ସମ୍ବଲପୁରରେ ଖୋଲିଲା ରିଲାଏନ୍ସ ଗ୍ରୋସରି ସୁପରମାର୍କେଟର ପ୍ରଥମ ଷ୍ଟୋର। ସମ୍ବଲପୁରର ବୁଢ଼ାରଜା ମେନ୍ ରୋଡ୍‌ରେ ନିକଟସ୍ଥ ବାଲାଜୀ ଡେଭେଲପରରେ ରିଲାଏନ୍ସ ତା’ର ପ୍ରଥମ ଷ୍ଟୋର ଖୋଲିଛି। ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମଓୟାର ପର୍ଯ୍ୟନ୍ତ ପ୍ରଡକ୍ଟ ରହିଛି।

 Reliance Smart at Sambalpur

 

ବର୍ଷ ତମାମ ରିଲାଏନ୍ସ ସ୍ମାର୍ଟ ପ୍ରଡକ୍ଟର ପ୍ରାଇସ୍‌ ଉପରେ ସର୍ବନିମ୍ନ ୫% ରିହାତି ଓ ୧୪୯୯ ଟଙ୍କାର ସର୍ବନିମ୍ନ କିଣାକିଣି ଉପରେ ୯ ଟଙ୍କାରେ ୧ କେଜି ଚିନି ପ୍ରଦାନ କରିବା ଭଳି ଅନେକ ଆକର୍ଷଣୀୟ ଅଫର ପ୍ରଦାନ କରୁଛି। ଏହା ବ୍ୟତୀତ ନିତିଦିନିଆ ଖାଦ୍ୟ ସାମଗ୍ରୀ ଏବଂ ଫଳ ଓ ପନିପରିବା ଇତ୍ୟାଦି ସୁଲଭ ମୂଲ୍ୟରେ ପ୍ରଦାନ କରୁଛି।

Reliance Smart at Sambalpur

ସମ୍ବଲପୁରରେ ଷ୍ଟୋର୍ ଖୋଲିବା ସହ ରିଲାଏନ୍ସ ସ୍ମାର୍ଟର ଓଡ଼ିଶାରେ ଷ୍ଟୋର ସଂଖ୍ୟା ୯ରେ ପହଞ୍ଚିଛି।

ବର୍ଷ ବର୍ଷ ଧରି ରିଲାଏନ୍ସ ସ୍ମାର୍ଟ, ନିଜର ଗ୍ରାହକଙ୍କର ନିତିଦିନିଆ ଆବଶ୍ୟକତାଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଅବସରରେ ଆବଶ୍ୟକ ପଡୁଥିବା ଉତ୍ପାଦକୁ ଆକର୍ଷଣୀୟ ମୂଲ୍ୟରେ ଯୋଗାଇ ଆସୁଛି। ବର୍ତ୍ତମାନ ଦେଶରେ ୨୦୦ରୁ ଅଧିକ ରିଲାଏନ୍ସ ସ୍ମାର୍ଟ ଷ୍ଟୋର ରହିଛି।