୁଲ। ଯଦି ଆପଣ କୌଣସି ସ୍କିମରୁ ତୁରନ୍ତ ବାହାରିବା ପାଇଁ ତାକୁ ସଙ୍ଗେ ସଙ୍ଗେ ବିକ୍ରି କରନ୍ତି ତେବେ ଏଥିଲାଗି ଆପଣଙ୍କୁ ଏଗଜିଟ୍ ଲୋଡ୍ ଓ କ୍ୟାପିଟାଲ ଗେନ୍ ଟ୍ୟାକ୍ସ ଦେବାକୁ ପଡେ। ଯାହା ଆପଣଙ୍କ ପୁଂଜିକୁ କମ କରିଥାଏ। ତେଣୁ ନିବେଶ ପୂର୍ବରୁ ହୋମୱାର୍କ ଜରୁରୀ

Purchase Order_

2.ସଠିକ ପ୍ରଶ୍ନ ପଚାରନ୍ତୁ

ନିବେଶ ପୂର୍ବରୁ ତିନୋଟି ପ୍ରଶ୍ନ ନିଜକୁ ପଚାରନ୍ତୁ। ପ୍ରଥମ-କଣ ପାଇଁ ଆପଣ ନିବେଶ କରୁଛନ୍ତି,ଦ୍ୱିତୀୟ ପ୍ରଶ୍ନ- ଆପଣଙ୍କ ହାତରେ କେତେ ସମୟ ଅଛି?, ତୃତୀୟ ପ୍ରଶ୍ନ- ଆପଣ କେତେ ରିସ୍କ ନେଇ ପାରିବେ? ଏହି ତିନୋଟି ପ୍ରଶ୍ନର ଉତ୍ତର ଆପଣଙ୍କୁ ମହତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ,ଯାହା ଆପଣଙ୍କୁ ନିବେଶରେ ସାହାଯ୍ୟ କରିବ। ଆର୍ଥିକ ଲକ୍ଷ୍ୟ,ନିବେଶ ପାଇଁ ସମୟ ଏବଂ ରିସ୍କ ପ୍ରୋଫାଇଲ,ଏହି ତିନି କାରକ ଆଧାରରେ ମ୍ୟୁଚୁଆଲ ଫଣ୍ଡ ବାଛିବାକୁ ପଡିବ।

3.ଆପଣ ଅଧିକ ରିସ୍କ ନେଇ ପାରିବେ କି?

ଅନେକ ନୂଆ ନିବେଶକ ଏହା ମନେ କରନ୍ତି ଯେ, ସେମାନେ ଅଧିକ ରିସ୍କ ନେଇ ପାରିବେ। ଏଥିଲାଗି ସେମାନେ ନିଜ ବୟସକୁ କାରଣ ବୋଲି କୁହନ୍ତି। ଯୁବାବସ୍ଥାରେ ଥିବାରୁ ସେମାନେ ଅଧିକ ରିସ୍କ ନେଇ ପାରିବେ ବୋଲି ମନେ କରନ୍ତି। ଯୁବ ନିବେଶକ ଅଧିକ ରିସ୍କ ନେଇ ପାରିବେ ଏହା ସତ କିନ୍ତୁ ଏହା ମଧ୍ୟ ସତ ଯେ, ସମସ୍ତେ ନିଜ ନିବେଶ କମିବା ଦେଖି ମଧ୍ୟ ବ୍ୟସ୍ତ ବିବ୍ରତ ହେବେ ନାହିଁ। ତେଣୁ ଆପଣ କେତେ ରିସ୍କ ନେଇ ପାରିବେ ତା’ର ଅନ୍ଦାଜ ଲଗାନ୍ତୁ।

mutualfund

4.ରିଟର୍ଣ୍ଣ ପଛରେ ଦୌଡନ୍ତୁ ନାହିଁ

ଅନେକ ନୂଆ ନିବେଶକ ଫାଇଭ୍ ଷ୍ଟାର ରେଟେଡ୍ କିମ୍ବା ରିଟର୍ଣ୍ଣ ଚାର୍ଟରେ ସର୍ବୋଚ୍ଚରେ ଥିବା ସ୍କିମର ମୋହରେ ପଡିଯାନ୍ତି। କିନ୍ତୁ ଏହା ଇକ୍ୱୁଟି ମ୍ୟୁଚୁଆଲ୍ ଫଣ୍ଡ୍ ଚୟନର ସଠିକ ଉପାୟ ନୁହେଁ। ସବୁବେଳେ ଲମ୍ବା ଅବଧିରେ ସ୍କିମ୍ କେମିତି ରିଟର୍ଣ୍ଣ ଦେଉଛି ତାକୁ ଦେଖନ୍ତୁ। ଯେଉଁ ସ୍କିମ୍ ଲମ୍ବା ଅବଧିରେ,ସ୍ଥିର ଭାବେ ନିରନ୍ତର ରିଟର୍ଣ୍ଣ ଦେଇଛି ସେହିଭଳି ସ୍କିମକୁ ଚୟନ କରିବା ଉଚିତ।

5.ଅଧିକ ସ୍କିମରେ ନିବେଶ କରନ୍ତୁ ନାହିଁ

ମ୍ୟୁଚୁଆଲ୍ ଫଣ୍ଡର ପ୍ରତ୍ୟକ କ୍ୟାଟେଗୋରୀରୁ ଗୋଟିଏ ଗୋଟିଏ ସ୍କିମର କୌଣସି ଆବଶ୍ୟକତା ନଥାଏ। ଏଭଳି ଗୋଟିଏ କିମ୍ବା ଦୁଇଟି ସ୍କିମ୍ ବାଛନ୍ତୁ , ଯାହା ଲମ୍ବା ଅବଧୀରେ ଆପଣଙ୍କ ଆର୍ଥିକ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବ। ମ୍ୟୁଚୁଆଲ ଫଣ୍ଡ ପୋର୍ଟଫୋଲିଓରେ ଅଧିକ ସ୍କିମ୍ ଓ କ୍ୟାଟେଗୋରୀ ଆନେକ ସମୟରେ ଆପଣଙ୍କ ରିଟର୍ଣ୍ଣ କମ କରିଥାଏ। ଏହି କାରଣରୁ ନିବେଶ ପୋର୍ଟଫୋଲିଓ ନିଜକୁ ଦୋହରାଇଥାଏ। ଏହାସହ ଅଧିକ ସ୍କିମ୍ ରହିଲେ ସବୁ ଫଣ୍ଡର ପ୍ରଦର୍ଶନ ଉପରେ ନଜର ରଖିବା ମୁସ୍କିଲ ହୋଇଥାଏ।

6.ପେଶାଦାରଙ୍କ ସାହାଯ୍ୟ ନିଅନ୍ତୁ

ଅନେକ ନିବେଶକ ଆର୍ଥିକ ବିଶେଷଜ୍ଞଙ୍କ ପରାମର୍ଶ ବିନା ନିଜେ ମ୍ୟୁଚୁଆଲ ଫଣ୍ଡ୍ ବାଛିଥାନ୍ତି। ଏଭଳି ସେମିତି କରନ୍ତୁ ଯଦି ଆପଣଙ୍କର ମ୍ୟୁଚୁଆଲ ଫଣ୍ଡକୁ ନେଇ ଯଥେଷ୍ଟ ଜ୍ଞାନ ରହିଛି। ଏହାସହ ନିବେଶ ଉପରେ ନଜର ରଖିବାକୁ ମଧ୍ୟ ପଡିଥାଏ। ମଝିରେ ମଝିରେ ଆବଶ୍ୟକତା ଅନୁସାରେ ଏଥିରେ ପରିବର୍ତ୍ତନ କରିବାକୁ ପଡିଥାଏ। ଆପଣ ଯଦି ନିଜେ ଏଭଳି କରି ପାରିବେ ନାହିଁ ତେବେ ମ୍ୟୁଚୁଆଲ ଫଣ୍ଡ୍ ଆଡଭାଇଜରଙ୍କ ସାହାଯ୍ୟ ନେବା ଠିକ୍ ହେବ। ମନେ ରଖନ୍ତୁ କମିଶନରେ ୧ ଟଙ୍କା ବଂଚାଇବା ତୁଳନାରେ ନିଜ ନିବେଶର ସୁରକ୍ଷା ଅଧିକ ଜରୁରୀ।