plane

ମେ ୨୧ରୁ ଆରମ୍ଭ ହେଲା ଅନଲାଇନ୍ ଟିକେଟ୍ ବୁକିଂ ପ୍ରକ୍ରିୟା।

ମେ ୨୫ରୁ ଘରୋଇ ବେସାମରିକ ବିମାନ ଚଳାଚଳ ସେବା ବିଦ୍ଧିବଦ୍ଧ ଭାବେ ଆରମ୍ଭ ହେବାକୁ ଯାଉଛି। ଏନେଇ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ବୁଧବାର ଦିନ ଏକ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି। ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ଯାତ୍ରୀମାନଙ୍କ ଗତିବିଧି ପାଇଁ ଏକ ପୃଥକ ଏସଓପି ମଧ୍ୟ ଜାରି କରାଯାଇଛି।

ଯାତ୍ରୀମାନଙ୍କ ସୁବିଧା ପାଇଁ ବୁଧବାରଠାରୁ ଟିକେଟ୍ ବୁକିଂ ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି ବୋଲି ବିଭାଗ ତରଫରୁ ସୂଚନା ମିଳିଛି। ତେବେ ଲକଡାଉନ୍ ଯୋଗୁଁ ମାର୍ଚ୍ଚ ୨୨ରୁ ବନ୍ଦ ହୋଇଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବାର କାର୍ଯ୍ୟସୂଚୀକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀମାନେ କିଭଳି ଭାବେ ସଠିକ୍ ଭାବେ ସାମାଜିକ ଦୂରତ୍ୱ ବଜାୟ ରଖିବେ ତା’ ଉପରେ ବେଶି ଗୁରୁତ୍ୱ ଦିଆଯାଉଛି। ଉଭୟ ଏୟାରଲାଇନ୍ସ ଓ ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଟିକେଟର ସର୍ବାଧିକ ଓ ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଲକଡାଉନ୍ ଯୋଗୁଁ କ୍ଷତିରେ ଚାଲିଥିବା ବିମାନ କମ୍ପାନିଗୁଡ଼ିକର ଆର୍ଥିକ ସ୍ଥିତିକୁ ନଜରରେ ରଖି ବିମାନର ମଝିରେ ଥିବା ଆସନଗୁଡ଼ିକୁ ଖାଲି ରଖାଯିବାର କୌଣସି ସମ୍ଭାବନା ନାହିଁ।

କରୋନା ଭୂତାଣୁ ସଂକ୍ରମଣକୁ ଆଖି ଆଗରେ ରଖି ନିମ୍ନ ବିଷୟଗୁଡ଼ିକୁ ବାଧ୍ୟତାମୂଳକ କରାଯାଇଛି :

  • ଯାତ୍ରୀମାନଙ୍କୁ ଉଡ଼ାଣ ସମୟର ଅତି କମରେ ଦୁଇ ଘଣ୍ଟା ପୂର୍ବରୁ ବିମାନବନ୍ଦରକୁ ଆସିବାକୁ ପଡ଼ିବ
  • ବିଭିନ୍ନ ସ୍ତରରେ ସାମାଜିକ ଦୂରତା ପାଳନ କରିବାକୁ ପଡିବ
  • ପ୍ରବେଶ ଓ ପ୍ରସ୍ଥାନ ସମୟରେ ଥର୍ମାଲ୍ ସ୍କ୍ରିନିଂ କରାଯିବ
  • ଯାତ୍ରୀମାନଙ୍କୁ ଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ ପଡିବ
  • ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରି ପଞ୍ଜୀକରଣ କରିବାକୁ ପଡ଼ିବ
  • ଯାତ୍ରୀମାନେ ସେମାନଙ୍କ ଏକ ମାସ ପୂର୍ବର ଯାତ୍ରା ବିବରଣୀକୁ ଦର୍ଶାଇବା ପାଇଁ ବ୍ୟବସ୍ଥା ରହିଛି

କ’ଣ କରିବାକୁ ଅନୁମତି ଦିଆଯାଇଛି?

  • ଯାତ୍ରୀମାନେ ସେମାନଙ୍କ ସହିତ ୩୫୦ ମି.ଲିର ତରଳ ହ୍ୟାଣ୍ଡ ସାନିଟାଇଜର ନେଇପାରିବେ
  • ବୋର୍ଡିଂ କାର୍ଡରେ ସିଆଇଏସଏଫ୍ ଷ୍ଟାମ୍ପର ଆବଶ୍ୟକତାକୁ ଦୂର କରାଯାଇଛି
  • ଆରୋଗ୍ୟ ସେତୁ ଆପରେ କେବଳ ସବୁଜ ସଙ୍କେତ ପାଇଥିବା ଲୋକ ଯାତ୍ରା କରିପାରିବେ
  • ବର୍ତ୍ତମାନ ପାଇଁ ଯାତ୍ରୀମାନେ ସାଙ୍ଗରେ କେବଳ ଗୋଟିଏ ବ୍ୟାଗ ହିଁ ନେଇପାରିବେ

କ’ଣ କରିବାକୁ ଅନୁମତି ଅନୁମତି ଦିଆଯାଇଛି?

  • ୮୦ ରୁ ଅଧିକ ଲୋକ ଓ କ୍ୟାବିନ୍ ବ୍ଯାଗେଜକୁ ଅନୁମତି ଦିଆଯାଉ ନାହିଁ

ସୂଚନା ପାଇଁ କହି ରଖୁଛୁ ଯେ, କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘ ଦୁଇମାସ ଧରି ଲକଡାଉନ୍ ଜାରି କରାଯାଇଥିଲା।  ଏବେ କିନ୍ତୁ ଲକଡାଉନ୍ ୪.୦ରେ ଅନେକ ନିୟମକୁ କୋହଳ କରାଯାଇଛି।