ଭାରତରେ ଲଞ୍ଚ ହେଲା ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ ‘ଭିଭୋ ଜେଡ୍‌ ୱାନ୍‌ ଏକ୍ସ’। ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ପକ୍ଷରୁ ଗରୁବାର ଏହି ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରାଯାଇଛି। ଏହା ହେଉଛି ଭାରତରେ ଲଞ୍ଚ୍‌ ହୋଇଥିବା ଜେଡ୍‌ ସିରିଜ୍‌ର ଦ୍ୱିତୀୟ ସ୍ମାର୍ଟଫୋନ। ଭାରତରେ ‘ଭିଭୋ ଜେଡ୍‌ ୱାନ୍‌ ଏକ୍ସ’ର ପ୍ରାରମ୍ଭିକ ମୂଲ୍ୟ ରହିଛି ୧୬,୯୯୦ ଟଙ୍କା।

Vivo Z1 X

ଆସନ୍ତା ସେପ୍ଟେମ୍ବର ୧୩ରୁ ଭାରତରେ ‘ଭିଭୋ ଜେଡ୍‌ ୱାନ୍‌ ଏକ୍ସ’ ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହେବ। ଦିନ ୧୨ଟାରୁ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରେ ଏହାର ଫ୍ଲାସ୍‌ ସେଲ୍‌ କରାଯିବ।

Vivo Z1 X

କମ୍ପାନି ପକ୍ଷରୁ ‘ଭିଭୋ ଜେଡ୍‌ ୱାନ୍‌ ଏକ୍ସ’ ସ୍ମାର୍ଟଫୋନର ଦୁଇଟି ଭାରିଏଣ୍ଟ ବଜାରକୁ ଛଡ଼ା ଯାଇଛି। ୬ଜିବି ରାମ୍‌/୬୪ ଜିବି ରୋମ୍‌ ଏବଂ ୬ଜିବି ରାମ୍‌/୧୨୮ ଜିବି ରୋମ୍‌। ପ୍ରଥମର ମୁଲ୍ୟ ୧୬,୯୯୦ ଟଙ୍କା ଥିବା ବେଳେ ଦ୍ୱିତୀୟର ମୂଲ୍ୟ ୧୮,୯୯୦ଟଙ୍କା ରହିଛି। ଗ୍ରାହକ ଏହି ସ୍ମାର୍ଟଫୋନକୁ ଫ୍ୟୁଜନ ବ୍ଲ୍ୟୁ ଏବଂ ଫ୍ୟାଣ୍ଟମ ପର୍ପଲର ଦୁଇଟି କଲର ଭାରିଏଣ୍ଟରେ କିଣି ପାରିବେ।

ତେବେ ଆସନ୍ତୁ ନଜର ପକାଇବା ଏହି ସ୍ମାର୍ଟଫୋନର ସ୍ପେସିଫିକେସନ ଉପରେ..

  • ୬.୩୮ ଇଞ୍ଚ ଏମୋଏଲ୍ଇଡି ଡିସପ୍ଲେ (୨୩୪୦x୧୦୮୦ ପିକ୍ସେଲ)
  • ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର
  • ଏଆଇ ଫେସ୍‌ ଅନ୍‌ଲକ୍‌ ଫିଚର
  • କ୍ୱାଲକମ୍‌ ସ୍ନାପଡ୍ରାଗନ ୭୧୨ ପ୍ରୋସେସର
  • ଫନ୍‌ ଟଚ୍‌ ଓଏସ୍‌ ୯ (ଆଣ୍ଡ୍ରଏଡ ୯ ପାଇ ଭର୍ସନ)
  • ୪୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ, ଟାଇପ୍‌ ସି ଚାର୍ଜର
  • ଟ୍ରିପଲ ରିୟର କ୍ୟାମେରା(ପ୍ରାଇମେରୀ ୪୮ ମେଗାପିକ୍ସେଲ)
  • ୩୨ ମେଗାପିକ୍ସେଲର ସେଲ୍ଫି କ୍ୟାମେରା