ସାଧାରଣ ଫ୍ୟାନ୍ ମୂଲ୍ୟରେ ଲୋକଙ୍କୁ ମିଳିପାରିବ ଏୟାର କୁଲର। ରାଜପଥ ଗ୍ରୁପ ପକ୍ଷରୁ ‘ପ୍ୟାଟ୍‌ରିଅଟ୍ ଫରାଟା’ ନାମକ ଏୟାର କୁଲର ବଜାରକୁ ଛଡ଼ାଯାଇଛି। ଏହାକୁ ଲୋକମାନେ ସାଧାରଣ ଫ୍ୟାନ୍ ମୂଲ୍ୟରେ କିଣିପାରିବେ।

‘‘ଗରମ ଦିନରେ ସାଧାରଣ ଲୋକମାନେ ଫ୍ୟାନର ଗରମ ପବନରେ ଦିନ କାଟିଥା’ନ୍ତି। ସାଧାରଣ ପରିବାରଟିଏ ଘରେ ଏସି ଲଗାଇବାକୁ ସକ୍ଷମ ହୋଇନଥାଏ। ଏହିଭଳି ପରିବାର ପାଇଁ ପ୍ୟାଟ୍‌ରିଅଟ୍ ଫରାଟା ଏୟାର କୁଲର ସହାୟକ ହୋଇପାରିବ, ’’ପ୍ୟାଟ୍‌ରିଅଟ୍ କମ୍ପାନିର ସିଇଓ ପିୟୁଷ ଗୁପ୍ତା କହିଛନ୍ତି।

ବଜାରରେ ସାଧାରଣ ଏୟାର କୁଲରଟିଏ କିଣିବା ପାଇଁ ଲୋକମାନଙ୍କୁ ବର୍ତ୍ତମାନ ୫ରୁ ୬ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। କିନ୍ତୁ ଫରାଟା ଏୟାର କୁଲର ଲୋକମାନଙ୍କୁ କେବଳ ୨ ହଜାର ୯୯୦ ଟଙ୍କାରେ ମିଳିପାରିବ। ସହରର ଇଲେକ୍ଟ୍ରୋନିକ୍ସ ଦୋକାନରୁ ଲୋକମାନେ ଏହାକୁ କିଣିପାରିବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ରାଜପଥ ଗ୍ରୁପ୍ ପ୍ୟାଟରିଅଟ୍ କମ୍ପାନିର ଏୟାର କୁଲର ନିର୍ମାଣ କରିବା ସହ ଷ୍ଟାବ୍‌ଲାଇଜର, ଫର୍ଣ୍ଣିଚର ଓ ଏଲ୍ଇଡି ସାମଗ୍ରୀ ମଧ୍ୟ ତିଆରି କରିଥାଏ।