ବାପା ମା’ଙ୍କ ପାଇଁ ଅନ୍ୟତ୍ର ଘର ଭଡା ନେଇଥିଲେ ସେଥିଲାଗି କର ରିହାତି ମିଳିବ ନାହିଁ।

house

ଘର ଭଡା ଉପରେ ଆୟକର ରିହାତି ମିଳିଥାଏ। କିନ୍ତୁ ଆମ ଭିତରୁ ଅନେକ ଦୁଇ ଦୁଇଟି ସ୍ଥାନରେ ଘର ଭଡା ନେଇଥାନ୍ତି। ଯେମିତି ମୋର ଜଣେ ସହକର୍ମୀ ଭୁବନେଶ୍ୱରରେ ନିଜେ ରହିବା ପାଇଁ ଘର ଭଡା ନେଇଥିବା ବେଳେ ବ୍ରହ୍ମପୁରରେ ରହୁଥିବା ତାଙ୍କ ପିତାମାତା ମଧ୍ୟ ଘର ଭଡା ନେଇଛନ୍ତି। ମୋ ସହକର୍ମୀଙ୍କୁ ବ୍ରହ୍ମପୁରର ଘରଭଡା ମଧ୍ୟ ଦେବାକୁ ପଡିଥାଏ। ତେବେ ତାଙ୍କୁ କଣ ଦୁଇଟି ଭଡା ଘର ପାଇଁ ସେକ୍ସନ 10(13ଏ) ଅନ୍ତର୍ଗତରେ ଆୟକର ରିହାତି ମିଳି ପାରିବ?

ଏହାର ଉତ୍ତର ହେଉଛି ନା। ଆୟକର ଆଇନ ସେକ୍ସନ 10 (13ଏ) ଅନୁସାରେ ମୋ ସହକର୍ମୀ କେବଳ ଭୁବନେଶ୍ୱର ଘର ପାଇଁ ଟ୍ୟାକ୍ସରେ ରିହାତି କ୍ଲେମ୍ କରିପାରିବେ। ରିହାତି ସେହି ଘର ପାଇଁ ମିଳିବ ସେହି ଘର ପାଇଁ ମିଳିବ ଯେଉଁଥିରେ ସେ ନିଜେ ରହୁଛନ୍ତି। ପିତାମାତାଙ୍କ ରହିବା ପାଇଁ ଘରଭଡା ଦେଉଥିଲେ ଆୟକର ଦେଉଥିଲେ ବେତନ ପ୍ରାପ୍ତ କର୍ମଚାରୀ ଏଥିଲାଗି ଆୟକର ରିହାତି କ୍ଲେମ୍ କରିପାରିବେ ନାହିଁ।