ଆଜି ଭାରତରେ ଲଞ୍ଚ୍ ହେଲା Moto One Fusion+। ଆଣ୍ଡ୍ରଏଡ୍ ୧୦, କ୍ୱାଲକମ୍ ସ୍ନାପଡ୍ରାଗନ୍ ଅକ୍ଟାକୋର୍ ୭୩୦ଜି ପ୍ରୋସେସର ସହିତ ଏହି ଫୋନ୍ ଭାରତରେ ଲଞ୍ଚ୍ ହୋଇଛି।

ଏହି ସ୍ମାର୍ଟଫୋନର ମୂଲ୍ୟ ୧୬,୯୯୯ ଟଙ୍କା ରହିଥିବାବେଳେ ଗ୍ରାହକମାନେ ଏଥିରେ ୬ ଜିବି ରାମ ସହ ଓ ୧୨୮ ଜିବି ଇଣ୍ଟରନାଲ୍ ମେମୋରୀ ମଧ୍ୟ ପାଇପାରିବେ। ତା’ ଛଡ଼ା ଏହାର ମେମୋରୀ କାପାସିଟିକୁ ୧ ଟିବି ପର୍ଯ୍ୟନ୍ତ ବଢ଼ାଯାଇ ପାରିବ। ଏହି ଫୋନରେ ୬.୫ ଇଞ୍ଚର ଫୁଲ୍ ଏଚଡି ନଚଲେସ ଡିସପ୍ଲେ ମଧ୍ୟ ରହିଛି।

Moto One Fusion+ରେ ୬୪ ମେଗାପିକ୍ସେଲ ପ୍ରାଇମେରି କ୍ୟାମେରା ସହ ୮ ମେଗାପିକ୍ସେଲ ୱାଇଡ୍ ଆଙ୍ଗେଲ୍ ଲେନ୍ସ, ୫ ମେଗାପିକ୍ସେଲ ମାକ୍ରୋ ଲେନ୍ସ ଓ ୨ ମେଗାପିକ୍ସେଲର ଡେପଥ୍ ସେନ୍ସର କ୍ୟାମେରା ରହିଛି। ଏଥିସହ ଏହାର ଆଗପାଖରେ ୧୬ ମେଗାପିକ୍ସେଲର ପପ୍-ଅପ୍ କ୍ୟାମେରା ମଧ୍ୟ ରହିଛି। ଏହି ସ୍ମାର୍ଟଫୋନରେ ୫୦୦୦ ଏମଏଚର ବ୍ୟାଟେରୀ ସହିତ ୧୫ ୱାଟର ଫାଷ୍ଟ ଚାର୍ଜର ମଧ୍ୟ ଦିଆଯାଇଛି। ଏହି ଫୋନ ମୁନଲାଇଟ୍ ହ୍ୱାଇଟ୍ ଓ ଟୁଇଲାଇଟ୍ ବ୍ଲୁ ଭଳି ଦୁଇଟି କଲର୍ ଭାରିଏଣ୍ଟରେ ମିଳିବ ବୋଲି କୁହାଯାଇଛି।

ଆଗରୁ ଏହି ସ୍ମାର୍ଟଫୋନ୍ ୟୁରୋପର ଅନେକ ଗୁଡିଏ ଦେଶରେ ଲଞ୍ଚ୍ ହୋଇସାରିଛି। ଭାରତରେ ଏହା ଜୁନ୍ ୨୪ ତାରିଖ ଦିନ ରାତି ୧୨ଟା ପରେ ଫ୍ଲିପକାର୍ଟରେ ଉପଲବ୍ଧ ହେବ।