ବିଏସ୍ଏନ୍ଏଲ୍ ଗ୍ରାହକମାନଙ୍କ ପାଇଁ ଖୁସି ଖବର। କମ୍ପାନି ତା’ର ଗ୍ରାହକମାନଙ୍କ ପାଇଁ ଏକ ନୂଆ ପ୍ଲାନ ଆରମ୍ଭ କରିଛି। ଏହି ନୂଆ ପ୍ଲାନରେ ଗ୍ରାହକମାନେ ଦିନକୁ ୩ଜିବି ଡାଟା ପାଇପାରିବେ।

BSNL New Plan

ନଭେମ୍ବର ୧୦ ତାରିଖରୁ ବିଏସ୍ଏନ୍ଏଲ୍ ତାର ଗ୍ରାହକଙ୍କ ପାଇଁ ଗୋଟିଏ ନୂଆ ପ୍ଲାନ ଆରମ୍ଭ କରିଛି। ଏହି ପ୍ଲାନର ଦାମ୍ ରହିଛି ୯୯୭ ଟଙ୍କା। ଏହି ପ୍ଲାନର ବୈଧତା ୧୮୦ ଦିନ ରହିଥିବା ବେଳେ ଏହି ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ୩ ଜିବି ଡାଟା ପାଇପାରିବେ। ଏହାସହ ଅନଲିମିଟେଡ୍ ଭଏସ୍ କଲ୍ ଓ ପ୍ରତିଦିନ ୧୦୦ଟି ମାଗଣା ଏସ୍ଏମ୍ଏସ୍ ମଧ୍ୟ ଗ୍ରାହକଙ୍କୁ ମିଳିବ।

ଭାରତୀୟ ବଜାରକୁ ଜିଓ ଆସିବା ପରେ ଅନ୍ୟ ଟେଲିକମ୍‌ ଅପରେଟରଙ୍କ ବେପାର କମିଯାଇଛି। ଏହି ଧାରାରେ ବିଏସ୍‌ଏନ୍‌ଏଲ୍‌ ମଧ୍ୟ ସମସ୍ୟା ଭିତରେ ଗତି କରୁଛି। ବର୍ତ୍ତମାନ କମ୍ପାନି ବିଭିନ୍ନ ପ୍ରକାର ଅଫର୍ ସାହାଯ୍ୟରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି।