ଗତକାଲି ଭାରତ ସରକାରଙ୍କ ଦ୍ୱାରା ଟିକଟକ ସମେତ ୫୯ଟି ଚାଇନିଜ୍ ଆପ୍ ଉପରେ ନିଷେଧାଦେଶ ଜାରି କରାଯାଇଛି। ବାଇଟଡାନ୍ସର ମାଲିକାନାରେ ଥିବା ହେଲୋ ଓ ଟିକଟକ୍ ଭଳି ଅନେକ ଲୋକପ୍ରିୟ ଆପକୁ ଆପ ଷ୍ଟୋର ଓ ଗୁଗୁଲ୍ ପ୍ଲେ ଷ୍ଟୋରରୁ ମଧ୍ୟ ହଟାଇ ଦିଆଯାଇଛି। ଏବେ ଭାରତରେ କୌଣସି ନୂଆ ୟୁଜର୍ସ ଟିକଟକ୍‌ ଡାଉନଲୋଡ କରିପାରିବେ ନାହିଁ। ସୂଚନା ଅନୁସାରେ ଏହି ଆପଗୁଡିକ ମାଧ୍ୟମରେ ତଥ୍ୟ ଚୋରି ହେବା ସନ୍ଦେହ କରାଯାଉଛି। ତେଣୁ ଏହି ଆଧାରରେ ୫୯ଟି ଆପକୁ ଭାରତରେ ବ୍ୟାନ୍ କରାଯାଇଛି।

ଏହି ଚାଇନିଜ୍ ଆପଗୁଡିକୁ ନେଇ ଭାରତରେ ବେଶ ଲୋକପ୍ରିୟତା ଦେଖା ଦେଇଥିଲା। ଅନ୍ୟ ଦେଶ ତୁଳନାରେ ଭାରତରେ ଏହି ଆପଗୁଡିକ ବେଶୀ ସଂଖ୍ୟାରେ ଡାଉନଲୋଡ ହେବା ମଧ୍ୟ ରିପୋର୍ଟରୁ ଜଣା ପଡୁଛି।

By to Chinese Apps

ପୂର୍ବ ଲଦାଖରେ ଭାରତୀୟ ସୈନିକଙ୍କ ଉପରେ ଚୀନ ପକ୍ଷରୁ ଯେଉଁ ଆକ୍ରମଣ ହେଲା ସେଥିପାଇଁ ଚୀନକୁ ବହୁତ ମୂଲ୍ୟ ଦେବାକୁ ପଡ଼ିବ ଏହା ସ୍ପଷ୍ଟ ଦେଖାଯାଉଛି। ଏଣେ ଭାରତରେ ବୟକଟ ଚୀନର ପ୍ରଭାବ ମଧ୍ୟ ଜୋରଦାର ଦେଖିବାକୁ ମିଳିଛି। ଚୀନ ସାମଗ୍ରୀକୁ ବୟ କଟ୍ କରିବା ନିଷ୍ପତି ଚୀନର ବେପାର ବଣିଜକୁ ପ୍ରାୟ ତିରିଶିରୁ ପଚାଶ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବ ବୋଲି ଅନୁମାନ କରାଯାଉଛି।