ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟ୍ରେନ୍ ସେବା। ଜୁନ୍ ୧ରୁ ୨୦୦ଟି ଯାତ୍ରୀବାହି ଟ୍ରେନ୍ ସେବା (ଉଭୟ ଏସି/ନନ୍ ଏସି) ଆରମ୍ଭ ହେବ ବୋଲି ବୁଧବାର ଏକ ଟ୍ୱିଟ୍ ମାଧ୍ୟମରେ ଜଣାଇଛି ଭାରତୀୟ ରେଳ ବିଭାଗ। ୨୧ ମେ ଅର୍ଥାତ୍ ଆଜି ସକାଳ ୧୦ ଟାରୁ ଏଥିପାଇଁ ଟିକେଟ୍ ବୁକିଂ ଆରମ୍ଭ ହୋଇଯାଇଛି। ଏହି ବୁକିଂ ପ୍ରକ୍ରିୟା କେବଳ IRCTC ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ହିଁ ଅନଲାଇନରେ କରାଯିବାର ବ୍ୟବସ୍ଥା ରହିଛି।

କୌଣସି ରେଳ ଷ୍ଟେସନର ସଂରକ୍ଷଣ କାଉଣ୍ଟରରେ ଟିକେଟ୍ ବୁକିଂ କରାଯାଇପାରିବ ନାହିଁ। କେଉଁ ଟ୍ରେନ୍ କେଉଁ ରୁଟ୍ ଦେଇ ଗତି କରିବ ତା’ର ମଧ୍ୟ ସମ୍ପୂର୍ଣ୍ଣ ବିବରଣୀ ବିଭାଗ ଦ୍ୱାରା ପ୍ରକାଶ ପାଇଛି। ଟିକେଟ୍ ବୁକିଂ କରିବା ପାଇଁ ଆଗରୁ ୩୦ ଦିନର ସମୟ ଦିଆଯିବ। ୱେଟିଂ ଲିଷ୍ଟକୁ ନିୟମ ଅନୁସାରେ ଲାଗୁ କରାଯାଇପାରେ କିନ୍ତୁ ୱେଟିଂ ଲିଷ୍ଟରେ ଥିବା ଟିକେଟଧାରୀଙ୍କୁ ଟ୍ରେନରେ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ମିଳୁଛି। ୩୧ ଜୁନ୍ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପରେ ହିଁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।