କେବଳ ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଭାରତ ସରକାର କରିଛନ୍ତି ଏସସିଏସଏସ ବା ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ଜାଣନ୍ତୁ ଏ ସମ୍ପର୍କିତ ସୂଚନା

SCSS

ଏସସିଏସଏସ’ଣ

ସାଧାରଣତଃ ବରିଷ୍ଠ ନାଗିରକ ଏବଂ ଅବସରପ୍ରାପ୍ତ କର୍ମଚାରୀମାନେ ଅର୍ଥକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କାରଣ ଏହି ବୟସରେ ସେମାନଙ୍କ ରୋଜଗାରର କୌଣସି ପନ୍ଥା ନ ଥାଏ। ତେଣୁ କେନ୍ଦ୍ର ସରକାର ସେମାନଙ୍କ ପାଇଁ ୨୦୦୪ ଅକ୍ଟୋବରରୁ ଏସସିଏସଏସ (ସିନିୟର ସିଟିଜେନ ସେଭିଙ୍ଗ ସ୍କିମ) ବା ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା କରିଛନ୍ତି। ଏହା ଏକ ସରକାରୀ ଯୋଜନା ହୋଇଥିବାରୁ ସମ୍ପୂର୍ଣ୍ଣ ରିସ୍କ ଫ୍ରି ବା ବିପଦମୁକ୍ତ। କାରଣ ଏହା ମ୍ୟୁଚୁଆଲ ଫଣ୍ଡ ମଧ୍ୟ ନୁହେଁ କି ଏଥିରେ ଆପଣଙ୍କ ଟଙ୍କା ସେୟାର ବଜାରରେ ନିବେଶ ହୋଇ ନ ଥାଏା। ଏହାର ମ୍ୟାଚୁରିଟି ପିରିୟଡ ମାତ୍ର ୫ବର୍ଷ ରହିଛି। ସେହିପରି ଏଥିରେ ପାଖାପାଖି ୯% ସୁଧ ମିଳୁଥିବାରୁ ତାହା ବିରଷ୍ଠ ନାଗରିକମାନଙ୍କ ପାଇଁ ବେଶ୍ ଲାଭଦାୟକ।

SCSS

ଏସସିଏସଏସରେ ଜମା ରଖିବା କାହିଁକି

ନିମ୍ନଲିଖିତ କାରଣ ପାଇଁ ବରିଷ୍ଠ ନାଗରିକମାନେ ଏସସିଏସଏସରେ ଜମା ରଖିବା ଆବଶ୍ୟକ।

୧-ଏସସିଏସଏସ ଏକ ସମ୍ପୂର୍ଣ୍ଣ ସୁରକ୍ଷିତ ଯୋଜନା। କାରଣ ଏହା ମ୍ୟୁଚୁଆଲ ଫଣ୍ଡ ନୁହେଁ କି ଏଥିରେ ଆପଣଙ୍କ ଅର୍ଥ ସେୟାର ବଜାରରେ ନିବେଶ ହୋଇ ନ ଥାଏ।

୨-ଏହା ଅତ୍ୟନ୍ତ ସରଳ । ବ୍ୟାଙ୍କ ଓ ଡାକଘର ମାଧ୍ୟମରେ ଏହି ଆକାଉଣ୍ଟ ଖୋଲାଯାଇଥାଏ। ତେଣୁ ବରିଷ୍ଠ ନାଗରିକଙ୍କୁ ବିଶେଷ ଅସୁବିଧା ହୋଇ ନ ଥାଏ।

୩-ଏଥିରେ ଆପଣଙ୍କୁ ଫିକ୍ସ ଡିପୋଜିଟଠାରୁ ଅଧିକ ସୁଧ ମିଳିଥାଏ।

୪-ଏସସିଏସଏସରେ ଜମା ରଖିଲେ ଆପଣ ଜଣେ ନୋମିନୀ ବା ପ୍ରତିନିଧି ରଖିପାରିବେ। ଫଳରେ ଯଦି ମ୍ୟାଚୁରିଟି ସମୟ ପୂର୍ବରୁ ଆପଣଙ୍କ ମୃତ୍ୟୁ ଘଟେ, ତେବେ ଆପଣଙ୍କ ନୋମିନୀ ସେହି ଟଙ୍କା ପାଇପାରିବେ।

୫- ସେକ୍ସନ ୮୦ସି ଅନୁଯାୟୀ ଏହି ଯୋଜନାରେ ମଧ୍ୟ ଆପଣ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସରୁ ମୁକ୍ତି ପାଇପାରିବେ।

୬-ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣ ଏହି ଯୋଜନାରେ ମ୍ୟାଚ୍ୟୁରିଟି ସମୟକୁ ବଢାଇପାରିବେ କିମ୍ବା କମାଇ ପାରିବେ।

ଏସସିଏସଏସରରେ’ଣ ରହିଛି ସର୍ତ୍ତ

୧-ଯଦି ଆପଣଙ୍କ ବୟସ ୬୦ ବର୍ଷରୁ ଅଧିକ ତେବେ ଏହି ଯୋଜନାରେ ଟଙ୍କା ଜମା ରଖିବାରେ କୌଣସି ଅସୁବିଧା ନାହିଁ।

୨-ଯଦି ଆପଣ ଭିଆରଏସ୍ ବା ଭଲ୍ୟୁଣ୍ଟାରି ରିଟାୟାର ନେଇଛନ୍ତି, ତେବେ ୫୫ରୁ ୬୦ ବର୍ଷ ବୟସ ମଧ୍ୟରେ ଏହି ଯୋଜନାରେ ସାମିଲ ହୋଇପାରିବେ। ତେବେ ଏଥିପାଇଁ ଆପଣଙ୍କୁ ଅବସର ନେବାର ୧ ମାସ ମଧ୍ୟରେ ଆକାଉଣ୍ଟ ଖୋଲିବାକୁ ପଡ଼ିବ।

୩- ଅନ୍ୟ ଲୋକମାନେ ଯେଉଁମାନେ କୌଣସି କାରଣରୁ ଶୀଘ୍ର ଅବସର ନେଇଛନ୍ତି, ସେମାନେ ମଧ୍ୟ ୫୦ବର୍ଷ ବୟସରେ ଏହି ଯୋଜନାରେ ସାମିଲ ହୋଇପାରିବେ।

୪- ହିନ୍ଦୁ ଅବିଭାଜିତ ପରିବାର (ଏଚୟୁଏଫ୍) ଓ ପ୍ରବାସୀ ଭାରତୀୟ (ଏନଆରଆଇ)ମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ।

SCSS

କେତେ ଟଙ୍କା ଜମା ରଖିପାରିବେ

୧- ଏହି ଯୋଜନାରେ ଆପଣ ଅତିକମରେ ୧୦୦୦ ଏବଂ ଅତିବେଶିରେ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିପାରିବେ।

୨- ୧ ଲକ୍ଷ କିମ୍ବା ତା’ଠାରୁ କମ୍ ପରିମାଣର ଟଙ୍କା ରଖିଲେ ଆପଣ ନଗଦ ଆକାରରେ ଦେଇପାରିବେ। କିନ୍ତୁ ୧ଲକ୍ଷରୁ ଅଧିକ ରଖିଲେ ଆପଣ ଚେକ୍ ଆକାରରେ ଦେବାକୁ ପଡ଼ିବ।

୩- ୫୫ରୁ ୬୦ ବର୍ଷ ବୟସ ମଧ୍ୟରେ ଆପଣ ଅବସର ଗ୍ରହଣ କରିଥିଲେ, ଅବସର ସମୟରେ ଆପଣ ଇପିଏଫ୍, ଗ୍ରାଚୁଇଟି ଆଦି ବାବଦରେ ପାଇଥିବା ସମସ୍ତ ଟଙ୍କା ଏଥିରେ ନିବେଶ କରିପାରିବେ। କିନ୍ତୁ ଯଦି ଆପଣଙ୍କ କ୍ଷେତ୍ରରେ ତାହା ହୋଇନାହିଁ କିମ୍ବା ଆପଣଙ୍କ ବୟସ ୬୦ରୁ ଅଧିକ ତେବେ ଆପଣ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିପାରିବେ।

ମ୍ୟାଚୁରିଟି ପିରିୟଡ଼ ବା ପୂର୍ଣ୍ଣତା ଅବଧି

୧-ଏସସିଏସଏସର ମ୍ୟାଚୁରିଟି ପିରିୟଡ଼ ୫ବର୍ଷ ରହିଛି। ଖାତା ଖୋଲିବାର ୧ ବର୍ଷ ପୂର୍ବରୁ ଆପଣ ଜମା ଟଙ୍କା ଉଠାଇ ପାରିବେ ନାହିଁ।

୨-ଯଦି ଆପଣ ଜମା ଖାତା ଖୋଲିବାର ୧ବର୍ଷ ପରେ ଓ ୨ ବର୍ଷ ମଧ୍ୟରେ ଟଙ୍କା ଉଠାଇ ନେବାକୁ ଚାହାନ୍ତି, ତେବେ ଏ କ୍ଷେତ୍ରରେ ଆପଣ ଜମା ରଖିଥିବା ଟଙ୍କାର ୧.୫% କଟିଯିବ। ଅର୍ଥାତ ଯଦି ଆପଣ ୧ଲକ୍ଷ ଟଙ୍କା ଜମା ରଖିଛନ୍ତି ତେବେ ଆପଣଙ୍କର ୧୫ ହଜାର ଟଙ୍କା ଜରିମାନା କଟି ଅବଶିଷ୍ଟ ଟଙ୍କା ମିଳିବ।

୩- ଯଦି ଆପଣ ୨ରୁ ୫ବର୍ଷ ମଧ୍ୟରେ ଟଙ୍କା ଫେରାଇନେବାକୁ ଚାହୁଁଛନ୍ତି, ତେବେ ଏ କ୍ଷେତ୍ରରେ ଆପଣଙ୍କର ୧% ଅର୍ଥାତ ୧ଲକ୍ଷ ଜମା ଟଙ୍କାରେ ୧୦ ହଜାର ଟଙ୍କା ଜରିମାନା ବାବଦରେ କଟିବ।

Senior-Citizen-Savings-Scheme-Government-of-India-Interest-TDS-Nominee-account-news-in-hindi-280020

ଜମା ଖାତା ବନ୍ଦ ଓ ଟଙ୍କା ଉଠାଣ ପ୍ରକ୍ରିୟା

୧- ଯଦି ଆପଣ ୧ ବର୍ଷ ପରେ କୌଣସି ସମୟରେ ଜମାଖାତା ବନ୍ଦ କରିବାକୁ ଚାହିଁବେ ତେବେ ଆପଣଙ୍କୁ ଫର୍ମ-ଇ ପୂରଣ କରିବାକୁ ପଡ଼ିବ।

୨- ୫ ବର୍ଷ ଅବଧି ପୂରଣ ପରେ ଯଦି ଆପଣ ଖାତା ବନ୍ଦ କରିବାକୁ ଚାହୁଁଛନ୍ତି ତେବେ ମଧ୍ୟ ଆପଣଙ୍କୁ ଫର୍ମ-ଇ ପୁରଣ କରିବାକୁ ପଡ଼ିବ। ଯଦି ଆପଣ ଏହାକୁ ଆଗକୁ ବଢାଇବାକୁ ଚାହିଁବେ ତେବେ ଆପଣଙ୍କୁ ଫର୍ମ-ବି ପୂରଣ କରିବାକୁ ପଡ଼ିବ। ଏହା ଦ୍ୱାରା ଆପଣ ଆଉ ୩ବର୍ଷ ପର୍ଯ୍ୟନ୍ତ ବଢାଇପାରିବେ।

୩-ଯଦି ଆପଣ ୫ବର୍ଷ ପରେ ଖାତା ବନ୍ଦ କରିବାକୁ ଭୁଲିଯାଇଛନ୍ତି କିମ୍ବା ଏହାକୁ ରିନିୟୁ କରିନାହାନ୍ତି, ତେବେ ଏ କ୍ଷେତ୍ରରେ ୧ବର୍ଷ ପରେ ଆପଣଙ୍କ ଖାତା ସ୍ୱତଃ ବନ୍ଦ ହୋଇଯିବ। ଏହା ପରେ ଯଦି ଆପଣ ଟଙ୍କା ଉଠାଉ ନାହାନ୍ତି ତେବେ ଆପଣଙ୍କୁ ଆଉ ଏସସିଏସଏସ ଯୋଜନା ଅନୁଯାୟୀ ସୁଧ ମିଳିବ ନାହିଁ। ସେତେବେଳେ ଆପଣ ପୋଷ୍ଟ ଅଫିସର ସେଭିଙ୍ଗ ଆକାଉଣ୍ଟ ଅନୁଯାୟୀ ସୁଧ ପାଇବେ।

retirement plan

ଏସସିଏସଏସରେ କିପରି ବଞ୍ଚାଇବେ ଟିକସ

୧- ପ୍ରଥମତଃ ସେକ୍ସନ ୮୦ସି ଅନୁଯାୟୀ ଆପଣ ଏହି ଯୋଜନାରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ଟିକସ ଛାଡ଼ ସୁବିଧା ପାଇପାରିବେ।

୨- ଏହି ଯୋଜନାରେ ସାଧାରଣତଃ ୫୦ ହଜାର ଟଙ୍କାରୁ କମ୍ ସୁଧ ଉପରେ ଟିଡିଏସ କଟି ନ ଥାଏ। ୨୦୧୯ରେ ମୋଦି ସରକାର ଟିଡିଏସ କଟିବାର ଟଙ୍କା ପରିମାଣ ୫ଲକ୍ଷକୁ ବଢାଇ ଦେଇଛନ୍ତି। ଅର୍ଥାତ ୫ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉପରେ ଟିଡିଏସ୍ କଟିବ ନାହିଁ।

୩- ଏହା ପରେ ମଧ୍ୟ ଯଦି ଆପଣ ଟିଡିଏସ୍ କାଟିବାକୁ ଚାହୁଁନାହାନ୍ତି ତେବେ ଫର୍ମ ୧୫ଜି ଏବଂ ଫର୍ମ ୧୫ ଏଚ ପୂରଣ କରି ଆପଣ ଟିଡିଏସ କଟିବାରୁ ବଞ୍ଚିତ ହୋଇପାରିବେ।

କିପରି ରଖିବେ ନୋମିନୀ

୧- ଜମା ଖାତା ଖୋଲିବା ସମୟରେ ଆପଣ ନୋମିନୀ ରଖିପାରିବେ କିମ୍ବା ପରବର୍ତ୍ତୀ ସମୟରେ ମଧ୍ୟ ରଖିପାରିବେ। ଏଥିପାଇଁ ଆପଣଙ୍କ ଫର୍ମ-ସି ପୁରଣ କରିବାକୁ ହେବ।

୨- ୧ରୁ ଅଧିକ ନୋମିନୀ ମଧ୍ୟ ଆପଣ ରଖିପାରିବେ।

୩-ଯଦି ଆପଣ ଜଏଣ୍ଟ ଆକାଉଣ୍ଟ  ଖୋଲୁଛନ୍ତି, ତେବେ ଆପଣଙ୍କ ସାଥି ବା ପାର୍ଟନର ଆପଣଙ୍କ ନୋମିନୀ ହୋଇପାରିବେ।

time deposite or fix deposite

କେଉଁଠି ଓ କିପରି ଖୋଲିବେ ଆକାଉଣ୍ଟ

୧- ଭାରତ ସରକାର ୧୯ରୁ ୨୦ଟି ବ୍ୟାଙ୍କରେ ଏହି ଆକାଉଣ୍ଟ ଖୋଲିବାକୁ ଅନୁମତି ଦେଇଛନ୍ତି। ଡାକଘରେ ମଧ୍ୟ ଆପଣ ଆକାଉଣ୍ଟ ଖୋଲିପାରିବେ।

୨-ଆକାଉଣ୍ଟ ଖୋଲିବାକୁ ଆପଣଙ୍କୁ ଫର୍ମ-ଏ ପୂରଣ କରିବାକୁ ପଡ଼ିବ। ଏଥିସହ ଆପଣଙ୍କୁ ପାନ, ପାସପୋର୍ଟ ଆଦି ପରିଚୟପତ୍ର, ଠିକଣା ପ୍ରମାଣପତ୍ର ଭାବେ ବିଦ୍ୟୁତ ବିଲ୍, ଆଧାର, ବୟସ ପ୍ରାମାଣପତ୍ର ନିମନ୍ତେ ସ୍କୁଲ ଓ କଲେଜ ସାର୍ଟିଫିକେଟ ସହ ୨ଟି ଫଟୋ ଦେବାକୁ ପଡିବ।

୩-ଅବସର ସମୟର ପ୍ରମାଣପତ୍ର, ଅବସର ସମୟରେ ପାଇଥିବା ଅର୍ଥ ଆଦିର ପ୍ରମାଣପତ୍ର ଦେବାକୁ ହେବ।

1 COMMENT

Comments are closed.