ବ୍ୟାଙ୍କ ଲକରରେ ରଖାଯାଇଥିବା ଦାମୀ ସାମଗ୍ରୀ ସୁରକ୍ଷିତ ବୋଲି ଆପଣ ଯଦି ଭାବୁଛନ୍ତି ତେବେ ଭୁଲ,କାରଣ ଲକରରେ ରଖାଯାଇଥିବା ସାମଗ୍ରୀର ସୁରକ୍ଷା ଗ୍ୟାରେଣ୍ଟି ବ୍ୟାଙ୍କ ଦେଇନଥାଏ। ତେବେ କ’ଣ କରିବେ ?

bank locker safety

  • ବ୍ୟାଙ୍କ୍ ଲକରରେ ଥିବା ସାମାନର ସୁରକ୍ଷା ଗ୍ୟାରେଣ୍ଟି ଦେଇନଥାଏ ଆପଣଙ୍କ ବ୍ୟାଙ୍କ
  • ଲକର ୧୦୦ ପ୍ରତିଶତ ସୁରକ୍ଷିତ ନୁହେଁ
  • କିଛି ଉପାୟ ଲକରକୁ ସୁରକ୍ଷିତ କରିପାରେ
  • ଲକରରେ ରଖିଥିବା ସାମଗ୍ରୀର ବୀମା ଦିଏ ସୁରକ୍ଷା

ଅଧିକାଂଶ ବ୍ୟକ୍ତି ନିଜ ସ୍ୱର୍ଣ୍ଣ ଅଳଙ୍କାର ଓ ଅନ୍ୟ ଦାମୀ ସାମଗ୍ରୀକୁ ବ୍ୟାଙ୍କ ଲକରରେ ରଖିବାକୁ ପସନ୍ଦ କରନ୍ତି। କାରଣ ସେମାନେ ମନେ କରନ୍ତି ଯେ, ଘରେ ସୁନା ଓ ଅନ୍ୟ ଦାମୀ ସାମଗ୍ରୀ ରଖିବା ଅପେକ୍ଷା ବ୍ୟାଙ୍କରେ ରଖିବା ଅଧିକ ସୁରକ୍ଷିତ। ଘର ତୁଳନାରେ ବ୍ୟାଙ୍କରେ ଚୋରିର ଆଶଙ୍କା କମ ହୋଇଥାଏ। ତେବେ ଆପଣ କଣ ଏହା ଜାଣିଛନ୍ତି ଯେ, ଲକରରେ ଥିବା ସାମଗ୍ରୀର ସୁରକ୍ଷାର ଗ୍ୟାରେଣ୍ଟି ବ୍ୟାଙ୍କ୍ ନେଇ ନଥାଏ। କାରଣ ବ୍ୟାଙ୍କ ମଧ୍ୟ ଜାଣିନଥାଏ ଯେ, ଲକରରେ ଆପଣ କଣ ରଖିଛନ୍ତି।

ଏକଥା ଜାଣିବା ପରେ ଆପଣଙ୍କ ମୁଣ୍ଡ ଘୁରାଇବଣି ଯେ, ଯଦି ଲକରରେ ମଧ୍ୟ ଆପଣଙ୍କ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ନୁହେଁ ତେବେ ଲକର ନେବା ଓ ତାର ଚାର୍ଜ ଦେବାର ଫାଇଦା କ’ଣ। ତେବେ କୌଣସି ଉପସଂହାରରେ ପହଚିବା ପୂର୍ବରୁ ଟିକେ ରୁହନ୍ତୁ, ଆପଣଙ୍କ ଘର ତୁଳନାରେ ବ୍ୟାଙ୍କ ଲକର ଅଧିକ ସୁରକ୍ଷିତ। କିନ୍ତୁ ଆପଣ ନିଜ ଲକରର ଯଦି ବୀମା କରାଉଛନ୍ତି ତେବେ ଏହାକୁ ଅଧିକ ସୁରକ୍ଷିତ କରୁଛନ୍ତି।

indian bank locker

  • ଲକରରେ ଥିବା ସାମଗ୍ରୀର ଇନ୍‌ସୁରାନ୍ସ କେମିତି କରିବେ ?

ଏମିତି ଅନେକ ଜେନରାଲ ଇନ୍‌ସୁରାନ୍ସ କମ୍ପାନୀ ଅଛନ୍ତି ଯେଉଁମାନେ ନିଜ ହୋମ୍ ଇନସ୍ୟୁରାନ୍ସ ଓ କଣ୍ଟେଟ୍ ଇନ୍‌ସୁରାନ୍ସ ଅନ୍ତର୍ଗତରେ ବ୍ୟାଙ୍କ ଲକର୍ସ ଇନସ୍ୟୁରାନ୍ସ ଦେଇଥାନ୍ତି। ବ୍ୟାଙ୍କ ଲକର୍ସ ଇନ୍‌ସୁରାନ୍ସ ଦେଉଥିବା କିଛି କମ୍ପାନୀଙ୍କ ମଧ୍ୟରୁ ଗୋଟିଏ ହେଉଛି ଇଫକୋ ଟୋକିଓ ଜେନରାଲ ଇନ୍‌ସୁରାନ୍ସ।

  • କେଉଁ ପରିସ୍ଥିତିରେ ମିଳିଥାଏ କଭର ?

ନିମ୍ନଲିଖିତି ପରିସ୍ଥିତିରେ ବ୍ୟାଙ୍କ ଲକରରେ ରଖାଯାଇଥିବା ସାମଗ୍ରୀ ଉପରେ କମ୍ପାନୀ ବୀମା କଭର୍ ଦେଇଥାଏ..

1.ଦୁର୍ଘଟଣା

2.ଚୋରୀ

3.ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଧୋକା

4.ଆତଙ୍କବାଦୀ ଆକ୍ରମଣ

  • ଏକ୍ସଟେଣ୍ଡେଡ୍ କଭରେଜ୍

-ଶେୟାର ଏବଂ ଷ୍ଟକ ସାର୍ଟିଫିକେଟ୍ ଡିପୋଜିଟ୍ ରିସିପ୍ଟ

-ଇନ୍ୟୁରାନ୍ସ ପଲିସି

-ଅନ୍ୟବ୍ୟକ୍ତିଗତ ରେକର୍ଡ ଓ ସାର୍ଟିଫିକେଟ୍

କେବଳ ଅଳଙ୍କାର ଓ ଅନ୍ୟ ମୁଲ୍ୟବାନ ସାମଗ୍ରୀ ନୁହେଁ ବ୍ୟାଙ୍କ ଲକରରେ ରଖାଯାଇଥିବା ଜରୁରୀ ଦସ୍ତାବିଜର ମଧ୍ୟ ବୀମା କରାଯାଇପାରିବ। ୩ ଲକ୍ଷ ଟଙ୍କାର ଇନ୍‌ସୁରାନ୍ସ ମାତ୍ର ୩ ଶହ ଟଙ୍କାରେ ଓ ୪୦ ଲକ୍ଷ ପର୍ଯ୍ୟନ୍ତ ଇନ୍‌ସୁରାନ୍ସ ୨ ହଜାର ୫ ଶହ ଟଙ୍କାରେ ମିଳି ପାରିବ।

ଇଫକୋ ଟୋକିଓ ଛଡା ଟାଟା ଏଆଇଜି ଜ୍ୱେଲରି ଆଣ୍ଡ ଭ୍ୟାଲୁବଲସ ଇନ୍‌ସୁରାନ୍ସ ନାମରେ ଏହିଭଳି ବୀମା ଯୋଗାଇ ଦେଉଛି। ଅନ୍ୟ ଏକ କମ୍ପାନୀ ଏଚଡିଏଫସି ଏରଗୋ ଜ୍ୱେଲର୍ସ ପ୍ୟାକେଜ୍ ନାମରେ ଏହିଭଳି ବୀମା ଯୋଗାଇ ଦେଉଛି।